ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୮ତମ ଜୟନ୍ତୀରେ ରାଜଭବନସ୍ଥିତ ପ୍ରତିମୂର୍ତ୍ତିରେ ‘ଧରିତ୍ରୀ’ ତଥା ‘ଓଡ଼ିଶା ପୋଷ୍ଟ’ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ।
ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବା ପରେ ଓଡ଼ିଶା ଆସି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।
କଟକ ଶହୀଦ ଭବନଠାରେ ଓଡ଼ିଶା କ୍ୟାନ୍ସର ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ବିଶ୍ୱ କର୍କଟଜୟୀ ଦିବସ ପାଳନ ଅବସରରେ ଯୋଗ ଦେଇଥିବା ଅତିଥିମାନେ।
୨ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବାପରେ ଭାଜପା ପକ୍ଷରୁ ତାଙ୍କୁ ଫୁଲମାଳ ଦେଇ ସ୍ବାଗତ କରାଯାଉଛି।
ବାତ୍ୟା ବିଧ୍ୱସ୍ତ ଅଞ୍ଚଳ ଜନସାଧାରଣଙ୍କ ସମସ୍ୟା ଓ ସମାଧାନ ଦାବିରେ ଏସ୍ୟୁସିଆଇ(ସି) ପକ୍ଷରୁ ପିଏମ୍ଜିଠାରେ ବିକ୍ଷୋଭ।
କୃଷକ ଭବନ ସମ୍ମିଳନୀ କକ୍ଷରେ କୃଷି ଓ କୃଷିଜୀବୀ ସଶକ୍ତିକରଣ ବିଭାଗ ପକ୍ଷରୁ ରାଜସ୍ତରୀୟ କର୍ମଶାଳାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସହ ମଞ୍ଚାସୀନ ଅନ୍ୟ ଅତିଥିମାନେ।
ବାତ୍ୟାରେ ସ୍ଥାୟୀ ପ୍ରତିକାର ପାଇଁ ବସ୍ତିବାସିନ୍ଦା ଓ ବାସହୀନ ଗରିବ ଲୋକଙ୍କୁ ପକ୍କାଘର ଦାବିରେ ବସ୍ତିବାସିନ୍ଦା ମିଳିତ ମଞ୍ଚ ପକ୍ଷରୁ ପିଏମ୍ଜିରେ ବିକ୍ଷୋଭ।
ଜାପାନ-ମେକ୍ସିକୋ ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଉଥିବା ଏଫ୍ଆଇଏଚ୍ ପୁରୁଷ ସିରିଜର ଫାଇନାଲ୍ସ ମ୍ୟାଚ୍।
କଳିଙ୍ଗ ଷ୍ଟାଡିୟମରେ ଆମେରିକା ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଏଫ୍ଆଇଏଚ୍ ପୁରୁଷ ସିରିଜ୍ର ହକି ଫାଇନାଲ ସମୟର ଦୃଶ୍ୟ।
ବାରବାଟୀ ଷ୍ଟାଡିୟମ କ୍ଲବ ହାଉସ୍ଠାରେ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ୩୦ତମ ସାମ୍ବିଧାନିକ ସମ୍ମିଳନୀକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଦୀପ ପ୍ରଜ୍ୱଳନ କରି…