ରାଜ୍ୟ

ବିଏମ୍‌ସିର ସୂଚନା: ରାଜଧାନୀରେ ପୁଣି ୧୭ କରୋନା ପଜିଟିଭ୍‌ ଚିହ୍ନଟ; ଅଛନ୍ତି ୭ ରେଳ ବିଭାଗ ଅଧିକାରୀ

ଭୁବନେଶ୍ୱର,୧୭।୬(ବ୍ୟୁରୋ): ରାଜଧାନୀରୁ ୧୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୪ ହୋମ୍‌ କ୍ୱାରାଣ୍ଟାଇନ୍‌ର ଥିବା ବେଳେ ୩ ଲୋକାଲ କେସ୍‌ ରହିଛି। ସେହିଭଳି ୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ...

ଦୁଇ ଓଡ଼ିଆ ଯବାନଙ୍କ ବଳିଦାନ ଚିର ସ୍ମରଣୀୟ ହୋଇ ରହିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୬(ବ୍ୟୁରୋ): ଲଦାଖ ଗଲଓ୍ବାନ ଘାଟିରେ ଭାରତ ଓ ଚାଇନା ସେନା ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ଦୁଇ ଓଡ଼ିଆ ଯବାନ ଶହୀଦ ହୋଇଛନ୍ତି। ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଏବଂ ନନ୍ଦୁରାମ ସୋରେନ୍‌ଙ୍କ ଶହୀଦ ଖବର ମୋତେ ବ୍ୟଥିତ କରିଛି। ଦୁହିଁଙ୍କ...

ମଦନ ମୋହନଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ; ଧର୍ମେନ୍ଦ୍ର କହିଲେ ‘ଭାଇଙ୍କ ଅକାଳ ବିୟୋଗ ଖବର ଶୁଣି ମର୍ମାହତ’

ଭୁବନେଶ୍ୱର,୧୭।୬(ବ୍ୟୁରୋ): ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ବାଲେଶ୍ୱର ବିଧାୟକ ମଦନମୋହନଙ୍କ...

ଅଜଗର ମାରି କାନ୍ଧରେ ପକାଇ ବୁଲିବା ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ବନବିଭାଗ

ବଡବିଲ,୧୭।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ଯୋଡା ଥାନା କଣ୍ଡରା ଗ୍ରାମର ଜଣେ ଯୁବକ ଏକ ଅଜଗର ସାପକୁ ମାରି କାନ୍ଧରେ ପକାଇ ବୁଲିବା ତାଙ୍କୁ ମହଙ୍ଗା ପଡିଛି। ସମ୍ପୃକ୍ତ ଯୁବକଙ୍କୁ ବନବିଭାଗ କର୍ମଚାରୀ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ସେ ହେଲେ...

ଭାଜପା ବିଧାୟକ ମଦନମୋହନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ଶ୍ରୀକାନ୍ତ ଜେନା

ଭୁବନେଶ୍ୱର,୧୭।୬(ବ୍ୟୁରୋ): ବାଲେଶ୍ୱର ସଦର ଭାଜପା ବିଧାୟକ ମଦନ ମୋହନ ଦତ୍ତଙ୍କର ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଶ୍ରୀକାନ୍ତ ଜେନା। ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ବିଧାୟକଙ୍କ ଅକାଳ ବିୟୋଗ ଅତ୍ୟନ୍ତ ଦୁଃଖଦାୟକ। ସେ...

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୭୩ କରୋନା ଆକ୍ରାନ୍ତ; ମୋଟ ଆରୋଗ୍ୟ ସଂଖ୍ୟା ୩ ହଜାର ଟପିଲା

ଭୁବନେଶ୍ୱର,୧୭।୬(ବ୍ୟୁରୋ): ରାଜ୍ୟରେ ପୁଣି ସୁସ୍ଥ ହେଲେ ୭୩ କରୋନା ଆକ୍ରାନ୍ତ। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୁଧବାର ଟୁଇଟ୍‌ କରି ସୂଚନା ଦିଆଯାଇଛି। ତେବେ ଆରୋଗ୍ୟ ଲାଭ କରିଥିବା କୋଭିଡ ସଂକ୍ରମିତଙ୍କ ମଧ୍ୟରେ କନ୍ଧମାଳର ସର୍ବାଧିକ...

ଚିକିତ୍ସା ଆଳରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ: ଖୋର୍ଦ୍ଧାର ପୂର୍ବତନ ସିଡିଏମ୍‌ଓ ଗିରଫ

ଖୋର୍ଦ୍ଧା ଅଫିସ,୧୭।୬- ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଖୋର୍ଦ୍ଧା ଟାଉନ ପୋଲିସ ବୁଧବାର ଏକ ଘରୋଇ କ୍ଲିନିକ ଡାକ୍ତର ବୈଦ୍ୟନାଥ ନାୟକଙ୍କୁ ଗିରଫ କରିଛି। ସେ ଖୋର୍ଦ୍ଧାର ପୂର୍ବତନ ସିଡିଏମ୍‌ଓ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସାମନ୍ତରାପୁର...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ପ୍ରତି ପଞ୍ଚାୟତରେ ହେବ ‘କୋଭିଡ୍‌ କେୟାର ହୋମ୍‌’; ପ୍ରାଥମିକ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ରଖାଯିବ

ଭୁବନେଶ୍ୱର,୧୭।୬(ବ୍ୟୁରୋ): କରୋନା ମୁକାବିଲା ନେଇ ପରବର୍ତ୍ତୀ ରଣକୌଶଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଘୋଷଣା କରିଛନ୍ତି। ସେ କହିଛନ୍ତି, ରାଜ୍ୟର ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍‌ କରାଯିବ। ଏଥିରେ ୧୦ରୁ ୨୦ଜଣ ବ୍ୟକ୍ତି ରହିପାରିବେ। କୋଭିଡ କେୟାର ହୋମ୍‌ରେ...

ଭାରତ-ଚାଇନା ସଂଘର୍ଷରେ ଶହୀଦ ହୋଇଛନ୍ତି ରାଇରଙ୍ଗପୁରର ଯବାନ ନନ୍ଦୁରାମ, ଗ୍ରାମରେ ଶୋକର ଛାୟା

ରାଇରଙ୍ଗପୁର,୧୭।୬(ଡି.ଏନ୍‌.ଏ.): ଗଲଓ୍ବାନ୍‌ ଉପତ୍ୟକାରେ ସୋମବାର ଭାରତ ଓ ଚାଇନା ସେନା ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ଭାରତର ୨୦ ଯବାନ ଶହୀଦ ହୋଇଛନ୍ତି। ସେଥିରେ ୨ଜଣ ଓଡ଼ିଆ ଯବାନ ଥିବା ଜଣାପଡ଼ିଛି। ସେମାନେ ହେଲେ କନ୍ଧମାଳ ଜିଲା ରାଇକିଆ ବ୍ଲକ...

ପରଦା କଳାର ସହର ଧଳାପଥର

ଖୋର୍ଦ୍ଧା ଅଫିସ,୧୭ା୬:  ଖୋର୍ଦ୍ଧା ଜିଲା ବୋଲଗଡ ବ୍ଲକ ଧଳାପଥର ପରଦା କଳାର ସହର ଭାବେ ପରିଚିତ। ଘର ସାଜସଜ୍ଜାଠାରୁ ଅଫିସ ଆଦି ସ୍ଥାନରେ ପରଦା ଲାଗିଥାଏ। ଦୀର୍ଘ ବର୍ଷ ପୂର୍ବେ ହସ୍ତତନ୍ତରେ ଏହି କଳାକୁ ଧଳାପଥର ଅଞ୍ଚଳର ଉଦୟନାଥ ସାହୁ...

କରୋନା ପାଇଁ ପୁରୀ କୋର୍ଟ ବନ୍ଦ

ପୁରୀ ଅଫିସ, ୧୭।୬: ପୁରୀ ଜିଲାରୁ ବୁଧବାର ୧୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ପୁରୀ କୋର୍ଟର ଜଣେ ଓକିଲ ଏବଂ ଜଣେ ମୋହରିର ଥିବା ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇଛି। ପୁରୀ...

ପୁରୀରୁ ପୁଣି ୧୮ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୮ ଛୁଇଁଲା

ପୁରୀ ଅଫିସ, ୧୭।୬: ପୁରୀ ଜିଲାରୁ ବୁଧବାର ପୁଣି ୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲାର ମୋଟ ପଜିଟିଭ ସଂଖ୍ୟା ୧୮୮ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୧୦୩ ଜଣ ସୁସ୍ଥ ହୋଇଥିବା ବେଳେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri