CORONAVIRUS UPDATE: ରାଜ୍ୟରେ ଆଉ ୨୪ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ୍ ସୁସ୍ଥ ହେଲେଣି ୨୨୦
ଭୁବନେଶ୍ୱର,୧୭ା୫(ବ୍ୟୁରୋ): ରବିବାର ରାଜ୍ୟରେ ଆଉ ୨୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ ବ୍ୟକ୍ତିମାନଙ୍କ ମଧ୍ୟରେ ଗଞ୍ଜାମର ୧୯, ଯାଜପୁରର ୩ ଏବଂ ବାଲେଶ୍ୱରର ଦୁଇ ଜଣ...
ସ୍ଥଳଭାଗ ମୁହାଁ ‘ଅମ୍ଫନ୍’: ସାଗର-ହାତିଆ ଦୀପପୁଞ୍ଜ ମଧ୍ୟରେ ଲ୍ୟାଣ୍ଡଫଲ୍ ସମ୍ଭାବନା; ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ
ଭୁବନେଶ୍ୱର,୧୭।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ‘ଅମ୍ଫନ୍’ ଧିରେ ଧିରେ ସ୍ଥଳଭାଗ ମୁହାଁ ହେଉଛି। ଏହା ଏବେ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ଆସନ୍ତା ୨୦ ତାରିଖ ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ପଶ୍ଚିମବଙ୍ଗ-ବାଲାଂଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ। ସାଗର ଓ ହାତିଆ...
ସଚ୍ଚୋଟପଣିଆ ଦେଖାଇଲେ ୩ ଟିଟିଇ: ସୁନା, ଟଙ୍କା ସହ ପର୍ସ ଫେରାଇ ପ୍ରଶଂସା ପାଇଲେ
ଭୁବନେଶ୍ୱର,୧୭।୫(ବ୍ୟୁରୋ): ଟ୍ରେନ୍ରେ ପାଇଥିବା ଏକ ପର୍ସ୍କୁ ଫେରାଇ ସଚ୍ଚୋଟପଣିଆ ଦେଖାଇଛନ୍ତି ୩ଜଣ ଟିଟିଇ। ଉକ୍ତ ପର୍ସଟି ଜଣେ ମହିଳା ଯାତ୍ରୀଙ୍କର ହୋଇଥିବାବେଳେ ସେଥିରେ ୨୨ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଗହଣା ଥିଲା। ଏହି ତିନିଜଣ ଟିଟିଇ...
ସୋମବାରଠାରୁ ଗଡ଼ିବ ‘ମୋ ସାଇକେଲ’: ଜୁନ୍ ୩୦ ଯାଏ ଅଧଘଣ୍ଟା ମାଗଣା
ଭୁବନେଶ୍ୱର, ୧୭।୫(ବ୍ୟୁରୋ): କରୋନା କଟକଣା ଓ ଲକ୍ଡାଉନ୍ ସମୟରେ ସାଇକେଲର ଆବଶ୍ୟକତା ବଢ଼ିଯାଇଛି। ଏହାକୁ ଦୃଷ୍ଟିରେ ରଖି ବିଏମ୍ସି ଆସନ୍ତା ସୋମବାରଠାରୁ ପୁଣି ‘ମୋ ସାଇକେଲ’ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଲୋକଙ୍କ ସୁବିଧା ପାଇଁ ରିହାତି...
ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିଲା ପ୍ରସ୍ତୁତି: ମାଟ୍ରିକ୍ ଖାତା ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା ବଢ଼ିବ
ଭୁବନେଶ୍ୱର, ୧୭।୫(ବ୍ୟୁରୋ): ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା। ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷା ଖାତା ଦେଖାହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାଟ୍ରିକ ଖାତା ମୂଲ୍ୟାୟନ ପ୍ରସ୍ତୁତିରେ କେତେକ ପରିବର୍ତ୍ତନ...
ଆସୁଛି ବାତ୍ୟା ଅମ୍ଫନ: ଅସ୍ଥାୟୀ କୋଭିଡ୍ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ସ୍ଥାନାନ୍ତର ନିର୍ଦ୍ଦେଶ
ଭୁବନେଶ୍ୱର,୧୭।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୪ ଉପକୂଳବର୍ତ୍ତୀ ଜିଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁର ସର୍ବାଧିକ ପ୍ରଭାବିତ ହେବ। ଏହି...
‘ଅମ୍ଫନ୍’: ପଶ୍ଚିମବଙ୍ଗର ଦୀଘାକୁ ଛୁଇଁବା ସମ୍ଭାବନା
ଭୁବନେଶ୍ୱର,୧୬।୫(ବ୍ୟୁରୋ)-କରୋନା(କୋଭିଡ-୧୯)ସଙ୍କଟରେ ଛଟପଟ ହେଉଥିବା ଓଡ଼ିଶା ଏବେ ପୁଣି ଆଉ ଏକ ଭୟଙ୍କର ସାମୁଦ୍ରିକ ଝଡ଼ର ସମ୍ମୁଖୀନ ହେବାକୁ ଯାଉଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ଅବପାତ(ଡିପ୍ରେଶନ)ରେ ପରିଣତ ହୋଇଛି। ଏହା ପାରାଦୀପ...
ପ୍ରାକ୍ ବାତ୍ୟା ମୁକାବିଲା ସମୀକ୍ଷା: ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ; ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୬।୫(ବ୍ୟୁରୋ)-ଆସନ୍ତା ୧୯ କିମ୍ବା ୨୦ ତାରିଖରେ ସାମୁଦ୍ରିକ ଝଡ଼ ଅମ୍ଫନ୍ ସ୍ଥଳଭାଗ ଅତିକ୍ରମ କରିବ। ରାଜ୍ୟର ୧୨ଟି ଜିଲା ଏଥିରେ ପ୍ରଭାବିତ ହେବାର ଆଶଙ୍କା ରହିଛି। ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଅମ୍ଫନ୍ର ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତି ନେଇ ଶନିବାର...
ଆଉ ୩୦ କରୋନା ଆକ୍ରାନ୍ତ ସୁସ୍ଥ, ସଂଖ୍ୟା ଛୁଇଁଲା ୧୯୬
ଭୁବନେଶ୍ୱର,୧୬ା୫(ବ୍ୟୁରୋ): ରାଜ୍ୟବାସୀଙ୍କ ପାଇଁ ପୁଣି ଖୁସି ଖବର ଆସିଛି। ଶନିବାର ଆଉ ୩୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଅଦ୍ୟାବଧି ୧୯୬ ଜଣ ସୁସ୍ଥ ହୋଇସାରିଲେଣି। ଏନେଇ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା...
କରୋନା ସମୟରେ ବାତ୍ୟା ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ: ଅତିରିକ୍ତ ମୁଖ୍ୟ ସଚିବ
ଭୁବନେଶ୍ୱର,୧୬ା୫(ବ୍ୟୁରୋ): କରୋନା ଭୂତାଣୁ ସମଗ୍ର ରାଜ୍ୟରେ କାୟା ବିସ୍ତାର କରି ଚାଲିଥିବା ବେଳେ ଉପକୂଳ ଓଡ଼ିଶା ପାଇଁ ଆଉ ଏକ ବିପଦ ଆଶଙ୍କା ସୃଷ୍ଟି କରିଛି ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ‘ଅମ୍ଫନ’। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ଉପକୂଳରେ...
ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ଫେରିଲେଣି ୧ ଲକ୍ଷ ୩୩ ହଜାର ୨୪୫ ପ୍ରବାସୀ, ଗଞ୍ଜାମକୁ ସର୍ବାଧିକ ଫେରିଛନ୍ତି ୫୫,୫୬୭: ଅତିରିକ୍ତ ମୁଖ୍ୟ ସଚିବ
ଭୁବନେଶ୍ୱର,୧୬ା୫(ବ୍ୟୁରୋ): ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲାକୁ ୧ ଲକ୍ଷ ୩୩ ହଜାର ୨୪୫ ପ୍ରବାସୀ ଶ୍ରମିକ ଆସିଛନ୍ତି। ଏନେଇ ଶନିବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ସେଥିମଧ୍ୟରୁ ଗଞ୍ଜାମ ଜିଲାକୁ...
ବଳ ଗୋଟାଉଛି ‘ଅମ୍ଫନ’: ୨୦୦ କି.ମି. ବେଗରେ ସ୍ଥଳଭାଗ ଛୁଇଁବ, ସବୁ ବନ୍ଦରରେ ୧ ନଂ. ବିପଦ ସଙ୍କେତ
ଭୁବନେଶ୍ୱର, ୧୬।୫(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ଅବପାତରେ ପରିଣତ ହୋଇଛି। ଏହା ପାରାଦୀପ ଠାରୁ ଦକ୍ଷିଣ ପୂର୍ବ ଦିଗରେ ୧୦୬୦ କିମି ଏବଂ ପଶ୍ଚିମବଙ୍ଗର ଦକ୍ଷିଣ, ଦକ୍ଷିଣ ପଶ୍ଚିମ ଦୀଘା...
Archives


