ରାଜ୍ୟ

୨୦ରୁ ରାଜ୍ୟରେ ଟେଲି ମେଡିସିନ୍‌ ସେବା

ଭୁବନେଶ୍ୱର,୧୬।୭(ବ୍ୟୁରୋ)-ଆସନ୍ତା ୨୦ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଟେଲି ମେଡିସିନ ସେବା। ରାଜ୍ୟରେ କରୋନା କଟକଣା ପରିସ୍ଥିତି ଯୋଗୁ ସାଧାରଣ ରୋଗୀଟିଏ ହସ୍ପିଟାଲ ଯିବା ସମ୍ଭବ ହୋଇପାରୁ ନାହିଁ। ପ୍ରତିକାର ସ୍ବରୂପ ରାଜ୍ୟ ସରକାର ଟେଲି ମେଡିସିନ୍‌ ସେବା ଆରମ୍ଭ କରିବାକୁ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୧ କରୋନା ଆକ୍ରାନ୍ତ: କେଉଁ ଜିଲାରୁ କେତେ

ଭୁବନେଶ୍ୱର,୧୬।୭(ବ୍ୟୁରୋ)-ରାଜ୍ୟରେ ଗୁରୁବାର ଆଉ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାଜପୁର ଜିଲାରୁ ସର୍ବାଧିକ ୯୮ ଜଣ ସୁସ୍ଥ ହୋଇଥିବାବେଳେ ଗଞ୍ଜାମରୁ ୮୪, ସୁନ୍ଦରଗଡରୁ ୪୬, ଗଜପତିରୁ ୩୬, ଝାରସୁଗୁଡାରୁ ୩୦, କେନ୍ଦୁଝର, ମାଲକାନଗିରି, ଜଗତସିଂହପୁରରୁ ୧୭ ଜଣ ଲେଖାଏଁ ସୁସ୍ଥ…

ପାରିବାରିକ କଳହର କରୁଣ ପରିଣତି : ଦୁଇ ଝିଅଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା କଲେ ସ୍ତ୍ରୀ

ପବିତ୍ରନଗର,୧୬।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ସମଲ ଥାନା ଶିଲିଂ ଗ୍ରାମରେ ଗୁରୁବାର ସକାଳେ ପାରିବାରିକ କଳହକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଗ୍ରାମର ସୁନନ୍ଦ ପ୍ରଧାନ(୫୫)ଙ୍କ ମୃତ୍ୟୁ ଘଟିଛି। ତେବେ ମୃତକଙ୍କ ସ୍ତ୍ରୀ ଭାରତୀ ପ୍ରଧାନ ଏହି ହତ୍ୟା…

‘କଭି ଅଲବିଦା ନା କେହେନା’

ଭୁବନେଶ୍ୱର,୧୬।୭(ବ୍ୟୁରୋ): ସୁନ୍ଦରଗଡ଼ ଏସ୍‌ପି ଭାବେ ବଦଳି ହୋଇଛନ୍ତି ଟ୍ରାଫିକ୍‌ ଡିସିପି ସାଗରିକା ନାଥ। ତାଙ୍କୁ ପୋଲିସ ସେବା ଭବନରେ ଗୁରୁବାର ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଅପରାହ୍ନରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସାଗରିକା ସହଯୋଗ ପାଇଁ ପୋଲିସ ଅଧିକାରୀ, ଗଣମାଧ୍ୟମକୁ ଧନ୍ୟବାଦ ଦେଇଛନ୍ତି।…

ଭୁବନେଶ୍ୱର @ ୯୧୯: ଆଜି ଚିହ୍ନଟ ହେଲେ ୬୦ ନୂଆ କରୋନା ଆକ୍ରାନ୍ତ; ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ରାଜଧାନୀରେ ଗୁରୁବାର ନୂଆ ୬୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରୁ ୪୦ ଜଣ ଥିବା ବେଳେ ୨୦ ଲୋକାଲ କେସ୍‌ ରହିଛି। ସେହିଭଳି ୧୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)…

୩୬ ସାଧାରଣ ସମ୍ପାଦକ ନିଯୁକ୍ତ କଲେ ନବୀନ: ଜାଣନ୍ତୁ କାହାକୁ ମିଳିଲା କି ଦାୟିତ୍ୱ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୩୬ଜଣ ନେତାଙ୍କୁ ସାଧାରଣ ସମ୍ପାଦକ ନିଯୁକ୍ତ କରିବା ସହ ବିଭିନ୍ନ ଦାୟିତ୍ୱ ଦେଇଛନ୍ତି। ସୁଶାନ୍ତ ସିଂହ, ଚନ୍ଦ୍ରସାରଥୀ ବେହେରା, ମନୋହର ରନ୍ଧାରୀ, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ , ସ୍ନେହାଙ୍ଗିନୀ…

କରୋନାକୁ ହରାଇ କାର୍ଯ୍ୟରେ ଯୋଗଦେଲେ କୋଭିଡ ଯୋଦ୍ଧା: ସଙ୍ଗୀତା ସମସ୍ତଙ୍କ ପାଇଁ ଉଦାହରଣ ଟୁଇଟ କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୧୬।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁର ଶିକ୍ଷୟିତ୍ରୀ ତଥା କରୋନା ଯୋଦ୍ଧା ସଙ୍ଗୀତା ପାଣିଗ୍ରାହୀ କରୋନାରୁ ସୁସ୍ଥ ହୋଇ ପୁଣି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଟୁଇଟ କରି କହିଛନ୍ତି ଯେ, କୋଭିଡ ଯୁଦ୍ଧରେ ଆଗଧାଡ଼ିର…

୮୪ ପ୍ରତିଶତ ଗାଁ ଗ୍ରୀନ୍‌ ଜୋନରେ, ସହର ପାଇଁ ବଢ଼ିଛି ଚିନ୍ତା: ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୬।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ସହ ମୃତ୍ୟୁ ହାର ରାଜ୍ୟ ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟଇଛି। ଏଥିସହ ସଂକ୍ରମଣ ବ୍ୟାପୁଥିବାରୁ ଜିଲାବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି।…

ରାଜ୍ୟରେ କରୋନା ନେଲା ଆଉ ୨ଜୀବନ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ରାଜ୍ୟରେ କରୋନା ଜନିତ ଆଉ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ଗଞ୍ଜାମ ଜିଲାର। ଏହାକୁ ମିଶାଇ ଗଞ୍ଜାମ ଜିଲାରେ ମୃତ୍ୟୁ ସଂଖ୍ୟା ୪୮ରେ ପହଞ୍ଚିଛି। ଗଞ୍ଜାମର ୨ ମୃତକ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ…

CORONAVIRUS UPDATE: ରାଜ୍ୟରେ ୧୫ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଦିନକୁ ଦିନ ଚିନ୍ତା ବଢ଼ାଉଛି କରୋନା। ରାଜ୍ୟରେ ଗୁରୁବାର ପୁଣି ୪୯୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ହଜାରକୁ ଟପିଛି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୨୨କ୍ୱାରାଣ୍ଟାଇନ୍‌ ସେଣ୍ଟରର ହୋଇଥିବା…

ସ୍ବର୍ଗଦ୍ୱାର ପୁନରୁଦ୍ଧାର ପାଇଁ ତତ୍ପରତା

ପୁରୀ ଅଫିସ,୧୬ା୭: ନୂଆ ରୂପ ନେବ ସ୍ବର୍ଗଦ୍ୱାର। ବଦଳିବ ଏହାର ଚେହେରା। ପୁରୀ ପାଇଁ ଯେଉଁ ବିକାଶର ଚିତ୍ର ପରିକଳ୍ପନା କରାଯାଇଛି ସେଥିରେ ସ୍ବର୍ଗଦ୍ୱାରକୁ ସାମିଲ କରାଯାଇଛି। ଦୂରଦୂରାନ୍ତରୁ ମୃତଦେହ ଦାହ ପାଇଁ ଆସୁଥିବା ସମ୍ପର୍କୀୟମାନେ ଯେପରି କୌଣସି ପ୍ରକାର ତିକ୍ତ…

ଅନିଶ୍ଚିତତାରେ ଧଉଳି ରୋପ୍‌ ଓ୍ବେ

ଭୁବନେଶ୍ୱର (ବ୍ୟୁରୋ)/ପୁରୁଣା ଭୁବନେଶ୍ୱର,୧୬ା୭(ଡିଏନ୍‌.ଏ.): ଧଉଳିରେ ହେବାକୁ ଥିବା ରୋପ୍‌ ଓ୍ବେ ପାଇଁ ଆଶା ମଉଳିଛି। ରୋପ୍‌ ଓ୍ବେ ନିର୍ମାଣ ପାଇଁ କାର୍ଯ୍ୟଭାର ଦିଆଯାଇଥିବା ସଂସ୍ଥା ଠିକ୍‌ ସମୟରେ କାର୍ଯ୍ୟ ନ କରିପାରିବାରୁ ପର୍ଯ୍ୟଟନ ବିଭାଗ ଏହାକୁ ବାତିଲ କରିଛି। ଫଳରେ ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri