‘ସିଏମ ସାର୍ ଆପଣଙ୍କ ସହ ଫଟୋ ଉଠାଇଥାଆନ୍ତି’…
କରନାଲ,୮।୭: ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି ହଠାତ୍ କରନାଲର ସେକ୍ଟର ୨ରେ ଥିବା ଅଟଳ ପାର୍କରେ ପହଞ୍ଚିଥିଲେ। ସେ ଏକ ସରପ୍ରାଇଝ ଭିଜିଟ କରିବାକୁ ସେଠାକୁ ଯାଇଥିଲେ। କିନ୍ତୁ ଖୋଲାଖୋଲି ଭାବରେ ଲୋକମାନଙ୍କୁ ଏବଂ ବିଶେଷ କରି ପିଲାମାନଙ୍କୁ ଭେଟିଥିଲେ।…
ଫ୍ଲୋର ଟେଷ୍ଟରେ ବିଜୟୀ ହେଲେ ହେମନ୍ତ ସୋରେନ
ରାଞ୍ଚି,୮।୭: ସୋମବାର ଠାରୁ ଝାଡ଼ଖଣ୍ଡ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଥିଲା। ଏହି ସମୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାନସଭାରେ ଟ୍ରଷ୍ଟ ଭୋଟ ଜିତିଛନ୍ତି। ହେମନ୍ତ ସୋରେନ ସରକାରଙ୍କ ସପକ୍ଷରେ ୪୫ ଭୋଟ ଦିଆଯାଇଥିଲା ଏବଂ ଏହା ସହ ସୋରେନ ସରକାର…
ଖରିଫ ଚାଷ ପାଇଁ ସାର ନାହିଁ, ଧାର୍ଯ୍ୟ ଦରଠାରୁ ୪ ଶହ ଟଙ୍କା ଅଧିକରେ ହେଉଛି ବିକ୍ରି
ଝରିଗାଁ,୮ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାରେ ଖରିଫ ଚାଷ ଆରମ୍ଭ ହୋଇଛି। ଚାଷୀ ତଳି ପକାଇ ରୋଇବାକୁ ଅପେକ୍ଷା କରିଥିବା ବେଳେ ସାର ଯୋଗାଣ ସମସ୍ୟା ସୃଷ୍ଟି କରିଛି। ଆବଶ୍ୟକ ସାର ଯୋଗାଣ ହେଉ ନ ଥିବାରୁ ଚାଷୀ ବଜାରରୁ ଚଢ଼ାଦରରେ…
ଫ୍ରାନ୍ସ ନିର୍ବାଚନରେ ମାକ୍ରୋନଙ୍କ ଦଳକୁ ବଡ ଝଟକା, ଫଳାଫଳ ପରେ ବଢିଲା ହିଂସା
ପ୍ୟାରିସ,୮।୭: ଫ୍ରାନ୍ସର ସାଧାରଣ ନିର୍ବାଚନରେ ଫେରବଦଳ ହେଖିବାକୁ ମିଳତଛି। ଏଥର ନିର୍ବାଚନରେ କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରିନାହାଁନ୍ତି। ନିର୍ବାଚନ ପରେ ନ୍ୟାସନାଲ ଆସେମ୍ଲିରେ ବାମପନ୍ଥୀ ନ୍ୟୁ ପପୁଲାର୍ ଫ୍ରଣ୍ଟ (ଏନଏଫପି) ପ୍ରମୁଖ ଶକ୍ତି ଭାବରେ ଉଭା ହେଲା। ଫଳାଫଳ ଆସିବା…
ସୁପ୍ରିମକୋର୍ଟରେ ପହଞ୍ଚିଲେ ମନୀଷ ସିସୋଡିଆ
ନୂଆଦିଲ୍ଲୀ,୮ା୭: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲ୍ରେ ଥିବା ଏଏପି ନେତା ମନୀଷ ସିସୋଡିଆ ପୁଣିଥରେ ସୁପ୍ରିମକୋର୍ଟଙ୍କ ନିକଟରେ ହାଜର ହୋଇଛନ୍ତି। ମାମଲାର ଶୁଣାଣିରେ ବିଳମ୍ବ ହୋଇଥିବା ଦର୍ଶାଇ ସିସୋଡିଆ ସୁପ୍ରିମକୋର୍ଟରେ ପୁଣି ଜାମିନ ଆବେଦନ କରିଛନ୍ତି। ଏହା ଉପରେ ସୁପ୍ରିମକୋର୍ଟ…
୧୫ ଦିନର ଶିଶୁ କନ୍ୟାକୁ ଜୀବନ୍ତ ପୋତିଦେଲେ
ଇସଲାମାବାଦ,୮।୭: ପାକିସ୍ତାନରୁ ଏକ ଲୋମ ଟାଙ୍କୁରା ଖବର ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବ୍ୟକ୍ତି ନିଜର ୧୫ ଦିନର ଶିଶୁ କନ୍ୟାକୁ ଜୀବନ୍ତ ପୋତି ଦେଇଛନ୍ତି। ପୋଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି। ଏଆରଓ୍ବାଇ ନ୍ୟୁଜ ରିପୋର୍ଟ ଅନୁଯାୟୀ, ଏହି ଭୟଙ୍କର…
ରୁଷିଆ ଗସ୍ତ ପୂର୍ବରୁ ବଡ଼ କଥା କହିଦେଲେ ମୋଦି
ନୂଆଦିଲ୍ଲୀ/ମସ୍କୋ,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରୁଷିଆ ଏବଂ ଅଷ୍ଟ୍ରିଆ ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଭାରତ-ରୁଷିଆ ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ମସ୍କୋ ଗସ୍ତ ପୂର୍ବରୁ ସେ କହିଛନ୍ତି, ଗତ ଦଶ ବର୍ଷ ମଧ୍ୟରେ ଦୁଇ…
ଶତକ ହାସଲ ପରେ ‘ଗୁରୁ’ଙ୍କୁ ଭିଡିଓ କଲ୍ କଲେ ଅଭିଷେକ: ଜାଣନ୍ତୁ ତାଙ୍କ ଗୁରୁ କିଏ
ହରାରେ,୮।୭: ଦ୍ୱିତୀୟ ଟି-୨୦ରେ ଭାରତୀୟ ଦଳ ସହଜରେ ଜିମ୍ବାୱେକୁ ପରାସ୍ତ କରିଛି। ଶୁଭମାନ ଗିଲଙ୍କ ନେତୃତ୍ୱରେ ଭାରତୀୟ ଦଳ ୧୦୦ ରନରେ ଜିତିଥିଲା। ଏହିପରି ୫ ଟି -୨୦ ମ୍ୟାଚ ର ସିରିଜ ୧-୧ରେ ପହଞ୍ଚିଛି। ଜିମ୍ବାୱେ ପ୍ରଥମ ଟି-୨୦ରେ ଭାରତକୁ…
ସୁନା ଖଣିରେ ଭୂସ୍ଖଳନ: ଚାଲିଗଲା ୧୨ ଜୀବନ
ଜାକର୍ତ୍ତା,୮।୭: ଅନେକ ଦିନ ଧରି ପ୍ରବଳ ବର୍ଷା ହେତୁ ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ପ୍ରବଳ ବର୍ଷା ହେତୁ ଏକ ବେଆଇନ ସୁନା ଖଣିରେ ଭୂସ୍ଖଳନ ଘଟିଥିଲା। ଭୂସ୍ଖଳନ ଯୋଗୁ ଅତିକମରେ ୧୨ ଜଣଙ୍କର ମୃତ୍ୟୁ…
ସାପକାମୁଡ଼ା ରୋଗୀଙ୍କ ମୃତ୍ୟୁ ପରେ ବି ଗୁଣିଆ ଲଗାଇ ଝଡ଼ାଫୁଙ୍କା
ପାଟଣା,୮ା୭(ବୀରକିଶୋର ଦାଶ): ବିଜ୍ଞାନ ଯୁଗରେ ଏବେ ବି କେତେକ ଲୋକ ଅନ୍ଧବିଶ୍ୱାସର ବର୍ତ୍ତୀ ହୋଇ ଝଡ଼ାଫୁଙ୍କା ଉପରେ ବିଶ୍ୱାସ କରୁଥିବା ଦେଖିବାକୁ ମିଳୁଛି। ଏଭଳି କରୁଣ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ପୁଟିଳୀଆ ଗ୍ରାମରେ ଜଣେ ନାବାଳକ ସାପ କାମୁଡ଼ାରେ…
ନିଜ ବ୍ୟାଟ୍ ସହ ଖେଳୁ ନ ଥିଲେ ଅଭିଷେକ…ଶତକ ହାସଲ ପରେ ବଡ଼ ଖୁଲାସା କଲେ ଅଭିଷେକ
ନୂଆଦିଲ୍ଲୀ,୮।୭:ଅଭିଷେକ ଶର୍ମା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ମ୍ୟାଚରେ ଖାତା ନ ଖୋଲି ଆଉଟ ହୋଇଥିଲେ। ପରେ ତାଙ୍କୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଥିଲା। କିନ୍ତୁ ତାଙ୍କ କ୍ୟାରିୟରର ଦ୍ୱିତୀୟ ମ୍ୟାଚରେ ଅଭିଷେକ ଏକ ଚମତ୍କାର ଶତକ ସ୍କୋର କରି ସମସ୍ତଙ୍କ…
ଡମନଭୂଇଁରେ ଦନ୍ତାହାତୀର ମୃତ୍ୟୁ
ନିରାକାରପୁର,୮ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ଓଲସିଂହ ପଞ୍ଚାୟତ ଡମନଭୂଇଁ ଗ୍ରାମରେ ଗୋଟେ ଦନ୍ତା ହାତୀର ମୃତଦେହକୁ ବନ ବିଭାଗ ଜବତ କରିଛି। ହାତୀଟିର ମୃତଦେହ ପଡ଼ି ରହିଥିବା ବେଳେ ଏହାକୁ ବନ ବିଭାଗ କର୍ମଚାରୀମାନେ ଜଗି…
Archives


