Home

ଭୋଟ ଦେବାକୁ ଆସିଥିବା ଲୋକଙ୍କ ଉପରେ ଖସିଲା ସାଇନବୋର୍ଡ : ଶିଶୁ ସମେତ ୫ ଗୁରୁତର ଆହତ

ଦାରିଙ୍ଗବାଡି, ୨୦।୫ (ଅରୁଣ ସାହୁ): ରାଜ୍ୟରେ ଦିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସୋମବାର ଚାଲିଛି। ମତଦାନବେଳେ ଏକ ଦୁର୍ଘଟଣା ଘଟିଛି। ସାଇନବୋର୍ଡ଼ ଖସି ଯିବାରୁ ଜଣେ ଶିଶୁଙ୍କ ସମେତ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ସମସ୍ତେ ହେଲେ ଦାରିଙ୍ଗବାଡି…

ଭାଜପା ସମର୍ଥକଙ୍କ ଆକ୍ରମଣରେ ବିଜେଡି କର୍ମୀ ଗୁରୁତର

ବାସୁଦେବପୁର,୨୦।୫(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ୫ ନମ୍ବର ଓ୍ବାର୍ଡରେ ସୋମବାର ପୂର୍ବାହ୍ନରେ ପୋଷ୍ଟର ଲଗାଇବାକୁ କେନ୍ଦ୍ର କରି ବିବାଦ ଉପୁଜିଛି। ଏହାକୁ ନେଇ ଭାଜପା କର୍ମୀଙ୍କ ଆକ୍ରମଣରେ ବିଜେଡି କର୍ମୀ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ…

ଭୋଟରଙ୍କୁ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ: ଏଥିରେ ରହିଛି ବଡ଼ ପ୍ରତିଶ୍ରୁତି

ମୋରଡ଼ା,୨୦ା୫(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ପାଣିପାଗରେ ଉଷ୍ମତା ଦେଖିବାକୁ ମିଳିଛି। ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି, କଂଗ୍ରେସ ନିଜ ନିଜର ଗୋଟିଚାଳନା ଆରମ୍ଭ କରି ଲୋକଙ୍କୁ ନିଜ ଆଡ଼କୁ ଟାଣିବାକୁ…

ଭୁଜାଲି ମାଡ଼ରେ ଜଣଙ୍କ ଜୀବନ ଗଲା

ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ସରସରା ଗ୍ରାମରେ ସୋମବାର ସ୍ପଷ୍ଟ ଦିବାଲୋକରେ ଏକ ହତ୍ୟାକାଣ୍ଡ ଘଟିଛି। ଭୁଜାଲି ମାଡ଼ରେ ଜଣେ ଲୋକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର ବିଶ୍ବନାଥ ମିର୍ଦ୍ଧା ବୋଲି ସୂଚନା ମିଳିଛି। କେଉଁ…

ସେନାକୁ ମିଳିଲା ଇରାନ ରାଷ୍ଟ୍ରପତିଙ୍କ ମୃତ ଦେହ

ତେହେରାନ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଇରାନର ଅଧିକାରୀମାନେ କହିଛନ୍ତି ଯେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ଧ୍ୱଂସାବଶେଷ ସେନାକୁ ମିଳିଛି। ରବିବାର ଇବ୍ରାହିମ ରଇସି ଏବଂ କେତେଜଣ ଇରାନ ଅଧିକାରୀଙ୍କୁ ନେଇ ଯାଉଥିବା ହେଲିକପ୍ଟର ଏକ…

ସାଂଘାତିକ ଅଭିଯୋଗ ଆଣିଲେ ପ୍ରଧାନମନ୍ତ୍ରୀ ମୋଦି: ରତ୍ନଭଣ୍ଡାର ଚାବି ତାମିଲନାଡୁ ଯାଇଛି

କଟକ,୨୦।୫: ପୁରୀରେ ସୋମବାର ରୋଡ ଶୋ’ ପରେ କଟକରେ ପହଞ୍ଚିଛନ୍ତି ପହଞ୍ଚିଛନ୍ତି। ଏଠାରେ ଏକ ସଭାକୁ ସମ୍ବୋଧିତ କରି ସେ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଏକ ସାଂଘାତକ ଅଭିଯୋଗ ଆଣି କହିଛନ୍ତି,ଲୋକ କହୁଛନ୍ତି ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି।…

ଯଦି ଆପଣ କୋଭାକ୍ସିନ ନେଇଛନ୍ତି, ତେବେ ଭୟ କରିବାର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ,୨୦।୫: ନିକଟରେ କରୋନା ଟିକା ସମ୍ବନ୍ଧରେ ଅନେକ ଭୟାନକ ଦାବି ସାମ୍ନାକୁ ଆସିଛି। ବର୍ତ୍ତମାନ ଆଇସିଏମଆର ଏହି ଦାବିକୁ ଭୁଲ ବୋଲି କହିଛି। କୋଭାକ୍ସିନର ପାର୍ଶ୍ୱ ପ୍ରତିକ୍ରିୟା ଉପରେ ବିଏଚୟୁ ଅଧ୍ୟୟନକୁ ଆଇସିଏମଆର ଆପତ୍ତି କରିଛି। ଆଇସିଏମଆର କହିଛି ଯେ ଏହି…

୩ ପ୍ରମୁଖ ଦଳ ମଧ୍ୟରେ ହେବ କଡ଼ା ଟକ୍କର

ପରଜଙ୍ଗ,୨୦ା୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୧୯ ନିର୍ବାଚନରେ ଅଳ୍ପକେ ବିଜୟ ପାଇଥିଲା ବିଜେଡି। ଭାଜପା ଏଠାରେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ରହିଥିଲା। ହେଲେ ୨୦୨୪ ନିର୍ବାଚନରେ ସ୍ଥିତି ବଦଳିଛି। ଏଥର ନିର୍ବାଚନ ମଇଦାନରେ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ…

ନିଜ ବଳରେ ଲଢୁଛନ୍ତି ଢେଙ୍କାନାଳ କଂଗ୍ରେସ ପ୍ରାର୍ଥୀ

ଢେଙ୍କାନାଳ,୨୦ା୫(ରତନ ନାୟାର): ଢେଙ୍କାନାଳ ଜିଲାରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ ହେବ। ତେବେ ୨୩ ତାରିଖରେ ପ୍ରଚାର ପର୍ବ ଶେଷ ହେବ। ତେଣୁ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିବାକୁ ବିଭିନ୍ନ ଦଳ ହାତରେ ଆଉ ମାତ୍ର ୪ ଦିନ ରହିଲା।…

ଜି ଉଦୟଗିରିରେ ୧୧ଟା ସୁଦ୍ଧା ୨୦% ମତଦାନ

ଜି ଉଦୟଗିରି,୨୦।୫(ଶିଶିର ପଟ୍ଟନାୟକ): ଜି ଉଦୟଗିରି ବିଧାନସଭା ଓ ଫୁଲବାଣୀ ଲୋକ ସଭା ଆସନ ନିମନ୍ତେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଜି ଉଦୟଗିରି ବ୍ଲକର ୩୩ଟି ଓ ଜି ଉଦୟଗିରି ଏନଏସିର ୮ କେନ୍ଦ୍ରରେ ମତଦାନ ଚାଲିଛି।…

ଏଥର ଭବିଷ୍ୟବାଣୀ ପୂରଣ ନ ହେଲେ ମୁହଁରେ ଗୋବର ବୋଳିବାକୁ ପ୍ରସ୍ତୁତ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନ ୨୦୨୪ ଏବଂ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ରାଜନୈତିକ ରଣନୀତିଜ୍ଞ ବା ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର ବଡ଼ ଭବିଷ୍ୟବାଣୀ କରିଛନ୍ତି। ଏହି ନିର୍ବାଚନରେ ନରେନ୍ଦ୍ର ମୋଦି ଏବଂ ଭାରତୀୟ ଜନତା ପାର୍ଟି…

ମୋଦି କେବେ ଓ କାହିଁକି ଚୁପ ହୋଇ ଯାଆନ୍ତି, ନିଜେ କହିଲେ ଏହାର କାରଣ

ନୂଆଦିଲ୍ଲୀ,୨୦।୫:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଭାଜପାକୁ ସୁଯୋଗ ଦିଅନ୍ତୁ। ଏହି ସମୟ ମଧ୍ୟରେ ସେ ଲୋକମାନଙ୍କୁ କହିଥିଲେ ଯେ ଆପଣମାନେ ମୋତେ ଏତେ ଭଲପାଇବା ଦେଇଛନ୍ତି ଯେ ମୋ କହିବା ବନ୍ଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri