କମୁନି କରୋନା ଗ୍ରାଫ୍: ରାଜ୍ୟରେ ଆଜି ୧୦,୦୩୧ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର,୧୦।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ସୋମବାର ରାଜ୍ୟରେ ୧୦,୦୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୬୨୩ ଜଣ କ୍ୱାରାଣ୍ଟାଇନ୍ରେ ଥିଲେ। ବାକି ୩,୪୦୮ଟି ହେଉଛି ଲୋକାଲ କେସ। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ…
ଓଡ଼ିଶାକୁ ୩୩୩.୮ କୋଟି ସହାୟତା
ନୂଆଦିଲ୍ଲୀ, ୧୦।୫:ଗ୍ରାମାଞ୍ଚଳରେ କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାର ୨୫ଟି ରାଜ୍ୟ ନିମନ୍ତେ ୮,୯୨୩.୮ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି। ସେହି ଅନୁଯାୟୀ ଓଡ଼ିଶାକୁ ୩୩୩. ୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଯଥା…
୬ ମାସ ରହିବ ଦ୍ୱିତୀୟ ଲହର
ଭୁବନେଶ୍ୱର, ୧୦।୫(ବ୍ୟୁରୋ): ରାଜ୍ୟରେ ଗତ ଦୁଇଦିନ ହେବ ଦୈନିକ କୋଭିଡ୍ ସଂକ୍ରମଣ ହ୍ରାସ ପାଇଛି। ଗତ ୭ତାରିଖରେ ୧୨, ୨୩୮ ଜଣ ଚିହ୍ନଟ ହୋଇଥିବାବେଳେ ୮ତାରିଖରେ ୧୧,୮୦୭ଜଣ ଚିହ୍ନଟ ହୋଇଥିଲେ। ଗତ ୨୪ଘଣ୍ଟାରେ ୧୦,୬୩୫ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ…
ସ୍ବପ୍ନ ସରିଲା, ନୂଆ ସ୍ବପ୍ନ
ଭୁବନେଶ୍ୱର, ୧୦ା୫(ବ୍ୟୁରୋ): ରାଜ୍ୟରେ ପୂର୍ବ ପ୍ରସ୍ତାବିତ ଟାଟା ମେମୋରିଆଲ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା କେତେବାଟ ଗଲା ସେକଥା ଏଯାଏ ଜଣାପଡ଼ିନାହିଁ। ହେଲେ ବର୍ତ୍ତମାନ ଭୁବନେଶ୍ୱରଠାରେ ୨୦୨୪ ଜାନୁୟାରୀ ସୁଦ୍ଧା ଆଉ ଏକ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ହେବ ବୋଲି ଘୋଷଣା ସରିଲାଣି।…
ରଘୁନାଥ ମହାପାତ୍ରଙ୍କ ପରଲୋକ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର,୯।୫(ବ୍ୟୁରୋ): ରାଜ୍ୟ ସଭା ଏମ୍ପି ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ରବିବାର କରୋନାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ରଘୁନାଥ ମହାପାତ୍ରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ ଟୁଇଟ୍…
ଆଉନାହାନ୍ତି ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର
ଭୁବନେଶ୍ୱର,୯।୫(ବ୍ୟୁରୋ): ମହାମାରୀ କରୋନା ଆଉ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନ ନେଇଛି। ରବିବାର ରାଜ୍ୟ ସଭା ଏମ୍ପି ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକ ହୋଇଛି। ସେ ଗତ କିଛିଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଏମ୍ସ ଭୁବନେଶ୍ୱରରେ…
କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ପିଟିଲା ଟ୍ରାକ୍ଟର
ଭୁବନେଶ୍ୱର,୯।୫(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍ପି ପ୍ରତାପ ଷଡଙ୍ଗୀଙ୍କ ଗାଡ଼ି ରବିବାର ଦୁର୍ଘଟଣା ହୋଇଛି। ଏଥିରେ ସେ ଆହତ ହୋଇଥିବା ଜଣାପଡ଼ିଛି। ତାଙ୍କ କାରକୁ ଏକ ଟ୍ରାକ୍ଟର ଆସି ପିଟିବା ଫଳରେ ଷଡଙ୍ଗୀଙ୍ଗ ସମେତ ୩ ଜଣ ଆହତ ହୋଇଛନ୍ତି ।…
ବୁଲା ଗୋରୁ, କୁକୁରଙ୍କ ଖାଦ୍ୟ ପାଇଁ ୬୦ ଲକ୍ଷ ଟଙ୍କା ସହାୟତା
ଭୁବନେଶ୍ୱର,୯।୫(ବ୍ୟୁରୋ): କରୋନା ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍ଡାଉନ୍ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବୁଲା ଗୋରୁଗାଈ ଏବଂ ଅନ୍ୟ ପ୍ରାଣୀମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଲା ଗୋରୁଗାଈ…
ମାତୃ ଦିବସରେ ମହିଳା କରୋନା ଯୋଦ୍ଧାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୯।୫(ବ୍ୟୁରୋ): ସମଗ୍ର ବିଶ୍ୱରେ ଆଜି ମାତୃ ଦିବସ ପାଳନ କରାଯାଉଛି। ଏହି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା କରୋନା ଯୋଦ୍ଧାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି, ‘ଓଡ଼ିଶାରେ ମାତୃ ମୃତ୍ୟୁହାର ହ୍ରାସ କରିବା ଏବଂ ନିରାପଦ…
ଏବେ ୫ ମହାନଗର ନିଗମରେ ଟିକାକରଣ
ଭୁବନେଶ୍ୱର,୯।୫(ବ୍ୟୁରୋ): ରାଜ୍ୟକୁ ଶନିବାର ଆସିଥିବା ୧ଲକ୍ଷ ଡୋଜ୍ କୋଭିଶିଲ୍ଡ ଟିକା କେବଳ ୫ଟି ମହାନଗର ନିଗମରେ ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ଏ ନେଇ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଶନିବାର…
ଯୁକ୍ତ୨ ଲାଗି ହୋଇପାରେ ପ୍ରବେଶିକା
ଭୁବନେଶ୍ୱର,୯।୫(ବ୍ୟୁରୋ): ଚଳିତ ବର୍ଷ ମାଟ୍ରିକ ମୂଲ୍ୟାୟନ ପଦ୍ଧତି ଚୂଡ଼ାନ୍ତ ହେବା ପରେ ଏବେ ଯୁକ୍ତ୨ ନାମଲେଖାକୁ ନେଇ ପ୍ରଶ୍ନ ଉଠିଲାଣି। କେମିତି ଓ କେଉଁ ଆଧାରରେ ନାମଲେଖା ହେବ ତାକୁ ନେଇ ଏବେ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ଅଭିଭାବକଙ୍କ ମନରେ ଦ୍ୱନ୍ଦ୍ୱ…
ଆଜି ଆଉ ୧୯ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୨୧୮୦କୁ ବୃଦ୍ଧି
ଭୁବନେଶ୍ୱର,୯ା୫(ବ୍ୟୁରୋ): ଆଜି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମିଥିବା ବେଳେ ଗତକାଲିଠାରୁ ଆଜି ଅର୍ଥାତ୍ ରବିବାର ମୃତ୍ୟୁସଂଖ୍ୟା ମଧ୍ୟ କମିଛି। କରୋନା ରବିବାର ୧୯ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…
Archives


