ଖରାଛୁଟିରେ ପିଲାଙ୍କ ଏକ୍ସଟ୍ରା କ୍ଲାସ ନେବେ ଶିକ୍ଷକ: ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର,୯।୧(ବ୍ୟୁରୋ): ଏଣିକି ଖରାଛୁଟିରେ ସ୍କୁଲ ପିଲାମାନଙ୍କ ପାଇଁ ଏକ୍ସଟ୍ରା କ୍ଲାସ ହେବ। ପାଠପଢ଼ାରେ ଦୁର୍ବଳ ଥିବା ପିଲାମାନଙ୍କ କ୍ଲାସ ଶିକ୍ଷକ ନେବେ। ଗୁରୁବାର ଏଭଳି କିଛି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେ କହିଛନ୍ତି, ଛୁଟି ସମୟରେ…
ନନ୍ଦନକାନନରେ ବାଘ ସଂଖ୍ୟା ବୃଦ୍ଧି, ୨ ଛୁଆ ଜନ୍ମଦେଲା ବାଘୁଣୀ ସ୍ନେହା
ବାରଙ୍ଗ,୯।୧(ଡି.ଏନ୍.ଏ.): ଗୁରୁବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘୁଣୀ ସ୍ନେହା ୨ଟି ଛୁଆ ଜନ୍ମ ଦେଇଛି। ହାଇଦ୍ରାବାଦରୁ ଆସିଥିବା ଜଙ୍ଗଲି ମହାବଳବାଘ ସେଫ୍ ସହ ତା’ର ମିଳନ ଗତ ସେପ୍ଟେମ୍ବର ମାସରେ ହୋଇଥିଲା। ମା’ ଓ ଛୁଆଦ୍ୱୟ ସୁସ୍ଥ ଥିବା ସିସିଟିଭି କ୍ୟାମେରାରୁ…
ବାଲିଖାଦାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣି ପରିବାରଲୋକଙ୍କ ରାସ୍ତାରୋକୋ
ରାସଗୋବିନ୍ଦପୁର,୯।୧(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ମୂଷାମାରୀ ବାଲିଖାଦାନ ନିକଟ ବାଲି ଷ୍ଟକ୍ ଥିବା ପାର୍ଶ୍ୱରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ମୂଷାମାରୀ ଗ୍ରାମର ମିଣ୍ଟୁ ତରେଇ। ମିଣ୍ଟୁଙ୍କୁ ହତ୍ୟା କରାଯାଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି।…
ବୃଦ୍ଧାଙ୍କୁ ମାରି ଜଗି ରହିଥିଲା ମା’ ଭାଲୁ, ଉଦ୍ଧାର କଲା ବନବିଭାଗ ଟିମ୍
ନବରଙ୍ଗପୁର,୯।୧(ବି.ପ୍ର.): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ସିନ୍ଧିଗୁଡ଼ା ଗ୍ରାମର ନିଖୋଜ ବୃଦ୍ଧା ଗୋରୀ ଅମନାତ୍ୟ(୭୦)ଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ତାଙ୍କୁ ଭାଲୁ ଆକ୍ରମଣ କରି ମାରିଦେଇଥିବା ଦେଖିବାକୁ ମିଳିଛି। ସୂଚନାନୁଯାୟୀ, ଦୁଇ ଦିନ ତଳେ ଗୋରୀ ନିଖୋଜ ହୋଇଯାଇଥିଲେ। ସେହିଦିନଠାରୁ…
ପୁଅଙ୍କ ଏମ୍ବିବିଏସ୍ ଫଳକ ଲଗାଇ ବାପା କରୁଛନ୍ତି ଚିକିତ୍ସା, ନକଲି ଔଷଧ ପ୍ରସ୍ତୁତ କରି ଚାଲିଛି ରୋଗୀଙ୍କୁ ଶୋଷଣ
ଗୋପାଳପୁର,୯।୧-ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଭିତ୍ତିଭୂମିର ବିକାଶ କରୁଛନ୍ତି। ରୋଗୀଙ୍କୁ ଯେଭଳି ଉତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯାଇପାରିବ ସେନେଇ କେନ୍ଦ୍ର ଓ ରାଜ୍ୟର ବରିଷ୍ଠ…
୩ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ: ୬,୫୩୯ ଜଣଙ୍କୁ ମିଳିବ ନିଯୁକ୍ତି ସୁଯୋଗ
ଭୁବନେଶ୍ୱର,୯।୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ବୈଠକରେ ୩ଟି ବଡ଼ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ସମ୍ପୃକ୍ତ ୩ଟି ପ୍ରକଳ୍ପରେ ମୋଟ ୧୭,୮୩୩କୋଟି ଟଙ୍କା ପୁଞ୍ଜିନିବେଶ ହେବାକୁ ଥିବାବେଳେ ଏଥିରେ ୬୫୩୯ ଜଣ ନିଯୁକ୍ତି ପାଇବେ ବୋଲି ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା…
ନିରାକାରପୁର-ଭୂଷଣ୍ଡପୁର ମଝି ରେଳଧାରଣାରେ ଅଘଟଣ: ଟ୍ରେନ୍ରେ ଲାଗିଲା ନିଆଁ
ନିରାକାରପୁର,୯।୧(ଡି.ଏନ୍.ଏ.): ଖୋର୍ଦ୍ଧା ରେଳ ଡିଭିଜନ ଅଧୀନ ନିରାକାରପୁର-ଭୂଷଣ୍ଡପୁର ମଝିରାସ୍ତା ରେଳଧାରଣାରେ ଗୁରୁବାର ଏକ ଚଳନ୍ତା କୋଇଲା ବୋଝେଇ ଟ୍ରେନ୍ରେ ନିଆଁ ଲାଗିଯାଇଛି। ତେବେ ହରିପୁର ଗେଟ୍ ଜଗୁଆଳି ନିଆଁ ଲାଗିଥିବା ଦେଖିବା ପରେ ନାଲି ପତାକା ଦେଖାଇ ଅଟକାଇବାକୁ ଚେଷ୍ଟା କରିଥିଲେ।…
ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାରେ ଦମ୍ପତିଙ୍କଠାରୁ ଲୁଟ୍: ଚଳନ୍ତା ବାଇକ୍ରୁ ଟଙ୍କା ଛଡ଼ାଇବା ବେଳେ ଖସିପଡ଼ି ମହିଳା ଗୁରୁତର
ଦିଗପହଣ୍ଡି,୯।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତା ଅନଙ୍ଗପୁର ଗ୍ରାମ ନିକଟରେ ଗୁରୁବାର ପୂର୍ବାହ୍ନରେ ଜଣେ ଦମ୍ପତିଙ୍କଠାରୁ ୩୫ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।୨ଜଣ ଅଜଣା ଦୁର୍ବୃତ୍ତ ଚଳନ୍ତା ବାଇକ୍ରୁ ମହିଳାଙ୍କ ବ୍ୟାଗ୍ ଟାଣି ଦେବାରୁ ସେ ଗୁରୁତର ଆହତ ହୋଇଛନ୍ତି।…
ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ପୁରୀରୁ ଗିରଫ
ଜଳେଶ୍ୱର,୯।୧(ଡି.ଏନ୍.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ରାଇବଣିଆ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ହେଲେ ଜଳେଶ୍ୱର ନଶ୍ଚିମପୁର ଅଞ୍ଚଳର ଅଶୋକ ଦତ୍ତ। ଅଶୋକ ଉକ୍ତ ନାବାଳିକାଙ୍କୁ ଅପହରଣ…
ମାଓବାଦୀ ଦମ୍ପତି ଗିରଫ, ଶହେରୁ ଊର୍ଦ୍ଧ୍ୱ ମାମଲାରେ ଜଡ଼ିତ ଥିଲେ
ମାଲକାନଗିରି,୯।୧(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ଗୁଡେମ୍ ଥାନା ଅନ୍ତର୍ଗତ ଅଦିରି ବିଡି ଗ୍ରାମରୁ ବିଶାଖାପାଟଣା ପୋଲିସ ଗୁରୁବାର ହାର୍ଡକୋର ମାଓବାଦୀ ଦମ୍ପତିଙ୍କୁ ଗିରଫ କରିଛି। ସେମାନେ ହେଲେ ଦାମୋଦର ଓରଫ ବାଲେମ ନାରାୟଣ ସ୍ବାମୀ ଓ ସ୍ତ୍ରୀ ଫୁଲବତୀ। ଦାମୋଦର…
କଳାହାଣ୍ଡି ଜିଲାପାଳ, ଏସ୍ପିଙ୍କୁ ହାଇକୋର୍ଟଙ୍କ ଆଦେଶ: ଛତର ଯାତ୍ରାରେ ବଳି ବନ୍ଦ ପାଇଁ ପଦକ୍ଷେପ ନିଅ
କଟକ ଅଫିସ, ୯ା୧: କଳାହାଣ୍ଡି ଜିଲାର ପ୍ରସିଦ୍ଧ ଛତର ଯାତ୍ରାରେ ବଳି ବନ୍ଦ ପାଇଁ ଜିଲାପାଳ, ଏସ୍ପି ପଦକ୍ଷେପ ନେବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି। ଏଥିପାଇଁ ହାଇକୋର୍ଟଙ୍କ ପକ୍ଷରୁ କେତେକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସାମାଜିକ କର୍ମୀ ଜୟନ୍ତୀ ଦାସଙ୍କ ପକ୍ଷରୁ…
ପୁରୀ ବନ୍ୟପ୍ରାଣୀ ଡିଭିଜନରେ ପକ୍ଷୀ ଗଣନା: ୭୦ ପ୍ରଜାତିର ୧ଲକ୍ଷ ୨ ହଜାର ପକ୍ଷୀ
ପୁରୀ ଅଫିସ, ୯ା୧: ପୁରୀ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ବୁଧବାର ପକ୍ଷୀ ଗଣନା କରାଯାଇଛି। ୨୩ଟି ଟିମ୍ ଡିଭିଜନ ଅଧୀନ ୫ଟି ରେଞ୍ଜରେ ଏହି ଗଣନା କରିଛନ୍ତି। ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଏହି ଗଣନା କରାଯାଇଛି। ଟିମ୍ ସଦସ୍ୟ…
Archives


