ବିଏମ୍‌ସିର ରାଜସ୍ୱ ଆଦୟ ଲକ୍ଷ୍ୟ ୧୧୫ କୋଟି, ଆଦାୟ ହୋଇଛି ୨୬ ପ୍ରତିଶତ; ନାଲି ଆଖି ଦେଖାଉଛନ୍ତି ଘରୋଇ ସଂସ୍ଥା

ଭୁବନେଶ୍ୱର,୨।୧: ରାଜସ୍ବ ଆଦାୟକୁ ନେଇ ତନାଘନା ଆରମ୍ଭ କରିଛି ବିଏମ୍‌ସି।ଚଳିତ ଆର୍ଥିକ ବର୍ଷ ରାଜସ୍ବ ଆଦାୟ ଲକ୍ଷ୍ୟ ୧୧୫ କୋଟି ରହିଥିବାବେଳେ ଡିମାଣ୍ଡ ପ୍ରାୟ ୮୪ କୋଟି ରହିଛି। ସେଥିମଧ୍ୟରୁ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୨୬ପ୍ରତିଶତ ଆଦାୟ ହୋଇଥିବାବେଳେ ଡିମାଣ୍ଡର ୩୫ ପ୍ରତିଶତ ହୋଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ହାତରେ ମାତ୍ର ଆଉ ୩ମାସ ସମୟ ଥିବାବେଳେ ମାର୍ଚ୍ଚସୁଦ୍ଧା କେମିତି ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବ ସେ ନେଇ ମଙ୍ଗଳବାର ବିଏମ୍‌ସି ମୁଖ୍ୟାଳୟରେ କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଯେଉଁ ଗୃହ ମାଲିକ ନିଜର ଘରକୁ ବାସଗୃହଭାବେ ପଞ୍ଜୀକରଣ କରାଇ ବ୍ୟବସାୟିକ ଭାବେ ବ୍ୟବହାର କରୁଥିବେ ଏବଂ ଟ୍ରେଡ ଲାଇସେନ୍ସ ଆଦି କରି ନ ଥିବେ, ସୋମନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନର ଚେତବନୀ ଦେଇଥିଲେ। ସମାନ ଭାବେ ରାଜସ୍ବ ବା ହୋଲଡିଂ ଟିକସ ଦେବାରୁ ନିବୃତ ରହୁଥିଲେ କାର୍ଯ୍ୟାନୁଷ୍ଠାନ ହେବ। ଏଥିପାଇଁ ଟାଟା ପାଓ୍ବାର ଠାରୁ ତାହାର ଗ୍ରାହକଙ୍କ ତାଲିକା ମଗା ଯାଇଛି। ଏହି ତାଲିକାରୁ ଖିଲାପକାରୀଙ୍କୁ ଚିହ୍ନି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସେହିପରି ଯେଉଁମାନଙ୍କ ଉପରେ ଅଧିକ ରାଜସ୍ବ ରହିଛି ଆସନ୍ତା ୧୫ ପୂର୍ବରୁ ସେମାନଙ୍କୁ ଡିମାଣ୍ଡ ନୋଟିସ ଦେବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ବଜାର ଅଞ୍ଚଳଗୁଡିକରେ ପ୍ରାଥମିକତା ଭିତ୍ତିରେ ମିସ୍‌ ସରକାରମାନେ ଟ୍ରେଡ ଲାଇସେନ୍ସ କରିବା ଏବଂ ରାଜସ୍ବ ଆଦାୟ କରିବେ। ଅପରପକ୍ଷେ ବହୁ ବଡ଼ବଡ଼ିଆ ତଥା ସରକାରୀ ଓ ବେସରକାରୀ ସଂସ୍ଥା ମଧ୍ୟ ଠିକ୍‌ ଭାବେ ଟିକସ ଦେଉନାହାନ୍ତି। ଫଳରେ ରାଜସ୍ବ ଆଦାୟ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ବହୁ ଦୂରରେ ରହିଛି।

ଇଡ଼୍‌କୋ, ଉତ୍କଳ ୟୁନିଭର୍‌ସିଟି, ଭୁବନେଶ୍ୱର ବିମାନ ବନ୍ଦର, ଟିପିସିଓଡିଏଲ୍‌ ଭଳି ବିଭିନ୍ନ ସଂସ୍ଥା ଉପରେ କୋଟି କୋଟି ଟଙ୍କାର ରାଜସ୍ବ ବାକି ପଡିଛି। ସେହିପରି ଡିଏନ୍‌ ରେଗାଲିଆ ମଲ୍‌ ଉପରେ ୧କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ବକେୟା ପଡିଛି। ସମ୍ପୃକ୍ତ ସ୍ଥାନରେ ମଲ୍‌ କରିବା ପାଇଁ ଇଡ୍‌କୋ ଠାରୁ ଜମି ନେବାପରେ ବିଏମ୍‌ସିକୁ କାହିଁକି ହୋଲ୍ଡିଂ ଟିକସ ଦେବ ବୋଲି କହିବା ସହ ହାଇକୋର୍ଟରେ ଏନେଇ କେସ୍‌ କରିଛି। ଏହା ଉପରେ ହାଇକୋର୍ଟ ଷ୍ଟେ’ ଅର୍ଡର ଜାରି କରିଥିବାରୁ ବିଏମ୍‌ସି ଟିକସ ଆଦାୟ କରିପାରୁ ନାହିଁ।

ତେବେ ବକେୟା ପକାଇଥିବା ସଂସ୍ଥାକୁ ନୋଟିସ୍‌ ଦିଆଯିବା ସହିତ ଆବଶ୍ୟକ ହେଲେ ଓଡିଶା ପବ୍ଲିକ ଡିମାଣ୍ଡ ରିକଭରି ଆକ୍ଟ (ଓପିଡିଆର)ଅନୁଯାୟୀ ମାମଲା ରୁଜୁ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏମାନଙ୍କୁ ଯଥାଶୀଘ୍ର ଚିହ୍ନଟ କରି ୱାର୍ଡ ଅଫିସରମାନେ ଆସନ୍ତା ଶନିବାର ପୂର୍ବରୁ ଜୋନ୍‌ ଅଧିକାରୀଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍‌ଲାଇନ୍‌ ଆଦାୟକୁ ଗୁରୁତ୍ୱ ଦେବା, ୩ଟି ଜୋନ୍‌ରେ ସ୍ବତନ୍ତ୍ର ରାଜସ୍ବ ରଥ (ପ୍ରଚାର ଗାଡି) ବୁଲିବା ସହିତ ପ୍ରତି ୱାର୍ଡର ସଫେଇ ଗାଡିରେ ଏ ସଂପର୍କିତ ବାର୍ତ୍ତା ପ୍ରଚାର କରାଯିବ। ସେହିପରି ସମସ୍ତ ୱାର୍ଡ ଅଫିସର କ୍ୟୁଆରକୋଡ୍‌ର ଉପଯୋଗ କରି ଭୁବନେଶ୍ୱର ଡଟ୍‌ ମି ମାଧ୍ୟମରେ ରାଜସ୍ବ ଆଦାୟ କରିବାକୁ କମିଶନର ତାଗିଦ କରିଥିଲେ।

ତେବେ ୬୭ଟି ଓ୍ବାର୍ଡ ପାଇଁ ଏବେ ମାତ୍ର ୪୩ଜଣ ଓ୍ବାର୍ଡ ଅଫିସର ଥିବାବେଳେ ବିଭିନ୍ନ କାମରେ ନିୟୋଜିତ ହେଉଥିବାରୁ ସେମାନେ ଠିକ୍‌ ଭାବେ ରାଜସ୍ବ ଆଦାୟ କରି ପାରୁନାହାନ୍ତି। ପୁଣି ଏବେ ଭୁବନେଶ୍ୱରର ୩ଟି ଜୋନ୍‌ରେ ଥିବା ଜୋନାଲ୍‌ ଡେପୁଟି କମିଶନରମାନେ ନୂଆ ହୋଇ ଥିବାରୁ ଜୋନ୍‌ ସହିତ ସେମାନେ ଜଡ଼ିତ ହୋଇ ପାରିନାହାନ୍ତି। ଫଳରେ ରାଜସ୍ବ ଆଦାୟ ଲକ୍ଷ୍ୟ ପୂରଣ ଦିଗରେ ଆଗେଇ ପାରୁ ନଥିବା ମତ ପ୍ରକାଶ ପାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ମୋଦି

ଭୁବନେଶ୍ୱର,୫।୫: ଅଯୋଧ୍ୟାରୁ ମେଗା ରୋଡ ଶୋ’ କାର୍ଯ୍ୟକ୍ରମ ଶେଷ କରି ରବିବାର ରାତି ପ୍ରାୟ ୧୦ଟା ୪୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ

କୋରାପୁଟ,୫।୫(ଅମିତାଭ ବେହେରା): ମେ’ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏନେଇ ରବିବାର ଆରମ୍ଭ ହୋଇଯାଇଛି ହୋମ୍‌ ଭୋଟିଂ ପ୍ରକ୍ରିୟା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ...

ପାହାଡ଼ରୁ ଖସିଲା ପଥର: ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ,୫ା୫(ଅମିତାଭ ବେହେରା ): ଆନ୍ଧ୍ରର ଶିବଲିଙ୍ଗପୁରମ ନିକଟସ୍ଥ ରେଳ ଧାରଣାରେ ପାହାଡ଼ରୁ ପଥର ଖସି ରବିବାର ଭୋର ସମୟରେ ଏକ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ...

କଂଗ୍ରେସ ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ: ମୁଣ୍ଡ ଫଟେଇଦେଲେ ଦୁର୍ବୃତ୍ତ

ପୁରୀ,୫।୫: ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ରବିବାର ଅପରାହ୍ନରେ ଆକ୍ରମଣ ହୋଇଛି। ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ...

କ୍ଷମତାକୁ ଆସିଲେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବ ଭାଜପା: ଜାଣନ୍ତୁ ଏଥିରେ ମହିଳାଙ୍କୁ କ’ଣ ମିଳିବ ଲାଭ

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଛି। ନିର୍ବାଚନୀ ଇସ୍ତାହାରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା।...

ଭାଜପା ସରକାର ଆସିଲେ ୫୭ ବର୍ଷର କାମ ୫ ବର୍ଷରେ କରିବୁ: ମନମୋହନ

ଭୁବନେଶ୍ୱର,୫।୫: ୨୦୨୪ ନିର୍ବାଚନ ପାଇଁ ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଯାଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାରକୁ...

ଭାଜପାର ବଡ଼ ଘୋଷଣା: ସରକାରକୁ ଆସିଲେ ଖୋଲାଯିବ ରତ୍ନ ଭଣ୍ଡାର

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାରରେ ଏକ ବଡ଼ ପ୍ରତିଶ୍ରୁତି ଦିଆଯାଇଛି। ଭାଜପା ସରକାରକୁ ଆସିଲେ ରତ୍ନ ଭଣ୍ଡାର ଖୋଲାଯିବ ବୋଲି ଦଳର ରାଷ୍ଟ୍ରୀୟ ସଭାପତି...

ଆଜି ଓଡ଼ିଶା କେବଳ ଜଗନ୍ନାଥଙ୍କ କୃପାରୁ ଚାଲିଛି

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ ଅବସରରେ ଜେପି ନଡ୍ଡା ବିଜେଡି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ବିକାଶ ବ୍ୟବସ୍ଥା ସଂପୂର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri