ମେଟ୍ରୋ

ଅନ୍ତର୍ଜାତୀୟ ଅଭିଲେଖ ଦିବସ ପାଳିତ : ପ୍ରତି ଜିଲାରେ ପ୍ରତିଷ୍ଠା ହେବ ଶାଖା ଅଭିଲେଖାଗାର

ଭୁବନେଶ୍ୱର,୧୦।୬(ବ୍ୟୁରୋ) : କେବଳ ରାଜଧାନୀ ଭୁବନେଶ୍ୱର ନୁହେଁ, ଏଣିକି ସମଗ୍ର ରାଜ୍ୟରେ ପ୍ରତିଷ୍ଠା ହେବ ଅଭିଲେଖାଗାର। ସମଗ୍ର ରାଜ୍ୟବାସୀ ଅଭିଲେଖାଗାରର ଆବଶ୍ୟକତା, ଏହାର ମହତ୍ତ୍ୱ ଓ କାର୍ଯ୍ୟଧାରା ସମ୍ପର୍କରେ ଅବଗତ ହେବେ। ଅଭିଲେଖାଗାର ମାଧ୍ୟମରେ ରାଜ୍ୟ ତଥା ଦେଶର ଇତିହାସ, ନଥିପତ୍ର…

ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ ମାମଲା : ସିସିଟିଭି ଫୁଟେଜରୁ ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ୱର,୧୦।୬(ବ୍ୟୁରୋ) : ନୟାପଲ୍ଲୀ ଥାନା ସିଆର୍‌ପି ଏନ୍‌-୧ରେ ରହୁଥିବା ବ୍ୟବସାୟୀ ଶିବସୁନ୍ଦର ଦାଶଙ୍କୁ ଶୁକ୍ରବାର ରାତିରେ ୬ଜଣ ଦୁର୍ବୃତ୍ତ କାରରେ ଅପହରଣ ଉଦ୍ୟମ କରିଥିଲେ। ହେଲେ ବାଣୀବିହାର ଓଭରବ୍ରିଜ୍‌ ଉପରେ ଆର୍‌ଟିଓ ଚେକିଂ ହେଉଥିବାରୁ ଦୁର୍ବୃତ୍ତମାନେ କାର ବୁଲାଇ ଫେରିବା ସମୟରେ…

ନଦୀରେ ବୁଡି ଛାତ୍ର ମୃତ

ବ୍ରହ୍ମଗିରି, ୯ା୬(ଡି.ଏନ୍‌.ଏ.)-ବ୍ରହ୍ମଗିରି ଥାନା ଅନ୍ତର୍ଗତ ଅପିଠି ଗ୍ରାମରେ ରବିବାର ଜଣେ ୬ଷ୍ଠ ଶ୍ରେଣୀର ଛାତ୍ର ନଦୀରେ ଭାସିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଗ୍ରାମର ପ୍ରଦୀପ ଜେନା ଏବଂ ତାଙ୍କର ପୁଅ ପ୍ରୀତମ ପ୍ରିୟଦର୍ଶୀ ଜେନା(୧୧) ସାଙ୍ଗହୋଇ…

ନିମାପଡ଼ାରେ ବ୍ୟାପୁଛି ଝାଡ଼ାବାନ୍ତି :୭ ଦିନରେ ୧ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ନିମାପଡ଼ା, ୯।୬(ଡି.ଏନ୍‌.ଏ.)-ପ୍ରଳୟଙ୍କରୀ ବାତ୍ୟା ପରେ ନିମାପଡ଼ା ବ୍ଲକରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ଗତ ୭ଦିନ ମଧ୍ୟରେ ୧ହଜାରରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇ ନିମାପଡ଼ା ଓ ଚାରିଛକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଫଳରେ ଲୋକ ଆତଙ୍କିତ ହୋଇ ପଡ଼ିଛନ୍ତି। ଏଥିରେ ଆକ୍ରାନ୍ତ…

ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ ରାସ୍ତାରୋକୋ

ନିମାପଡ଼ା, ୯।୬(ଡି.ଏନ୍‌.ଏ.)-ନିମାପଡ଼ା ବ୍ଲକ ଅନ୍ତର୍ଗତ ବ୍ୟବସାୟିକ ପେଣ୍ଠସ୍ଥଳୀ ଚାରିଛକ ବଜାର ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ ରବିବାର ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବା ସହ ଦୀର୍ଘ ସମୟ ଧରି ଆନ୍ଦୋଳନ କରିଥିଲେ। ରାସ୍ତାରୋକୋ ଯୋଗୁ ନିମାପଡ଼ା-କାକଟପୁର ଓ କାକଟପୁର-ନିଆଳୀ…

ଯୁକ୍ତ୨ ବିଜ୍ଞାନରେ ଶୂନ ଫଳାଫଳ କରିଥିବା ୯ କଲେଜ ଉପରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୯ା୬(ବ୍ୟୁରୋ)- ଯୁକ୍ତ୨ ବିଜ୍ଞାନ ପରୀକ୍ଷାରେ ଶୂନ ରେଜଲ୍ଟ କରିଥିବା ୯ କଲେଜ ଉପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେଗୁଡ଼ିକ ହେଲା ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ମଣ୍ଡଳସ୍ଥିତ ଶ୍ରୀଜଗନ୍ନାଥ ଦେବ ହାଇସ୍କୁଲ, ଅନୁଗୋଳ…

ଯୁବକଙ୍କ ମୃତଦେହ ଉଦ୍ଧାର କଲା ପୋଲିସ

ନିରାକାରପୁର,୯ା୬(ଡି.ଏନ୍‌.ଏ.) : ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱର ପଞ୍ଚାୟତ କାମନାସାହିର ଏକ ଘରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ଯୁବକଙ୍କ ନାମ କାଳୁ ସାହୁ(୩୫)। ସେ ବିବାହିତ ଏବଂ ତାଙ୍କର ଦୁଇଟି ପିଲା ଅଛନ୍ତି।…

ଶିଶୁପୁତ୍ରର ମୃତଦେହ ଧରି ଏଏନ୍‌ଏମଙ୍କ ଘର ସମ୍ମୁଖରେ ବସିଲେ ପରିବାର ଲୋକେ

ନିରାକାରପୁର,୯ା୬(ଡି.ଏନ୍‌.ଏ.) : ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ ପାଟଣା ଗ୍ରାମର ୨୪ ଦିନର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଏନେଇ ପରିବାର ଲୋକେ ଆଶାକର୍ମୀ ଏବଂ ଏଏନ୍‌ଏମ୍‌ଙ୍କୁ ଦାୟୀ କରି ରବିବାର ପୂର୍ବାହ୍ନରୁ ଅଦ୍ୟାବଧି ଏନ୍‌ଏନ୍‌ଏମ୍‌ ସାଗରିକା ପାତ୍ରଙ୍କ ଘର ସମ୍ମୁଖରେ ଶିଶୁପୁତ୍ରର…

ଚାଲିଛି ବିଦ୍ୟୁତ ମରାମତି : ରେଳ ଚଳାଚଳ ବନ୍ଦ

ନିରାକାରପୁର,୯ା୬(ଡି.ଏନ୍‌.ଏ.) : ଖୋର୍ଦ୍ଧା ରେଳ ଡିଭିଜନ ଅଧୀନରେ ଥିବା କାଇପଦର ଷ୍ଟେଶନ ନିକଟରେ ୩୨ କେଭି ବିଦ୍ୟୁତ ମରାମତି କାର୍ଯ୍ୟ ଚାଲିଥିବାରୁ ରବିବାର ପୁରୀ-ଗୁଣପୁର ପାସେଞ୍ଜର,ଭୁବନେଶ୍ୱର-ବ୍ରହ୍ମପୁରପାସେଞ୍ଜର,ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟିକୁ ବାତିଲ କରି ଦିଆଯାଇଛି। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…

ଦିଲ୍ଲୀ ଗଲେ ନବୀନ, ୧୧ରେ ମୋଦିଙ୍କୁ ଭେଟିବେ

ଭୁବନେଶ୍ୱର,୯।୬(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ବାଜିମାତ କରି ସରକାର ଗଠନ ପରେ ପ୍ରଥମ ଥର ଲାଗି ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ଏକ ସପ୍ତାହ ପାଇଁ ଦିଲ୍ଲୀ ଗସ୍ତ କରିଥିବା ଜଣାପଡ଼ିଛି। ଏହି ଗସ୍ତ କାଳରେ ସେ ପ୍ରଧାନମନ୍ତ୍ରୀ…

ନନ୍ଦିନୀଙ୍କ ୮୮ତମ ଜୟନ୍ତୀ: ପ୍ରତିମୂର୍ତ୍ତିରେ ମନ୍ତ୍ରୀ, ନେତାଙ୍କ ମାଲ୍ୟାର୍ପଣ; ଶ୍ରଦ୍ଧାଞ୍ଜଳି ଦେଲେ ‘ଧରିତ୍ରୀ ଓ ଓଡ଼ିଶାପୋଷ୍ଟ’ ପରିବାର

ଭୁବନେଶ୍ୱର,୯।୬(ବ୍ୟୁରୋ): ଭାରତୀୟ ସଂସ୍କୃତି ଏବଂ ରାଜନୀତି କ୍ଷେତ୍ରରେ ନିଜର ବଳିଷ୍ଠ ବ୍ୟକ୍ତିତ୍ୱର ଛାପ ଛାଡ଼ିଥିବା ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ରବିବାର ହେଉଛି ୮୮ତମ ଜୟନ୍ତୀ। ଏହି ଅବସରରେ ରାଜଭବନ ନିକଟସ୍ଥ ଏଲ୍‌ଆଇସି ଛକଠାରେ ଥିବା ନନ୍ଦିନୀ ଦେବୀଙ୍କ…

ବାଲିଅନ୍ତାରେ ଯୁବକଙ୍କୁ ଗୋଡ଼ାଇ ଖଣ୍ଡାରେ ହାଣିବା ଘଟଣା: ଅଭିଯୁକ୍ତ ବଡ଼ ଭାଇ ଗିରଫ, କେନାଲରୁ ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା ଜବତ

ବାଲିଅନ୍ତା,୯।୬(ଡି.ଏନ୍‌.ଏ.): ବାଲିଅନ୍ତା ଥାନା ପାହାଳ ଫାଣ୍ଡି ପଞ୍ଚମୁଖୀ ବିହାର ଆପାର୍ଟମେଣ୍ଟ ମୁଖ୍ୟ ଫାଟକ ନିକଟରେ ଶୁକ୍ରବାର ପ୍ରୀତମ କୁମାର ରାଉତରାୟ ନାମକ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ପ୍ରୀତମଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri