Home

ବିପଦକୁ ଆମନ୍ତ୍ରଣ କରୁଛି ଥୁଆମୂଳରାମପୁର ରାସ୍ତା

ଥୁଆମୂଳରାମପୁର,୧୧ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲ ପାଟଣାଠାରୁ ଥୁଆମୂଳ ରାମପୁରକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ନିର୍ମାଣରେ ଅନିୟମିତତା ହେଉଥିବା ସହ କାଲଦୁଦା ଘାଟି ମୁଖ୍ୟ ରାସ୍ତା କାଦୁଅରେ ପଚପଚ ହୋଇ ମରଣଯନ୍ତା…

ବୃଦ୍ଧି ପାଉଛି ଗୟଳ ବଂଶ: ଘୁମୁସର ବନଖଣ୍ଡ ପାଲଟିଛି ବନ୍ୟପ୍ରାଣୀଙ୍କ ସୁରକ୍ଷିତ ବାସସ୍ଥଳୀ

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ବନ୍ୟପ୍ରାଣୀଙ୍କ ସୁରକ୍ଷିତ ବାସସ୍ଥଳୀ ପାଲଟିଯାଇଛି। ତେଣୁ ଏହି ବନଖଣ୍ଡରେ ବିରଳ ଗୟଳ ବଂଶ ଇତିମଧ୍ୟରେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଏଥିସହ କୃଷ୍ଠସାର ମୃଗ, ହାତୀ, କଲରାପତରିଆ ବାଘ ସଂଖ୍ୟା ମଧ୍ୟ…

ସବୁଠୁ ଛୋଟ ପକ୍ଷୀ: ମଣିଷର କାଣି ଆଙ୍ଗୁଠିଠାରୁ ବି…

ହଭାନା: ବିଶ୍ୱର ସବୁଠାରୁ ଛୋଟ ପକ୍ଷୀର ନାମ ହେଉଛି ବି ହମିଂବାର୍ଡ। କାରବିଆନ୍‌ ଦେଶ କ୍ୟୁବାର ଘନ ଜଙ୍ଗଲରେ ମାତ୍ର ୫ରୁ ୬ ସେଣ୍ଟିମିଟର ଲମ୍ବ ବିଶିଷ୍ଟ ଏହି ପକ୍ଷୀକୁ ଦେଖିବାକୁ ମିଳିଥାଏ। ଏହି ପକ୍ଷୀଟି ଆକାରରେ ଏତେ କ୍ଷୁଦ୍ର ଯେ…

ମା’-ବାପାଙ୍କ ଶେଷଇଚ୍ଛା ପୂରଣ ପାଇଁ ନିର୍ମାଣ କଲେ ୧୦ କୋଟି ଟଙ୍କାର ମନ୍ଦିର: ସମ୍ପୂର୍ଣ୍ଣ କାହାଣୀ ଜାଣିଲେ ଆଖିରେ ଆସିଯିବ ଲୁହ

ଛପରା,୧୧।୭: ବିହାରର ଛପରା ଜିଲାର ନୈନି ଗ୍ରାମରେ ଏକ ଅତ୍ୟନ୍ତ ସୁନ୍ଦର ଏବଂ ଭବ୍ୟ ମନ୍ଦିର ନିର୍ମାଣ କରାଯାଇଛି। ଏହା ଏବେ ଭକ୍ତଙ୍କ ମଧ୍ୟରେ ବିଶ୍ୱାସ ଏବଂ ଆକର୍ଷଣର କେନ୍ଦ୍ର ପାଲଟିଛି। ବିଶେଷ କଥା ହେଉଛି, ଏହି ମନ୍ଦିର କୌଣସି ଟ୍ରଷ୍ଟ…

ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ଯାଇ ଷଣ୍ଢ ଆକ୍ରମଣରେ ସ୍ବାମୀଙ୍କ ଜୀବନ ଗଲା

ବାସୁଦେବପୁର,୧୧ା୭(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବ୍ରାହ୍ମଣ ଗାଁ ପଞ୍ଚାୟତର ପାଢ଼ୀ ସାହିରେ ଶୁକ୍ରବାର ସକାଳେ ଷଣ୍ଢ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି, ସେ ହେଲେ ନେପାଳ କୁମାର ଜେନା(୫୫), ତାଙ୍କ ସ୍ତ୍ରୀ ବାସନ୍ତୀ ଶୌଚ ହେବା…

୮ ବଲ୍‌ରେ ୬ ଉଇକେଟ୍‌: କ୍ରିକେଟ୍‌ରେ ଚମତ୍କାର କଲେ ଏହି ବୋଲର୍‌

ନୂଆଦିଲ୍ଲୀ,୧୧।୭: କ୍ରିକେଟରେ ପ୍ରତିଦିନ ନୂଆ ରେକର୍ଡ ହୁଏ, କିନ୍ତୁ ଭାରତୀୟ ବଂଶୋଦ୍ଭବ ସ୍ପିନର କିଶୋର କୁମାର ସାଧକ ଇଂଲଣ୍ଡରେ ଯେଉଁ ଚମତ୍କାର କରିଥିଲେ ତାହା ହୁଏତ ବର୍ଷ ବର୍ଷ ଧରି ପୁନରାବୃତ୍ତି ହେବ ନାହିଁ। ଟୁ କାଉଣ୍ଟି ଚାମ୍ପିଅନସିପ ଡିଭିଜନ ସିକ୍ସର…

ୟୁରିଆ, ଡିଏପି ସାର କଳାବଜାର, ତେଜୁଛି ଚାଷୀ ଅସନ୍ତୋଷ

ବରଗଡ଼,୧୧।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ କୃଷି ଓ କୃଷକଙ୍କ ସମସ୍ୟା ଅସମାହିତ ରହିଛି। ନିକଟରେ ରବିଧାନ ବିକ୍ରି ନେଇ ଜିଲାର ଚାଷୀମାନଙ୍କୁ ଖୁବ୍‌ ହଟହଟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅନ୍ୟପଟେ ଏବେ ଖରିଫ୍‌ ଚାଷକାର୍ଯ୍ୟ ଆରମ୍ଭରୁ ଚାଷୀଙ୍କୁ ସାର ଅଭାବ ସମସ୍ୟା…

ତହସିଲ କାର୍ଯ୍ୟାଳୟରେ ସଠିକ୍‌ ସମୟରେ ମିଳୁନି ପ୍ରମାଣପତ୍ର, ଲୋକେ ହଟହଟା

ଦାରିଙ୍ଗବାଡ଼ି,୧୧ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ କାର୍ଯ୍ୟାଳୟରେ ଉପଭୋକ୍ତା ନାନା ହଇରାଣ ହରକତ ହେଉଛନ୍ତି। ଲୋକଙ୍କ ସେବାରେ ଥିବା ଅଧିକାରୀମାନେ ସାଧାରଣ ଲୋକଙ୍କ କାର୍ଯ୍ୟକୁ ସଠିକ ସମୟସୀମା ମଧ୍ୟରେ କରି ଦେଉ ନ ଥିବା ଅଭିଯୋଗ ହେଉଛି। ଏବେ ବିଦ୍ୟାର୍ଥୀଙ୍କ…

ଅଗଷ୍ଟ ୧ରୁ ଯୁବକମାନଙ୍କୁ ମିଳିବ ୧୫,୦୦୦ ଟଙ୍କା: ଜାଣଙ୍କୁ କେଉଁମାନେ ଉଠାଇପାରିବେ ଏହାର ଲାଭ

ନୂଆଦିଲ୍ଲୀ,୧୧।୭: ଅଗଷ୍ଟ ୧ ତାରିଖରୁ ଦେଶରେ ଏମ୍ପୋଲୟମେଣ୍ଟ ଲିଙ୍କ୍ଡ ଇନସେଣ୍ଟିଭ ସ୍କିମ (ELI) ଆରମ୍ଭ କରିବାକୁ ଯାଉଛନ୍ତି ସରକାର। ଏହା ଅଧୀନରେ ପ୍ରଥମ ଥର ପାଇଁ ନିଯୁକ୍ତି ପାଇଥିବା ଯୁବକମାନଙ୍କୁ ସରକାର ୧୫,୦୦୦ ଟଙ୍କା ଦେବେ। ଏହି ଯୋଜନାର ଲକ୍ଷ୍ୟ ହେଉଛି…

ପାକିସ୍ତାନରେ ହେବ ବଡ଼ ବିଦ୍ରୋହ: ମାଷ୍ଟରମାଇଣ୍ଡ ମୁନିର୍‌

ଇସଲାମାବାଦ୍‌,୧୧।୭: ଗତ କିଛି ଦିନ ଧରି ପାକିସ୍ତାନରେ ବିଦ୍ରୋହ ହେବାର ଗୁଜବ ଉଠିଛି ଏବଂ ଏବେ ଏହା ଜୋର ଧରିଛି। ଦାବି କରାଯାଉଛି ଯେ, କ୍ଷମତା ହାସଲ କରିବା ପରେ, ଫିଲ୍ଡ ମାର୍ଶାଲ ଅସୀମ ମୁନିର ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କ…

ଗଡ଼ୁନି ଗାଡ଼ି, ବଢ଼ୁଛି ଦୁର୍ଦ୍ଦଶା

ଭୁବନେଶ୍ୱର,୧୧ା୭(ରବିନାରାୟଣ ଜେନା): ତିନିଦିନ ଧରି ୬ଦଫା ଦାବିରେ ଡ୍ରାଇଭର ମହାସଂଘ ଆନ୍ଦୋଳନ ଚଳାଇଛି। ମହାସଂଘର ପ୍ରାୟ ୫ଲକ୍ଷ ସଦସ୍ୟ ଗାଡ଼ି ଷ୍ଟିଅରିଂ ଛାଡ଼ିବା ଯୋଗୁ ଯାତାୟାତ ଓ ପରିବହନ କ୍ଷେତ୍ରରେ ସଙ୍କଟ ସୃଷ୍ଟି ହୋଇଛି। ପେଟ୍ରୋଲ ସଙ୍କଟ ଅନୁଭବ କରି ପ୍ରାୟ…

ଗଞ୍ଜାମ ଗସ୍ତରେ ଆସିବେ ଷ୍ଟାଣ୍ଡିଂ କମିଟି, ସ୍ଥିତି ସମୀକ୍ଷା କଲେ ଉପଜିଲାପାଳ

ଭଞ୍ଜନଗର,୧୧ା୭(ବାବୁଲା ପ୍ରଧାନ): ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟି -୪ ଆସନ୍ତା ୧୫ ଓ ୧୬ ତାରିଖ ଦୁଇ ଦିନିଆ ଗଞ୍ଜାମ ଜିଲା ଗସ୍ତରେ ଆସିବେ। କମିଟିର ଚେୟାରମ୍ୟାନ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ୧୨ ଜଣିଆ କମିଟି ଜିଲାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri