ଶିମିଳିପାଳରେ ପୋଷା ହାତୀ ବବ୍ଲୁର ଉତ୍ପାତ
ବାରିପଦା ଅଫିସ,୨୬ା୧୨: ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅଧୀନ ଲୁଲୁଙ୍ଗଠାରେ ବନ ବିଭାଗର ପୋଷା ହାତୀ ବବ୍ଲୁ ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣା କେବେ ଘଟିଛି ତାହା ଜଣା ପଡ଼ି…
ଆଜିଠୁ ଭିତରକନିକା ବନ୍ଦ
ରାଜନଗର,୨୬ା୧୨ (ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତାକାଲି ଠାରୁ ଜାନୁୟାରୀ ୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏଥିପାଇଁ ପର୍ଯ୍ୟଟକମାନଙ୍କ ପରିଭ୍ରମଣକୁ ବନ୍ଦ କରାଯାଇଛି। ଏହି ସମୟରେ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ…
ମହାନଦୀ ଶଯ୍ୟାରେ ବିଦେଶାଗତ ପକ୍ଷୀଙ୍କ ଭିଡ଼: ଠାବହେଲା ବିରଳ ପକ୍ଷୀ କମନ୍ ମରଗାନସର
ସୋନପୁର,୨୬ା୧୨(ନି.ପ୍ର.): ବର୍ତ୍ତମାନ ଶୀତଦିନରେ ଦେଶ ତଥା ଦେଶ ବାହାରର ପକ୍ଷୀଙ୍କ ପାଇଁ ଚିରସ୍ରୋତା ମହାନଦୀ ପାଲଟିଛି ଜଳନିବାସ। ପ୍ରଚଣ୍ଡ ଶୀତରେ ସେଠାକାର ପରିବେଶରେ ବରଫ ପଡୁଥିବାରୁ ବିଦେଶରୁ ପକ୍ଷୀମାନେ ଏଠାକୁ ଚାଲି ଆସୁଛନ୍ତି ସ୍ବଚ୍ଛନ୍ଦରେ ରହିବାକୁ। ଦେଶ ତଥା ବିଦେଶର ପକ୍ଷୀଙ୍କ…
ଚନ୍ଦ୍ରଭାଗା ଉପକୂଳରେ ଡଲ୍ଫିନ
ପୁରୀ ଅଫିସ, ୨୬ା୧୨: ଚନ୍ଦ୍ରଭାଗା ଉପକୂଳରେ ଡଲ୍ଫିନ। ଗତ କିଛିଦିନ ହେଲା କୂଳଠାରୁ ପ୍ରାୟ ୫୦୦ ମିଟର ଦୂରରେ କିଛି ଡଲ୍ଫିନ ଖେଳୁଥିବା ଦେଖାଯାଉଛି। ତେବେ ପର୍ଯ୍ୟଟନ ଋତୁରେ ଡଲ୍ଫିନଙ୍କ ଉପସ୍ଥିତି ନିଶ୍ଚିତ ପର୍ଯ୍ୟଟକମାନଙ୍କ ପାଇଁ ଖୁସି ଖବର। ସବୁଠୁ ଗୁରୁତ୍ୱପୂର୍ଣ୍ଣ…
ଆଜି ବର୍ଷା ସମ୍ଭାବନା: ୨୮ରୁ ବଢ଼ିବ ଶୀତ
ଭୁବନେଶ୍ୱର,୨୬ା୧୨(ବ୍ୟୁରୋ): ଚଳିତ ବର୍ଷ ରାଜ୍ୟରେ ଶୀତ ଏକ ପ୍ରକାର ଗାଏବ ରହିଛି। ଯଦିଓ ହାଲକା ଶୀତ ହେଉଛି ତେବେ ତାହା ଦେହ ଥରାଇବା ଭଳି ହେଉ ନାହିଁ। କେବଳ ସହର ନୁହେଁ ବଣପାହାଡ ଘେରା ଜିଲାରେ ମଧ୍ୟ ହାଡଭଙ୍ଗା ଶୀତ ନାହିଁ।…
୬ ଜିଲାରେ ହେବ ମେଡିକାଲ କଲେଜ
ଭୁବନେଶ୍ୱର,୨୬ା୧୨(ବ୍ୟୁରୋ): ରାଜ୍ୟର ୬ ପଛୁଆ ଜିଲାରେ ଥିବା ହସ୍ପିଟାଲକୁ ମେଡିକାଲ କଲେଜରେ ପରିଣତ କରାଯିବ। ଏହା ସହିତ ଉକ୍ତ ତାଲିକାରେ ଆଉ ୨ଟି ଜିଲା ହସ୍ପିଟାଲକୁ ସାମିଲ କରାଯିବା ଲାଗି ବିଚାରବିମର୍ଶ ଚାଲିଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି। ଓଡ଼ିଶାର…
ଅନୁଗୋଳ-ସମ୍ବଲପୁର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା
ଛେଣ୍ଡିପଦା,୨୬।୧୨(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥ ଭାଗିରଥିପୁର ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହି ବସ୍ ସହ କୋଇଲା ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨୭ଜଣ ଯାତ୍ରୀ…
ଚିଲିକା ଉତ୍ତରନାଶୀରେ ପକ୍ଷୀ ସୁରକ୍ଷା ଢିଲା
କଣାସ, ୨୬ା୧୨(ସ୍ବ.ପ୍ର.): ଶୀତ ପଡିଲେ ବିଦେଶାଗତ ପକ୍ଷୀଙ୍କ କଳରାବରେ ମୁଖରିତ ହୋଇଉଠେ ଚିଲିକା। କିନ୍ତୁ ନଳବଣରେ ଖାଦ୍ୟ ଅଭାବ ଯୋଗୁ ପକ୍ଷୀମାନେ ଉତ୍ତରନାଶୀ ଦୟା ଓ ମକରା ନଦୀର ମୁହାଣ ଆଡ଼କୁ ମୁହାଁଉଛନ୍ତି।ସେଠାରେ ବନ ବିଭାଗ ପକ୍ଷରୁ ପକ୍ଷୀ ସୁରକ୍ଷା ପାଇଁ…
ଏସ୍ସିବି ମେଡିକାଲ ଆଉଟଡୋର କୋଠା ମରାମତି: ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି
କଟକ ଅଫିସ, ୨୬ା୧୨: ଏସ୍ସିବି ମେଡିକାଲରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଥିବାବେଳେ ଏହାର ତଦନ୍ତ ଦାବିରେ ୧ହଜାର ଲୋକଙ୍କ ଦସ୍ତଖତ ସମ୍ବଳିତ ପତ୍ର ଭିଜିଲାନ୍ସ ବିଭାଗକୁ ଦିଆଯାଇଥିଲା। ଇତିମଧ୍ୟରେ ୩ବର୍ଷ ବିତିଗଲାଣି। ମାତ୍ର କାର୍ଯ୍ୟାନୁଷ୍ଠାନ ତ ଦୂରର…
ତଡ଼ପ ଲାଗିହୋଇ ରହିଲେ ସାକ୍ଷୀଗୋପାଳ
ସାକ୍ଷୀଗୋପାଳ,୨୬ା୧୨(ଡି.ଏନ୍.ଏ.): ସୂର୍ଯ୍ୟୋପରାଗ ପାଇଁ ବୁଧବାର ସାକ୍ଷୀଗୋପାଳ ମନ୍ଦିରରେ ସଅଳ ଦେବନୀତି ସମ୍ପନ୍ନ କରାଯାଇଛି। ସନ୍ଧ୍ୟା ସୁଧା ବଡସିଂହାର ଧୂପ ସମାପନ କରାଯିବା ପରେ ଠାକୁରଙ୍କୁ ଗ୍ରହଣ ବେଶ କରାଯାଇଥିଲା। ଧଳା ଧୋତି ଓ ଉତ୍ତରୀୟ ପରିଧାନ କରି ଠାକୁରଙ୍କ ତଡ଼ପ ଲାଗି…
ତ୍ରୟୋଦଶ ଚଉଷଠି ଯୋଗିନୀ ମହୋତ୍ସବ ଉଦ୍ଯାପିତ: ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କୁ ନୃତ୍ୟ ପ୍ରତିଭା ସମ୍ମାନ
ବାଳକାଟୀ,୨୬ା୧୨(ଡି.ଏନ୍.ଏ.): ବାଲିଅନ୍ତା ବ୍ଲକ ଅନ୍ତର୍ଗତ ହୀରାପୁରସ୍ଥିତ ତନ୍ତ୍ରପୀଠ ଚଉଷଠି ଯୋଗିନୀଙ୍କ ପୀଠରେ ଆୟୋଜିତ ତ୍ରୟୋଦଶ ଅନ୍ତର୍ଜାତୀୟ ଯୋଗିନୀ ମହୋତ୍ସବ ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି। ଭୁବନେଶ୍ୱରର ନୃତ୍ୟ ପ୍ରତିଭା ଅନୁଷ୍ଠାନ ଓ ବାଲିଅନ୍ତା ପଞ୍ଚାୟତ ସମିତି ଆନୁକୂଲ୍ୟରେ ଆୟୋଜିତ ଏହି ମହୋତ୍ସବର ମୁଖ୍ୟଅତିଥି…
ଶ୍ରୀମନ୍ଦିର ପାଇଁ ଜରୁରିକାଳୀନ ପାଣ୍ଠିରୁ ୩୦୦କୋଟି ଖର୍ଚ୍ଚ
ଭୁବନେଶ୍ୱର,୨୬ା୧୨(ବ୍ୟୁରୋ): ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ମିଟର ପର୍ଯ୍ୟନ୍ତ ନିର୍ମାଣ ଉଚ୍ଛେଦ କରି ଆକର୍ଷଣୀୟ ଢଙ୍ଗରେ ଐତିହ୍ୟ ସୁରକ୍ଷାବଳୟ ତିଆରି କରୁଛନ୍ତି। ଏହି କାର୍ଯ୍ୟ ପ୍ରାୟ ୭୦ ପ୍ରତିଶତ ସରିବାକୁ ବସିଥିବାବେଳେ ସରକାର ଓଡ଼ିଶା ଜରୁରିକାଳୀନ ପାଣ୍ଠି(ଓସିଏଫ୍)ରୁ ୩୦୦ କୋଟି…
Archives


