ବ୍ୟାଟେରୀ ଅଟୋକୁ ଧକ୍କା ଦେଲା ଟ୍ରାଭେଲର: ସାମ୍ନାକୁ ଆସିଲା ଭୟଙ୍କର ଦୁର୍ଘଟଣା ଦୃଶ୍ୟ
ଭୁବନେଶ୍ୱର,୧୪।୨: ବ୍ୟାଟେରୀ ଅଟୋକୁ ଧକ୍କା ଦେଲା ଟ୍ରାଭେଲର। ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ବ୍ରିଟ କଲୋନୀ ମୁଖ୍ୟ ରାସ୍ତାରେ। ଏଥିରେ ୪ ଆହତ ହୋଇଥିବା ବେଳେ ଡ୍ରାଇଭର ଥାନାରେ ଅଟକ ଅଛନ୍ତି। ଡ୍ରାଇଭର ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଲାଉଥିବା ଅଭିଯୋଗ…
ଚାକିରି ଦେବା ନାଁରେ ଠକୁଥିଲେ ମହିଳା ସ୍ବେଚ୍ଛାସେବୀ, କେନ୍ଦୁଝରରୁ ଗିରଫ କଲା ଖଣ୍ଡଗିରି ପୋଲିସ
ଭୁବନେଶ୍ୱର,୧୪ା୨: ଚାକିରି ଦେବା ନାଁରେ ଠକେଇ କରି ବନ୍ଧା ହୋଇଛନ୍ତି ଜଣେ ମହିଳା ସ୍ବେଚ୍ଛାସେବୀ। ତାଙ୍କ ନାଁ ସୁରେଶ୍ୱରୀ ଜେନା। ସେ ନିଜକୁ ମହିଳା ସ୍ବେଚ୍ଛାସେବୀ ପରିଚୟ ଦେଇ ଲୋକମାନଙ୍କୁ ଚାକିରି ଦେବାର ଲୋଭ ଦେଖାଉଥିଲେ। ଏପରିକି ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା…
୫ ଓଏଏସ୍ ଅଧିକାରୀଙ୍କ ବଦଳି: ଜାଣନ୍ତୁ କିଏ କେଉଁଠାକୁ ଗଲେ
ଭୁବନେଶ୍ୱର,୧୪ା୨(ରବିନାରାୟଣ ଜେନା):ରାଜସ୍ବ ବିଭାଗ ପକ୍ଷରୁ ଶୁକ୍ରବାର ୫ଜଣ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍-କନିଷ୍ଠ) ଅଧିକାରୀଙ୍କୁ ବଦଳି କରାଯାଇଛି। ବିଭାଗର ବିଜ୍ଞପ୍ତି ଅନୁଯାୟୀ, କେନ୍ଦ୍ରାପଡ଼ା- ମହାକାଳପଡ଼ାର ପୂର୍ବତନ ବିଡିଓ ସୌମ୍ୟାଶ୍ରୀ ପାଣିଗ୍ରାହୀଙ୍କୁ ପୁରୀ ଜିଲାପାଳ କାର୍ଯ୍ୟାଳୟକୁ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଥିବାବେଳେ ଆଠଗଡ଼ର…
କାହାକୁ ପଠାଯିବ ରାଜ୍ୟ ସଭା, ତୋମାର କହିଲେ…
ଭୁବନେଶ୍ୱର, ୧୪।୨(ସୁନିତ୍ ମିଶ୍ର): ୨୦୨୬ ଏପ୍ରିଲରେ ଖାଲି ହେବାକୁ ଥିବା ୪ ରାଜ୍ୟ ସଭା ଆସନରୁ ୩ଟି ଭାଜପା ଦଖଲ କରିବ। ସେଥିପାଇଁ ରଣନୀତି ପ୍ରସ୍ତୁତ ସରିଛି। ଦଳ କେଉଁମାନଙ୍କୁ ପ୍ରାର୍ଥୀ କରିବ ତା’ର ନିଷ୍ପତ୍ତି ସଂସଦୀୟ ବୋର୍ଡ ହିଁ ନେବ…
ଅରବିନ୍ଦ ମହାପାତ୍ରଙ୍କ ବିସ୍ଫୋରକ ବୟାନ: ମୁଁ ଏବେ ସ୍ବାଧୀନ, ରାଜ୍ୟ ସଭା ନିର୍ବାଚନରେ ପ୍ରାର୍ଥୀ ଦେଖି…
ଭୁବନେଶ୍ୱର,୧୩ା୨: ସସ୍ପେଣ୍ଡକୁ ନେଇ ଆଜି ପୁଣି ଏକ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡିରୁ ବିତାଡ଼ିତ ତଥା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର। ସେ ଆଜି ପୁଣି ସେହି ସମାନ କଥା ଦୋହରାଇଛନ୍ତି। ସେ କହିଛନ୍ତି, ନବୀନଙ୍କୁ ଯେଉଁ ପ୍ରଶ୍ନ ପଚାରିଥିଲି ତା’ର…
ଠପ୍ ହୋଇଯିବ ସମସ୍ତ ସରକାରୀ ନିର୍ମାଣ କାର୍ଯ୍ୟ
ଭୁବନେଶ୍ୱର,୧୩ା୨: ଆସନ୍ତା ୨୦ରୁ ୩ ପ୍ରମୁଖ ଠିକାଦାର ସଂଘ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ। ୧୮ ସୁଦ୍ଧା ୮ ଦଫା ଦାବି ପୂରଣ ନ ହେଲେ ୨୦ରୁ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ଠିକାଦାର ସଂଘ। ଫଳରେ ରାଜ୍ୟବ୍ୟାପୀ ସମସ୍ତ ସରକାରୀ…
ମୁଖ୍ୟ ଶାସନ ସଚିବଙ୍କ ବଡ଼ ସୂଚନା: ଏହି ୪ ସହର ହେବ କମନ ଇକୋନୋମିକ୍ ଜୋନ୍
ଭୁବନେଶ୍ୱର,୧୩ା୨: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟର ୪ ସହର ଯଥା ପୁରୀ, ପାରାଦୀପ, ଭୁବନେଶ୍ୱର ଏବଂ କଟକ କମନ ଇକୋନୋମିକ୍ ଜୋନ୍ରେ ପରିଣତ ହେବ। ୨୦୨୭ ସୁଦ୍ଧା ଏହି…
ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ
ଭୁବନେଶ୍ୱର,୧୩।୨: ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ଶୁକ୍ରବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ୧୯୯୫-୨୦୦୦ ମସିହା ଯାଏ ଚୌଦାର ବିଧାୟକ…
ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଅସୁସ୍ଥ, ମସ୍ତିସ୍କାଘାତ ଯୋଗୁଁ…
ଭୁବନେଶ୍ବର,୧୩ା୨: କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଅସୁସ୍ଥ । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ରହିଛି । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ଗୁରୁବାର ଏକ…
ଚଳିତବର୍ଷ ଆଗୁଆ ହେବ ସ୍ନାତକ, ସ୍ନାତକୋତ୍ତର ନାମଲେଖା
ଭୁବନେଶ୍ୱର,୧୩ା୨(ସୁଚିସ୍ମିତା ସାହୁ): ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଚଳିତ ବର୍ଷ ନାମଲେଖା ଆଗୁଆ କରାଯିବ। ଜୁଲାଇ ମାସ ଦ୍ୱିତୀୟ ସପ୍ତାହରୁ ଶିକ୍ଷାଦାନ ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ଯୋଜନା ପ୍ରସ୍ତୁତ କରିଛି। ଏହାକୁ ଦୃଷ୍ଟିରେ ରଖି ସ୍ନାତକୋତ୍ତର ନାମଲେଖା ପାଇଁ…
ବିଜେଡିରୁ ବିଦାହେଲେ ସ୍ବାଧୀନ, ପ୍ରଦୀପ
ଭୁବନେଶ୍ୱର, ୧୩।୨(ସୁନିତ୍ ମିଶ୍ର): ଦଳ ବିରୋଧୀ କାର୍ଯ୍ୟ କରିବା ଅଭିଯୋଗରେ ବିଜେଡି ଗୁରୁବାର ଆଉ ୨ ଜଣଙ୍କୁ ନିଲମ୍ବିତ କରିଛି। କଟକ ଏବଂ କଟକ ସଦରର ୨ ଜଣ ଦଳରୁ ନିଲମ୍ବିତ ହୋଇଥିବା ଦଳ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚିତ କରାଯାଇଛି।…
‘ଛୁଟିରେ ରହିପାରିବେ ନାହିଁ କୌଣସି ସଚିବ’
ଭୁବନେଶ୍ୱର,୧୩ା୨(ରବିନାରାୟଣ ଜେନା): ରାଜ୍ୟକୁ ଉନ୍ନତ କରିବାକୁ ହେବ ଓ ସରକାରୀ କାର୍ଯ୍ୟରେ ଯେଭଳି ବାଧା ନ ଉପୁଜିବ, ତାହାକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସବୁ ବିଭାଗର ସଚିବଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯୋଜନା ଓ…
Archives


