କହିଥିଲେ ପାଣ୍ଡିଆନ, ‘ହାରିଲେ ଛାଡିଦେବି ରାଜନୀତି’
ଭୁବନେଶ୍ୱର,୪।୬: ଦୀର୍ଘ ୧୫ବର୍ଷର ବ୍ୟବଧାନ ପରେ ଓଡ଼ିଶାରେ ଫୁଟିବାକୁ ଯାଉଛି ପଦ୍ମ। ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ଏବେ ବଡ଼ ପରାଜୟ ମୁଖେ ଅଗ୍ରସର ହେଉଛି। ରାଜ୍ୟରେ ଭାଜପା ୮୧ ଆସନରେ ଆଗୁଆ ଥିବାବେଳେ ବିଜେଡି ୪୭ ଆସନରେ ସୀମିତ…
ହାରିଗଲେ ବର୍ଷା ପ୍ରିୟଦର୍ଶିନୀ
ଭୁବନେଶ୍ୱର,୪।୬:ବଡଚଣାରୁ ହାରିଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଭାଜପା ପ୍ରାର୍ଥୀ ଅମର କୁମାର ନାୟକଙ୍କ ଠାରୁ ପରାସ୍ତ ହେଲେ ଅଭିନେତ୍ରୀ ବର୍ଷା। ଅମରଙ୍କ ଠାରୁ ୭୩୮୩ ଭୋଟ ବ୍ୟବଧାନରେ ପରାଜିତ ହେଲେ ବର୍ଷା।
ପାଟକୁରାରେ ଅରବିନ୍ଦ ବିଜୟୀ
କେନ୍ଦ୍ରାପଡ଼ା,୪ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟ ମହାପାତ୍ରଙ୍କ ପୁଅ ତଥା ବିଜେଡି ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ବିଜୟ ଲାଭ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ତେଜେଶ୍ୱର ପରିଡ଼ାଙ୍କୁ ୧୧,୪୨୫ ଖଣ୍ଡ ଭୋଟ୍ରେ ହରାଇ…
ଲୋକ ସଭା ନିର୍ବାଚନ ଭୋଟଗଣନା ମଧ୍ୟରେ ‘ଏକ୍ସ’ ଡାଉନ୍
ନୂଆଦିଲ୍ଲୀ,୪।୬: ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଡାଉନ୍। ଅନେକ ବ୍ୟବହାରକାରୀ ନିଜ ଆକାଉଣ୍ଟକୁ ଖୋଲିପାରୁନାହାନ୍ତି। ଏନେଇ ଡାଉନ୍ ଡିଟେକ୍ସର ସୂଚନା ଦେଇଛି। ଖବର ଲେଖାଯିବା ସୁଦ୍ଧା ୩୨୯ଜଣ ଏନେଇ ରିପୋର୍ଟ କରିଛନ୍ତି। ତେବେ ନିର୍ବାଚନ ଫଳାଫଳ ଆସିବା ଦିନ ଏଭଳି ସ୍ଥିତିକୁ…
ମୋଦି ସରକାରର ମନ୍ତ୍ରୀଙ୍କୁ ହରାଇଲେ ଶଶି ଥରୁର
ଥିରୁଭାନନ୍ତପୁରମ,୪।୬: କେରଳର ହଟ ସିଟ ଥିରୁଭାନନ୍ତପୁରମର ଫଳାଫଳ ବାହାରିଛି। କଂଗ୍ରେସ ପ୍ରାର୍ଥୀ ଶଶି ଥରୁର ଥିରୁଭାନନ୍ତପୁରମ ଆସନରୁ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛନ୍ତି। ଏହି ଆସନରୁ କଡ଼ା ପ୍ରତିଯୋଗିତାରେ ସେ ମୋଦି ସରକାରର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ପରାସ୍ତ କରିଛନ୍ତି।…
ଫୁଲବାଣୀ ବିଧାନସଭା ଆସନ ହାତେଇଲା ଭାଜପା
ଫୁଲବାଣୀ,୪ା୬(ରାକେଶ କୁମାର ରାଉତ): ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାଜପା ପ୍ରାର୍ଥୀ ଉମାଚରଣ ମଲିକ ବିଜୟ ଲାଭ କରିଛନ୍ତି। ଉମାଚରଣ ମୋଟ୍ ୫୩,୯୦୦ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କ ନିକଟତମ ବିଜେଡି ପ୍ରାର୍ଥୀ ଜୟଶ୍ରୀ କହଁର ୫୧,୦୪୨ ଖଣ୍ଡ ଭୋଟ୍…
ଆଗରେ ଅଛନ୍ତି ରାଜନାଥ
ଲକ୍ଷ୍ନୌ,୪।୬: ଲୋକ ସଭା ନିର୍ବାଚନର କିଛି ଆସନରେ ଭାଜପା ଆଗରେ ଥିବା ବେଳେ କେତେଜଣ ହେଭିଓ୍ବେଟଙ୍କ ସ୍ଥିତି ଏବେ ବି ଟଳମଳ। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଲକ୍ଷ୍ନୌ ନିର୍ବାଚନ ମଣ୍ଡଳିରୁ ପ୍ରତିଯୋଗୀତା କରୁଥିବା ବେଳେ ଏବେ ସେ ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦୀଙ୍କଠାରୁ…
ଗାନ୍ଧିନଗରରେ ଅମିତ ଶାହାଙ୍କ ଐତିହାସିକ ବିଜୟ
ଗାନ୍ଧିନଗର,୪।୬: ଗୁଜରାଟର ସବୁଠାରୁ ହାଇ ପ୍ରୋଫାଇଲ ଆସନରୁ ପୁଣି ଥରେ ଭାଜପା ଟିକେଟରେ ନିର୍ବାଚନ ଲଢ଼ିଥିବା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୭ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ଏହା ଗୁଜରାଟ ଇତିହାସରେ ସବୁଠାରୁ ବୃହତ ବ୍ୟବଧାନରେ ବିଜୟ…
ଭୋଟ୍ ଗଣତି କେନ୍ଦ୍ରରେ ଚାଲିଗଲା ଜଣଙ୍କ ଜୀବନ
ପାରଳାଖେମୁଣ୍ଡି,୪ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ ପରିସରରେ ଭୋଟ୍ ଗଣତି ସମୟରେ ଗଣତି କେନ୍ଦ୍ରର ପ୍ରସାରଣ ଦେଖିବା ପାଇଁ କେନ୍ଦ୍ର ପରିସରରେ ଲାଗିଥିବା ପରଦା ନିକଟରେ ଗଣତି ଦେଖୁଥିବା ବେଳେ ବଜ୍ରପାତରେ ଜଣଙ୍କର ମୃତ୍ୟୁ…
ଯାଜପୁରରୁ ଆସିଲା ବିଜେଡି ପାଇଁ ଖୁସି ଖବର
ଭୁବନେଶ୍ୱର,୪।୬: ସାଧାରଣ ନିର୍ବାଚନ ୨୦୨୪ରେ ଓଡ଼ିଶାରେ ପରିବର୍ତ୍ତନର ସ୍ବର ଦେଖିବାକୁ ମିଳିଛି। ଏଠାରେ ବିଜେଡି ଗଡ଼ ଭୁଶୁଡି ଥିବାବେଳେ ଭାଜପା ସରକାର ଗଢିବାକୁ ଯାଉଛି। ରାଜ୍ୟରେ ଲୋକ ସଭାରେ ମଧ୍ୟ ଭାଜପା ଏପର୍ଯ୍ୟନ୍ତ ୨୧ ଆସନରୁ ୧୯ରେ ଆଗୁଆ ରହିଛି। ବିଜେଡି…
ଓଡ଼ିଶାରେ ଫୁଟିଲା ପଦ୍ମ! ମୁଖ୍ୟମନ୍ତ୍ରୀ, ରେସ୍ରେ ଏହି ନେତା…
ଭୁବନେଶ୍ୱର,୪।୬: ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪ରେ ଭାଜପା ସଂଖ୍ୟା ଗରିଷ୍ଠତା ହାସଲ କରିଛି। ମ୍ୟାଜିକ ନମ୍ବର ୭୫ ଛୁଇଁବା ଦଳ ୮୦ ଛୁଇଁଛି। ଏହି କ୍ରମରେ ବିଜେଡି ୫୫ ଭୋଟ ପାଇଛି। ନବୀନ ପଟ୍ଟନାୟକଙ୍କ ଦଳ ଅତି ଶୋଚନୀୟ ଭାବେ ପରାସ୍ତ…
ଲୋକ ସଭାରେ ସଫା ହୋଇଗଲା ଏହି ଦଳ, କିନ୍ତୁ ଭାଜପାକୁ ହେଲା ବଡ କ୍ଷତି
ଲକ୍ଷ୍ନୌ,୪।୬: ଲୋକ ସଭା ନିର୍ବାଚନ ୨୦୨୪ପାଇଁ ଭୋଟ ଗଣନା ଜାରି ରହିଛି। ଟ୍ରେଣ୍ଡରେ ଏନଡିଏ ନିଶ୍ଚିତ ଭାବରେ ସଂଖ୍ୟାଗରିଷ୍ଠତା ହାସଲ କରିଛି କିନ୍ତୁ ୪୦୦ ଅତିକ୍ରମ କରିବାର ଏନଡିଏର ସ୍ବପ୍ନ ଧ୍ୱଂସ ହୋଇଯାଇଛି। ଇଣ୍ଡିଆ ସହଯୋଗୀ ଦଳ ଏନଡିଏକୁ କଡା ଟକ୍କର…
Archives


