ମେଟ୍ରୋ

ପୁଣି ପରୀକ୍ଷା ଦ୍ୱନ୍ଦ୍ୱ: ଗୋଟିଏ ସମୟରେ ୨ ପରୀକ୍ଷା

କଟକ,୮ା୧୧: ଆସନ୍ତାକାଲି ଗୋଟିଏ ଦିନରେ ଗୋଟିଏ ସମୟରେ ଦୁଇ ଦୁଇଟି ପରୀକ୍ଷା ରହିଛି। OPSC ପକ୍ଷରୁ ଆସନ୍ତାକାଲି ଅର୍ଥାତ୍‌ ରବିବାର ASO ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୯ଟା, ପୂର୍ବାହ୍ନ ୧୧ଟା ୩୦ ଓ ୨ଟା ୩୦ରେ ୩ଟି ସିଟିଂରେ…

ନୂଆପଡ଼ା ଉପନିର୍ବାଚନ: ଯାଞ୍ଚ ହେଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଭୁବନେଶ୍ୱର,୮।୧୧: ନୂଆପଡ଼ା ଉପନିର୍ବାଚନ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଛି। ସୁନାବେଡ଼ାକୁ ଯିବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ ହୋଇଛି। ଗୋଟମା ଏୟାରଷ୍ଟ୍ରିଫ୍‌ରେ ପୋଲିସ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଇଛି। ଗତକାଲି ଅର୍ଥାତ୍‌ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ବିମାନ ଯାଞ୍ଚ କରାଯାଇଥିଲା।…

ଆଜିଠୁ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫର୍ମ ପୂରଣ: ଜାଣନ୍ତୁ କେମିତି କରିବେ ଆବେଦନ

କଟକ,୮।୧୧(କାର୍ତ୍ତିକ ସାହୁ):୨୦୨୬ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ (ରେଗୁଲାର ଓ ଏକ୍ସରେଗୁଲାର) ପରୀକ୍ଷା ପାଇଁ ଫର୍ମ ପୂରଣ ନଭେମ୍ବର ୮ରୁ ଆରମ୍ଭ ହେବ। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ଓ୍ବେବ୍‌ସାଇଟ୍‌ www.bseodisha.ac.inରେ ପ୍ରଦତ୍ତ ଲିଙ୍କ୍‌ ମାଧ୍ୟମରେ ୨୪ ଘଣ୍ଟିଆ ଅନ୍‌ଲାଇନ ଜରିଆରେ ଫର୍ମ…

ନାଳକୁ ଖସିପଡ଼ିଲା ଅଭିନେତା ଅଶ୍ରୁମୋଚନଙ୍କ କାର୍‌: କୁକୁର ପଳାଇ ଆସିବାରୁ…

ଭୁବନେଶ୍ବର,୮।୧୧: ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ସାମ୍ନାକୁ କୁକୁର ପଳାଇ ଆସିବାରୁ ନିୟନ୍ତ୍ରଣ ହରାଇ ନାଳକୁ ଖସିପଡ଼ଛି କାର୍‌ । କଳାଝରି ନିକଟ ଦୟା ୱେଷ୍ଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ଅଭିନେତା ଅଶ୍ରୁମୋଚନ ସୁରକ୍ଷିତ ଥିବା ସୂଚନା…

ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ: ୪୦୦-୫୦୦ କୁଡ଼ିଆ ଜଳିପୋଡ଼ି ପାଉଁଶ, ଖେଳିଗଲା ଆତଙ୍କ

ନୂଆଦିଲ୍ଲୀ,୭।୧୧: ଦିଲ୍ଲୀର ରୋହିଣୀର ରିଥାଲା ମେଟ୍ରୋ ଷ୍ଟେଶନ ନିକଟରେ ଅନେକ କୁଡ଼ିଆରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଦିଲ୍ଲୀ ଅଗ୍ନିଶମ ସେବା (ଡିଏଫଏସ) ଅନୁଯାୟୀ,ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ବିଷୟରେ ସୂଚନା ମିଳିବା ପରେ ୧୫ଟି ଦମକଳ ଗାଡ଼ି ଘଟଣାସ୍ଥଳକୁ ପଠାଯାଇଛି। ଅଗ୍ନିଶମ…

ଡିଜିଟାଲ ଆରେଷ୍ଟରେ ଫସିଲେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ: ଦେଢ଼କୋଟି ଲୁଟିନେଲେ ସାଇବର ଠକ

ଭୁବନେଶ୍ୱର, ୧୦ା୧୧(ସତ୍ୟଜିତ ରାଉତ):ରାଜଧାନୀରେ ସାଇବର ଅପରାଧର ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ସାଇବର ଠକମାନେ ଜଣେ ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ କରି ତାଙ୍କଠାରୁ ଦେଢ଼ କୋଟି ଟଙ୍କା ଲୁଟିନେଇଛନ୍ତି। ଠକେଇର ଶିକାର ବ୍ୟକ୍ତି ଜଣକ ହେଲେ ଶହୀଦନଗର ଥାନା ଅନ୍ତର୍ଗତ…

ଚାରିଦିନରେ ୪ଡିଗ୍ରୀ ଖସିବ ରାତି ତାପମାତ୍ରା

ଭୁବନେଶ୍ୱର, ୭ା୧୧ (ବନ୍ଦନା ସେଠୀ)- ରାଜ୍ୟରେ ଏବେ ବର୍ଷାର ପ୍ରଭାବ ନ ଥିବାରୁ ପାଗ ମୁଖ୍ୟତଃ ଶୁଖିଲା ରହିଛି। ସମଗ୍ର ରାଜ୍ୟରେ ରାତି ତାପମାତ୍ରା ସାଧାରଣ ରହିଥିବାରୁ ଅଳ୍ପ ଶୀତ ଅନୁଭୂତ ହେଉଛି। ବର୍ତ୍ତମାନ ରାଜ୍ୟକୁ ଉତ୍ତର ଦିଗରୁ ଶୁଖିଲା ଥଣ୍ଡା…

ନୂଆପଡାରୁ ପ୍ରଥମ ଥର ଏମିତି ଟାର୍ଗେଟ କଲେ ନବୀନ! ସମସ୍ତେ ତାଜୁବ

ଭୁବନେଶ୍ୱର,୭।୧୧: ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଦିନିକିଆ ନୂଆପଡ଼ା ଗସ୍ତରେ ଯାଇ ପହଞ୍ଚିଛନ୍ତି। ନବୀନ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଛନ୍ତି। ଏହି ଅବସରରେ ନବୀନ ଖରିଆର୍‌ ରୋଡ ଏନଏସି ଅଞ୍ଚଳର…

କାହିଁକି ବଢୁଛି ଦୁର୍ଘଟଣା: କାରଣ କହିଲେ ଗଡ୍‌କରୀ

ଭୁବନେଶ୍ୱର,୭।୧୧: ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ୮୪ତମ ରୋଡ କଂଗ୍ରେସ ସମାବେଶରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ୍‌କରୀ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଗଡ଼କରୀ ବଢୁଥିବା ସଡ଼କ ଦୁର୍ଘଟଣାକୁ ନେଇ ଉଦ୍‌ବେଗ…

ନବୀନଙ୍କ ନୂଆପଡ଼ା ଗସ୍ତକୁ ନେଇ ଶ୍ରୀମୟୀଙ୍କ ସମାଲୋଚନା: କହିଲେ ଯଦି ନବୀନଙ୍କ ପୁଅ ଥାଆନ୍ତେ…

ଭୁବନେଶ୍ୱର,୭।୧୧: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୂଆପଡ଼ା ଗସ୍ତକୁ ନେଇ ଶ୍ରୀମୟୀ ମିଶ୍ର ସମାଲୋଚନା କରିଛନ୍ତି। ନବୀନଙ୍କୁ ୨ PSO ହାତ ଧରି ନେଉଥିବା ଭିଡିଓ ପୋଷ୍ଟ କରି ଟାର୍ଗେଟ କରିଛନ୍ତି ଶ୍ରୀମୟୀ । ଶ୍ରୀମୟୀ କହିଛନ୍ତି, ଯଦି ନବୀନଙ୍କ ପୁଅ…

ଓଡ଼ିଶାରେ ବଡ଼ ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡକରୀ, ରାଜ୍ୟରେ ହେବ…

ଭୁବନେଶ୍ୱର,୭।୧୧: ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ୮୪ତମ ରୋଡ କଂଗ୍ରେସ ସମାବେଶ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ନୀତୀନ ଗଡ଼କରୀ ବଡ଼ ଘୋଷଣା…

ଓଡ଼ିଆ ଝିଅ ଝାଡ଼ଖଣ୍ଡ ଡିଜିପି, ପ୍ରଥମ ମହିଳା ଭାବେ ରଚିଲେ ଇତିହାସ

ଭୁବନେଶ୍ୱର/ରାଞ୍ଚି: ଓଡ଼ିଶାରେ ଜନ୍ମିତ ବରିଷ୍ଠ ଆଇପିଏସ୍ ଅଧିକାରୀ ତାଦାଶା ମିଶ୍ର ଝାଡ଼ଖଣ୍ଡର କାର୍ଯ୍ୟକାରୀ ପୋଲିସ ମହାନିର୍ଦ୍ଦେଶକ (DGP) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ପଦବୀରେ ଅବସ୍ଥାପିତ ହେବାରେ ସେ ହେଉଛନ୍ତି ଝାଡ଼ଖଣ୍ଡ ପୁଲିସ୍ ଫୋର୍ସର ପ୍ରଥମ ମହିଳା ମୁଖ୍ୟ। ୧୯୯୪…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri