ପାରାଦୀପ-ବଡ଼ବିଲ ୮ ଲେନ୍ ରାସ୍ତା ହେବ
ଭୁବନେଶ୍ୱର,୩ା୨(ବ୍ୟୁରୋ): ପାରାଦୀପ-ବଡ଼ବିଲ ମଧ୍ୟରେ ନିର୍ମାଣ ହେବ ଅର୍ଥନୈତିକ କରିଡର। ଏହି ରାସ୍ତାକୁ ୮ ଲେନ୍ ବିଶିଷ୍ଟ କରାଯିବ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ୍କରୀଙ୍କ ସହ ଭିଡିଓ କନ୍ଫରେନ୍ସରେ ଏ ନେଇ ଆଲୋଚନା…
ଅଣଧାନ ଫସଲକୁ ଅଣଦେଖା
ଭୁବନେଶ୍ୱର,୩ା୨(ବ୍ୟୁରୋ): ଚାଷୀଙ୍କଠାରୁ ଆରମ୍ଭ କରି ସରକାରୀ କଳ ଯାଏ ସମସ୍ତେ କେବଳ ଧାନ ଚାଷ ପଛରେ ଗୋଡ଼ାଇଛନ୍ତି। ରାଜ୍ୟରେ ଧାନ ଉତ୍ପାଦନ ବଢ଼ି ଚାଲିଥିବା ବେଳେ ଅଣଧାନ ଫସଲ ଚୁଲିିକି ଗଲାଣି। ଆଳୁ, ପିଆଜ, ଡାଲି, ତୈଳବୀଜ ଆଦି ପାଇଁ ଅନ୍ୟ…
ନେତାଜୀ ବସ୍ ଟର୍ମିନାଲ ନିର୍ମାଣରେ ସ୍ଥଗିତାଦେଶ
କଟକ ଅଫିସ୍, ୩।୨: କଟକ ଖାନ୍ନଗରଠାରେ ନିର୍ମାଣ ହେବାକୁ ଥିବା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ ପ୍ରକଳ୍ପ ନିର୍ମାଣରେ ଲାଗିଛି ରୋକ୍। ପ୍ରସ୍ତାବିତ ୧୨ଏକର ପରିମିତ ବସ୍ ଟର୍ମିନାଲ ପ୍ରକଳ୍ପ ମଧ୍ୟରେ ଥିବା କାଳୀ ମନ୍ଦିରକୁ ନ ଭାଙ୍ଗିବା ପାଇଁ ମଙ୍ଗଳବାର ହାଇକୋର୍ଟ…
ସିବିଏସ୍ଇ ଦଶମ, ଦ୍ୱାଦଶ ପରୀକ୍ଷା କାର୍ଯ୍ୟସୂଚୀ ଘୋଷିତ
ଭୁବନେଶ୍ୱର, ୩।୨(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦଶମ ଓ ଦ୍ୱାଦଶ ପରୀକ୍ଷା ମେ’ ୪ତାରିଖରୁ ଆରମ୍ଭ ହେବ। ପରୀକ୍ଷା ପାଇଁ ମଙ୍ଗଳବାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ସିବିଏସ୍ଇ ଦଶମ ପରୀକ୍ଷା ମେ ୪ରୁ ଜୁନ୍ ୭ତାରିଖ ପର୍ଯ୍ୟନ୍ତ ଚାଲିବ।…
୩ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ପାଇଁ ବିଜ୍ଞପ୍ତି
ଭୁବନେଶ୍ୱର, ୩।୨: ରାଜ୍ୟର ୩ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି ପାଇଁ ମଙ୍ଗଳବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେଗୁଡ଼ିକ ହେଲା କଟକ ମଧୁସୂଦନ ଲ’ ୟୁନିଭର୍ସିଟି, ଭବାନୀପାଟଣାର କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଓ ବଲାଙ୍ଗୀରସ୍ଥିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ। ପ୍ରାର୍ଥୀମାନେ ଆସନ୍ତା…
ସୁସ୍ଥ ହେଲେ ୧୩୮ କରୋନା ଆକ୍ରାନ୍ତ
ଭୁବନେଶ୍ୱର, ୨ା୨- ଓଡ଼ିଶାରେ ମଙ୍ଗଳବାର ୧୩୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ଲାଭ କରିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୩୭୭ରେ ପହଞ୍ଚିଛି। ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୨୨, ବରଗଡ଼ରୁ ୧୮, କଟକରୁ ୧୫, ସମ୍ବଲପୁରରୁ…
ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଷୀଙ୍କ ଜୀବନ ଗଲା
ଭୋଗରାଇ,୨।୨(ଡି.ଏନ.ଏ.)- ବାଲେଶ୍ୱର ଜିଲା ତାଳସାରୀ ମେରାଇନ୍ ଥାନା ଅଧୀନ ବରବରିଆ ଗ୍ରାମର ଜୟରାମ ପ୍ରଧାନ (୩୮) ନାମକ ଚାଷୀ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି। ସେ ମଙ୍ଗଳବାର ସକାଳେ ପାନବରଜରେ ପାଣି ଦେବା ପାଇଁ ଏକ ବୈଦ୍ୟୁତିକ ମିଟରରେ ତାର…
ସାଇକେଲ ଚୋରି କରି ଜେଲ ଗଲେ
ଦିଗପହଣ୍ଡି,୨।୨ (ଡି.ଏନ.ଏ.)- ଗଞ୍ଜାମ ଜିଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମର ସଞ୍ଜୀବ କୁମାର ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ସାଇକେଲ ଚୋରି କରିବା ମାମଲାରେ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଯୁବକଙ୍କ ନାମ ଭଗବାନ ପ୍ରଧାନ। ସେ…
ପ୍ରକାଶ ପାଇଲା ସିବିଏସ୍ଇ ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷାର ସୂଚୀ
ନୂଆଦିଲ୍ଲୀ,୨।୨- ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ମଙ୍ଗଳବାର ପ୍ରକାଶ ପାଇଛି ବୋର୍ଡ ପରୀକ୍ଷାର ସୂଚୀ। ଆସନ୍ତା ମେ’୪ରୁ ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ଉଭୟ ଶ୍ରେଣୀର ବୋର୍ଡ ପରୀକ୍ଷା ହେବ। ଏ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ…
ରାଜଧାନୀରେ ନକଲି ମୃଦୁ ପାନୀୟ କାରଖାନା: ଚଢ଼ାଉ କଲା ପୋଲିସ
ଭୁବନେଶ୍ୱର, ୨।୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ମଙ୍ଗଳବାର ଏକ ନକଲି କାରଖାନା ଠାବ ହୋଇଛି। ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ଠାବ ହୋଇଥିବା ଏହି କାରଖାନା ଉପରେ ପୋଲିସ ଚଢ଼ାଉ ଜାରି ରଖିଛି। ସୂଚନାଯୋଗ୍ୟ ଯେ, କିଛିଦିନ ହେବ ଭୁବନେଶ୍ବର ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ନକଲି ମୃଦୁ…
୭ ମାସ ପରେ ଭିଜିଲାନ୍ସ କୋର୍ଟରେ ହାଜର ହେଲେ ମହିଳା ଆଇଆଇସି
ବାଲେଶ୍ୱର ଅଫିସ, ୨।୨: ବାଲେଶ୍ୱର ଟାଉନ ଥାନାର ପୂର୍ବତନ ଆଇଆଇସି ସରୋଜିନୀ ନାୟକ ମଙ୍ଗଳବାର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଥାନା ଅଧିକାରୀ ଭାବେ ଦାୟିତ୍ୱରେ ଥିବା ବେଳେ ସରୋଜିନୀ, ଏକ ଜମିଜମା ଗଣ୍ଡଗୋଳର ସମାଧାନ ପାଇଁ ୨୫ ହଜାର ଟଙ୍କା…
ଫେବୃୟାରୀ ୬ରୁ ଯୁକ୍ତ ୨ ଫର୍ମପୂରଣ
ଭୁବନେଶ୍ୱର, ୨।୨(ବ୍ୟୁରୋ): ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଛାତ୍ରୀଛାତ୍ରଙ୍କ ବାର୍ଷିକ ପରୀକ୍ଷା ପାଇଁ ଆସନ୍ତା ୬ ତାରିଖରୁ ଫର୍ମପୂରଣ ଆରମ୍ଭ ହେବ। ଅନ୍ଲାଇନ୍ରେ ପ୍ରଥମେ ୬ରୁ ୧୨ ତାରିଖ ପର୍ଯ୍ୟନ୍ତ ଏକ୍ସ ରେଗୁଲାର ପିଲାଙ୍କ ଫର୍ମପୂରଣ କରାଯିବ।…
Archives


