୧୪୦ ଦିନ ପରେ ଭାରତ ପାଇଁ ଏୟାରସ୍ପେସ୍ ଖୋଲିଲା ପାକିସ୍ତାନ
ନୂଆଦିଲ୍ଲୀ/ଇସଲାମାବାଦ୍,୧୬।୭: ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ଭାରତ ପାଇଁ ଏହାର ଏୟାରସ୍ପେସ୍କୁ ବନ୍ଦ ରଖିଥିଲା। ତେବେ ୧୪୦ ଦିନ ପରେ ମଙ୍ଗଳବାର ଏହାକୁ ଖୋଲିଦିଆଯାଇଛି। ଏଣିକି ସମସ୍ତ ଯାତ୍ରୀ ଏହାର ଲାଭ ପାଇପାରିବେ ବୋଲି ପାକିସ୍ତାନ ବେସାମରିକ ବିମାନ ଚଳାଚଳ…
ପିଓକେରେ ବନ୍ୟା: ୨୩ ମୃତ
ଇସ୍ଲାମାବାବାଦ,୧୬ା୭: ପାକିସ୍ତାନ ଅଧିକୃତ କଶ୍ମୀରର ନୀଲମ୍ ଉପତ୍ୟକାରେ ମୂଷଳ ଧାରାରେ ବର୍ଷା ହେବା ସହ ବନ୍ୟା ପରିସ୍ଥିତି ଦେଖାଦେଇଛି। ଅଦ୍ୟାବଧି ୨୩ ଲୋକ ପ୍ରାଣ ହରାଇଥିବାବେଳେ କେତେକେ ନିଖୋଜ ଥିବା ଜଣାପଡ଼ିଛି। ଲସଓ୍ବା ଅଞ୍ଚଳରେ ଲଗାଣ ବର୍ଷା ଓ ଭୂସ୍ଖଳନ ଯୋଗୁ…
ହାଫିଜ୍ଙ୍କୁ ମିଳିଲା ଆଗୁଆ ଜାମିନ
ଲାହୋର,୧୬ା୭: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜାମାତ୍ ଉଦ୍ ଦାଓ୍ବା (ଜେୟୁଡି) ମୁଖ୍ୟ ହାଫିଜ୍ ସଇଦ ଓ ତାଙ୍କର ୩ ସହଯୋଗୀଙ୍କୁ ପାକିସ୍ତାନର ଲାହୋର ଆତଙ୍କ ନିରୋଧୀ ଅଦାଲତ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ବେଆଇନଭାବେ ଏହି ନିଷିଦ୍ଧ ସଙ୍ଗଠନ…
ନେପାଳ, ବାଲାଂଦେଶରେ ବନ୍ୟା: ୬୫ ମୃତ, ଲକ୍ଷାଧିକ ବିସ୍ଥାପିତ
କାଠମାଣ୍ଡୁ/ଢାକା,୧୫।୭: ଭାରତର କିଛି ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ଦେଖାଦେଇଥିବାବେଳେ ପଡୋଶୀ ଦେଶ ନେପାଳ ଏବଂ ବାଲାଂଦେଶରେ ମଧ୍ୟ ଜଳପ୍ରଳୟ ଲାଗିରହିଛି। ବନ୍ୟା ଏବଂ ଭୁସ୍ଖଳନ ଯୋଗୁ ଏହି ଦୁଇ ଦେଶରେ ପ୍ରାୟ ୬୫ ଜଣ ଲୋକଙ୍କ ମୃତ୍ୟୁ ହେଲାଣି। ୩୦…
ଆଫଗାନିସ୍ତାନ ବିସ୍ଫୋରଣ: ୨ ଶିଶୁ ମୃତ
କାବୁଲ,୧୫।୭: ଆଫଗାନିସ୍ତାନ ବାଲ୍ଖର ଉତ୍ତରରେ ସୋମବାର ହୋଇଥିବା ଏକ ବିସ୍ଫୋରଣରେ ୨ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସାହିନ କାର୍ପସ୍ର ପ୍ରବକ୍ତା ମହମ୍ମଦ ହନିଫ ରେଜାଇ ଏହି ସୂଚନା ଦେଇଛନ୍ତି। ରାସ୍ତାକଡରେ ଲାଗିଥିବା ବୋମା ବିସ୍ଫୋରଣ ଫଳରେ ଏପରି ଦୁର୍ଘଟଣା…
ବ୍ରିଟେନରେ ହୋଇପାରେ ବିଶ୍ୱର ସବୁଠାରୁ ବଡ ପରମାଣୁ ବିସ୍ଫୋରଣ
ଲଣ୍ଡନ,୧୫।୭: ଏବେ ବିଶ୍ୱର ପ୍ରାୟ ସବୁଦେଶ ନ୍ୟୁକ୍ଲିୟର ଶକ୍ତି ବୃଦ୍ଧି ପାଇଁ ପ୍ରୟାସ ଜାରି ରଖିଛନ୍ତି। ସେଥିପାଇଁ ଲୁଚାଛପାରେ ସମସ୍ତେ ଏହାର ପରୀକ୍ଷଣ ମଧ୍ୟ କରୁଛନ୍ତି। ଏହା ବିଶ୍ୱ ସମ୍ମୁଖରେ ପରମାଣୁ ବିସ୍ଫୋରଣର ଭୟକୁ ମଧ୍ୟ ବଢାଇ ଚାଲିଛି। କେବଳ ପରମାଣୁ…
୪ ମହିଳା ସାଂସଦଙ୍କ ଉପରେ ବର୍ଣ୍ଣବୈଷମ୍ୟ ଟିପ୍ପଣୀ ଦେଲେ ଟ୍ରମ୍ପ୍
ଓ୍ବାଶିଂଟନ,୧୫।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ୪ ଜଣ ଡେମୋକ୍ରାଟିକ୍ ମହିଳା ସାଂସଦଙ୍କ ଉପରେ ବର୍ଣ୍ଣବୈଷମ୍ୟ ଟିପ୍ପଣୀ ଦେଇ ବିବାଦ ଘେରକୁ ଆସିଛନ୍ତି। ଟ୍ରମ୍ପ୍ କହିଛନ୍ତି ଯେ, ଯେଉଁ ଅଞ୍ଚଳରୁ ସେମାନେ ଆସିଛନ୍ତି ସେଠାକୁ ଫେରି ଯାଆନ୍ତୁ। ଟ୍ରମ୍ପ୍ଙ୍କ ଏଭଳି ମନ୍ତବ୍ୟ…
୨୪୦ ଚକା ବିଶିଷ୍ଟ ଟ୍ରକ୍ରେ ବୁହାହୋଇ ବନ୍ଦରରେ ପହଞ୍ଚିଲା ଜାକି ଚାନ୍ଙ୍କ ସୁପରୟାଚ୍: ଦାମ୍ ୩୧୫ କୋଟି
ବେଜିଂ,୧୫।୭: ଚାଇନାର ମାର୍ଶାଲ ଆର୍ଟ ଅଭିନେତା ଜାକି ଚାନ୍ଙ୍କ ସୁପରୟାଚ୍ ସ୍ଥାନୀୟ ଜିଙ୍ଗଲୋଗ୍ ସ୍ଥିତ ବନ୍ଦରରେ ପହଞ୍ଚିଛି। ଏହାକୁ ୨୪୦ ଚକା ବିଶିଷ୍ଟ ଟ୍ରକ୍ ଦ୍ୱାରା ବୁହାହୋଇ ଅଣାଯାଇଛି। ଏହାର ଲମ୍ବ ୪୬.୫ ମିଟର ଥିବାବେଳେ ଉଚ୍ଚତା ୨୨ ମିଟର ରହିଛି।…
ବନ୍ୟପ୍ରାଣୀ ଚୋରା ଚାଲାଣ: ଇଣ୍ଟରପୋଲ୍ ଦ୍ୱାରା ୬ ମାସରେ ୬ ଶହ ଗିରଫ
ଲିଓ,୧୫।୭: ବନ୍ୟପ୍ରାଣୀ ଚୋରା ଚାଲାଣ ବନ୍ଦ କରିବା ପାଇଁ ଅନ୍ତର୍ଜାତୀୟସ୍ତରରେ ଇଣ୍ଟରପୋଲ୍ ଏବଂ ଓ୍ବାଲର୍ଡ କଷ୍ଟମ ଅର୍ଗାନାଇଜେସନ୍ର ମିଳିତ ସହଯୋଗରେ ଅପରେଶନ୍ ଜାରି ରହିଛି। ଏହି ଅପରେଶନ୍ରେ ୧୦୯ଟି ଦେଶ ସାମିଲ୍ ହୋଇଛନ୍ତି। ଚଳିତ ବର୍ଷ ପ୍ରଥମ ୬ ମାସ ମଧ୍ୟରେ…
ଭୂକମ୍ପରେ ଥରିଲା ଇଣ୍ଡୋନେସିଆ
ଜାକର୍ତ୍ତା,୧୫ା୭(ଏଏଫ୍ପି): ଇଣ୍ଡୋନେସିଆର ପୂର୍ବଭାଗ ମାଲୁକୁ ଦ୍ୱୀପରେ ରବିବାର ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୭.୩ ଥିଲା। ଭୟରେ ଲୋକମାନେ ଘରୁ ବାହାରି ରାସ୍ତାକୁ ପଳାଇଆସିଥିଲେ। ତେବେ ସୁନାମୀ ସତର୍କ ସୂଚନା ଜାରି କରାଯାଇନାହିଁ। ଉତ୍ତର…
ଇଣ୍ଡୋନେସିଆରେ ୭.୩ ତୀବ୍ରତାର ଭୂକମ୍ପ
ଜାକର୍ତ୍ତା,୧୪।୭: ପୂର୍ବ ଇଣ୍ଡୋନେସିଆର ମାଲୁକୁ ଦ୍ୱୀପରେ ରବିବାର ୭.୩ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ପ୍ରାୟ ୯ଟା ୧୦ରେ ଏହା ଅନୁଭୂତ ହୋଇଥିବା ବେଳେ ଏହାର କେନ୍ଦ୍ରସ୍ଥଳ ଉପକୂଳ ସହର ଲାଓ୍ବିଠାରୁ ୧୨୦ କିଲୋମିଟର ଦୂରରେ ରହିଥିଲା। ଏଥିରେ…
କରତାରପୁର କରିଡର: ଭାରତର ପ୍ରସ୍ତାବକୁ ମାନିଲା ପାକିସ୍ତାନ
ନୂଆଦିଲ୍ଲୀ,୧୪।୭: କରତାରପୁର କରିଡରକୁ ନେଇ ରବିବାର ପାକିସ୍ତାନର ଓ୍ବାଘା ସୀମାରେ ଚାଲିଥିବା ବୈଠକ ଶେଷ ହୋଇଛି। ଏହି ବୈଠକରେ ଭାରତ ଯେଉଁ ପ୍ରସ୍ତାବ ରଖିଥିଲା ତାହାକୁ ପାକିସ୍ତାନ ମାନି ଯାଇଥିବା ସୂଚନା ମିଳିଛି। ଏହି ଦ୍ୱିପାକ୍ଷିକ ବୈଠକ ସରିବା ପରେ ସ୍ବରାଷ୍ଟ୍ର…
Archives


