‘ସମୀର ଦାଶଙ୍କୁ ଟିକେଟ ଦିଅ, ନହେଲେ ଦଳ ଛାଡ଼ିବୁ’
ଗୋପ,୧୨ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ନିର୍ବାଚନମଣ୍ଡଳୀରେ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ନ ମିଳିଲେ ଦଳୀୟ ନେତୃତ୍ୱ ଓ କର୍ମୀମାନେ ଦଳ ଛାଡ଼ିବେ ବୋଲି ଶୁକ୍ରବାର ଚେତାବନୀ ଦେଇଛନ୍ତି। ଏକ ପ୍ରତିନିଧି ଦଳ ଏହି ଦସ୍ତଖତ ସମ୍ବଳିତ ଦାବିପତ୍ର ନେଇ ଶନିବାର…
ବିଧାୟକଙ୍କ ନାମରେ ନିର୍ଯାତନା ମାମଲା: ଆବେଦନ ଖାରଜ କଲେ ହାଇକୋର୍ଟ
କଟକ,୧୨ା୪ (କାର୍ତ୍ତିକ ସାହୁ) ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଆଗତ ୨ଟି ମାମଲାକୁ ହାଇକୋର୍ଟ ଶୁକ୍ରବାର ଖାରଜ କରିଛନ୍ତି। ଭୁବନେଶ୍ୱର ମହିଳା ଥାନା ବିଧାୟକ ସାହୁଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ମଧ୍ୟ ବଳାତ୍କାର ଅଭିଯୋଗକୁ ଗ୍ରହଣ…
ଜଟଣୀରେ କଂଗ୍ରେସକୁ ଶକ୍ତ ଝଟ୍କା, ଦଳ ଛାଡି ବିଜେଡିରେ ମିଶିଲେ ନେତା ଓ ୩ କାଉନସିଲର
ଜଟଣୀ,୧୨।୪: ଜଟଣୀରେ କଂଗ୍ରେସକୁ ଲାଗିଛି ଶକ୍ତ ଝଟ୍କା। ଆଜି ସୁରଙ୍କ ପୁଅ ତଥା ବିଜେଡି ଏମପି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ଉପସ୍ଥିତିରେ ଜଟଣୀ ମୁନିସପାଲଟିର ୩ଜଣ କଂଗ୍ରେସ କାଉନସିଲର ଓ ବହୁ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି । ସୂଚନା ଅନୁସାରେ,…
ନୂଆ ଲୁକ୍ରେ ଆସିଲେ ଧର୍ମେନ୍ଦ୍ର ପ୍ରଧାନ, ପ୍ରଚାର ମଇଦାନରେ କିଣୁଛନ୍ତି ମନ
ସମ୍ବଲପୁର,୧୨।୪: ଏଥର ସମ୍ବଲପୁର ଦେଖିବ ବଡ଼ ଲଢ଼େଇ । ମଇଦାନର ଗୋଟିଏ ପଟେ ଅଛନ୍ତି ଭାଜପାର ହେଭିୱେଟ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ଅନ୍ୟପଟେ ବିଜେଡିର ହେଭିୱେଟ ତଥା ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ତେବେ…
ୟୁପିଆଇ ଆଇଡି ଟଙ୍କା କାରବାର ଉପରେ ରହିବ ନଜର
କଟକ,୧୨ା୪ (କାର୍ତ୍ତିକ ସାହୁ) ଆଗାମୀ ମେ’ ଓ ଜୁନ ମାସରେ ଚାରୋଟି ପର୍ଯ୍ୟାୟରେ ହେବାକୁ ଥିବା ସାଧାରଣ ନିର୍ବାଚନ ନିମନ୍ତେ ଓଡ଼ିଶା ପୋଲିସ ପକ୍ଷରୁ ପଡ଼ୋଶୀ ପଶ୍ଚିମବଙ୍ଗ ରାଜ୍ୟର ପୋଲିସ ସହ ଏକ ଆନ୍ତଃରାଜ୍ୟ ସମନ୍ବୟ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।…
ଭାଜପାର ପ୍ଲାନ ବି, ଏହି ୯ ସିଟ୍ରେ କରିବ ଓଲଟପାଲଟ
ଭୁବନେଶ୍ୱର,୧୨।୪:ମୁଣ୍ଡ ଉପରେ ନିର୍ବାଚନ। ବିଜେଡି, ଭାଜପା ଓ କଂଗ୍ରେସ ଅଧାରୁ ଅଧିକ ଆସନରେ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ଘୋଷଣା ପରେ ପ୍ରାର୍ଥୀ ମଧ୍ୟ ମଇଦାନକୁ ଓହ୍ଲାଇ ପ୍ରଚାର ପାଇଁ ରଣ ହୁଙ୍କାର ଦେଲେଣି। ଓଡିଶାରେ ମେ’ ୧୩ରୁ ନିର୍ବାଚନ ଆରମ୍ଭ…
କାଳବୈଶାଖି ପରେ ସିଝିବ ଓଡ଼ିଶା, ୪୫ ଛୁଇଁବ ତାପମାତ୍ରା
ଭୁବନେଶ୍ୱର,୧୨।୪: ରାଜ୍ୟକୁ ପୁଣି ଫେରିବ ହିଟ ୱେଭ। ବଢିବ ଖରାତାତି ଓ ଗୁଳୁଗୁଳି। ଅସହ୍ୟ ହେବ ଦିନ ସାଙ୍ଗକୁ ରାତିର ତାପମାତ୍ରା। ପାଣିପାଗ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ରାଜ୍ୟକୁ ତାତି ଫେରୁଥିବା ନେଇ ସୂଚନା ଦେଇଛନ୍ତି…
ବିରୂପାରେ ଭାସିଗଲେ ୨ ଯୁବକ
କଟକ,୧୨।୪: ବିରୂପା ନଦୀରେ ଭାସିଯାଇ ୨ ଯୁବକ ମୃତ୍ୟୁ ହୋଇଛି। କଟକ ଏସିବିରେ ୨ ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ୨ ଯୁବକ ଚୌଦ୍ୱାର ଖୋର୍ଦ୍ଧା ସାହିର ହୋଇଥିବା ସୂଚନା ମିଳିଛି।
ନୀଳଗିରିର ବୋହୂ, ପରିବେଶ ବିଜ୍ଞାନରେ ପିଏଚ୍ଡି; ବିଜେଡି ଟିକେଟ୍ରେ ଲଢ଼ିବାକୁ ଯାଉଥିବା ଲେଖାଶ୍ରୀଙ୍କ ବିଷୟରେ ଜାଣନ୍ତୁ…
ଭୁବନେଶ୍ୱର/ବାଲେଶ୍ବର,୧୨।୪: ଏକଦା ବିରୋଧୀ ଦଳରେ ଥିବା ବେଳେ ବିଜେଡି ସୁପ୍ରିମୋଙ୍କୁ ଶବ୍ଦବାଣରେ କଟାକ୍ଷ କରିବାର ଗୋଟିଏ ବି ସୁଯୋଗ ଛାଡ଼ୁ ନ ଥିଲେ। ହେଲେ ୨୦୨୪ ନିର୍ବାଚନ ପରିସ୍ଥିତି ବଦଳାଇଦେଇଛି। ଭାଜପା ହାତ ଛାଡ଼ି ଶଙ୍ଖ ଫୁଙ୍କିଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବିଜେଡି…
ଜେଲ ଗଲେ ପୂର୍ବତନ ସରପଞ୍ଚ
ବ୍ରହ୍ମପୁର,୧୨ା୪(ସୁବାସ ଚନ୍ଦ୍ର ପାଢ଼ୀ) ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଡ. ଅରୁଣ କୁମାର ସାହୁ ଶୁକ୍ରବାର ଏକ ସରକାରୀ ଅର୍ଥ ଆତ୍ମସାତ ମାମଲାର ବିଚାର କରି ଜଣେ ପୂର୍ବତନ ସରପଞ୍ଚଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୫ ହଜାର ଟଙ୍କା…
ସୁରେଶ ପୂଜାରୀଙ୍କ ପ୍ରାର୍ଥୀତ୍ୱକୁ କର୍ମୀଙ୍କ ବିରୋଧ
ବ୍ରଜରାଜନଗର,୧୨ା୪(ବିଜୟ ବରାଡ଼): ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଲଖନପୁର ବ୍ଲକ ଓ ୧୯ଖଣ୍ଡ ମୌଜାର ଭାଜପା ସମର୍ଥକମାନେ ଭାଜପା ପ୍ରାର୍ଥୀ ସୁରେଶ ପୂଜାରୀଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରିଛନ୍ତି। ଏହାକୁ ନେଇ ଶୁକ୍ରବାର ଲଖନପୁର ବ୍ଲକର କଣ୍ଢେଇକେଲା, ରେମତା, ଚାରପାଲି, ବାଡି଼ମାଲ, ଭିକାମପାଲି, ମାଛିଦା,…
ଅଣହିନ୍ଦୁ ପ୍ରବେଶ ରୋକିବାକୁ ଶ୍ରୀମନ୍ଦିର ପ୍ରଶାସନଙ୍କ ପଦକ୍ଷେପ, ଦ୍ୱାର ଜଗିବେ ସେବାୟତ
ପୁରୀ,୧୨।୪: ବିଭିନ୍ନ ସମୟରେ ଅଣହିନ୍ଦୁମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିବା ଦେଖାଯାଉଛି। ନିକଟ ଅତୀତରେ ଏଭଳି ଅନେକ ଖବର ସମ୍ନୋକୁ ଆସିଛି। ଅଣହିନ୍ଦୁ ପ୍ରବେଶକୁ ରୋକିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବେ ବଡ଼ ପଦକ୍ଷେପ ନେଇଛନ୍ତି। ଶ୍ରୀମନ୍ଦିରର ସିଂହଦ୍ୱାରରେ ପ୍ରତିହାରୀ ସେବକମାନଙ୍କୁ…
Archives


