ରାଜ୍ୟ

ଦିନକର ଦରମା ଦେବେ ସଚିିବାଳୟ କର୍ମଚାରୀ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ସ୍ବତନ୍ତ୍ର ପାଣ୍ଠି ସଂଗ୍ରହ କରୁଛନ୍ତି। ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିବିଶେଷ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସିଧାସଳଖ ସହାୟତା ପ୍ରଦାନ କରୁଛନ୍ତି। ଏହି କ୍ରମରେ ଓଡ଼ିଶା ସଚିବାଳୟ ସେବା ସଂଘ(ଓସା)ର କର୍ମକର୍ତ୍ତାମାନେ...

କରୋନା ମୁକାବିଲା ପ୍ରସ୍ତୁତି ପରଖିଲେ ବାଗ୍‌ଚୀ

ପୁରୀ ଅଫିସ,୩୦ା୩: ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ରବିବାର ପୁରୀ ଗସ୍ତରେ ଆସିଥିଲେ। କରୋନା ମୁକାବିଲା ନେଇ ପୁରୀ ଜିଲା ପ୍ରଶାସନ କେତେ ପ୍ରସ୍ତୁତ ତାହା ପରଖିଥିଲେ। ଏହି ଅବସରରେ ଜିଲା ନିୟନ୍ତ୍ରଣ କକ୍ଷ, ପୋଲିସ...

ଓଡ଼ିଶାରେ ଅଟକିଛନ୍ତି ୧୫,୬୦୦ ଶ୍ରମିକ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ଲକ୍‌ଡାଉନ୍‌ ଫଳରେ ଓଡ଼ିଶାରେ ରାଜ୍ୟ ବାହାରର ୧୫ହଜାର ୬ଶହରୁ ଊର୍ଦ୍ଧ୍ୱ ଶ୍ରମିକ ଫସି ରହିଛନ୍ତି। ଏମାନେ ପଶ୍ଚିମବଙ୍ଗ, ରାଜସ୍ଥାନ, ହରିୟାଣା, ଉତ୍ତରପ୍ରଦେଶ, ବିହାର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଆଦି ରାଜ୍ୟର ବୋଲି ଜଣାପଡିଛି। ଏମାନଙ୍କୁ ୧୦୪ଟି କ୍ୟାମ୍ପରେ ରଖାଯାଇ ଖାଦ୍ୟ...

ଦିନକୁ ୮ଘଣ୍ଟା ଡ୍ୟୁଟି କରିବେ ପୋଲିସ କର୍ମଚାରୀ: ସପ୍ତାହରେ ଦିନେ ଛୁଟି

କଟକ ଅଫିସ,୩୦ା୩: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଓଡ଼ିଶାରେ ବି ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଲକ୍‌ଡାଉନ୍‌କୁ କାର୍ଯ୍ୟକାରୀ କରିବାର ଗୁରୁଦାୟିତ୍ୱ ପୋଲିସ କର୍ମଚାରୀଙ୍କ ଉପରେ ରହିଛି। ଦିନତମାମ୍‌ ସେମାନଙ୍କୁ ବିଭିନ୍ନ...

ଜରୁରୀ ସାମଗ୍ରୀ ପରିବହନ କରିବ ପୂର୍ବତଟ ରେଳପଥ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): କରୋନା ସଂକ୍ରମଣ ମୁକାବିଲା ଲାଗି ସମଗ୍ର ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନରେ ସମସ୍ୟା ସୃଷ୍ଟି ହୋଇଛି। ଏଭଳିସ୍ଥିତିରେ ପୂର୍ବତଟ ରେଳପଥ ଜରୁରୀକାଳୀନ ସାମଗ୍ରୀର ପରିବହନ ଲାଗି ସହଯୋଗର ହାତ ବଢାଇଛି। ରେଳପଥ...

ଦିନିକିଆ ଅଧିବେଶନ, ଯୋଗଦେବେ ୩୦% ସଦସ୍ୟ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ବିଧାନସଭାର ବଜେଟ ଅଧିବେଶନ ସୋମବାର ଲୋକସେବା ଭବନର ନୂତନ କନ୍‌ଭେନ୍‌ଶନ ବିଲ୍ଡିଂରେ ଅନୁଷ୍ଠିତ ହେବ। ଏହି ଅଧିବେଶନରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବ। ଏଥିଲାଗି ରବିବାର ଲୋକସେବା ଭବନକୁ ସମ୍ପୂର୍ଣ୍ଣ ସାନିଟାଇଜ...

ଦୁଇଦିନ ବର୍ଷା ସହ ବଜ୍ରପାତ: ତାପମାତ୍ରା ଆହୁରି ବଢ଼ିବ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ସାରା ରାଜ୍ୟରେ ଏବେ ତାପମାତ୍ରା ବଢ଼ିବାରେ ଲାଗିଛି। ଦିନବେଳା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ହେଲେ ଅପରାହ୍ନରୁ ହଠାତ ପାଗରେ ପରିବର୍ତ୍ତନ ଘଟୁଛି। ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହିତ ବଜ୍ରପାତ ମଧ୍ୟ ହୋଇଛି। ଆସନ୍ତା ଦୁଇଦିନ ଏହିଭଳି...

ଅଂଶୁଘାତ ଆଶଙ୍କା, ଜିଲାପାଳଙ୍କୁ ସତର୍କ କଲେ ଏସ୍‌ଆର୍‌ସି

ଭୁବନେଶ୍ୱର,୩୦ା୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ସରକାରଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ଲଢ଼େଇ ଜାରି ରଖିଛନ୍ତି। ଏପରି ସ୍ଥିତିରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ଚିନ୍ତା ବଢ଼ାଇ ଦେଇଛି। ଅଂଶୁଘାତ ଆଶଙ୍କା ଦେଖାଦେଇଥିବାରୁ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ...

ଲକ୍‌ଡାଉନ ପ୍ରଭାବ: ରାସ୍ତାରେ କ୍ଷୀର ଢାଳିଲେ ଚାଷୀ

ବାଲିଅନ୍ତା,୨୯ା୩(ଡି.ଏନ୍‌.ଏ.)-କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ୨୧ଦିନିଆ ଲକଡାଉନ ଘୋଷଣା କରାଯାଇଛି। ଏହାର ପ୍ରଭାବ ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକର ଜଣେ ଦୁଗ୍ଧ ବ୍ୟବସାୟୀଙ୍କ ଉପରେ ପଡ଼ିଛି। ବ୍ଲକର ଜୟଦେବ ପଞ୍ଚାୟତ ଅଧୀନ ଫିରିଫିରା ଗ୍ରାମର ଚାଷୀମାନେ...

ସୀମାନ୍ତରେ ପ୍ରବାସୀଙ୍କୁ ଅଟକାଅ: ହାଇକୋର୍ଟ

କଟକ ଅଫିସ,୨୯।୩: ସାରା ବିଶ୍ୱରେ ଏବେ କରୋନା ଆତଙ୍କ। ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ରୋକିବାକୁ ନେଇ ଦେଶକୁ ୨୧ ଦିନ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଗରିବ ଏବଂ ଶ୍ରମିକ ଶ୍ରେଣୀୟ ଲୋକେ ଏହାଦ୍ୱାରା...

ଜିଲାପାଳଙ୍କୁ ସରକାରଙ୍କ ନିର୍ଦ୍ଦେଶ: ଲକ୍ଷଣ ଥାଉ ବା ନ ଥାଉ ତୁରନ୍ତ କ୍ୱାରାଣ୍ଟାଇନ୍‌ରେ ରହିବେ ସଂକ୍ରମିତ ଅଞ୍ଚଳରୁ ଆସିଥିବା ଲୋକେ

ଭୁବନେଶ୍ୱର,୨୯।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ରୋକିବା ଲାଗି ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ସଂକ୍ରମିତ ଦେଶ କିମ୍ବା ଅଞ୍ଚଳରୁ ଓଡ଼ିଶାକୁ ଆସିଥିବା ଲୋକମାନଙ୍କୁ ତୁରନ୍ତ କ୍ୱାରାଣ୍ଟାଇନ୍‌ରେୁ ରଖିବାକୁ ରାଜ୍ୟ ସରକାର ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ୩ଟି ଦିଗକୁ...

ବସ୍ତିରେ ରହୁନି ସାମାଜିକ ଦୂରତ୍ୱ, ସଂକ୍ରମଣ ଆଶଙ୍କା

ଭୁବନେଶ୍ୱର, ୨୯ା୩(ବ୍ୟୁରୋ): ଲୋକଙ୍କୁ କରୋନା ଭାଇରସ୍‌ (କୋଭିଡ୍‌-୧୯) ସଂକ୍ରମଣରୁ ରୋକିବା ଓ ଗହଳି ସ୍ଥାନରୁ ଦୂରେଇ ରହିବାକୁ ବାରମ୍ବାର ସଚେତନ ଓ ସତର୍କ କରାଯାଉଛି। ସାମାଜିକ ଦୂରତ୍ୱକୁ ଅଧିକ ଗୁରୁତ୍ୱ ଦିଆଯାଉଥିଲେ ହେଁ ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ଏହାକୁ ଖୋଲାଖୋଲି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri