ଅନ୍ତର୍ଜାତୀୟ

ଚାଇନାର ବିଶାଳ ବୁଦ୍ଧମୂର୍ତ୍ତିଁ: ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା

ବେଜିଂ: ଦକ୍ଷିଣ-ପଶ୍ଚିମ ଚାଇନାର ସିଚୁଆନ ପ୍ରଦେଶରେ ବୌଦ୍ଧଧର୍ମର ପ୍ରବର୍ତ୍ତକ ବୁଦ୍ଧଦେବଙ୍କ ବିଶାଳ ପ୍ରତିମୂର୍ତ୍ତି ପର୍ଯ୍ୟଟକଙ୍କ ନିମନ୍ତେ ପୁଣି ଉନ୍ମୁକ୍ତ କରାଯାଇଛି। ୭୧ ମିଟର ଉଚ୍ଚ ଏହି ପ୍ରତିମୂର୍ତ୍ତି ବିଶ୍ୱରେ ସର୍ବବୃହତ୍‌। ୬ମାସ ଧରି ଏହାର ମରାମତି ଚାଲିଥିଲା। ତାଙ୍ଗ୍‌ ରାଜବଂଶର ଶାସନ…

ଅସ୍ତ୍ର ବାଣିଜ୍ୟ ଚୁକ୍ତିରୁ ଓହରିବ ଆମେରିକା

ଇଣ୍ଡିଆନାପୋଲିସ୍‌,୨୮ା୪: ଅନ୍ତର୍ଜାତୀୟ ଅସ୍ତ୍ର ବ୍ୟବସାୟ ରାଜିନାମା (ଏଟିଟି)ରୁ ଆମେରିକା ଓହରିଯିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋଷଣା କରିଛନ୍ତି। ୨୦୧୩ରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଏହି ରାଜିନାମା ସ୍ବାକ୍ଷର କରିଥିଲେ। ବିଭିନ୍ନ ଦେଶ ମଧ୍ୟରେ ଅସ୍ତ୍ର ବ୍ୟବସାୟକୁ ନିୟନ୍ତ୍ରଣ…

୪୨ ପଇସା ନ ଫେରାଇବାରୁ ଦୋକାନୀ ନାଁରେ ମାମଲା କରି ଖର୍ଚ୍ଚ ହେଲା ୫୧୮ ଟଙ୍କା

ବେଜିଂ,୨୭।୪: ମାମଲା ଯେ ବେଳେ ବେଳେ ବ୍ୟକ୍ତିଙ୍କୁ କେତେ ଖର୍ଚ୍ଚାନ୍ତ କରାଏ ତାହା ଏବେ ଏହି ଖବରରୁ ସ୍ପଷ୍ଟ ହୋଇଛି। ସୂଚନା ଅନୁଯାୟୀ, ଚାଇନା ସୁପର ମାର୍କେଟରୁ ଝିଂୟୋ ନାମକ ଜଣେ ବ୍ୟକ୍ତି ଜିନିଷ କିଣିବା ପରେ ଦୋକାନୀଠାରୁ ୦.୦୪ ୟୁଆନ…

ଗ୍ଲୋବାଲ ଓ୍ବାର୍ମିଂର ପ୍ରଭାବ: ଅଣ୍ଟାର୍କଟିକାରେ ଧ୍ୱଂସ ହେବାରେ ଲାଗିଛି ପେଙ୍ଗୁଇନ୍‌ ଆଶ୍ରୟ ସ୍ଥଳ

ଓ୍ବାଶିଂଟନ,୨୭।୪: ଗ୍ଲୋବାଲ ଓ୍ବାର୍ମିଂର ପ୍ରଭାବରେ ଜଳଜୀବ ପ୍ରଜାତି ସମେତ ପେଙ୍ଗୁଇନ୍‌ ବଂଶ ଏବେ ବିଳୁପ୍ତି ଦ୍ୱାରା ଦେଶରେ ପହଞ୍ଚିଛି। ଇତିମଧ୍ୟରେ କେତେକ ପ୍ରଜାତିର ଜଳଜୀବ ଏବଂ ଉଦ୍ଭିଦ ଲୋପ ମଧ୍ୟ ହୋଇସାରିଛନ୍ତି। ୨୦୧୬ରେ ଅଣ୍ଟାର୍କଟିକାରେ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ଝଡ଼ ସୃଷ୍ଟି…

ରୋହିଙ୍ଗ୍ୟା ସମସ୍ୟା: ବିଶ୍ୱ ସମୁଦାୟର ସହଯୋଗ ଲୋଡିଲା ଜାତିସଂଘ

ଜେନେଭା,୨୭।୪: ବାଂଲାଦେଶରେ କୋକ୍ସ୍‌ ବଜାର ଶରଣାର୍ଥୀ ଶିବିରରେ ଥିବା ରୋହିଙ୍ଗ୍ୟାଙ୍କ ସହାୟତା ପାଇଁ ଜାତିସଂଘ ପକ୍ଷରୁ ବିଶ୍ୱ ସମୁଦାୟର ସହଯୋଗ ଲୋଡ଼ାଯାଇଛି। ଏଠାରେ ୭ ଲକ୍ଷରୁ ଅଧିକ ରୋହିଙ୍ଗ୍ୟା ରହିଛନ୍ତି। ଦକ୍ଷିଣ-ପୂର୍ବ ବାଂଲାଦେଶର କେତେକ ଶିବିରରେ ୧.୨ ନିୟୁତରୁ ଅଧିକ ରୋହିଙ୍ଗ୍ୟା…

ଇଷ୍ଟର ସଣ୍ଡେ ବିସ୍ଫୋରଣର ପ୍ରତିଶୋଧ ନେଲା ଶ୍ରୀଲଙ୍କା ଆର୍ମି: ୧୫ ସନ୍ଦିଗ୍ଧଙ୍କ ଏନ୍‌କାଉଣ୍ଟର

କଲମ୍ବୋ,୨୭।୪: ଶ୍ରୀଲଙ୍କା ଆର୍ମି ଇଷ୍ଟର ସଣ୍ଡେ ବିସ୍ଫୋରଣର ପ୍ରତିଶୋଧ ନେଇଛି। ଶ୍ରୀଲଙ୍କାର ପୂର୍ବପ୍ରାନ୍ତରେ ଥିବା ସମ୍ମନତୁରଇଠାରେ ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବା କେତେକ ସନ୍ଦିଗ୍ଧଙ୍କ ସହିତ ମୁହାଁମୁହିଁ ଶ୍ରୀଲଙ୍କା ଆର୍ମି ଶୁକ୍ରବାର ରାତିରେ ହୋଇଥିଲା । ଏଥିରେ ୧୫ ଜଣ ସନ୍ଦିଗ୍ଧଙ୍କର…

ବିଆର୍‌ଆଇ ଫୋରମ୍‌ରେ ଯୋଗଦେଲାନି ଭାରତ

ବେଜିଂ,୨୭ା୪(ଆଇଏଏନ୍‌ଏସ୍‌): ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)କୁ ବିରୋଧ କରି ଭାରତ ଦ୍ୱିତୀୟ ଥର ଲାଗି ବେଜିଂର ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ (ବିଆର୍‌ଆଇ) ଫୋରମ୍‌ରୁ ନିଜକୁ ଦୂରେଇ ରଖିଛି। ଅନ୍ୟପକ୍ଷରେ ଏହି ବିବାଦୀୟ ପ୍ରକଳ୍ପ ଏକ ନୂଆ ପର୍ଯ୍ୟାୟରେ ପହଞ୍ଚତ୍ଛି ଏବଂ…

ଆମେରିକାର ବୌଦ୍ଧିକ ସମ୍ପତ୍ତି ଚୋରି: କଳାତାଲିକାରେ ଚାଇନା,ଭାରତ

ଓ୍ବାଶିଂଟନ,୨୭ା୪(ଆଇଏଏନ୍‌ଏସ୍‌): ବୌଦ୍ଧିକ ସମ୍ପତ୍ତି (ଆଇପି) ଚୋରି ଏବଂ ପେଟେଣ୍ଟ ଉଲ୍ଲଂଘନକୁ ନେଇ ଆମେରିକା ସରକାର ପକ୍ଷରୁ ପ୍ରସ୍ତୁତ କଳାତାଲିକାରେ ଭାରତ ଓ ଚାଇନା ରହିଛି। ୧୧ ରାଷ୍ଟ୍ରକୁ ନେଇ ପ୍ରସ୍ତୁତ ଏହି ତାଲିକାର ଶୀର୍ଷରେ ଚାଇନା ରହିଛି। ଆମେରିକା ଟ୍ରେଡ୍‌ ରିପ୍ରେଜେଣ୍ଟେଟିଭ୍‌…

ଶ୍ରୀଲଙ୍କା ବିସ୍ଫୋରଣ: ସନ୍ଦିଗ୍ଧଙ୍କ ନାଁ ସହ ଭୁଲରେ ଆମେରିକା ମୁସଲମାନ ମହିଳାଙ୍କ ଫଟୋ ଲଗାଇଲା ପୋଲିସ

କଲମ୍ବୋ,୨୬।୪: ଇଷ୍ଟର ସନ୍‌ ଡେ’ରେ ଶ୍ରୀଲଙ୍କାରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣ ସାରା ବିଶ୍ୱକୁ ଥରାଇ ଦେଇଥିଲା। ଏଥିରେ ଶ୍ରୀଲଙ୍କା ପୋଲିସ ମଧ୍ୟ ଅଡୁଆରେ ପଡିଯାଇଥିଲା। ସନ୍ଦିଗ୍ଧଙ୍କୁ ଖୋଜିବା ଲାଗି ପୋଲିସ ପକ୍ଷରୁ ତୁରନ୍ତ କେତେଜଣଙ୍କ ଫଟୋ ଜାରି କରାଯାଇଥିଲା। ଏଥିରେ…

ଶ୍ରୀଲଙ୍କା ସରକାର କହିଲେ ମୃତକଙ୍କ ସଂଖ୍ୟା ୩୫୯ ନୁହେଁ ୨୫୩

କଲମ୍ବୋ,୨୬।୪: ଶ୍ରୀଲଙ୍କାରେ ଇଷ୍ଟର ସନ୍‌ ଡେ’ରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣରେ ଏପର୍ଯ୍ୟନ୍ତ ୩୫୯ଜଣଙ୍କ ମୃତ୍ୟୁ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ହେଲେ ଏହି ସଂଖ୍ୟା ଭୁଲ୍‌ ବୋଲି କହିଛନ୍ତି ଶ୍ରୀଲଙ୍କା ସରକାର। ବୁଧବାର ଶ୍ରୀଲଙ୍କାର ଉପ ପ୍ରତିରକ୍ଷା ମନ୍ତ୍ରୀ…

ଶ୍ରୀଲଙ୍କାର ୨ ସୁରକ୍ଷା ମୁଖ୍ୟଙ୍କୁ ଇସ୍ତଫା ଦେବାକୁ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ

କଲମ୍ବୋ, ୨୫ା୪ : ଶ୍ରୀଲଙ୍କା ବିସ୍ଫୋରଣ ପରେ ରାଷ୍ଟ୍ରପତି ମୈଥ୍ରୀପାଲ ଶିରିସେନା ୨ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ଶିରିସେନା ପୋଲିସ ବିଭାଗ ମୁଖ୍ୟ ଏବଂ ପ୍ରତିରକ୍ଷା ସଚିବଙ୍କ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ନେଇଥିବା ଏକ…

ସିରିଆରେ ଶକ୍ତିଶାଳୀ ବିସ୍ଫୋରଣ: ୧୮ ମୃତ

ଦାମାସକସ୍‌,୨୫।୪: ଉତ୍ତର ପଶ୍ଚିମ ସିିରିଆରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୩ ଜଣ ସାଧାରଣ ଲୋକ ଥିବା କୁହାଯାଉଛି। ବିସ୍ଫୋରଣରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡିଛି। ବିସ୍ଫୋରଣ ଯୋଗୁ ଏଠାରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?