ଜି.ଉଦୟଗିରି, ବାଲିଗୁଡା, ଫୁଲବାଣୀରେ ବିଜେଡି ଆଗରେ
ଫୁଲବାଣୀ ଅଫିସ,୨୩।୫(ଡି.ଏନ୍.ଏ.)- ଜି.ଉଦୟଗିରି ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ସାଲୁଗା ପ୍ରଧାନ ଆଗୁଆ ଅଛନ୍ତି। ସାଲୁଗାଙ୍କୁ ୯୧୩୪ ଭୋଟ ମିଳିଥିବାବେଳେ ଭାଜପାର ଅର୍ଚ୍ଚନା ପ୍ରଧାନଙ୍କୁ ୬୩୨୨ ଭୋଟ ମିଳିଛି। ସେହିପରି ବାଲିଗୁଡାରେ ବିଜେଡି ପ୍ରାର୍ଥୀ ଚକ୍ରମଣୀ କହଁର ୧୨୯୪୩ ଭୋଟ ପାଇଥିବା…
ମୋହନାରେ ବିଜେଡି ପ୍ରାର୍ଥୀ ଆଗୁଆ
ମୋହନା,୨୩।୫(ଡି.ଏନ୍.ଏ.)- ଗଜପତି ଜିଲା ମୋହନା ନିର୍ବାଚନ ମଣ୍ଡଳୀରେ ୮ମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ପୂର୍ଣ୍ଣବାସୀ ନାୟକ ୧୪,୬୨୭ ଭୋଟ ପାଇ ଆଗୁଆ ଅଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ଦାଶରଥୀ ଗମାଙ୍ଗ ୧୪,୦୦୬ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ…
ଆଗୁଆ ଅଛନ୍ତି ଉଷା ଦେବୀ
ବ୍ରହ୍ମପୁର ଅଫିସ,୨୩।୫- ଚିକିଟି ବିଧାନସଭା ର୍ନିବାଚନ ମଣ୍ଡଳୀର ଭୋଟ ଗଣତିକୁ ନେଇ ଉତ୍କଣ୍ଠା ବଢୁଛି। ବିଜେଡିର ଉଷା ଦେବୀ ଏବଂ ଭାଜପାର ମନୋରଞ୍ଜନ ଦ୍ୟାନସାମନ୍ତରାଙ୍କ ମଧ୍ୟରେ କଡା ମୁକାବିଲା ଚାଲିଛି। ସପ୍ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ଉଷା ଦେବୀ ୧୪ହଜାର…
ବରଗଡ଼ ଲୋକ ସଭା: ସୁରେଶ-ପ୍ରସନ୍ନଙ୍କ ମଧ୍ୟରେ କଡ଼ା ଟକ୍କର
ବରଗଡ଼ ଅଫିସ,୨୩।୫: ବରଗଡ଼ ଲୋକ ସଭା ଆସନରେ ଭାଜପାର ସୁରେଶ ପୂଜାରୀ ଓ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି। ୧୫ଶ ରାଉଣ୍ଡ ଗଣତି ଶେଷ ସୁଦ୍ଧା ସୁରେଶ ୨୬୦୫୮ ଭୋଟ ପାଇଥିବାବେଳେ ୨୫୭୨୪ ଭୋଟ ପାଇଛନ୍ତି।
ବହୁ ଆଗରେ ସୂର୍ଯ୍ୟ ପାତ୍ର
ବ୍ରହ୍ମପୁର ଅଫିସ,୨୩।୫- ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବହୁ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ସୂର୍ଯ୍ୟନାରାୟଣ ପାତ୍ର। ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ତାଙ୍କୁ ମିଳିଛି ୧୧ହଜାର ୫୭୪ ଖଣ୍ଡ ଭୋଟ। ଦ୍ୱିତୀୟ ସ୍ଥାନରେ କଂଗ୍ରେସର ପ୍ରଫୁଲ ପଣ୍ଡା ରହିଛନ୍ତି। ତାଙ୍କୁ…
ବିଧାନସଭା ନିର୍ବାଚନ ଫଳ: ପ୍ରଥମ ବିଜୟୀ ହେଲେ ନବରଙ୍ଗପୁରର ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ
ନବରଙ୍ଗପୁର, ୨୩।୫(ବି.ପ୍ର.)- ନବରଙ୍ଗପୁର ବିଧାନସଭା ଆସନରେ ଶେଷ ରାଉଣ୍ଡ ଗଣତି ସରିବା ପରେ ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ବିଜୟୀ ହୋଇଥିବା ଜଣାପଡିଛି। ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଗୌରୀ ଶଙ୍କର ମାଝିଙ୍କୁ ୭୦୫୨ ଭୋଟରେ ହରାଇଛନ୍ତି ପ୍ରଧାନୀ। ତୃତୀୟ ସ୍ଥାନରେ ରହିଛି…
ନୂଆପଡ଼ାରେ ଢୋଲକିଆ ଆଗୁଆ
ନୂଆପଡ଼ା ଅଫିସ,୨୩।୫: ୯ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ନୂଆପଡ଼ା ବିଧାନସଭା ଆସନରେ ବିଜେଡିର ରାଜେନ୍ଦ୍ର କୁମାର ଢୋଲକିଆ ଆଗରେ ରହିଛନ୍ତି। ଢୋଲକିଆ ୨୦୧୫୪ ଭୋଟ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ୧୪୫୭୬ ଭୋଟ ପାଇଛନ୍ତି।
୯ ହଜାରରୁ ଅଧିକ ଭୋଟରେ ବିକ୍ରମ ଆଗୁଆ
ବ୍ରହ୍ମପୁର ଅଫିସ,୨୩।୫- ବ୍ରହ୍ମପୁର ବିଧାନସଭା ର୍ନିବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ବିକ୍ରମ ପଣ୍ଡା ୯ ହଜାରରୁ ଅଧିକ ଭୋଟରେ ଆଗୁଆ ହୋଇଛନ୍ତି। ପଞ୍ଚମ ରାଉଣ୍ଡ ସୁଦ୍ଧା ବିକ୍ରମଙ୍କୁ ୧୭ହଜାର ୧୭୫ଖଣ୍ଡ ଭୋଟ ମିଳିଛି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱି ଭାଜପାର କାହ୍ନୁ ଚରଣ…
ଖୋର୍ଦ୍ଧାର ୩ ବିଧାନସଭାରେ ବିଜେଡି ଆଗୁଆ
ଖୋର୍ଦ୍ଧା ଅଫିସ, ୨୩।୫: ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଅଷ୍ଟମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ୧୦ହଜାରରୁ ଊର୍ଦ୍ଧ୍ୱ ଭୋଟରେ ଭାଜପା ପ୍ରାର୍ଥୀଙ୍କଠାରୁ ଆଗୁଆ ଅଛନ୍ତି। ବିଜେଡି ପ୍ରାର୍ଥୀ ଜ୍ୟୋତିନ୍ଦ୍ରନାଥ ମିତ୍ର ୩୦,୯୭୧ ଖଣ୍ଡ ଭୋଟ…
ଷ୍ଟ୍ରଙ୍ଗ ରୁମ୍ରେ ନିଆଁ, ଭୋଟ ଗଣତି ସାମୟିକ ସ୍ଥଗିତ
ସୁନ୍ଦରଗଡ଼,୨୩।୫: ସୁନ୍ଦରଗଡ଼ ମାଦ୍ରିକାଲ ଭବନଠାରେ ରାଜଗାଙ୍ଗପୁର ବିଧାନସଭା ଆସନ ପାଇଁ ଚାଲିଥିବା ଭୋଟ ଗଣତି କେନ୍ଦ୍ର ନିକଟ ଷ୍ଟ୍ରଙ୍ଗ ରୁମ୍ରେ ଗୁରୁବାର ଅପରାହ୍ନ ୧ଟାରେ ଶର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଛି। ଫଳରେ ଭୋଟ ଗଣତି ସାମୟିକ ଭାବେ ସ୍ଥଗିତ ରହିଛି। ଅଗ୍ନିଶମ…
ଖଡ଼ିଆଳରେ କଂଗ୍ରେସ ଆଗୁଆ
ନୂଆପଡ଼ା ଅଫିସ,୨୩।୫: ୬ଷ୍ଠ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଖଡ଼ିଆଳ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀ ଆଗରେ ରହିଛନ୍ତି। ଅଧିରାଜ ୧୦୨୨୩ ଭୋଟ ପାଇଥିବାବେଳେ ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ ୯୯୦୮ ଭୋଟ ପାଇଛନ୍ତି।
ନୂଆପଡ଼ାରେ ଢୋଲକିଆ ଆଗୁଆ
ନୂଆପଡ଼ା ଅଫିସ,୨୩।୫: ୬ଷ୍ଠ ରାଉଣ୍ଡ ଗଣତି ଶେଷ ସୁଦ୍ଧା ନୂଆପଡ଼ା ବିଧାନସଭା ଆସନରେ ବିଜେଡିର ରାଜେନ୍ଦ୍ର କୁମାର ଢୋଲକିଆ ଆଗରେ ରହିଛନ୍ତି। ଢୋଲକିଆ ୧୧୬୩୫ ଭୋଟ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ୯୭୮୬ ଭୋଟ ପାଇଛନ୍ତି।
Archives


