ମୋବାଇଲ ଭ୍ୟାନ୍ରେ ହେବ କରୋନା ଟେଷ୍ଟ
ଭୁବନେଶ୍ୱର,୨୭।୭(ବ୍ୟୁରୋ)-ଏଣିକି ମୋବାଇଲ ଭ୍ୟାନରେ ହେବ କରୋନା ଟେଷ୍ଟ। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଭ୍ୟାନ ବୁଲି ଟେଷ୍ଟିଂ କରିବ। ଗଞ୍ଜାମରେ ମୋବାଇଲ ଭ୍ୟାନ୍ ମାଧ୍ୟମରେ କରୋନା ଟେଷ୍ଟ କରାଯାଉଛି। ରାଜ୍ୟର ଆହୁରି ଅନେକ ସ୍ଥାନରେ ଏହିଭଳି ଟେଷ୍ଟ କରିବା ପାଇଁ ପ୍ରସ୍ତାବ…
କଟକରେ କାୟା ବିସ୍ତାର କରୁଛି କରୋନା: ଆଜି ୬୫ କରୋନା ଆକ୍ରାନ୍ତ ଚିହ୍ନଟ
କଟକ ଅଫିସ,୨୭।୭-କଟକରେ କାୟା ବିସ୍ତାର କରୁଛି କରୋନା। ସୋମବାର ସହରରୁ ଆଉ ୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୯ ଜଣ କ୍ୱାରାଣ୍ଟାଇନରେ ଥିବାବେଳେ ୬ ଲୋକାଲ କଣ୍ଟାକ୍ଟ କେସ। ଖଟବିନ ସାହିରୁ ୨୮ କରୋନା ଆକ୍ରାନ୍ତ ଚିହ୍ନଟ…
ରାଜଧାନୀରେ ଆଉ ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨୭।୭(ବ୍ୟୁରୋ)-ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସୋମବାର ରାଜଧାନୀ ଭୁବନେଶ୍ୱରରୁ ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୧୧୮ ଜଣ ଥିବାବେଳେ ୪୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଆଇଗିଣିଆ ଆଳୁଗଦିରୁ ୨୦…
ଆଉନାହାନ୍ତି ଆଲ୍ବମ୍ କୁଇନ୍ ଦୀପା ସାହୁ
ଭୁବନେଶ୍ୱର,୨୭।୭(ବ୍ୟୁରୋ): ଲୋକପ୍ରିୟ ଆଲ୍ବମ୍ ଅଭିନେତ୍ରୀ ଦୀପା ସାହୁଙ୍କ ସୋମବାର ପରଲୋକ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଦୀପାଙ୍କ ମୃତ୍ୟୁ ଘଟିଛି। ଦୀର୍ଘ ଦିନ କ୍ୟାନ୍ସରରେ ପୀଡ଼ିତ ହୋଇ ସେ ଚିକିତ୍ସାଧୀନ ଥିଲେ । ଦୀପାଙ୍କ ଦେହାନ୍ତ ନେଇ ସ୍ବାମୀ…
ଅଗଷ୍ଟ ୨ ଯାଏ ଅତାବିରା ଶଟଡାଉନ୍
ସରଣ୍ଡା,୨୭।୭( ଡି.ଏନ୍.ଏ.): ବରଗଡ ଜିଲାରେ କରୋନା ହୁ ହୁ ହୋଇ ବଢ଼ିଚାଲିଛି। ଅତାବିରାରେ ଗୋଷ୍ଟି ସଂକ୍ରମଣ ଦିଗକୁ ଆଗଉ ଥିବାବେଳେ ସୋମବାର ୨୧ ଜଣଙ୍କ ରିପୋର୍ଟ ପଜିଟିଭ ହୋଇଥିବା ବରଗଡ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ଏହାପରେ ଅତାବିରାରେ କରୋନା…
ଚିଲିକାରେ ୭ ଦିନ ବନ୍ଦ ହେଲା ଭସାପୋଲ
କୃଷ୍ଣପ୍ରସାଦ,୨୭ା୭(ଡି.ଏନ୍.ଏ.): ଚିଲିକାରେ ୭ ଦିନ ପର୍ଯ୍ୟନ୍ତ ଭସାପୋଲ ଏବଂ ଡଙ୍ଗାକୁ ବନ୍ଦ କରିଦିଆଯାଇଛି। ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ କିଛିଦିନ ହେବ କରୋନା ପଜିଟିଭ୍ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାରୁ ଏହି ପଦକ୍ଷେପ ନିଆଯାଇଛି। ଗତ ୨୪ ତାରିଖରେ ୨୨ କରୋନା…
ଅଗଷ୍ଟରେ ଯୁକ୍ତ ୨ ପରୀକ୍ଷା ଫଳ
ଭୁବନେଶ୍ୱର, ୨୭।୭(ବ୍ୟୁରୋ): ଚଳିତ ମାସ ୨୯ ତାରିଖରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଥିବା ବେଳେ ଅଗଷ୍ଟରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏ ନେଇ ସୋମବାର ଆୟୋଜିତ ଏକ ଖବରତାଦା ସମ୍ମିଳନୀରେ ସ୍କୁଲ ଓ ଗଣଶିକ୍ଷା…
ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳ ବଦଳ
ଭୁବନେଶ୍ୱର,୨୭ା୭(ବ୍ୟୁରୋ): ରାଜ୍ୟ ସରକାର ସୋମବାର ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି। ରାଜକୁମାର ଶର୍ମାଙ୍କୁ କୃଷି ଉତ୍ପାଦନର କମିଶନର ଭାବେ ନିଯୁକ୍ତି ମିଳିଥିବାବେଳେ ଶ୍ରୀମତୀ ଅନୁ ଗର୍ଗ ଜଳସମ୍ପଦ ବିଭାଗ ସଚିବ ହୋଇଛନ୍ତି। ଏଥିସହିତ ମହିଳା ଶିଶୁ ବିକାଶ ଓ…
୨୯ରେ ମାଟ୍ରିକ ପରୀକ୍ଷା ଫଳ
ଭୁବନେଶ୍ୱର,୨୭ା୭(ବ୍ୟୁରୋ): ମାଟ୍ରିକ ପରୀକ୍ଷା ଫଳକୁ ନେଇ ନାନା ଆଶା ଆଶଙ୍କା ଦେଖା ଦେଇଥିଲା। ତେବେ ଦୀର୍ଘଦିନ ପ୍ରତୀକ୍ଷାର ଅନ୍ତ ଘଟିଛି। ଚଳିତମାସ ୨୯ ତାରିଖରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ସୋମବାର ପ୍ରେସ୍ମିଟ୍ରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ…
ବରଗଡ଼ରୁ ୨୩ ନୂଆ କରୋନା ପଜିଟିଭ ଚିହ୍ନଟ, ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୬ରେ ପହଞ୍ଚିଲା
ବରଗଡ଼ ଅଫିସ,୨୭।୭: ବରଗଡ଼ ଜିଲାରୁ ସୋମବାର ୨୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଆତାବିରା ଏନ୍ଏସିର କଣ୍ଟେନ୍ମେଣ୍ଟ ଅଞ୍ଚଳରୁ ୨୧ଜଣ ରହିଥିବା ବେଳେ ଅନ୍ୟ ୨ ଜଣ ବରଗଡ଼ ବ୍ଲକ କଟାପାଲି ଅବରୋଧ ଅଞ୍ଚଳର। ନୂଆ…
ଆଜି ଆଉ ୭ ଜୀବନ ନେଲା କରୋନା: ମୃତ୍ୟୁସଂଖ୍ୟା ୧୪୭କୁ ବୃଦ୍ଧି
ଭୁବନେଶ୍ୱର,୨୭ା୭(ବ୍ୟୁରୋ) : ସୋମବାର ରାଜ୍ୟରେ କରୋନା ଆଉ ୭ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୪୭କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରୁ…
CORONAVIRUS UPDATE: ରାଜ୍ୟରେ ୨୬,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହୋଇଛନ୍ତି ୧୫୦୩
ଭୁବନେଶ୍ୱର,୨୭ା୭(ବ୍ୟୁରୋ): ସୋମବାର ଆଉ ୧୫୦୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୬,୮୯୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୦୦୨ ଜଣ…
Archives


