ରାଜ୍ୟ

ଜୟପୁରରେ ରବି ନନ୍ଦ ଆଗୁଆ

ଜୟପୁର,୨୩ା୫(ଡି.ଏନ୍‌.ଏ./ନି.ପ୍ର.): ଜୟପୁର ବିଧାନସଭା ଆସନରେ ଦ୍ୱିତୀୟ ରାଉଣ୍ଡ ଗଣତି ସୁଦ୍ଧା ବିଜେଡିର ରବିନାରାୟଣ ନନ୍ଦ ୭୮ ଭୋଟ୍‌ରେ ଆଗୁଆ ରହିଛନ୍ତି। ଦ୍ୱିତୀୟ ରାଉଣ୍ଡରେ କଂଗ୍ରେସର ତାରାପ୍ରସାଦ ବାହିନୀପତି ୨୨୭୩, ବିଜେଡିର ରବିନାରାୟଣ ନନ୍ଦ ୨୩୫୧ ଏବଂ ଭାଜପାର ଗୌତମ ସାମନ୍ତରାୟ ୯୭୧…

ମାଲକାନଗିରିରେ କଂଗ୍ରେସର ମାଲା ମାଢ଼ି ଆଗୁଆ

ମାଲକାନଗିରି,୨୩ା୫(ସ୍ବ.ପ୍ର.): ମାଲକାନଗିରି ବିଧାନସଭା ନିର୍ବାଚନମଣ୍ଡଳୀର ତୃତୀୟ ରାଉଣ୍ଡରେ ଭାଜପା ପ୍ରାର୍ଥୀ ଆଦିତ୍ୟ ମାଢ଼ି ଆଗୁଆ ଥିବାବେଳେ ଚତୁର୍ଥ ରାଉଣ୍ଡରେ ଆଗେଇଛନ୍ତି କଂଗ୍ରେସର ମାଲା ମାଢ଼ି। ୩ୟ ରାଉଣ୍ଡରେ ଭାଜପାକୁ ୪୧୩୬, ବିଜେଡିର ମୁକୁନ୍ଦ ସୋଢ଼ିଙ୍କୁ ୩୧୨୩ ଓ କଂଗ୍ରେସର ମାଲା ମାଢ଼ିଙ୍କୁ…

କୋଟପାଡ଼ରେ କଂଗ୍ରେସର ଚନ୍ଦ୍ରଶେଖର ମାଝି ଆଗେଇଲେ

ଜୟପୁର,୨୩ା୫(ନି.ପ୍ର.): କୋଟପାଡ଼ ବିଧାନସଭା ଆସନରେ ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଆଗରେ ଥିବାବେଳେ ଦ୍ୱିତୀୟ ରାଉଣ୍ଡରେ କଂଗ୍ରେସର ପ୍ରାର୍ଥୀ ଚନ୍ଦ୍ରଶେଖର ମାଝି ବିଜେଡିକୁ ପଛରେ ପକାଇଛନ୍ତି। ଦ୍ୱିତୀୟ ରାଉଣ୍ଡରେ ଭାଜପାକୁ ୨୫୬୨ ଭୋଟ୍‌ ମିଳିଥିବା ବେଳେ କଂଗ୍ରେସର ଚନ୍ଦ୍ରଶେଖର ମାଝିଙ୍କୁ ୫୭୯୩…

ମାଲକାନଗିରିରେ ଭାଜପାର ଆଦିତ୍ୟ ମାଢ଼ି ଆଗୁଆ

ମାଲକାନଗିରି,୨୩ା୫(ସ୍ବ.ପ୍ର.): ମାଲକାନଗିରି ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ଆଦିତ୍ୟ ମାଢ଼ି ଆଗୁଆ ରହିଛନ୍ତି। ୩ୟ ରାଉଣ୍ଡରେ ଭାଜପାକୁ ୪୧୩୬, ବିଜେଡିର ମୁକୁନ୍ଦ ସୋଢ଼ିଙ୍କୁ ୩୧୨୩ ଓ କଂଗ୍ରେସର ମାଲା ମାଢ଼ିଙ୍କୁ ୨୮୬୪ ଭୋଟ୍‌ ମିଳିଛି।

ଲକ୍ଷ୍ମୀପୁରରେ ବିଜେଡିର ପ୍ରଭୁ ଜାନି ଆଗୁଆ

କୋରାପୁଟ,୨୩ା୫(ସ୍ବ.ପ୍ର.): ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ଟି ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଛି। ପ୍ରଥମ ରାଉଣ୍ଡରେ ବିଜେଡିର ପ୍ରଭୁ ଜାନି ୧୭୦୮ ଭୋଟ୍‌ ପାଇଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ୪୦୪୩ ଭୋଟ୍‌ ପାଇଛନ୍ତି। ସେହିପରି ଭାଜପାର କୁମୁଦ ସାଉନ୍ତା…

ବଲାଙ୍ଗୀରରେ ନରସିଂହ ଆଗୁଆ

ବଲାଙ୍ଗୀର ଅଫିସ,୨୩।୫: ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବଲାଙ୍ଗୀର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ର ଆଗୁଆ ରହିଛନ୍ତି। ନରସିଂହ ୮୨୬୬ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଅର୍କେଶ ନାରାୟଣ ସିଂଦେଓ ୬୩୦୭ ଭୋଟ ପାଇଛନ୍ତି।

ରାଉରକେଲାରେ ସାରଦା ନାୟକ ଆଗୁଆ

ରାଉରକେଲା ଅଫିସ,୨୩।୫: ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ରାଉରକେଲା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସାରଦା ନାୟକ ଆଗୁଆ ରହିଛନ୍ତି। ସାରଦା ୨୧୭୧ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ନିହାର ରାୟ ୧୮୬୯ ଭୋଟ ପାଇଛନ୍ତି।…

ଦେବଗଡ଼ ବିଧାନସଭା: ଭାଜପା ଆଗୁଆ

ଦେବଗଡ଼,୨୩।୫: ଦେବଗଡ଼ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ଆଗରେ ରହିଛନ୍ତି। ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଭାଜପା ପ୍ରାର୍ଥୀ ୭୩୯୭ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ୭୩୦୫ ଖଣ୍ଡ ଭୋଟ ପାଇଛନ୍ତି।

ପାଟଣାଗଡ଼ରେ କେଭି ପଛରେ

ପାଟଣାଗଡ଼,୨୩।୫: ପାଟଣାଗଡ଼ ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ କନକ ବର୍ଦ୍ଧନ ସିଂଦେଓ ପଛରେ ଚାଲିଛନ୍ତି। ବିଜେଡି ପ୍ରାର୍ଥୀଙ୍କଠାରୁ କେଭି ୨୦୬୬ ଭୋଟରେ ପଛୁଆ ଅଛନ୍ତି।

ଭଞ୍ଜନଗରରେ ବିଜେଡିର ବିକ୍ରମ, ଆସିକାରେ ମଞ୍ଜୁଳା, ସୋରଡାରେ ପୂର୍ଣ୍ଣ ଆଗୁଆ

ଭଞ୍ଜନଗର,୨୩।୫(ଡି.ଏନ୍‌.ଏ.)- ଭଞ୍ଜନଗର, ଆସିକା, ସୋରଡା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ଆଗୁଆ ରହିଛନ୍ତି। ଭଞ୍ଜନଗର ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ ୨୦,୩୭୩ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପ୍ରଦ୍ୟୁମ୍ନ ନାୟକଙ୍କ ୧୭୪୫୭ ଭୋଟ ପାଇଛନ୍ତି।…

ଲାଞ୍ଜିଗଡ଼, ନର୍ଲାରେ ବିଜେଡି ଆଗୁଆ

ଭବାନୀପାଟଣା,୨୩।୫: ଲାଞ୍ଜିଗଡ଼ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରଦୀପ ଦିଶରି ଆଗୁଆ ରହିଛନ୍ତି। ସେହିପରି ନର୍ଲା ବିଧାନସଭାରେ ବିଜେଡିର ଭୂପିନ୍ଦର ସିଂ ଆଗରେ ଥିବା ସୂଚନା ମିଳିଛି।

ନୂଆପଡ଼ା ବିଧାନସଭା: କଂଗ୍ରେସ ଆଗରେ

ନୂଆପଡ଼ା ଅଫିସ,୨୩।୫: ନୂଆପଡ଼ା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ଆଗରେ ଅଛନ୍ତି। ଚତୁର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଘାସିରାମ ୬୭୨୮ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ରାଜେନ୍ଦ୍ର ଢୋଲକିଆ ୫୯୪୦ ଭୋଟ ପାଇଛନ୍ତି।

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri