ମେଟ୍ରୋ

ଯୋଡ଼ା ନାବାଳିକା ଗଣବଳାତ୍କାର ମାମଲା

ଭୁବନେଶ୍ୱର, ୨୮।୬(ବ୍ୟୁରୋ) : କେନ୍ଦୁଝର ଜିଲା ଯୋଡା ଅଞ୍ଚଳରେ ଗତ ସୋମବାର ଜଣେ ନାବାଳିକା ଗଣବଳାତ୍କାରର ଶିକାର ହୋଇଥିଲେ। ଏହି ଘଟଣାକୁ ନେଇ ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକ ଗୁରୁବାର ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ପିଟିଶନ କରିଛନ୍ତି।...

ସମ୍ବଲପୁର ହାଜତ ମୃତ୍ୟୁ ମାମଲା : ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ ପରେ କ୍ଷତିପୂରଣ ଦେଉନି ପୋଲିସ

ଭୁବନେଶ୍ୱର,  ୨୮।୬(ବ୍ୟୁରୋ) : ୨୦୧୭ ଜୁନ୍‌ ୬ରେ ସମ୍ବଲପୁର ପୋଲିସ ମାଡ଼ରେ ପଶ୍ଚିମବଙ୍ଗ ପୁରୁଲିଆ ଜିଲା ଟୁକୁରିମନ୍ଦିର ଗ୍ରାମର ଅଭୟ ସିଂଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ଏହି ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲାବେଳେ ପୋଲିସ ବିଭାଗ ବଦନାମ ମୁଣ୍ଡାଇଥିଲା।...

ଜିଲା ପ୍ରଶାସନର ରଥଯାତ୍ରା ପ୍ରସ୍ତୁତି : ରହିବ ୩୦ ଆମ୍ବୁଲାନ୍ସ, ଖୋଲିବ ୩୧ ଫାଷ୍ଟଏଡ୍‌ ସେଣ୍ଟର

ପୁରୀ ଅଫିସ, ୨୮।୬ : ଆସନ୍ତା ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଲାଗି ପୁରୀ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି। ରଥଯାତ୍ରାଠାରୁ ବାହୁଡ଼ାଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ପୁରୀରେ ଯାତ୍ରୀ, ପର୍ଯ୍ୟଟକଙ୍କ ଗହଳି...

ରଥଯାତ୍ରା ପାଇଁ ବ୍ୟବସ୍ଥାବଳୀ : ୩ ରଥରେ ରହିବେ ୨୧୦ ସେବକ, କର୍ମଚାରୀ

ପୁରୀ ଅଫିସ, ୨୮।୬ : ଘୋଷଯାତ୍ରାର ଆଦ୍ୟପର୍ବ ସ୍ନାନଯାତ୍ରା ଶେଷ ହୋଇଛି। ମହାପ୍ରଭୁ ଏବେ ଅଣସରରେ। ଆଗକୁ ରଥଯାତ୍ରା। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଏହି ମହାନ ପର୍ବକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ...

ଅଲାରପୀଠ: ଭକ୍ତର ଭାବରେ ତରଳିଛି ପଥର

ବ୍ରହ୍ମଗିରି,  ୨୮।୬(ଡି.ଏନ୍‌.ଏ.): ଯୁଗେ ଯୁଗେ ଭକ୍ତର ଭାବରେ ବନ୍ଧା ପଡ଼ିଛନ୍ତି ଭଗବାନ। ଭକ୍ତିର ଶକ୍ତି ଏତେ ଅଧିକ ଯେ, ଏହାର ପ୍ରଭାବରେ ପଥର ବି ତରଳି ଯାଇଥାଏ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳେ ବ୍ରହ୍ମଗିରି ଅଲାରନାଥ ପୀଠରେ। ଏହି...

ବିଧାନସଭାରେ ଉତ୍ତର ରଖିଲେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ : ‘ଧରିତ୍ରୀ’ ସର୍ବାଧିକ ପ୍ରସାରିତ ଖବରକାଗଜ

ଭୁବନେଶ୍ୱର,୨୮।୬(ବ୍ୟୁରୋ) : ରାଜ୍ୟରେ ପ୍ରସାରିତ ଖବରକାଗଜଗୁଡିକ ମଧ୍ୟରୁ ‘ଧରିତ୍ରୀ’ ପ୍ରସାରଣ ସର୍ବାଧିକ। ଚଳିତ ବର୍ଷ ଜାନୁୟାରୀ ୨୪ରେ ପ୍ରକାଶିତ ତଥ୍ୟକୁ ଆଧାର କରି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଗୁରୁବାର ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି। ଭଣ୍ଡାରିପୋଖରୀ...

ବାଟୋଇଙ୍କ ପାଇଁ ମାନସିଂହଙ୍କ ମାହାଲ ଖଞ୍ଜା

ମହାପ୍ରଭୁଙ୍କ ଉପାସନା ପରମ୍ପରା କେବଳ ଏକ ଉଦାରବାଦୀ ପରମ୍ପରା ନୁହଁ, ମଣିଷ ପଣିଆର ମୂଲ୍ୟବୋଧ ପରମ୍ପରା ମଧ୍ୟ। ଏହାର ରହସ୍ୟ ଭେଦିବା ବଁା ହାତର ଖେଳ ନୁହେଁ, କିନ୍ତୁ ଭେଦି ହେବନି, ସେ କଥା ବି ନୁହେଁ । ଯିଏ...

୬ ରଥ ଗଡୁଥିଲା, ସୁନା ଧ୍ୱଜ କଳସ ଲାଗୁଥିଲା

ପୁରୀ ଅଫିସ,୨୮।୬ : ବଦଳୁଛି ସମୟ। ଆଉ ସମୟ ସହିତ ତାଳଦେଇ କେତେକ ପ୍ରଥା ବା ପରମ୍ପରାରେ ବି ପରିବର୍ତ୍ତନ ହେଉଛି। ଏଥିରୁ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ବି ବାଦ୍‌ ପଡ଼ିନାହିଁ। ପରିବର୍ତ୍ତିତ ସମୟ ସହିତ ତାଳଦେଇ ରଥଯାତ୍ରାରେ ବି...

ବିଲ୍‌ଡରଙ୍କ କାମ କରୁଛନ୍ତି ଆର୍‌ଆଇ

ଭୁବନେଶ୍ୱର,୨୮।୬(ବ୍ୟୁରୋ) : ରାଜ୍ୟରେ ଅମିନ ଓ ଆର୍‌ଆଇ ମରୁଡ଼ି ପଡ଼ିଛି। ଆର୍‌ଆଇ ସର୍କଲରେ ଅମିନ ନାହାନ୍ତି। ଜମିବାଡ଼ି ମପାଚୁପା କାର୍ଯ୍ୟ ହୋଇପାରୁ ନାହିଁ। ଭୁବନେଶ୍ୱରରେ ଆର୍‌ଆଇ ଏବଂ ଅମିନ ବଡ଼ ବଡ଼ ବିଲ୍‌ଡରଙ୍କ ପାଇଁ କାମ କରୁଛନ୍ତି। ସହର ତଳି...

ଅନିଶ୍ଚିତତା ମଧ୍ୟରେ ହାତଲେଖା କଳାକାରଙ୍କ ଭବିଷ୍ୟତ

ଭୁବନେଶ୍ୱର, ୨୮।୬ବ୍ୟୁରୋ) : ହାତଲେଖା କଳାକାରମାନେ ରଙ୍ଗ ତୁଳୀ ଧରି ହାତରେ ନିଜର କଳା ପ୍ରଦର୍ଶନ କରୁଥିଲେ। ହେଲେ ଫ୍ଲେକ୍ସ ଆସିବା ପରଠାରୁ ସେମାନଙ୍କ ସ୍ଥିତି ଦୋହଲି ଯାଇଛି। ସମୟାନୁକ୍ରମେ ଲୋକମାନଙ୍କ ହସ୍ତକଳା ପ୍ରତି ଆଦର ହ୍ରାସ ପାଇବାରେ ଲାଗିଛି।...

ରାଜଧାନୀରୁ କାର ଲୁଟ୍‌ ର଼୍ୟାକେଟର ପର୍ଦ୍ଦାଫାଶ : ୩ କାର, ବିପୁଳ ଅଳଙ୍କାର ଜବତ, ୪ ଗିରଫ

ଭୁବନେଶ୍ୱର/ପାତ୍ରପଡା, ୨୮।୬(ବ୍ୟୁରୋ/ଡି.ଏନ୍‌.ଏ.) : ଗତ କିଛି ମାସ ହେବ ରାଜଧାନୀରେ ଲୁଟେରା ଗ୍ୟାଙ୍ଗ୍‌ ସକ୍ରିୟ ହୋଇଉଠିଛି। ବିଶେଷକରି ବାରମ୍ବାର କାର୍‌ ଲୁଟ୍‌ ଘଟଣା ପୋଲିସର ଚିନ୍ତା ବଢ଼ାଇ ଦେଇଛି। ଲୁଟ୍‌ କାରକୁ ବ୍ୟବହାର କରି ଲୁଟ୍‌ ଓ ଅନ୍ୟ ଅପରାଧ...

ଆଜି ୮ ଜିଲାକୁ ବର୍ଷା

ଭୁବନେଶ୍ୱର,୨୮।୬(ବ୍ୟୁରୋ) : ଓଡ଼ିଶାରେ ମୌସୁମୀ ଛୁଇଁଛି। କିନ୍ତୁ ଜୁନ୍‌ ମାସ ଶେଷ ହେବାକୁ ବସିଲାଣି, ରାଜ୍ୟରେ ବର୍ଷାର କୌଣସି ଦେଖାନାହିଁ। ଆସନ୍ତା ୩୦ତାରିଖରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଶୁକ୍ରବାର ଉତ୍ତର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri