‘ମୁଁ ମଉଜ କରିବାକୁ ଜନ୍ମ ହୋଇନାହିଁ’
ନୂଆଦିଲ୍ଲୀ,୩ା୫: ଲୋକ ସଭା ନିର୍ବାଚନ-୨୦୨୪ ପାଇଁ ୭ ମେ’ରେ ତୃତୀୟ ପର୍ଯ୍ୟାୟରେ ଭୋଟ୍ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ନିର୍ବାଚନ ପ୍ରଚାର ଜୋର୍ଦାର ହୋଇଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ଦୁର୍ଗାପୁରରେ ଏକ ରାଲିରେ ସମ୍ବୋଧିତ କରିଛନ୍ତି।…
କୋଭିଶିଲ୍ଡ ଟିକା ନେବାରୁ ଯାଇଥିଲା ଝିଅର ଜୀବନ, ଆଷ୍ଟ୍ରା ଜେନେକା ବିରୋଧରେ ମାମଲା କରିବାକୁ ପ୍ରସ୍ତୁତ ହେଉଛନ୍ତି ପିତା
ନୂଆଦିଲ୍ଲୀ,୩।୫: କୋଭିଶିଲ୍ଡ ଟିକା ନେବାରୁ ଜଣେ ଝିଅର ଜୀବନ ଯିବାରୁ ଏବେ ତାଙ୍କର ମାତାପିତା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ) ଏବଂ ବ୍ରିଟିଶ ଫାର୍ମା କମ୍ପାନୀ ଆଷ୍ଟ୍ରା ଜେନେକା ବିରୋଧରେ ମକଦ୍ଦମା ଦାୟର କରିବାକୁ ଯାଉଛନ୍ତି। ଆଷ୍ଟ୍ରା ଜେନେକା ବ୍ରିଟିଶ…
ନାମାଙ୍କନପତ୍ର ଦାଖଲ କଲେ ଭର୍ତ୍ତୃହରି
କଟକ,୩ା୫: କଟକ ଭାଜପାର ଲୋକ ସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଶୁକ୍ରବାର ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ ପଟୁଆରରେ ଆସି ଭର୍ତ୍ତୃହରି ଆଜି କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି।…
ମାତ୍ର ୨୦ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଲେ ଏହି ଘାତକ ସ୍ପିନର୍: ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ନେଇଥିଲେ ୩ ଉଇକେଟ୍
ଲଣ୍ଡନ,୩।୫: ଇଂଲଣ୍ଡ କ୍ରିକେଟର ଜୋଶ ବେକର ମାତ୍ର ୨୦ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। କାଉଣ୍ଟି କ୍ରିକେଟରେ ୱର୍କେଷ୍ଟେଶାୟାର୍ ପାଇଁ ବେକର୍ ଖେଳିଥିଲେ। ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ସେ ୩ ଉଇକେଟ ନେଇଥିଲେ। ୱର୍କେଷ୍ଟେଶାୟାର୍ ଦଳ ସୋସିଆଲ ମିଡିଆରେ…
ସିପିଆଇ ନେତା ଅତୁଲ କୁମାର ଅଞ୍ଜାନଙ୍କ ପରଲୋକ
ଲକ୍ଷ୍ନୌ,୩।୫: ଦୀର୍ଘ ଦିନ ଧରି କର୍କଟ ରୋଗ ସହ ସଂଗ୍ରାମ ପରେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ସିପିଆଇ) ର ଜାତୀୟ ସଚିବ ଅତୁଲ କୁମାର ଅଞ୍ଜାନଙ୍କ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ଗତ ଏକ…
ଶେଷ ୩ ଓଭରରେ ଥିଲା ମାତ୍ର ୨୭ ରନ୍: ବିଶ୍ୱକପ୍ ଦଳରେ ଚୟନ ହୋଇ ନ ଥିବା ବୋଲର୍ ପଲଟାଇଦେଲେ ବାଜି
ନୂଆଦିଲ୍ଲୀ,୩।୫: ଆଇପିଏଲ ୨୦୨୪ର ୫୦ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସକୁ ୧-୦ରେ ପରାସ୍ତ କରିଛି। ଜିତିବା ପାଇଁ ୨୦୨ ରନ୍ର ଟାର୍ଗେଟକୁ ପିଛା କରି ରାଜସ୍ଥାନ ଦଳ ୨୦ ଓଭରରେ ୭ଟି ଉିକେଟ ହରାଇ ୨୦୦ ରନ ସ୍କୋର କରିପାରିଥିଲା।…
ସ୍କୁଲ, କଲେଜ, ଅଫିସ ବନ୍ଦ, ମୂଷଳ ଧାରାରେ ବର୍ଷାକୁ ଦେଖି ଲୋକଙ୍କୁ ଘରେ ରହିବାକୁ ପାଣିପାଗ ବିଭାଗର ସତର୍କ ସୂଚନା
ଆବୁ ଧାବି,୩।୫: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ବର୍ଷା ପୁଣି ଏକ ବିପର୍ଯ୍ୟୟ ପାଲଟିଛି। ଗୁରୁବାର ପ୍ରବଳ ବର୍ଷା ଓ ଝଡ଼ ତୋଫାନ ଯୋଗୁଁ ଅନେକ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ବାତିଲ କରିବାକୁ ପଡିଥିଲା। ୟୁଏଇରେ ପ୍ରବଳ ବର୍ଷା ଓ…
ବିଜେଡି ଛାଡ଼ିଲେ ରବିନାରାୟଣ
ଭୁବନେଶ୍ୱର,୩ା୫: ଶୁକ୍ରବାର ବିଜେଡି ଛାଡ଼ିଛନ୍ତି ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ର। ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ନୟାଗଡ଼ ଜିଲାର ରଣପୁର ବିଧାୟକ ଥିଲେ। ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ସେ ବିଜେଡିର ରାଜ୍ୟ ସଭା ସଦସ୍ୟ ଭାବେ ସେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ।…
୨୫ ବର୍ଷ ପରେ ଆମେଠିରେ ଘଟିବାକୁ ଯାଉଛି ଏମିତି ଘଟଣା..
ଲକ୍ଷ୍ନୌ,୩।୫: ୟୁପିର ଏକ ହାଇପ୍ରୋଫାଇଲ ସିଟ ମଧ୍ୟରୁ ଅନ୍ୟତମ ଆମେଠିକୁ ଗାନ୍ଧୀ ପରିବାରର ପାରମ୍ପରିକ ଆସନ ଭାବରେ ବିବେଚନା କରାଯାଏ। ୧୯୯୯ ପରେ ପ୍ରଥମଥର ପାଇଁ ଏଠାରେ ଗାନ୍ଧୀ ପରିବାର ପକ୍ଷରୁ କୌଣସି ବ୍ୟକ୍ତି ନିର୍ବାଚନ ଲଢିବେ ନାହିଁ। ଶୁକ୍ରବାର ସକାଳେ…
ପୁଣି ପାକିସ୍ତାନକୁ ମୁହଁତୋଡ ଜବାବ ଦେଲା ଭାରତ
ନ୍ୟୁୟର୍କ,୩।୫: ମିଳିତ ଜାତିସଂଘରେ ଭାରତ ପୁଣି ଥରେ ପାକିସ୍ତାନକୁ ମୁହଁତୋଡ ଜବାବ କରିଛି। ଭାରତ ପାକିସ୍ତାନକୁ ତୀବ୍ର ସମାଲୋଚନା କରି କହିଛି, ପାକିସ୍ତାନର ଟ୍ରାକ ରେକର୍ଡ ପ୍ରତ୍ୟେକ ପ୍ରସଙ୍ଗରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମିଳିତ ଜାତିସଂଘରେ ‘ଶାନ୍ତି ସଂସ୍କୃତି’ ପ୍ରସଙ୍ଗରେ ସାଧାରଣ…
ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାରୁ ଶେଷରେ କାହିଁକି ହଟିଲେ ପ୍ରିୟଙ୍କା ଗାନ୍ଧୀ: ଭାଇଙ୍କ ପାଇଁ ନା ଅନ୍ୟ କିଛି
ନୂଆଦିଲ୍ଲୀ,୩।୫: ରାଏବରେଲି ଏବଂ ଆମେଠିରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ରାଏବରେଲିରୁ ରାହୁଲ ଗାନ୍ଧୀ ଏବଂ ଆମେଠିରୁ କିଶୋରୀ ଲାଲ ଶର୍ମାଙ୍କୁ ପ୍ରାର୍ଥୀ କରାଯାଇଛି। ପ୍ରିୟଙ୍କା ଗାନ୍ଧୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁନାହାଁନ୍ତି। ବର୍ତ୍ତମାନ ଏହି ଘଟଣାର ରାଜନୈତିକ ଅର୍ଥ ଅନୁସନ୍ଧାନ କରାଯାଉଛି। ପାର୍ଟି…
ନିର୍ବାଚନ ଲଢ଼ିବେ ଦେବାଶିଷ
ଭୁବନେଶ୍ୱର,୩ା୫: ଦେବାଶିଷ ନାୟକ ନିର୍ବାଚନ ଲଢ଼ିବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି। ଏନେଇ ସେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ସେ ଲେଖିଛନ୍ତି, ବରୀବାସୀଙ୍କ ପାଇଁ ମୁଁ ନିର୍ବାଚନ ଲଢ଼ିବି। ବରୀବାସୀ ମୋ’ ବଳ। ଦଳ ମୋ’ ପାଇଁ ବଡ଼ ନୁହେଁ।…
Archives


