ରାଜ୍ୟ

ଇବ୍‌ ନଦୀରେ ଭାସିଗଲେ ୩ ନାବାଳକ

ସୁନ୍ଦରଗଡ଼,୯ା୩: ସୁନ୍ଦରଗଡ଼ ସହର ସେମିନାରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ଇବ୍‌ ନଦୀରେ ଭାସି ଯାଇଛନ୍ତି ୩ ନାବାଳକ। ପରିବାର ସହ ଭୋଜି କରିବାକୁ ଆସି ଏହି ୩ ନାବାଳକ ଚୋରାବାଲିରେ ଫସି ଯାଇଥିବା ଅନୁମାନ କରାଯାଉଛି। ଖବର ପାଇ…

ବ୍ୟାଗ୍‌ ଭିତରୁ ମିଳିଲା ନବଜାତ ଶିଶୁର ମୃତଦେହ, ସିସିଟିଭି ଫୁଟେଜ୍‌ ଅଣ୍ଡାଳୁଛି ପୋଲିସ

ଭୁବନେଶ୍ୱର,୯।୩ (ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପଛପଟ ପଡିଆରୁ ଶନିବାର ଏକ ନବଜାତ ଶିଶୁର ମୃତଦେହ ମିଳିଛି । ମୃତ ଶିଶୁ କାହାର ଓ କିଏ ଫିଙ୍ଗିଛି ତାହା ଏଯାବତ ଜଣାପଡିନାହିଁ। ଖବର ପାଇ ପୋଲିସ ମୃତଦେହ ଏକ ବ୍ୟାଗ…

ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ପ୍ରୋତ୍ସାହନ ରାଶି ବଢ଼ାଇଲେ ସରକାର, ଉପକୃତ ହେବେ ୫୯,୫୦୯ କର୍ମଚାରୀ 

ଭୁବନେଶ୍ୱର,୯ା୩: ଶନିବାର ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ପ୍ରୋତ୍ସାହନ ରାଶି ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସରକାରଙ୍କ ଏହି ପ୍ରୋତ୍ସାହନ ଅର୍ଥରାଶି ବୃଦ୍ଧି ଯୋଗୁଁ ମିଶନ ଶକ୍ତିର ୫୯,୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ…

କେନ୍ଦୁଝର ଦେଇ ଦିଲ୍ଲୀକୁ ଗଡ଼ିଲା ଟ୍ରେନ୍‌

କେନ୍ଦୁଝର,୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷିତ ପୁରୀ-ଆନନ୍ଦବିହାର(ନୂଆଦିଲ୍ଲୀ) ଟ୍ରେନ୍‌ ଶନିବାରଠାରୁ କେନ୍ଦୁଝର ଦେଇ ଗଡ଼ିଛି। ଏହି ଟ୍ରେନ୍‌ କେନ୍ଦୁଝରରେ ନିର୍ଦ୍ଧାରିତ ସମୟ ପୂର୍ବରୁ ୯ଟା ୫୦ରେ କେନ୍ଦୁଝରଗଡ଼ ଷ୍ଟେଶନରେ ପହଞ୍ଚିଥିଲା। ଏହାକୁ ସ୍ବାଗତ କରିବା ପାଇଁ ବହୁ ଲୋକ ଷ୍ଟେଶନରେ ପହଞ୍ଚିଥିଲେ।…

ଚଳିତ ବର୍ଷ ତାତି ସାଙ୍ଗକୁ ଅନୁଭୂତ ହେବ ପ୍ରବଳ ଗ୍ରୀଷ୍ମ ଲହରି, ବୃଦ୍ଧି ପାଇବ ଦିନ ତାପମାତ୍ରା

ଭୁବନେଶ୍ୱର,୯ା୩: ରାଜ୍ୟରେ ଚଳିତ ବର୍ଷ ପ୍ରବଳ ତାତି ସାଙ୍ଗକୁ ଗ୍ରୀଷ୍ମ ଲହରି ଅନୁଭୂତ ହେବ। ଏଭଳି ଗ୍ରୀଷ୍ମ ପ୍ରବାହ ସ୍ଥିତି ସୃଷ୍ଟି ହେବା ନେଇ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ…

ବିଭିନ୍ନ ବିଭାଗରେ ୧୨୯୪ ନୂତନ ଅଧିକାରୀଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯ା୩: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅର୍ଥ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, କ୍ରୀଡ଼ା ଓ ଯୁବସେବା ବିଭାଗ, ଇସ୍ପାତ ଓ ଖଣି ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ଗୃହ ବିଭାଗରେ…

ସମ୍ବଲପୁର, ବ୍ରହ୍ମପୁରରେ ମୋ’ ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯ା୩(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସମ୍ବଲପୁର ଓ ବ୍ରହ୍ମପୁର ସହରରେ ‘ମୋ ବସ୍‌’ ସେବାର ଶୁଭାରମ୍ଭ କରିଛନ୍ତି। ଉଭୟ ସହରରେ ଆଜି ୧୫ଟି ଲେଖାଏ ବସ୍‌ ଚଳାଚଳ ପାଇଁ ସୁବିଧା କରାଯାଇଛି। ସମ୍ବଲପୁର ସହରରେ ସମ୍ବଲପୁର-ବୁର୍ଲା-ହୀରାକୁଦ ମଧ୍ୟରେ ଏହି…

ପାଗଳର କଟୁରି ଚୋଟରେ ଜଣଙ୍କ ଜୀବନ ଗଲା

ଯାଜପୁର,୯ା୩(ହର୍ଷବର୍ଦ୍ଧନ ବେହେରା): ଯାଜପୁର ସଦର ଥାନା ଜମଧର ଗାଁରେ ଶନିବାର ଅଭାବନୀୟ ଘଟଣା ଘଟିଛି। ପାଗଳର କଟୁରି ଚୋଟରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ମୃତକ ହେଲେ ସ୍ବର୍ଗତ ପବନ ମଳିକଙ୍କ ପୁଅ କାଳନ୍ଦୀ ( ୬୨)। ତାଙ୍କ ଘର ସପ୍ନେଶ୍ୱରପୁର।…

ମହାପ୍ରଭୁଙ୍କୁ ଦର୍ଶନ କଲେ ଜଷ୍ଟିସ ଅରିଜିତ ପଶାୟତ: ଅପରାହ୍ନରେ କରିବେ ବୈଠକ

ପୁରୀ,୯।୩: ଏସଆଇଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ଓଡ଼ିଶାରେ ପହଞ୍ଚିଛନ୍ତି। ସେ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସକଳେ ସେ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସ୍ତ୍ରୀଙ୍କ ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।…

ଦିଲ୍ଲୀ ଯାଇଥିବା ବିଜେଡି ନେତା ମୋତେ ଭେଟି ନାହାନ୍ତି କହିଲେ…

ଭୁବନେଶ୍ୱର,୯।୩: ରାଜ୍ୟରେ ବିଜେଡି-ଭାଜପା  ମଧ୍ୟରେ ମେଣ୍ଟକୁ ନେଇ ଚର୍ଚ୍ଚାଜୋର ଧରିଥିବା ବେଳେ  ଭାଜପା ଏନେଇ କୌଣସି ଆଲୋଚନା ହୋଇ ନ ଥିବା କହୁଛି। ଭାଜପା ସଭାପତି ମନମୋହନ  ସାମଲଙ୍କ ପରେ ସମାନ କଥା କହିଛନ୍ତି ଭାଜପା ରାଜ୍ୟ ଭାଜପା ନିର୍ବାଚନ ପ୍ରଭାରୀ…

ମେଣ୍ଟକୁ ନେଇ ସାଙ୍ଘାତିକ୍‌ ତଥ୍ୟଦେଲେ ବିଧାୟକ

ଭୁବନେଶ୍ୱର,୯।୩: ରାଜ୍ୟରେ ବିଜେଡି-ଭାଜପା  ମଧ୍ୟରେ ମେଣ୍ଟକୁ ନେଇ ଚର୍ଚ୍ଚାଜୋର ଧରିଥିବା ବେଳେ ବିଜେଡି ବିଧାୟକ ଡାକ୍ତର ନୃସିଂହ ସାହୁ   ସାଙ୍ଘାତିକ୍‌ ବୟାନ ଦେଇଛନ୍ତି। ସେ ମେଣ୍ଟକୁ ନେଇ ଏପରି କିଛି କହିଛନ୍ତି ଯାହା ମେଣ୍ଟକୁ ନେଇ  ଦଳଆଗ୍ରହୀ ଥିବା ସ୍ପଷ୍ଟ ହେଉଛି।…

ମହିଳାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଲା ହାତୀ

ଟେନସା,୯।୩(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜଲା କୋଇଡ଼ା ରେଞ୍ଜ ଅଧୀନ କାଳଟା ପଞ୍ଚାୟତ ଅନ୍ତର୍ଗତ ଗାଁରେ ଏକ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ କୁଣ୍ଡୁପୋଖରୀ ଗାଁର ଅତୁଆରୀ ବୋଦ୍ରା(୩୮)। ମିଳିଥିବା ସୂଚନା ମୁତାବକ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri