ମେଟ୍ରୋ

ନୂଆ ମୋଟର ଯାନ ଆଇନ:ଶେଷ ବେଳକୁ ଆର୍‌ଟିଓରେ ଅସମ୍ଭାଳ ଭିଡ଼

ଭୁବନେଶ୍ୱର,୨୭-୧୧(ବ୍ୟୁରୋ):ରାଜ୍ୟ ସରକାର ଦେଇଥିବା ୩ ମାସର ଡେଡ୍‌ ଲାଇନ୍‌ ଆଉ ୪ଦିନରେ ସରୁଛି। ନୂଆ ମୋଟର ଯାନ ଆଇନକୁ କଡାକଡ଼ି ପାଳନ କରିବାକୁ ଟ୍ରାଫିକ ପୋଲିସ ଓ ଆର୍‌ଟିଓ ପୂରା ପ୍ରସ୍ତୁତ ରହିଛି। ହେଲେ ଏବେବି ବହୁ ଗାଡ଼ି ଚାଳକ...

‘ମୋ ସାଇକେଲ’କୁ ବର୍ଷେ ପୂରିଲା

ଭୁବନେଶ୍ୱର, ୨୭-୧୧(ବ୍ୟୁରୋ):‘ମୋ ସାଇକେଲ’ ସେବାକୁ ବର୍ଷେ ପୂରିଛି। ଏହି ପରିପ୍ରେକ୍ଷୀରେ କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ପକ୍ଷରୁ ମଙ୍ଗଳବାର କ୍ରୁଟ କାର୍ଯ୍ୟାଳୟରୁ ରୋଟାରୀ ଭବନ ଯାଏ ଏକ ସାଇକ୍ଲୋଥନ୍‌ କରାଯିବା ସହ ୬ଜଣ ମୋ ସାଇକେଲ ଚାଳକଙ୍କୁ ସମ୍ବର୍ଦ୍ଧିତ...

ରାଜ୍ୟରେ ଗବେଷଣା ସଂସ୍କୃତି ପ୍ରତିଷ୍ଠା କରିବ ଉତ୍କଳ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୨୭-୧୧(ବ୍ୟୁରୋ):ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍‌ ଜୁବିଲି ସମାରୋହର ମଙ୍ଗଳବାର ଥିଲା ଚତୁର୍ଥ ଦିବସ। ଏହି ଅବସରରେ ଆଞ୍ଚଳିକ ଗବେଷଣା ହବ୍‌ ଆନୁକୂଲ୍ୟରେ ପରିଜା ପାଠାଗାରଠାରେ ଗବେଷଣାରତ ଛାତ୍ରୀଛାତ୍ରଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ...

ଭୁବନେଶ୍ୱରରେ ଖୋଲିବ ସୋସିଆଲ ମିଡିଆ ମନିଟରିଂ ସେଲ୍‌

ଭୁବନେଶ୍ୱର,୨୭-୧୧(ବ୍ୟୁରୋ)/କଟକ(ଅଫିସ):ବଢ଼ି ଚାଲିଥିବା ସାଇବର ଅପରାଧ ଏବେ ପୋଲିସର ଚିନ୍ତା ବଢ଼ାଇଛି। ତେଣୁ ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ସୋସିଆଲ ମିଡିଆ ମନିଂଟରିଂ ସେଲ୍‌ ଖୋଲିବାକୁ ଯାଉଛି। ସାରା ରାଜ୍ୟର ସୋସିଆଲ ମିଡିଆ ଉପରେ ଏହା ନଜର ରଖିବ। କୌଣସି ଗୁଜବ ଓ ଅନ୍ୟ...

ସମ୍ବିଧାନ ପ୍ରଣୟନ ବିଶ୍ୱର ଏକ ପ୍ରମୁଖ ଘଟଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭-୧୧(ବ୍ୟୁରୋ):ବିଧାନସଭା ସମ୍ମିଳନୀ କକ୍ଷରେ ସମ୍ବିଧାନ ଦିବସ-୨୦୧୯ ମହାସମାରୋହରେ ପାଳନ କରାଯାଇଛି। ଏହି ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆଜି ଏକ ଐତିହାସିକ ଦିବସ। ୧୯୪୯ ମସିହା ଆଜିର ଦିନରେ ଭାରତୀୟ ସମ୍ବିଧାନକୁ ସମ୍ବିଧାନ ସଭାଦ୍ବାରା ଗ୍ରହଣ କରାଯାଇଥିଲା।...

ପ୍ରମୋଦ ସାହୁ ବରଖାସ୍ତ

ଭୁବନେଶ୍ୱର (ବ୍ୟୁରୋ)/ କେନ୍ଦ୍ରାପଡ଼ା ଅଫିସ, ୨୭-୧୧: କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋ-ଅପରେଟିଭ ସୋସାଇଟି ଲିଃ ସଭାପତି ପଦରୁ ପ୍ରମୋଦ ସାହୁଙ୍କୁ ବରଖାସ୍ତ କରାଯାଇଛି। ଆଇଏଏସ୍‌ ଅଧିକାରୀ ତଥା ଆରସିଏସ୍‌ ବିଭୂତି ଭୂଷଣ ପଟ୍ଟନାୟକ ଓଡ଼ିଶା କୋ-ଅପରେଟିଭ ସୋସାଇଟି ଆକ୍ଟ-୧୯୬୨ ଅଧୀନ କ୍ଷମତା...

ଆଧାରକରଣରେ ଓଡ଼ିଶା ଅଗ୍ରଣୀ ରାଜ୍ୟ

ଭୁବନେଶ୍ୱର,୨୭-୧୧(ବ୍ୟୁରୋ):ଚଳିତ ବର୍ଷ ୪.୫୮ କୋଟି ସାବାଳକଙ୍କ ମଧ୍ୟରୁ ପ୍ରାୟ ୯୩.୧ ଶତକଡା ଲୋକଙ୍କ ଆଧାର ପ୍ରସ୍ତୁତ କରାଯାଇଛି। ୦-୫ ବର୍ଷ ବୟସ ମଧ୍ୟରେ ୧୮,୨୬,୦୩୮ ଶିଶୁଙ୍କ ପଞ୍ଜୀକରଣ କରାଯାଇ ୪୬% ଲକ୍ଷ୍ୟ ହାସଲ କରାଯାଇଛି। ୫-୧୮ ବର୍ଷ ବୟସ ମଧ୍ୟରେ...

ରାଜ୍ୟରେ ଜଙ୍ଗଲ ପରିମାଣ ୫୧, ୩୪୫ ବର୍ଗ କି.ମି.

ଭୁବନେଶ୍ୱର,୨୭-୧୧(ବ୍ୟୁରୋ):ଓଡ଼ିଶାରେ ସମ୍ପୂର୍ଣ୍ଣ ଜଙ୍ଗଲର ପରିସୀମା ୫୧ ହଜାର ୩୪୫ ବର୍ଗ କି.ମି. ରହିଛି। ୨୦୧୪ ମସିହା ପୂର୍ବରୁ ଏହା ୫୦ ହଜାର ୩୪୭ ବର୍ଗ କି.ମି. ରହିଥିଲା। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଙ୍ଗଳବାର ବିଧାନସଭାରେ...

ରାଷ୍ଟ୍ରପତିଙ୍କ ଗସ୍ତ ଚୂଡ଼ାନ୍ତ:୮ରେ ପାଇକ ସ୍ମାରକୀର ହେବ ଶିଳନ୍ୟାସ

ଖୋର୍ଦ୍ଧା ଅଫିସ,୨୭-୧୧:ଖୋର୍ଦ୍ଧାର ବରୁଣେଇ ପାହାଡ ପାଦଦେଶରେ ନିର୍ମାଣ ହେବାକୁ ଥିବା ପାଇକ ସ୍ମାରକୀର ଶିଳାନ୍ୟାସ ଡିସେମ୍ବର ୮ରେ ଅନୁଷ୍ଠିତ ହେବ। ଏହି ଶିଳାନ୍ୟାସ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ କରିବେ। ଏଥିପାଇଁ ରାଷ୍ଟ୍ରପତିଙ୍କ ବରୁଣେଇ ଗସ୍ତ ଚୂଡାନ୍ତ ହୋଇଛି। ସୁରକ୍ଷା...

ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ:୧୬ ବିଭାଗରେ ନିଯୁକ୍ତ ହେବେ ୨୮୯ ଅଧ୍ୟାପକ

ଭୁବନେଶ୍ୱର, ୨୭-୧୧(ବ୍ୟୁରୋ):ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟଗୁଡ଼ିକରେ ଖାଲିଥିବା ଅଧ୍ୟାପକ ପଦବୀ ପୂରଣ ଦିଗରେ ସରକାର ପଦକ୍ଷେପ ନେଇଛନ୍ତି। ଏଥିପାଇଁ ବିଭାଗ ଦ୍ୱାରା ରାଜ୍ୟ ସିଲେକ୍‌ଶନ୍‌ ବୋର୍ଡକୁ ୮୩୩ ଅଧ୍ୟାପକ ପଦବୀ ପୂରଣ ନିମନ୍ତେ ପଦକ୍ଷେପ ନେବାକୁ...

ଅକାମୀ ହେବନି ୧୫ ବର୍ଷର ପୁରୁଣା ଗାଡ଼ି

ଭୁବନେଶ୍ୱର, ୨୭-୧୧(ବ୍ୟୁରୋ):୧୫ ବର୍ଷିଆ ପୁରୁଣା ଗାଡି ଅକାମୀ ହୋଇଯିବ। ସେସବୁ ଗାଡିକୁ ରାସ୍ତାରୁ ହଟାଇ ଦିଆଯିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ବିରାମ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏ ନେଇ କୌଣସି ନିୟମ ହୋଇ ନାହିଁ। ରାଜ୍ୟ ପରିବହନ...

ବାୟୁ ପ୍ରଦୂଷଣ: ୧୭ ସହର ସ୍ଥିତି ନିୟନ୍ତ୍ରଣାଧୀନ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ)- ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ୧୭ ସହର ବାୟୁର ମାନ ପରୀକ୍ଷଣ କରାଯାଇଥାଏ। ଚଳିତ ଅକ୍ଟୋବର ଶେଷ ସୁଦ୍ଧା ମାନ ପରୀକ୍ଷା ସମ୍ବଦ୍ଧିତ ତଥ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଙ୍ଗଳବାର ବିଧାନସଭାରେ ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri