ରାଜ୍ୟ

‘ଗାନ୍ଧୀ ଶାନ୍ତିକେନ୍ଦ୍ର’କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: କହିଲେ ‘ଅହିଂସା ଭାରତୀୟତାର ପରିଚୟ’

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଭୁବନେଶ୍ୱର ଖଣ୍ଡଗିରିଠାରେ ଶନିବାର ଗାନ୍ଧି ଶାନ୍ତିକେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରି ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ୫ ଏକର ଜମିରେ ସ୍ଥାପିତ ଗାନ୍ଧି ଶାନ୍ତିକେନ୍ଦ୍ର ଆଦିତ୍ୟ ବିର୍ଲା ଓ ରାଜ୍ୟ ସରକାରଙ୍କ...

ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ କଳାହାଣ୍ଡି ଜିଲା ଗସ୍ତ: ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ସମୀକ୍ଷା ବୈଠକ

ଭବାନୀପାଟଣା,୨୨।୨(ଡି.ଏନ୍‌.ଏ.): ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ଶନିବାର କଳାହାଣ୍ଡି ଜିଲା ଗସ୍ତ କରିଛନ୍ତି। ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ସେ ଯୋଗ ଦେଇଥିଲେ। ପରେ ଜିଲା ପୋଲିସ କାର୍ଯ୍ୟାଳୟଠାରେ ଆୟୋଜିତ ଏକ...

କର୍ତ୍ତବ୍ୟରେ ଅବହେଳା: ୨ ଶିକ୍ଷକଙ୍କ ଦରମା ବନ୍ଦ ଲାଗି ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଆକ୍ସନ ମୁଡ୍‌ରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରହିଆସୁଛନ୍ତି। କେତେବେଳେ ଅଚାନକ ସ୍କୁଲ ଗସ୍ତ କରିବା ହେଉ ଅଥବା କେବେ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏହି...

ଲହଣ୍ଡାବୁଡ଼ ଗ୍ରାମରେ ଟିଭି ବିସ୍ଫୋରଣ: ମହିଳା ମୃତ, ସ୍ବାମୀ ଓ ଶିଶୁକନ୍ୟା ଗୁରୁତର

ସୁନ୍ଦରଗଡ଼,୨୨।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଧୁରୁଆଡିହି ଥାନା ଅନ୍ତର୍ଗତ ଲହଣ୍ଡାବୁଡ଼ ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଏକ ଅଘଟଣ ଘଟିଛି। ଟିଭି ବିସ୍ଫୋରଣ ହେବା ଯୋଗୁ ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ...

ଭୁବନେଶ୍ୱର ଏମ୍ସରେ ହିନ୍ଦୀ ଭାଷାର ଗୁରୁତ୍ୱକୁ ସବୁ ମହଲରେ ବିରୋଧ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ର ସମସ୍ତ କର୍ମଚାରୀ ଓ ଫାକଲ୍ଟି ହିନ୍ଦୀ ଭାଷାରେ ଦସ୍ତଖତ କରିବା ସହ ରେକର୍ଡ ପ୍ରସ୍ତୁତ କରିବେ। ଏହି ମର୍ମରେ ଗୁରୁବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କୌଣସି କାରଣ ନ ଥାଇ ହିନ୍ଦୀଭାଷାକୁ...

ବନ୍ଧୁ ହେବ ତ ଏମିତି

ପୁରୀ ଅଫିସ/ଭୁବନେଶ୍ୱର (ବ୍ୟୁରୋ),୨୨।୨: ଜୀବନରେ ବନ୍ଧୁର ସ୍ଥାନ ସ୍ବତନ୍ତ୍ର। ବନ୍ଧୁତ୍ୱ ଆଗରେ ଧନସମ୍ପତ୍ତି, ପଦପଦବୀ, ଉଚ୍ଚନୀଚ, ଜାତିଅଜାତିର କିଛି ମୂଲ୍ୟନାହିଁ। ବନ୍ଧୁଙ୍କ ଆଗରେ ସବୁକଥା କହି ହୋଇଥାଏ। ବନ୍ଧୁଙ୍କ ଖୁସିରେ ଖୁସି ହେବା ଏବଂ ଦୁଃଖ ସମୟରେ ସହାୟତାର ହାତ...

୨୫ ପର୍ଯ୍ୟଟକଙ୍କୁ ଛାଡ଼ି ମଦ୍ୟପ ଡ୍ରାଇଭର ଫେରାର

ଗୋପ,୨୨।୨(ଡି.ଏନ.ଏ.): ଚେନ୍ନାଇରୁ ପୁରୀ-କୋଣାର୍କ ବୁଲି ଆସିଥିବା ୨୫ଜଣ ପର୍ଯ୍ୟଟକଙ୍କୁ ମଦ୍ୟପ ଡ୍ରାଇଭର ଗୋପ-କୋଣାର୍କ ରାସ୍ତାର ବାଲିସାହି ନିକଟରେ ଛାଡ଼ିଦେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ କୌଣସି ଅଘଟନ ଘଟିଥିବା ଅନୁମାନ କରି ଡ୍ରାଇଭରକୁ ଗୋଡ଼ାଇଥିଲେ ମଧ୍ୟ ଧରିବାରେ ଅସଫଳ...

ପରଲୋକରେ ଅନୁବାଦକ ଯୁଗଳ କିଶୋର

ଭୁବନେଶ୍ୱର,୨୨।୨(ବ୍ୟୁରୋ) : ବିଶିଷ୍ଟ ଅନୁବାଦକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତି୍ୟକ ଯୁଗଳ କିଶୋର ଦତ୍ତଙ୍କର ଶୁକ୍ରବାର ତାଙ୍କ ବାସଭବନରେ ପରଲୋକ ଘଟିଛି। ୯୨ ବର୍ଷୀୟ ଯୁଗଳ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ୧୯୨୮ ଡିସେମ୍ବର ୨୪ରେ ଯାଜପୁର...

୧୭ ସହରରୁ ଉତ୍ପାଦନ ହେବ ସବୁଜ ଶକ୍ତି

ଭୁବନେଶ୍ୱର,୨୨।୨(ବ୍ୟୁରୋ): ପାରମ୍ପରିକ ଶକ୍ତି ଉତ୍ସ ବେଳକୁ ବେଳ ହ୍ରାସ ପାଉଥିବାରୁ ଅଣପାରମ୍ପରିକ ଶକ୍ତି ଉପରେ ଆଗାମୀ ଦିନରେ ଅଧିକ ନିର୍ଭର କରିବାକୁ ପଡ଼ିବ। ସେଥିପାଇଁ ରାଜ୍ୟ ସରକାର ସବୁଜ ଶକ୍ତି ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏହି ଶକ୍ତି ଉତ୍ସକୁ...

ଅନୁପଙ୍କୁ ରାତିଅଧିଆ ମାରାଥନ ଜେରା

ଝାରସୁଗୁଡ଼ା, ୨୨।୨(ଡି.ଏନ.ଏ.): ବହୁ ଚର୍ଚ୍ଚିତ କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍‌ଲି ହତ୍ୟା ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଛତିଶଗଡ ପୋଲିସ ମାରାଥନ ଜେରା କରୁଛି। ଶନିବାର ସନ୍ଧ୍ୟାରେ ଅନୁପଙ୍କ ରିମାଣ୍ଡ ଅବଧି ଶେଷ ହେଉଥିବାରୁ ପୋଲିସ...

ଭାଇରାଲ ଭିଡିଓରେ ଆର୍‌ଟିଓ

ନବରଙ୍ଗପୁର,୨୨।୨(ବି.ପ୍ର.): ୫-ଟି ଅଧୀନରେ ରାଜ୍ୟର ସବୁ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଦଲାଲ ଓ ଦୁର୍ନୀତିମୁକ୍ତ କରିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ସେହି ସମାନ ସମୟରେ ନବରଙ୍ଗପୁର ଜିଲାର ଆଞ୍ଚଳିକ ପରିବହନ ଅଧିକାରୀ ଦୁର୍ନୀତି କରୁଥିବା ଅଭିଯୋଗ...

ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଶୁକ୍ରବାର ପବିତ୍ର ଜାଗର ଲାଗି ରାଜଧାନୀ ଚଳଚଞ୍ଚଳ ଥିବାବେଳେ ଇନ୍‌ଫୋସିଟି ଥାନା ଅଧୀନ ସିପେଟ୍‌ ନିକଟସ୍ଥ ଏକ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଅଞ୍ଚଳର ଚିନ୍ମୟ କୁମାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri