ବିଏମ୍‌ସିର ରାଜସ୍ୱ ଆଦୟ ଲକ୍ଷ୍ୟ ୧୧୫ କୋଟି, ଆଦାୟ ହୋଇଛି ୨୬ ପ୍ରତିଶତ; ନାଲି ଆଖି ଦେଖାଉଛନ୍ତି ଘରୋଇ ସଂସ୍ଥା

ଭୁବନେଶ୍ୱର,୨।୧: ରାଜସ୍ବ ଆଦାୟକୁ ନେଇ ତନାଘନା ଆରମ୍ଭ କରିଛି ବିଏମ୍‌ସି।ଚଳିତ ଆର୍ଥିକ ବର୍ଷ ରାଜସ୍ବ ଆଦାୟ ଲକ୍ଷ୍ୟ ୧୧୫ କୋଟି ରହିଥିବାବେଳେ ଡିମାଣ୍ଡ ପ୍ରାୟ ୮୪ କୋଟି ରହିଛି। ସେଥିମଧ୍ୟରୁ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୨୬ପ୍ରତିଶତ ଆଦାୟ ହୋଇଥିବାବେଳେ ଡିମାଣ୍ଡର ୩୫ ପ୍ରତିଶତ ହୋଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ହାତରେ ମାତ୍ର ଆଉ ୩ମାସ ସମୟ ଥିବାବେଳେ ମାର୍ଚ୍ଚସୁଦ୍ଧା କେମିତି ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବ ସେ ନେଇ ମଙ୍ଗଳବାର ବିଏମ୍‌ସି ମୁଖ୍ୟାଳୟରେ କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଯେଉଁ ଗୃହ ମାଲିକ ନିଜର ଘରକୁ ବାସଗୃହଭାବେ ପଞ୍ଜୀକରଣ କରାଇ ବ୍ୟବସାୟିକ ଭାବେ ବ୍ୟବହାର କରୁଥିବେ ଏବଂ ଟ୍ରେଡ ଲାଇସେନ୍ସ ଆଦି କରି ନ ଥିବେ, ସୋମନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନର ଚେତବନୀ ଦେଇଥିଲେ। ସମାନ ଭାବେ ରାଜସ୍ବ ବା ହୋଲଡିଂ ଟିକସ ଦେବାରୁ ନିବୃତ ରହୁଥିଲେ କାର୍ଯ୍ୟାନୁଷ୍ଠାନ ହେବ। ଏଥିପାଇଁ ଟାଟା ପାଓ୍ବାର ଠାରୁ ତାହାର ଗ୍ରାହକଙ୍କ ତାଲିକା ମଗା ଯାଇଛି। ଏହି ତାଲିକାରୁ ଖିଲାପକାରୀଙ୍କୁ ଚିହ୍ନି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସେହିପରି ଯେଉଁମାନଙ୍କ ଉପରେ ଅଧିକ ରାଜସ୍ବ ରହିଛି ଆସନ୍ତା ୧୫ ପୂର୍ବରୁ ସେମାନଙ୍କୁ ଡିମାଣ୍ଡ ନୋଟିସ ଦେବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ବଜାର ଅଞ୍ଚଳଗୁଡିକରେ ପ୍ରାଥମିକତା ଭିତ୍ତିରେ ମିସ୍‌ ସରକାରମାନେ ଟ୍ରେଡ ଲାଇସେନ୍ସ କରିବା ଏବଂ ରାଜସ୍ବ ଆଦାୟ କରିବେ। ଅପରପକ୍ଷେ ବହୁ ବଡ଼ବଡ଼ିଆ ତଥା ସରକାରୀ ଓ ବେସରକାରୀ ସଂସ୍ଥା ମଧ୍ୟ ଠିକ୍‌ ଭାବେ ଟିକସ ଦେଉନାହାନ୍ତି। ଫଳରେ ରାଜସ୍ବ ଆଦାୟ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ବହୁ ଦୂରରେ ରହିଛି।

ଇଡ଼୍‌କୋ, ଉତ୍କଳ ୟୁନିଭର୍‌ସିଟି, ଭୁବନେଶ୍ୱର ବିମାନ ବନ୍ଦର, ଟିପିସିଓଡିଏଲ୍‌ ଭଳି ବିଭିନ୍ନ ସଂସ୍ଥା ଉପରେ କୋଟି କୋଟି ଟଙ୍କାର ରାଜସ୍ବ ବାକି ପଡିଛି। ସେହିପରି ଡିଏନ୍‌ ରେଗାଲିଆ ମଲ୍‌ ଉପରେ ୧କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ବକେୟା ପଡିଛି। ସମ୍ପୃକ୍ତ ସ୍ଥାନରେ ମଲ୍‌ କରିବା ପାଇଁ ଇଡ୍‌କୋ ଠାରୁ ଜମି ନେବାପରେ ବିଏମ୍‌ସିକୁ କାହିଁକି ହୋଲ୍ଡିଂ ଟିକସ ଦେବ ବୋଲି କହିବା ସହ ହାଇକୋର୍ଟରେ ଏନେଇ କେସ୍‌ କରିଛି। ଏହା ଉପରେ ହାଇକୋର୍ଟ ଷ୍ଟେ’ ଅର୍ଡର ଜାରି କରିଥିବାରୁ ବିଏମ୍‌ସି ଟିକସ ଆଦାୟ କରିପାରୁ ନାହିଁ।

ତେବେ ବକେୟା ପକାଇଥିବା ସଂସ୍ଥାକୁ ନୋଟିସ୍‌ ଦିଆଯିବା ସହିତ ଆବଶ୍ୟକ ହେଲେ ଓଡିଶା ପବ୍ଲିକ ଡିମାଣ୍ଡ ରିକଭରି ଆକ୍ଟ (ଓପିଡିଆର)ଅନୁଯାୟୀ ମାମଲା ରୁଜୁ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏମାନଙ୍କୁ ଯଥାଶୀଘ୍ର ଚିହ୍ନଟ କରି ୱାର୍ଡ ଅଫିସରମାନେ ଆସନ୍ତା ଶନିବାର ପୂର୍ବରୁ ଜୋନ୍‌ ଅଧିକାରୀଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍‌ଲାଇନ୍‌ ଆଦାୟକୁ ଗୁରୁତ୍ୱ ଦେବା, ୩ଟି ଜୋନ୍‌ରେ ସ୍ବତନ୍ତ୍ର ରାଜସ୍ବ ରଥ (ପ୍ରଚାର ଗାଡି) ବୁଲିବା ସହିତ ପ୍ରତି ୱାର୍ଡର ସଫେଇ ଗାଡିରେ ଏ ସଂପର୍କିତ ବାର୍ତ୍ତା ପ୍ରଚାର କରାଯିବ। ସେହିପରି ସମସ୍ତ ୱାର୍ଡ ଅଫିସର କ୍ୟୁଆରକୋଡ୍‌ର ଉପଯୋଗ କରି ଭୁବନେଶ୍ୱର ଡଟ୍‌ ମି ମାଧ୍ୟମରେ ରାଜସ୍ବ ଆଦାୟ କରିବାକୁ କମିଶନର ତାଗିଦ କରିଥିଲେ।

ତେବେ ୬୭ଟି ଓ୍ବାର୍ଡ ପାଇଁ ଏବେ ମାତ୍ର ୪୩ଜଣ ଓ୍ବାର୍ଡ ଅଫିସର ଥିବାବେଳେ ବିଭିନ୍ନ କାମରେ ନିୟୋଜିତ ହେଉଥିବାରୁ ସେମାନେ ଠିକ୍‌ ଭାବେ ରାଜସ୍ବ ଆଦାୟ କରି ପାରୁନାହାନ୍ତି। ପୁଣି ଏବେ ଭୁବନେଶ୍ୱରର ୩ଟି ଜୋନ୍‌ରେ ଥିବା ଜୋନାଲ୍‌ ଡେପୁଟି କମିଶନରମାନେ ନୂଆ ହୋଇ ଥିବାରୁ ଜୋନ୍‌ ସହିତ ସେମାନେ ଜଡ଼ିତ ହୋଇ ପାରିନାହାନ୍ତି। ଫଳରେ ରାଜସ୍ବ ଆଦାୟ ଲକ୍ଷ୍ୟ ପୂରଣ ଦିଗରେ ଆଗେଇ ପାରୁ ନଥିବା ମତ ପ୍ରକାଶ ପାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri