ବାଲୁକାକଳାରେ ଲତାଙ୍କ ଆରୋଗ୍ୟ କାମନା କଲେ ସୁଦର୍ଶନ
ଭୁବନେଶ୍ୱର,୧୪।୧୧(ବ୍ୟୁରୋ): ଖ୍ୟାତନାମା ବାଲୁକାଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଆରୋଗ୍ୟ କାମନା କରିିଛନ୍ତି। ସୁଦର୍ଶନ ନିଜ ବାଲୁକାକଳାରେ ଏନେଇ ବାର୍ତ୍ତା ଦେଇଛନ୍ତି। ୯୦ ବୟସ୍କ ମଙ୍ଗେସକର ସୋମବାର ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ...
ଟ୍ରାଫିକ ନିୟମ ଉଲ୍ଲଂଘନ: ଦୁଇ ମାସରେ ଆଦାୟ ହୋଇଛି ଦେଢ଼ କୋଟି ଟଙ୍କା
ଭୁବନେଶ୍ୱର,୧୪।୧୧(ବ୍ୟୁରୋ): ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ରାଜ୍ୟରେ ଦେଢ଼ କୋଟିରୁ ଅଧିକ ଜରିମାନା ଆଦାୟ ହୋଇଛି। ସେପ୍ଟେମ୍ବର ୧ରୁ ନଭେମ୍ବର ୧ ମଧ୍ୟରେ ମୋଟ ୧ କୋଟି ୫୩ ଲକ୍ଷ ୩୪ ହଜାର ୭୬୦ କୋଟି...
ଜେଲ ଗଲେ ଗ୍ୟାଙ୍ଗ୍ଷ୍ଟର ରାଜା ଆଚାର୍ଯ୍ୟ
କଟକ ଅଫିସ/ଭୁବନେଶ୍ୱର, ୧୪।୧୧(ବ୍ୟୁରୋ): ଜେଲ ଗଲେ ଗ୍ୟାଙ୍ଗ୍ଷ୍ଟର ସନ୍ଦୀପ ଆଚାର୍ଯ୍ୟ ଓରଫ ରାଜା। କଟକ ସିଜେଏମ୍ କୋର୍ଟରେ ଗୁରୁବାର ହାଜର କରାଯିବା ପରେ ତାଙ୍କୁ ଜେଲ ପଠାଯାଇଛି। ସୂଚନାଯୋଗ୍ୟ, ୨୦୦୪ରେ ଏକ ହତ୍ୟା ଉଦ୍ୟମ ଅଭିଯୋଗ ନେଇ ରାଜାଙ୍କ ନାମରେ...
ବିରୋଧୀଙ୍କ ହଟ୍ଟଗୋଳ ପରେ ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ: ଆତ୍ମହତ୍ୟା କରିଛନ୍ତି ସ୍ମିତାରାଣୀ
ଭୁବନେଶ୍ୱର, ୧୪।୧୧(ବ୍ୟୁରୋ): ଷୋଡ଼ଶ ବିଧାନସଭାର ଦ୍ୱିତୀୟ ଦିନ ଗୁରୁବାର ପୁଣି ଥରେ ବିଧାନସଭାରେ ବିରେଧୀମାନେ ହଟ୍ଟଗୋଳ କରିଛନ୍ତି। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀମାନେ ଗୃହ ମଧ୍ୟଭାଗରେ ପ୍ଲାକାର୍ଡ ଦେଖାଇ ଯାଜପୁର ଜିଲା ହରିଦାସପୁରର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ...
ଆୟୁର୍ବେଦର ସୁବର୍ଣ୍ଣ ଯୁଗ ଆସୁଛି
ବ୍ରହ୍ମପୁର ନିକଟ ଆଙ୍କୁଶପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟର ଶିଶୁରୋଗ ବିଶେଷଜ୍ଞ ତଥା ଅଧ୍ୟାପକ ଡା. ବିମଳ କୁମାର ପଣ୍ଡାଙ୍କ ଇଚ୍ଛାଶକ୍ତି ତାଙ୍କ ପାଇଁ ଆଣିଦେଇଛି ସଫଳତା। ରୋଗ ପ୍ରତିରୋଧକ ଶକ୍ତି, ମେଧାଶକ୍ତି ଓ ସ୍ମରଣ ଶକ୍ତି...
ବିଜେଡି ବିଧାୟକ ଦଳ ବୈଠକରେ ନବୀନଙ୍କ ନିର୍ଦ୍ଦେଶ: ଅଧିବେଶନ ସମୟରେ ଶୃଙ୍ଖଳିତ, ସମୟାନୁବର୍ତ୍ତୀ ହୁଅ
ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ଅଧିବେଶନରେ ବିଧାୟକମାନଙ୍କ ସକାରାତ୍ମକ ଉପସ୍ଥିତି ନେଇ ମତ ରଖିଛନ୍ତି। ଏନେଇ ନିଜର ଆଭିମୁଖ୍ୟକୁ ଅଧିକ ସ୍ପଷ୍ଟ କରିବା ସହ ତାହାର ଅନୁପାଳନ ପାଇଁ ବିଧାୟକମାନଙ୍କୁ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି।...
ଆପଣମାନେ ଖୁସି ତ, ମୁଁ ବି ଖୁସି
ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ଆପଣମାନେ ଖୁସି ତ। ମୁଁ ବି ଖୁସି। କଂଗ୍ରେସ ଦଳ ନେତା ତାରାପ୍ରସାଦ ବାହିନୀପତିଙ୍କ ଏହି ଡାଇଲଗ୍କୁ ନେଇ ବୁଧବାର ଗୃହକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବିଧାନସଭାରେ ଏକ ହାସ୍ୟରୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଷୋଡ଼ଶ ବିଧାନସଭା ଦ୍ୱିତୀୟ...
ବୁଲ୍ବୁଲ୍ କ୍ଷୟକ୍ଷତି ଆକଳନ: ଆଜି ଆସୁଛନ୍ତି କେନ୍ଦ୍ରୀୟ ଟିମ୍
ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ସାମୁଦ୍ରିକ ଝଡ଼ ବୁଲ୍ବୁଲ ଯୋଗୁ କେତେ କ୍ଷୟକ୍ଷତି ହୋଇଛି ତା’ର ଆକଳନ କରିବା ଲାଗି କେନ୍ଦ୍ର ସରକାରଙ୍କ ଆନ୍ତଃ-ମନ୍ତ୍ରଣାଳୟର ଏକ ପ୍ରତିନିଧି ଦଳ ଆସନ୍ତା ୧୪ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ...
ଗାନ୍ଧିଜୀଙ୍କ ହତ୍ୟା ତଥ୍ୟ ପିଲାଙ୍କୁ ଲୁଚା ନ ଯାଉ
ଭୁବନେଶ୍ୱର, ୧୪ା୧୧(ବ୍ୟୁରୋ): ରାଜ୍ୟର ସମସ୍ତ ସ୍କୁଲରେ ପିଲାଙ୍କୁ ଦିଆଯାଇଥିବା ଦୁଇ ପୃଷ୍ଠାର ଏକ ଲିଫ୍ଲେଟରେ ଗାନ୍ଧିଜୀଙ୍କ ବର୍ବର ହତ୍ୟାକୁ ଉଲ୍ଲେଖ ନ କରି ମିଥ୍ୟା ତଥ୍ୟ ଦିଆଯାଇଛି। ଗାନ୍ଧିଜୀଙ୍କୁ ନାଥୁରାମ ଗଡ୍ସେ ପ୍ରାର୍ଥନା ସଭାରେ ଗୁଳିକରି ହତ୍ୟା କରିଥିବା ଇତିହାସରେ...
ଗ୍ୟାଙ୍ଗ୍ଷ୍ଟର ରାଜା ଆଚାର୍ଯ୍ୟ ଗିରଫ
କଟକ ଅଫିସ/ ଭୁବନେଶ୍ୱର (ବ୍ୟୁରୋ), ୧୪ା୧୧: ଗ୍ୟାଙ୍ଗ୍ଷ୍ଟର ସନ୍ଦୀପ ଆଚାର୍ଯ୍ୟ ଓରଫ ରାଜାଙ୍କୁ ବୁଧବାର ମଧ୍ୟାହ୍ନରେ କଟକ ମାଲଗୋଦାମ ଥାନା ପୋଲିସ ଭୁବନେଶ୍ୱରର ବରଗଡ଼ ଅଞ୍ଚଳରୁ ଗିରଫ କରିଛି। ୨୦୦୪ ମସିହାରେ ଏକ ହତ୍ୟା ଉଦ୍ୟମ ଅଭିଯୋଗ ନେଇ ରାଜାଙ୍କ...
ଶ୍ରୀଲିଙ୍ଗରାଜଙ୍କ ଜବରଦଖଲ ଜମି ଉଚ୍ଛେଦ ନେଇ ରାଜ୍ୟପାଳଙ୍କୁ ଦାବିପତ୍ର: ସିବିଆଇ ତଦନ୍ତ ଦାବି କଲା ଏକାମ୍ର ଜନଜାଗରଣ ମଞ୍ଚ
ପୁରୁଣା ଭୁବନେଶ୍ୱର, ୧୩। ୧୧ (ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଏକର ଏକର ଜମି ଜବରଦଖଲକାରୀଙ୍କ କବ୍ଜାରେ। ଶହ ଶହ ଏକରରୁ ହାତଗଣତି କେବଳ ଠାକୁରଙ୍କ ନୀତିକାନ୍ତି ପାଇଁ ବଞ୍ଚତ୍ ରହିଥିବା ଭୂସମ୍ପତ୍ତି ଉପରେ ଜବରଦଖଲକାରୀଙ୍କ ଲୋଲୁପ ଦୃଷ୍ଟି ପଡିଛି। ଏହି...
କଟାଗୋଡ଼ର ରହସ୍ୟ ଖୋଜି ପାଉନି ପୋଲିସ: ଆଜି ଫରେନ୍ସିକ୍ ଲାବ୍କୁ ପଠାଯିବ ନମୁନା
ଭୁବନେଶ୍ୱର, ୧୪ା୧୧(ବ୍ୟୁରୋ): ବରମୁଣ୍ଡା ଓଭରବ୍ରିଜ୍ ଶଙ୍ଖ ନିକଟ ଓୟୁଏଟି ନାଳରୁ ମଙ୍ଗଳବାର ଜଣେ ମଣିଷର କଟାଗୋଡ଼ ମିଳିଥିଲା। ଆଣ୍ଠୁ ତଳକୁ ମାଂସ ରହିଥିବାବେଳେ ଉପର ଅଂଶଟି କେବଳ ହାଡ଼ ଥିଲା। ତେବେ ଘଟଣାର ୨୪ ଘଣ୍ଟା ପରେ ବି ପୋଲିସକୁ...
Archives


