ହାତୀ ମୃତ୍ୟୁ ଘଟଣା:୩ କ୍ଷେତ୍ର ବନ କର୍ମଚାରୀ ସସ୍ପେଣ୍ଡ
ନାକଟିଦେଉଳ,୧୯ା୧୧(ବୈକୁଣ୍ଠନାଥ ସାହୁ):ବାର୍ହା ଶିକାର ପାଇଁ ଶିକାରୀ ବିଛାଇଥିଲେ ବିଦ୍ୟୁତ୍ ତାର। ଏହି ଫାଶରେ ପଡ଼ି ୩ଟି ହାତୀଙ୍କର ଯାଇଛି ଜୀବନ। ସେଥିରେ ରହିଛନ୍ତି ଗୋଟିଏ ଶାବକ ସହ ୨ଟି ମାଈ ହାତୀ। ରବିବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି ସମ୍ବଲପୁର…
ଖସୁଛି ପାରଦ: ୨୧ ପର୍ଯ୍ୟନ୍ତ ରହିବ କୁହୁଡ଼ିର ଆସ୍ତରଣ
ଭୁବନେଶ୍ୱର,୧୯ା୧୧: ରାଜ୍ୟରେ ଗତ କିଛିଦିନ ହେଲା ପାରଦ ଖସିବାରେ ଲାଗିଛି। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ବଢୁଥିବା ଦେଖିବାକୁ ମିଳୁଛି। ରାଜ୍ୟର କୋଇଡ଼ାରେ ବିଭିନ୍ନ ସ୍ଥାନରେ କୁହୁଡି ଦେଖାଯିବା ସହ ଗାଡିମୋଟର, ଗଛପତ୍ର ଉପରେ କାକର ଶୋଭାବର୍ଦ୍ଧନ କରୁଛି। ସେହିପରି…
ଅମିନଙ୍କୁ ନିଲମ୍ବିତ ପରେ ତହସିଲଦାରଙ୍କୁ ବଦଳି
ରେଢାଖୋଲ ୧୯।୧୧(ଅଚ୍ୟୁତାନନ୍ଦ ପୁରୋହିତ): ରେଢାଖୋଲ ଜୋନ-୨ ନମ୍ବର ଜିଲାପରିଷଦ ସଭ୍ୟ ଶରତ ପ୍ରଧାନଙ୍କୁ ତହସିଲଦାର ଦେବାଶିଷ ପାତ୍ର ଦୁର୍ବ୍ୟବହା କରିବା ଘଟଣା ମହଙ୍ଗା ପଡିଛି। ରାଜସ୍ବ ମନ୍ତ୍ରୀ ଘଟଣାର ତଦନ୍ତ କରିବାକୁ ସମ୍ବଲପୁର ଜିଲାପାଳଙ୍କୁ ନିର୍ଦ୍ଧେଶ ପରେ ଗୋଟିଏ ଦିନରେ ତଦନ୍ତ…
ଦୁର୍ଘଟଣା ପରେ ଜଳିଗଲା ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍
ଉଦଳା,୧୯।୧୧: ମୟୁରଭଞ୍ଜ ଜିଲା ଉଦଳା ଥାନା ପୋଡ଼ାଡ଼ିହାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ଯାଇଛି। ଫଳରେ ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୪ ଗୋରୁଙ୍କୁ…
ଜଳବାୟୁ ବିଜ୍ଞାନୀ, ପରିବେଶ ଗବେଷକ
ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ ହୋଇ ଅନ୍ୟମାନଙ୍କୁ ଏକ୍ଷେତ୍ରରେ ସହଭାଗୀ କରାଇପାରିବେ, ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’…
୩୦ଯାଏ କନିଷ୍ଠ ମେଧାବୃତ୍ତି ପାଇଁ ଆବେଦନ
ଭୁବନେଶ୍ୱର,୧୯ା୧୧(ଅନୁରାଧା ମହାରଣା): ରାଜ୍ୟର ଦ୍ୱାଦଶ ଶ୍ରେଣୀର ମେଧାବୀ ଛାତ୍ରୀଛାତ୍ରଙ୍କୁ କନିଷ୍ଠ ମେଧାବୃତ୍ତି ପ୍ରଦାନ ପାଇଁ ଆବେଦନ ଆରମ୍ଭ ହୋଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ସିବିଏସ୍ଇ ଓ ଆଇସିଏସ୍ଇ…
କୃଷିଋଣ ପାଇଁ ୮୩୦ କୋଟିର ସୁଧ ରିହାତି
ଭୁବନେଶ୍ୱର,୧୯ା୧୧(ସୁଚିସ୍ମିତା ସାହୁ): ଅର୍ଥନୈତିକ ଓ ସାମାଜିକ ପ୍ରଗତିରେ ସମବାୟର ପ୍ରମୁଖ ଭୂମିକା ରହିଛି। ଚଳିତ ଆର୍ଥିକ ବର୍ଷରେ ସୁଧମୁକ୍ତ କୃଷିଋଣ ଯୋଜନା ପାଇଁ ରାଜ୍ୟ ସରକାର ୮୩୦ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ ବ୍ୟବସ୍ଥା କରିଛନ୍ତି। ସୋମବାର ସୂଚନା ଭବନରେ…
ବ୍ୟବସାୟ ପାଇଁ ଓଡ଼ିଶା ଅନୁକୂଳ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୯ା୧୧(ଅନିଲ ଦାସ): ଓଡ଼ିଶାରେ ବ୍ୟବସାୟିକ ପରିବେଶ ଅନୁକୂଳ। ଏହାର ସୁଯୋଗ ନେବାକୁ ସିଙ୍ଗାପୁରଠାରେ ନିବେଶକାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି ଆହ୍ବାନ ଦେଇଛନ୍ତି। ଆସନ୍ତା ୨୦୨୫ ଜାନୁଆରୀ ମାସରେ ଭୁବନେଶ୍ୱରରେ ଉତ୍କର୍ଷ ଓଡିଶା: ମେକଇନ ଓଡିଶା କନକ୍ଲେଭ-୨୦୨୫ ଅନୁଷ୍ଠିତ ହେବାକୁ…
ଅନାସ୍ଥାରେ ହାରିଲେ ଏନ୍ଏସି ଉପାଧ୍ୟକ୍ଷା: ବିରୋଧୀଙ୍କୁ ଦେଇଦେଲେ ନିଜ ଭୋଟ୍
ବେଲଗୁଣ୍ଠା,୧୮ା୧୧(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଏନ୍ଏସି ଉପାଧ୍ୟକ୍ଷା ଟି. ବବିତା କୁମାରୀ ସୋମବାର ଅନାସ୍ଥା ଭୋଟରେ ହାରିଯାଇଛନ୍ତି। ଗତ ୬ ତାରିଖରେ କାଉନସିଲମାନେ ତାଙ୍କ ବିରୋଧରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରି ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଜିଲାପାଳଙ୍କ…
ବଢ଼ିଲା ଦଶମ ପରୀକ୍ଷା ୨୦୨୫ ଫର୍ମ ଭରିବା ତାରିଖ
ଭୁବନେଶ୍ୱର,୧୮।୧୧: ଦଶମ ପରୀକ୍ଷା ୨୦୨୫ ପାଇଁ ଫର୍ମ ଭରିବା ତାରିଖ ଘୁଞ୍ଚିଛି। ସୋମବାର ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍ଇ) ଏହି ସୂଚନା ଦେଇଛି। ବିଏସଇ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (HSC) ପରୀକ୍ଷା ଏବଂ ଓଡ଼ିଶା…
ଦୁଇଘଣ୍ଟା ଅଟକି ଯାଇଥିଲା ହୃଦସ୍ପନ୍ଦନ: ଯୁବକଙ୍କୁ ନୂଆ ଜୀବନ ଦେଲେ ଭୁବନେଶ୍ୱର ଏମ୍ସ ଡାକ୍ତର
ଭୁବନେଶ୍ୱର,୧୮।୧୧: ଭୁବନେଶ୍ୱର ଏମ୍ସ ଡାକ୍ତଙ୍କୁ ମିଳିଛି ଐତିହାସିକ ସଫଳତା। ଡାକ୍ତରୀ ଉତ୍କର୍ଷତା ଏବଂ କାର୍ଯ୍ୟପ୍ରତି ସମର୍ପିତ ଭାବର ଏକ ଅଦ୍ଭୁତ ପ୍ରଦର୍ଶନରେ ଏମ୍ସ ଭୁବନେଶ୍ୱରରେ ଉତ୍ସର୍ଗୀକୃତ ଡାକ୍ତରୀ ଟିମ୍ ଉନ୍ନତ ଏକ୍ସଟ୍ରାକୋରୋରାଲ୍ କାର୍ଡିଓ-ପଲ୍ମୋନାରୀ ରିସ୍ୟୁସିଟେସନ୍ (eCPR) ପ୍ରଣାଳୀ ମାଧ୍ୟମରେ ୨୪ ବର୍ଷ…
ମକାମଣ୍ଡି ଉଦ୍ଘାଟିତ
ଉମରକୋଟ, ୧୮।୧୧(ସନ୍ତୋଷ ଶତପଥୀ): କେନ୍ଦ୍ର ସରକାରଙ୍କ ସଂସ୍ଥା ନାଫେଡ୍ ପକ୍ଷରୁ ନବରଙ୍ଗପୁର ଜିଲାର ଉମରକୋଟ, ଝରିଗାଁ ଓ ରାଇଘରରେ ମକାମଣ୍ଡି ଉଦ୍ଘାଟିତ ହୋଇଯାଇଛି। ଉମରକୋଟ ଆର୍ସିଏମ୍ଏସ୍ ୟାର୍ଡରେ ଅନୁଷ୍ଠିତ ଉତ୍ସବରେ ନାଫେଡ୍ ସହକାରୀ ପ୍ରବନ୍ଧକ ଗୋବିନ୍ଦ ମୁର୍ମୁ ଯୋଗଦେଇ ଏହାର ଉଦ୍ଘାଟନ…
Archives


