ମେଟ୍ରୋ

ବିଏମ୍‌ସିର ରାଜସ୍ୱ ଆଦୟ ଲକ୍ଷ୍ୟ ୧୧୫ କୋଟି, ଆଦାୟ ହୋଇଛି ୨୬ ପ୍ରତିଶତ; ନାଲି ଆଖି ଦେଖାଉଛନ୍ତି ଘରୋଇ ସଂସ୍ଥା

ଭୁବନେଶ୍ୱର,୨।୧: ରାଜସ୍ବ ଆଦାୟକୁ ନେଇ ତନାଘନା ଆରମ୍ଭ କରିଛି ବିଏମ୍‌ସି।ଚଳିତ ଆର୍ଥିକ ବର୍ଷ ରାଜସ୍ବ ଆଦାୟ ଲକ୍ଷ୍ୟ ୧୧୫ କୋଟି ରହିଥିବାବେଳେ ଡିମାଣ୍ଡ ପ୍ରାୟ ୮୪ କୋଟି ରହିଛି। ସେଥିମଧ୍ୟରୁ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୨୬ପ୍ରତିଶତ ଆଦାୟ ହୋଇଥିବାବେଳେ ଡିମାଣ୍ଡର ୩୫…

ନାମଲେଖାବେଳେ ପିଲା ଦେବେ ନିଶାମୁକ୍ତି ଘୋଷଣାନାମା

ନୂଆଦିଲ୍ଲୀ,୨।୧: ଏଣିକି ଆଡମିଶନବେଳେ ପିଲାଦେବେ ନିଶାମୁକ୍ତି ଘୋଷଣାନାମା। ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ନାମଲେଖାବେଳେ ପିଲାମାନେ ଏନେଇ ଘୋଷଣାନାମା ବା ଡିକଲାରେଶେନ ଦାଖଲ କରିବେ। ଆଲକହଲ କିମ୍ବା ନିଶା ଠାରୁ ଛାତ୍ରୀଛାତ୍ରଙ୍କ ଠାରୁ ଦୂରେଇ ରଖିବା ପାଇଁ ୟୁନିଭରସିଟି ଗ୍ରାଣ୍ଟ କମିଶନ(ୟୁଜିସି) ଏକ…

ଖୁସିଖବର ରାଜ୍ୟରେ ୧୩୭୫ଟି ପିଜିଟିଙ୍କୁ ମିଳିବ ନିଯୁକ୍ତି: ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୨।୧: ରାଜ୍ୟରେ ୧୩୭୫ଟି ପିଜିଟି (Post Graduate Teacher) ଶିକ୍ଷକ ପଦବୀ ଫାଙ୍କା ପଡ଼ିଛି। ଏଥିନିମନ୍ତେ ରାଜ୍ୟ ସରକାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଏହା ବର୍ତ୍ତମାନ ଚାଲୁ ରହୁଛି। ଆବେଦନର ଶେଷ ତାରିଖ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଧାର୍ଯ୍ୟ…

ରାଜ୍ୟରେ ଆଉ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨।୧: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି। ଏହା ସହିତ ରାଜ୍ୟରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି।

ଜାନୁୟାରୀରେ ଶୀତ କମ୍‌

ଭୁବନେଶ୍ୱର,୨ା୧(ଅସମାପିକା ସାହୁ):ଜାନୁୟାରୀରେ ଶୀତର ପ୍ରଭାବ କମ୍‌ ରହିବ। ରାତିର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବା ସମ୍ଭାବନା ଥିବାରୁ ଥଣ୍ଡା କମ୍‌ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ଆସନ୍ତା ୪ ଓ ୫ ତାରିଖରେ କେତେକ…

ଘନ କୁହୁଡ଼ି ହେଲା କାଳ, ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରକ୍‌: ୩ ମୃତ, ୫୦ରୁ ଅଧିକ ଆହତ

ନିଶ୍ଚିନ୍ତକୋଇଲି,୨।୧(ଅଶୋକ କୁମାର ମହାପାତ୍ର): କଟକ-ଚାନ୍ଦବାଲି ରାସ୍ତାର କଟରପଡ଼ା ନିକଟ କଳାପୋଲ ନିକଟରେ ମଙ୍ଗଳବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସକାଳ ପ୍ରାୟ ୭.୩୦ ମିନିଟ୍‌ ସମୟରେ କେନ୍ଦ୍ରାପଡାରୁ କଟକ ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ବସ୍‌କୁ କଟକରୁ କେନ୍ଦ୍ରାପଡା…

କାରରେ ଆସି କାଟିଲେ ଶଟର

ଭୁବନେଶ୍ୱର,୧।୧ (ସୂର୍ଯ୍ୟକାନ୍ତ ବେହେରା) : ନୂଆବର୍ଷ ପାଇଁ ସହରରେ କଡ଼ା କଟକଣା ସତ୍ତ୍ୱେ କାରରେ ଆସି ଶଟର ତାଲା କାଟି ଏକ ଇଲେକ୍ଟ୍ରିକାଲ ଦୋକାନରୁ ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍‌ ଉପକରଣ ଚୋରି କରିନେଇଛନ୍ତି ଦୁର୍ବୃତ୍ତ। ଇନ୍‌ଫୋସିଟି ଥାନା ଅଞ୍ଚଳରେ ଏହି ଘଟଣା…

ଜାନୁୟାରୀରେ କମିବ ଶୀତ

ଭୁବନେଶ୍ୱର,୧।୧: ଜାନୁୟାରୀରେ ଶୀତର ପ୍ରଭାବ କମିବା ନେଇ ସମ୍ଭାବନା ରହିଛି। ସ୍ବଭାବିକଠାରୁ ରାତିର ତାପମାତ୍ରା ବଢ଼ିବାରୁ ଥଣ୍ଡା କମ ରହିବ। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ଆଗାମୀ ୪ ଓ ୫ ତାରିଖରେ କେତେକ…

ମେଟ୍ରୋ ଟ୍ରେନ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୧: ନୂଆବର୍ଷରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ମେଟ୍ରୋ ଟ୍ରେନ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକ-ଭୁବନେଶ୍ବର ବାସିନ୍ଦାଙ୍କୁ ମେଟ୍ରୋ ଟ୍ରେନ୍‌ ଭେଟି ଦେଇ ମୁଖ୍ୟମନ୍ତ୍ରୀ ଏହି ଐତିହାସିକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ବାରଙ୍ଗ ବ୍ଲକର ରତାଗଡ଼-ଲେଙ୍କାସାହିରେ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ…

୨୦ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧ା୧: ରାଜ୍ୟରେ ସୋମବାର ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନେଇ ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, କରୋନା ଟେଷ୍ଟିଂ…

ହାଇଟେକ୍‌ ଟ୍ରାଜେଡି: ବିସ୍ଫୋରଣରେ ସ୍ବାମୀଙ୍କ ମୃତ୍ୟୁ ପରେ ଜୀବନ ହାରିଲେ ସ୍ତ୍ରୀ

ଭୁବନେଶ୍ୱର,୧ା୧: ରାଜଧାନୀର ପାଣ୍ଡରାସ୍ଥିତ ହାଇଟେକ୍‌ ହସ୍ପିଟାଲ ବିସ୍ଫୋରଣ ଘଟଣାରେ ରବିବାର ଖୋର୍ଦ୍ଧା ଜିଲା ଜଟଣୀର ବଅଁଙ୍ଗ ଗାଁର ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ସକାଳେ ତାଙ୍କ ସ୍ତ୍ରୀ ସୁନା ଆତ୍ମହତ୍ୟା କରି ଦେଇଛନ୍ତି। ଏହି ଦୁଃଖଦ ଖବର ସମଗ୍ର…

ଦାମଙ୍କ ଉପରୁ ବହିଷ୍କାର ହଟିଲା

ଭୁବନେଶ୍ୱର,୧ା୧: ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ହଟିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂୂଆବର୍ଷରେ ଏହି ନୂଆ ପଦକ୍ଷେପ ନେଇଛନ୍ତି। ସୂଚନାଯୋଗ୍ୟ, ୨୦୧୮ରେ ସେ ବିଜେଡି ଛାଡ଼ିଥିଲେ। ଏହା ପରେ ସେ ଭାଜପାରେ ଯୋଗ ଦେଇଥିଲେ।  ୨୦୧୯ ନିର୍ବାଚନରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri