ଅନ୍ତର୍ଜାତୀୟ

ଯୁଦ୍ଧକୁ ସମାଲୋଚନା କରିବାରୁ ରୁଷିଆ ମାନବାଧିକାର କର୍ମୀଙ୍କୁ ଜେଲ

ମସ୍କୋ,୨୮।୨: ୟୁକ୍ରେନ୍‌ ବିରୋଧରେ ଯୁଦ୍ଧକୁ ସମାଲୋଚନା କରିଥିବା ଜଣେ ବର୍ଷୀୟାନ ମାନବାଧିକାର ସପକ୍ଷବାଦୀଙ୍କୁ ମସ୍କୋର ଏକ ଅଦାଲତ ୩୦ ମାସ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ୭୦ ବର୍ଷୀୟ ଓଲେଗ ଓର୍ଲୋଭ ତାଙ୍କ ଲେଖା ମାଧ୍ୟମରେ ରୁଷୀୟ ସେନାକୁ ବାରମ୍ବାର ବଦନାମ କରିବା…

କୋଟିଏ ଟଙ୍କାର ଚାକିରି ଛାଡି ଆବୁଧାବି ମନ୍ଦିରରେ ସେବା ଆରମ୍ଭ କଲେ ଏହି ଭାରତୀୟ ବ୍ୟାଙ୍କର, ପ୍ରଧାନମନ୍ତ୍ରୀ ମୋଦି କରିଥିଲେ ଉଦ୍‌ଘାଟନ

ଆବୁଧାବି,୨୭।୨: ୟୁଏଇର ଆବୁଧାବିରେ ନିର୍ମିତ ଭବ୍ୟ ମନ୍ଦିରରେ ବିଶାଳ ପଟେଲ ମଧ୍ୟ ସହଯୋଗ କରୁଛନ୍ତି। ଦୁବାଇରେ ଏକ ନିବେଶ ବ୍ୟାଙ୍କର ଭାବରେ ଉଚ୍ଚ ବେତନ ଅର୍ଜନ କରୁଥିବା ବିଶାଳ ପଟେଲ ବିଏପିଏସ୍‌ ହିନ୍ଦୁ ମନ୍ଦିର ନିର୍ମାଣରେ ସାହାଯ୍ୟ କରିବା ପାଇଁ ଚାକିରି…

ଆଉ ୭ ଦିନ ମଧ୍ୟରେ ବନ୍ଦ ହୋଇଯିବ ଯୁଦ୍ଧ: ଆଶା ପ୍ରକଟ କଲେ ବାଇଡେନ

ଓ୍ବାଶିଂଟନ,୨୭।୨: ପାଞ୍ଚ ମାସରୁ ଅଧିକ ସମୟ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଅକ୍ଟୋବର ୭, ୨୦୨୩ରେ, ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରି ଶହ ଶହ ଲୋକଙ୍କୁ ବନ୍ଧକ ରଖିଥିଲେ। ଏହା ପରେ, ଇସ୍ରାଏଲ ଦୃଢ…

ଭାରତୀୟଙ୍କୁ ବିଦା କଲା ରୁଷିଆ ସେନା

ନୂଆଦିଲ୍ଲୀ,୨୭।୨:ରୁଷିଆ ସେନାରେ ଅନେକ ଭାରତୀୟ ଯୁବକ ସୁରକ୍ଷା ସହାୟକ ଭାବେ କାର୍ଯ୍ୟ କରୁଥିଲେ। ଭଲ ଦରମାରେ ଚାକିରି କରିବା ଲାଗି ପ୍ରଲୋଭିତ ହୋଇ ରୁଷିଆ ଯାଇ ସେମାନେ ସେଠାରେ ରୁଷୀୟ ସେନା ପାଇଁ ଯୁଦ୍ଧ କରୁଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ…

ଶଟ୍‌ଡାଉନ୍‌କୁ ନେଇ ଆମେରିକା କଂଗ୍ରେସରେ ଝଡ଼

ଓ୍ବାଶିଂଟନ,୨୭।୨: ନିର୍ବାଚନୀ ବର୍ଷରେ ଆମେରିକା ସରକାର ଆଉ ୫ ଦିନ ପରେ ଆଂଶିକ ଶଟ୍‌ଡାଉନ୍‌ର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଏଥିରୁ ବର୍ତ୍ତିବା ଲାଗି ଆଇନ ପ୍ରଣେତାମାନେ ଉଦ୍ୟମ ଚଳାଇଥିବାବେଳେ ଏହାକୁ ନେଇ ସୋମବାର ଆମେରିକା କଂଗ୍ରେସରେ ଝଡ଼ ସୃଷ୍ଟି ହୋଇଛି। ୟୁକ୍ରେନ୍‌,…

ପାଲେଷ୍ଟିନୀୟ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ଜେରୁଜେଲମ୍‌,୨୭।୨: ପାଲେଷ୍ଟିନୀୟ ପ୍ରଧାନମନ୍ତ୍ରୀ ମହମ୍ମଦ ଶତାୟେହଙ୍କ ସରକାର ସୋମବାର ଇସ୍ତଫା ଦେଇଛନ୍ତି। ଫଳରେ ସେଠାରେ ଆମେରିକା ସମର୍ଥିତ ସଂସ୍କାର ପାଇଁ ବାଟ ଫିଟିପାରିବ ବୋଲି କୁହାଯାଉଛି। ତେବେ ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାରର ଇସ୍ତଫାକୁ ଗ୍ରହଣ କରାଯିବ କି ନାହିଁ ରାଷ୍ଟ୍ରପତି…

ସ୍କୁବା ଡାଇଭିଂରେ ଓଡ଼ିଶାର ବାପଝିଅଙ୍କ ସଫଳତା

ଦୁବାଇ,୨୬।୨: ଦୁବାଇରେ ରହୁଥିବା ଓଡ଼ିଶାର ବାପଝିଅ ସ୍କୁବା ଡାଇଭିଂରେ ଆଉ ଏକ ସଫଳତା ହାସଲ କରିଛନ୍ତି। ପ୍ରିୟଦର୍ଶୀ ପାଣିଗ୍ରାହୀ ଓ ତାଙ୍କର ୧୩ ବର୍ଷର ଝିଅ ତିସ୍ୟା ସ୍କୁବା ଡାଇଭିଂ କରି ଜୋର୍ଡାନ ନିକଟବର୍ତ୍ତୀ ଲୋହିତ ସାଗରର ୫୫ ଫୁଟ ତଳେ…

ଇତିହାସ ରଚିଲେ ମରିୟମ, ହେଲେ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ

ଇସଲାମାବାଦ,୨୬।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ଏହା ସହିତ ମରିୟମ ନୱାଜ ଇତିହାସ ସୃଷ୍ଟି କରିଛନ୍ତି କାରଣ ମରିୟମ ନୱାଜ ପଞ୍ଜାବର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ।…

ଆମେ ୩୧ ହଜାର ସୈନିକଙ୍କୁ ହରାଇଛୁ: ୨ ବର୍ଷର ଯୁଦ୍ଧକୁ ନେଇ ମୁହଁ ଖୋଲିଲେ ଜେଲେନସ୍କି

କିଭ୍‌,୨୬।୨: ରୁଷିଆ-ୟୁକ୍ରେନ ଯୁଦ୍ଧର ଦୁଇ ବର୍ଷ ବିତିଗଲାଣି । ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ୨୪ ଫେବୃଆରୀ ୨୦୨୨ରେ ଆରମ୍ଭ ହୋଇଥିଲା, ଯାହା ଏବେବି ଜାରି ରହିଛି। ଦୁଇ ବର୍ଷର ଯୁଦ୍ଧରେ ଉଭୟ ଦେଶରେ ଅନେକ ପରିବର୍ତ୍ତନ ହୋଇଛି। ଏହି…

ଚର୍ଚ୍ଚ ଉପରେ ଆତଙ୍କବାଦୀ ଆକ୍ରମଣ: ୧୫ ମୃତ

ବୁର୍କିନା ଫାସୋ,୨୬।୨: ଉତ୍ତର ବୁର୍କିନା ଫାସୋରେ ଏକ କ୍ୟାଥୋଲିକ ଚର୍ଚ୍ଚ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଅତି କମରେ ୧୫ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଥିଲେ। ଡୋରି ସୁବାର ପାଦ୍ରି ଜାନ-ପିଆର ସାଭଡୋଗୋ…

ବିଲି୍ଡଂରେ ଲାଗିଲା ନିଆଁ: ଜଳିଗଲେ ଭାରତୀୟ ସାମ୍ବାଦିକ

ନ୍ୟୁୟର୍କ, ୨୫।୨: ଆମେରିକାରେ ପୁଣି ଜଣେ ଭାରତୀୟଙ୍କର ମୃତ୍ୟୁ ଘଟିଛି। ନ୍ୟୁୟର୍କର ହାର୍ଲେମ ଅଞ୍ଚଳର ଏକ କୋଠାରେ ରବିବାର ଭୀଷଣ ଅଗ୍ନିକାଣ୍ଡ ଘଟି ଜଣେ ୨୭ ବର୍ଷୀୟ ଭାରତୀୟ ସାମ୍ବାଦିକ ଫୈଜଲ ଖାନ୍‌ଙ୍କର ମୃତ୍ୟୁ ଘଟିଛି। ନ୍ୟୁୟର୍କରେ ଥିବା ଭାରତୀୟ ଦୂତାବାସ…

ମୋଦିଙ୍କ କଥାକୁ ମାତ୍ର ୫ ମିନିଟ୍‌ରେ ମାନି ନେଇଥିଲେ ଏହି ଦେଶର ରାଷ୍ଟ୍ରପତି

ଦୁବାଇ,୨୫।୨: ସଂଯୁକ୍ତ ଆରବ ଏମିରେଟ୍ସର ଜଣେ କୂଟନୀତିଜ୍ଞ ୟୁଏଇ ମନ୍ଦିର ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ୨୦୧୫ରେ ଏକ ଗସ୍ତ ସମୟରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଲ୍ଫ ଦେଶରେ ଏକ ହିନ୍ଦୁ ମନ୍ଦିର ପାଇଁ ଅନୁରୋଧ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri