ରାଜ୍ୟ

ପରାଜୟ ପରେ ଚେତା ପଶିଲା

ନୂଆଦିଲ୍ଲୀ,୧୪।୨:ଦିଲ୍ଲୀ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଭାଜପା ଓ କଂଗ୍ରେସ ନେତାଙ୍କ ଚେତା ପଶିଛି। ଭାଜପା ନେତାମାନଙ୍କ ବିବାଦୀୟ ମନ୍ତବ୍ୟ ହିଁ ଦଳ ପାଇଁ ବିପର୍ଯ୍ୟୟ ଆଣିଦେଇଥିବା ଗୁରୁବାର ଖୋଦ୍‌ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ମାନିଛନ୍ତି। ସେହିପରି କଂଗ୍ରେସର ପରାଜୟକୁ…

ଆଜିଠୁ ବିଧାନସଭା ବଜେଟ ଅଧିବେଶନ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଷୋଡ଼ଶ ବିଧାନସଭାର ତୃତୀୟ ତଥା ଚଳିତ ବର୍ଷର ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେବ। ଏହି ଅବସରରେ ପ୍ରଥମ ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଅଭିଭାଷଣ ରଖିବେ। ଚଳିତ ମାସ ୧୫ ଏବଂ ୧୭ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ…

ଟଙ୍କାଏ ନ କମାଇବାରୁ ପିଟି ମାରିଦେଲେ

ରୂପ୍‌ସା/ବସ୍ତା,୧୪।୨(ଡି.ଏନ.ଏ./ସ୍ବ.ପ୍ର.):ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ସାର୍ଥା ଅଞ୍ଚଳରେ ସାମାନ୍ୟ ସିଗାରେଟ କିଣାକୁ କେନ୍ଦ୍ରକରି ବୁଧବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ନିଶାଗ୍ରସ୍ତ ଯୁବକମାନେ ପିଟି ପିଟି ଜଣେ ପାନଦୋକାନୀଙ୍କ ଭାଇଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏନେଇ ଉତ୍ତେଜନା ଲାଗି ରହିଛି।…

ପର୍ଯ୍ୟଟନସ୍ଥଳୀରେ ମିଳୁନି ବିଶୁଦ୍ଧ ପାନୀୟଜଳ

କେନ୍ଦୁଝର, ୧୪ା୨(ଡି.ଏନ୍‌.ଏ.)-କେନ୍ଦୁଝର ଜିଲାରେ ଅନେକଗୁଡିଏ ପର୍ଯ୍ୟଟନସ୍ଥଳ ରହିଛି। ସେଥିମଧ୍ୟରୁ ୧୭ଟି ପର୍ଯ୍ୟଟନସ୍ଥଳୀ ସରକାରୀ ମାନ୍ୟତା ପାଇ ସାରା ରାଜ୍ୟରେ ପ୍ରସିଦ୍ଧିଲାଭ କରିଛି। ଏଥିମଧ୍ୟରୁ ଜିଲାର କେତୋଟି ପର୍ଯ୍ୟଟନସ୍ଥଳୀ ସାରା ଦେଶରେ ପ୍ରସିଦ୍ଧି ଲାଭ କରିଛି। କିନ୍ତୁ ପର୍ଯ୍ୟଟନସ୍ଥଳୀଗୁଡିକରେ ଅନ୍ୟାନ୍ୟ ସୁବିଧା ସୁଯୋଗ…

ବିଜେଡିରୁ ବିଦା ହେଲେ ଅନୁପ ସାଏ

ଭୁବନେଶ୍ୱର,୧୩।୨(ବ୍ୟୁରୋ): ଛତିଶଗଡ଼ ପୋଲିସ ଦ୍ୱାରା ଅଟକ ରଖାଯିବା ପରେ ଦଳରୁ ବହିଷ୍କୃତ ହେଲେ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅନୁପ ସାଏ। ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିବା ସହ ରାଜ୍ୟ ପଣ୍ୟାଗାର ନିଗମ…

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ପ୍ରଶ୍ନପତ୍ର ଲିକ୍‌: ଅଭିଯୋଗ ପରେ ନୂତନ ପ୍ରଶ୍ନପତ୍ର ସେଟ୍‌ରେ ପରୀକ୍ଷା ଦେଲେ ଛାତ୍ରୀଛାତ୍ର

ସମ୍ବଲପୁର, ୧୩।୨ (ବ୍ୟୁରୋ)- ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ପ୍ରଶ୍ନପତ୍ର ଲିକ୍‌ ହୋଇଛି। କେମେଷ୍ଟ୍ରି (ରସାୟନ ବିଜ୍ଞାନ) ଓ ଜୁଲୋଜି (ପ୍ରାଣୀ ବିଜ୍ଞାନ) ବିଷୟର ପ୍ରଶ୍ନପତ୍ର ଗୁରୁବାର ଲିକ୍‌ ହୋଇଥିବା ଅଭିଯୋଗ ହୋଇଛି। ହେଲେ ବିଶ୍ୱବିଦ୍ୟାଳୟ ପକ୍ଷରୁ କେମେଷ୍ଟ୍ରି ପେପର୍‌ ଲିକ୍‌…

କୋଣାର୍କ ମନ୍ଦିରରେ କାରୁକାର୍ଯ୍ୟପୂର୍ଣ୍ଣ ପଥର କାଢ଼ି ସାଦା ପଥର ଲଗାଯିବା ପ୍ରସଙ୍ଗ: ସ୍ଥିତି ପରଖିଲେ ସଂସ୍କୃତି ସଚିବଙ୍କ ସହ ୪ ଜଣିଆ ଟିମ୍‌

କୋଣାର୍କ,୧୩।୨(ଡି.ଏନ୍‌.ଏ.): ବିଶ୍ୱ ଐତିହ୍ୟସ୍ଥଳ କୋଣାର୍କ ସୂର୍ଯ୍ୟମନ୍ଦିର ମରାମତି ନାମରେ କାରୁକାର୍ଯ୍ୟପୂର୍ଣ୍ଣ ପଥରକୁ କାଢ଼ି ସାଦା ପଥର ଲଗାଯିବା ନେଇ ବିଭିନ୍ନ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଅଭିଯୋଗକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ଖଣ୍ଡନ କରିବା ପରେ ଗୁରୁବାର…

ଅସନ୍ତୋଷ ପରେ ମାଟିମଣ୍ଡପ ସାହି ପାର୍କିଂ ଟେଣ୍ଡର ବାତିଲ

ପୁରୀ ଅଫିସ,୧୩।୨: ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ମଧ୍ୟରେ ଥିବା ଏମାର ମଠର କେତେକ ଅଂଶ ଭଙ୍ଗା ଯାଇଥିଲା। ପରବର୍ତ୍ତୀ ସମୟରେ ସେଠାରେ ଲୋକେ ଦୁଇଚକିଆ ଯାନ ପାର୍କିଂ କରୁଥିଲେ। ଗତ ଫେବୃୟାରୀ ପହିଲାରୁ ମାଟିମଣ୍ଡପ ସାହି ଦୁଇଚକିଆ ପାର୍କିଂସ୍ଥଳ ନାମରେ ପୁରୀ…

ସ୍ମିତାରାଣୀ ମୃତ୍ୟୁ ମାମଲା: ହାଇକୋର୍ଟରୁ ଜାମିନ ଆବେଦନ ପ୍ରତ୍ୟାହାର କଲେ ରୂପେଶ

କଟକ ଅଫିସ,୧୩।୨: ଯାଜପୁର ଜିଲା ଧର୍ମଶାଳା ବ୍ଳକ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ରୂପେଶ ଭଦ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ଗୁରୁବାର କୋର୍ଟରୁ ସେ ଜାମିନ ଆବେଦନ ପ୍ରତ୍ୟାହାର କରିନେଇଛନ୍ତି। ପୁଣି…

ବିଜେଡି ନେତା ଅନୁପ ସାଏ ଗିରଫ ହେବା ପ୍ରସଙ୍ଗରେ ବର୍ଷିଲା ଭାଜପା: ପୂର୍ବରୁ ଅଭିଯୋଗ କରିବା ସତ୍ତ୍ୱେ ବିଜେଡି ଶୁଣି ନ ଥିଲା

ଭୁବନେଶ୍ୱର,୧୩।୨(ବ୍ୟୁରୋ): ଛତିଶଗଡ଼ ପୋଲିସ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅନୁପ କୁମାର ସାଏଙ୍କୁ ଅଟକ ରଖିଛି। ଏକ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ତାଙ୍କୁ ଉଠାଇନେଇଛି। ଘଟଣା ପ୍ରଘଟ ହେବା ପରେ ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର…

ଭାଇରାଲ ଆଡମିଟ କାର୍ଡ ନକଲି, ବୋର୍ଡକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୧୩।୨(ବ୍ୟୁରୋ): ଆଗକୁ ମାଟ୍ରିକ୍‌ ପରୀକ୍ଷା। ଏହା ପୂର୍ବରୁ ବାରିପଦା ଓ ଆସିକାରେ ମାଟ୍ରିକ୍‌ ଆଡମିଟ୍‌ କାର୍ଡ ଭାଇରାଲ ହେବା ପ୍ରସଙ୍ଗରେ ଗୁରୁବାର ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସେ କହିଛନ୍ତି, ଭାଇରାଲ ଆଡମିଟ କାର୍ଡ ନକଲି।…

୨ ଶହ ମିଟର ଧସିଲା ହରିଦାସପୁର-ପାରାଦୀପ ରେଳରାସ୍ତା, ଲୋକେ ଆତଙ୍କିତ

ମାର୍ଶାଘାଇ,୧୩।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଗୋସେଇଁବନ୍ଧଠାରେ ହରିଦାସପୁର-ପାରାଦୀପ ନିର୍ମାଣାଧୀନ ରେଳରାସ୍ତା ଗୁରୁବାର ଦୁଇପଟକୁ ୨ଶହ ମିଟର ଧସିଯାଇଛି। ଫଳରେ ୩ ପରିବାର ପ୍ରଭାବିତ ହୋଇଛନ୍ତି। ସେମାନଙ୍କର ଘର ଉପରକୁ ମାଟି ମାଡି ଆସିଛି। ଏଥିସହ ସେମାନଙ୍କର ପକ୍କା ଘରଗୁଡ଼ିକରେ ଫାଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri