ଶାନ୍ତିଶୃଙ୍ଖଳାରେ ସରିଲା ପ୍ରଥମ ଦିବସର ପରୀକ୍ଷା
ମାଲକାନଗିରି,୧୯ା୨(ଡି.ଏନ.ଏ.): ରାଜ୍ୟରେ ବୁଧବାରଠାରୁ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିବସର ପରୀକ୍ଷା ଜିଲାରେ ପ୍ରାୟ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି। ମାଲକାନଗିରି ଜିଲାରେ ୫୬୭୪ ପରୀକ୍ଷାର୍ଥୀଙ୍କ ମଧ୍ୟରୁ କେତେକ କେନ୍ଦ୍ରରେ…
ପୋଲିସ-ମାଓବାଦୀ ଗୁଳି ବିନିମୟ : ଯବାନ ଶହୀଦ
ମାଲକାନଗିରି,୧୯ା୨(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ସୁକୁମା ଜିଲାରେ ବୁଧବାର ପୋଲିସ-ଲାଲବାହିନୀ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଇ.ଡି.ବିସ୍ଫୋରଣରେ ଜଣେ ଯବାନ ଶହୀଦ୍ ହୋଇଛନ୍ତି। ଶହୀଦ ଯବାନଙ୍କ ନାମ କନେୟା ମାଝି ।…
ଜାଲରେ ପଡିଲା ହ୍ବେଲ୍ସାର୍କ: ଉଦ୍ଧାର ପରେ ସମୁଦ୍ରରେ ଛଡ଼ାଗଲା
ଗୋପାଳପୁର,୧୯ା୨: ଗୋପାଳପୁର ଏନ୍ଏସିର କେତେଜଣ ମତ୍ସ୍ୟଜୀବୀ ବୁଧବାର ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ। ଜାଲ ଟାଣୁଥିବାବେଳେ ସେଥିରେ ଏକ ବଡ ମାଛ ଲାଗିଥିଲା। ଜାଲ କୂଳକୁ ଟାଣି ଆଣିବା ପରେ ଏକ ବଡ ସାର୍କ ମାଛ ଲାଗିଥିବା ମତ୍ସ୍ୟଜୀବୀମାନେ ଦେଖିଥିଲେ। ଯାହାର…
ପୋଲ ଗାର୍ଡଓ୍ବାଲ ଉପରେ ଚଢିଗଲା ବସ୍
ପାଟପୁର,୧୯ା୨: ଗଞ୍ଜାମ-ଗଜପତି ସୀମାନ୍ତ ଟି.ଗୋବିନ୍ଦପୁର ପଞ୍ଚାୟତ ଖେମୁଣ୍ଡିଖୋଲ ନିକଟରେ ବୁଧବାର ପୂର୍ବାହ୍ନ ପ୍ରାୟ ସାଢେ ୯ଟାରେ ଏକ ଯାତ୍ରିବାହୀ ବସ୍ ପୋଲ ଗାର୍ଡଓ୍ବାଲ୍ ଉପରକୁ ଚଢିଯାଇଥିଲା। ବସ୍ଟି ତଳକୁ ନ ଖସି ଲାଗି ରହିଯିବାରୁ ଏଥିରେ ଥିବା ୫୫ ଯାତ୍ରୀ ଅଳ୍ପକେ…
ଭଦ୍ରକରେ ଆସାମର ୪୦ ଚାଷୀ
ଭଦ୍ରକ ଅଫିସ, ୧୯।୨: ଆସାମ କୃଷି ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭିନ୍ନ ଜିଲାର ୪୦ଜଣ ଅଗ୍ରଣୀ ଚାଷୀ ଉନ୍ନତ ଚାଷ ପ୍ରଣାଳୀ ଓ ବିଭିନ୍ନ ଚାଷ ମଡେଲ ଅନୁଧ୍ୟାନ ପାଇଁ ବୁଧବାର ଭଦ୍ରକ ଗସ୍ତ କରିଥିଲେ। ଭଦ୍ରକ ରାଣୀତାଲସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର…
ପ୍ରତି ଜିଲାରେ ଖୋଲିବ ମଡେଲ ଧାନମଣ୍ଡି
ଭୁବନେଶ୍ୱର,୧୯।୨(ବ୍ୟୁରୋ): ରାଜ୍ୟର ପ୍ରତ୍ୟେକ ଜିଲାରେ ମଡେଲ ଧାନମଣ୍ଡି ନିର୍ମାଣ ହେବ। ଏ ନେଇ ପ୍ରତ୍ୟେକ ଜିଲାର ବିଧାୟକଙ୍କଠାରୁ ମତାମତ ନିଆଯିବ। ମଡେଲ ମଣ୍ଡିର ରୂପରେଖ କିଭଳି ହେବ ସେ ନେଇ ବିଭାଗ ପକ୍ଷରୁ ଏକ ବୈଷୟିକ ଟିମ୍ ଅନ୍ୟ ରାଜ୍ୟକୁ ଗସ୍ତ…
ରାଜ୍ୟରେ ଉତ୍ପାଦନ ହେଉଛି ୨୦ହଜାର ମେଟ୍ରିକ୍ ଟନ୍ ଲିଚୁ
ଭୁବନେଶ୍ୱର,୧୯।୨(ବ୍ୟୁରୋ): ଲିଚୁ ଚାଷ ପାଇଁ ଆର୍ଦ୍ର ଉପକ୍ରାନ୍ତୀୟ ଜଳବାୟୁ ଅତ୍ୟନ୍ତ ଉତ୍କୃଷ୍ଟ। ଓଡ଼ିଶାରେ ପ୍ରାୟ ୪,୪୭୭ ହେକ୍ଟର ଜମିରେ ଲିଚୁ ଚାଷ କରାଯାଇ ୨୦,୪୩୧ ମେଟ୍ରିକ୍ ଟନ୍ ଉତ୍ପାଦିତ ହେଉଛି। ଓଡ଼ିଶାରେ ସମ୍ବଲପୁର ଜିଲାର କୁଚିଣ୍ଡା, ସୁନ୍ଦରଗଡ଼ ଜିଲାର ପାନପୋଷ, ବଣାଇଁ,…
ବାଲେଶ୍ୱରରେ ଧରାପଡ଼ିଲେ ନକଲି ପରୀକ୍ଷାର୍ଥୀ
ବାଲେଶ୍ୱର ଅଫିସ, ୧୯।୨: ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ପାଉଁଶକୁଲି ଗ୍ରାମର ରାଧାନାଥ ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ବୁଧବାର ମାଟ୍ରିକ ପରୀକ୍ଷା ଚାଲୁଥିବା ବେଳେ ଜଣେ ନକଲି ପରୀକ୍ଷାର୍ଥୀ ଧରାପଡ଼ିଛନ୍ତି। ସେ ହେଲେ ହିମାଂଶୁ ବେହେରା। ତାଙ୍କୁ ସିଂଲା ଥାନା ପୋଲିସ…
ସ୍କୁଲ କର୍ତ୍ତୃପକ୍ଷ ଆଡମିଟ୍ କାର୍ଡ ନ ଦେବାରୁ ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ର: ରାମଚଣ୍ଡୀ ଥାନାରେ ଅଭିଭାବକଙ୍କ ଅଭିଯୋଗ
କୋଣାର୍କ,୧୯।୨(ଡି.ଏନ୍.ଏ): ବୁଧବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ମାତ୍ର ସ୍କୁଲ କର୍ତ୍ତୃପକ୍ଷ ଆଡମିଟ୍ କାର୍ଡ ନ ଦେବାରୁ ଜଣେ ଛାତ୍ର ଏହି ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି। ଏ ନେଇ ରାମଚଣ୍ଡୀ ଥାନାରେ ଅଭିଯୋଗ ହୋଇଛି। ଉକ୍ତ ଥାନା ଅନ୍ତର୍ଗତ ବାବା ବାଲି…
ଆନନ୍ଦପୁରରେ ୫ ପରୀକ୍ଷାକେନ୍ଦ୍ରରେ ୧୪୪ ଧାରା
ଆନନ୍ଦପୁର,୧୯। ୨(ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ୫ ମାଟ୍ରିକ୍ ପରୀକ୍ଷାକେନ୍ଦ୍ରରେ ୧୪୪ ଧାରା ଲାଗୁ କରାଯାଇଛି। ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ଭାବେ ପରିଗଣିତ ଏହି କେନ୍ଦ୍ରଗୁଡିକରେ ପରୀକ୍ଷା ସୁପରିଚାଳନା ପାଇଁ ୧୪୪ ଧାରା ଲାଗୁ କରାଯାଇଥିବା ସୂଚନା ମିଳିଛି। ଆନନ୍ଦପୁର…
ଆରମ୍ଭରୁ ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ, ମନ୍ତ୍ରୀ କହିଲେ ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ
ଧର୍ମଗଡ଼,୧୯।୨(ଡି.ଏନ୍.ଏ.): ବୁଧବାର ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ। ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ବେଳେ ଏହାର ଘଣ୍ଟାଏ ନ ପୂରୁଣୁ କଳାହାଣ୍ଡି ଜିଲା ଧର୍ମଗଡ଼ ଅଞ୍ଚଳରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର ମୋବାଇଲରୁ ମୋବାଇଲକୁ…
ସ୍କୁଲ ଅଟୋରୁ ଖସି ପ୍ରଥମ ଶ୍ରେଣୀଛାତ୍ର ମୃତ: ଅଟୋ ସହ ଚାଳକ ଫେରାର, ତାତିଲେ ଲୋକେ
ଦିଗପହଣ୍ଡି,୧୯।୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ବିଦ୍ୟୁତ ଷ୍ଟେଶନ ନିକଟ ମୁଖ୍ୟ ରାସ୍ତାରେ ସ୍କୁଲ ଅଟୋରୁ ଖସି ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଛାତ୍ର ଜଣକ ହେଲେ କବିସୂର୍ଯ୍ୟ ନଗର ଥାନା ଗୁଡିଆଳି ଗାଁର ବୁଲୁ ପ୍ରଧାନଙ୍କ ପୁଅ…
Archives


