Home

ଏଥର ଡିଜେ, ମଦ, ପ୍ଲାଷ୍ଟିକ୍‌ ମୁକ୍ତ ଦୁର୍ଗାପୂଜା

ଭୁବନେଶ୍ୱର,୨୫ା୯(ସତ୍ୟଜିତ୍‌ ରାଉତ):ରାଜଧାନୀ ଭୁବନେଶ୍ୱରରେ ଚଳିତବର୍ଷ ଶୃଙ୍ଖଳିତ ତଥା ସୁରକ୍ଷିତ ଦୁର୍ଗାପୂଜା ପାଇଁ କମିଶନରେଟ୍‌ ପୋଲିସ ଅଣ୍ଟା ଭିଡିଛି। ଏନେଇ କମିଶନରେଟ୍‌ ପୋଲିସ ମୁଖ୍ୟାଳୟଠାରେ ମଙ୍ଗଳବାର ଅନୁଷ୍ଠିତ ବୈଠକରେ ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଛି। ବୈଠକରେ ପୋଲିସ କମିଶନର ସଞ୍ଜୀବ ପଣ୍ଡା,…

ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ

ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ଇଂ. ରଘୁନାଥ ଜଗଦଲା। ୨୦୨୪ ନିର୍ବାଚନରେ ସେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ୨୧,୯୪୬ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ପ୍ରଥମ ଥର ବିଧାୟକ…

ପୂର୍ବ ସରକାରଙ୍କ ଯୋଜନାକୁ ଆଗେଇନେଲେ ପ୍ରଗତି ହେବ: ବିଜେଡି

ଭୁବନେଶ୍ୱର,୨୫।୯(ଅନିଲ ଦାସ):ନିକଟରେ ପ୍ରକାଶିତ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ରିପୋର୍ଟରେ ଦିଆଯାଇଛି ଯେ ଗତ ଦୁଇ ଦଶନ୍ଧିରେ ଓଡ଼ିଶା ଅର୍ଥନୈତିକ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି; ଯାହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ। ଏହି ରିପୋର୍ଟ ବିଜୁ ଜନତା…

ଆଜି କଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ: ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨୫ ଲକ୍ଷ ଭୋଟର

ଶ୍ରୀନଗର,୨୫ା୯ (ପି.ଟି.):ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ବୁଧବାର ଅନୁଷ୍ଠିତ ହେବାକୁ ଯାଉଛି। ୫ ଜିଲାର ୨୬ ଆସନରେ ୨୫ ଲକ୍ଷ ମତଦାତା ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମତଦାନକୁ ଅବାଧ ଓ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ…

ରାଜ୍ୟ ସରକାର, ନାଲ୍‌କୋ, ଇଡ୍‌କୋକୁ ନୋଟିସ

କଟକ,୨୫ା୯ (କାର୍ତ୍ତିକ ସାହୁ):କଳିଙ୍ଗ କୋଲ ମାଇନ୍ସ ପାଇଁ ଅଧିଗୃହୀତ ଜମି ନାଲକୋ ରେଲଓ୍ବେ ସାଇଡିଂ ନିମନ୍ତେ ବ୍ୟବହାର କରାଯିବା ବିରୋଧରେ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ହୋଇଛି। ହାଇକୋର୍ଟ ବିଚାରପତି ସଙ୍ଗମ କୁମାର ସାହୁ ଓ ବିଚାରପତି ଚିତ୍ତରଞ୍ଜନ ଦାଶଙ୍କୁ ନେଇ…

ଭିମ୍‌ସାରକୁ ୧୧. ୨୨ ଲକ୍ଷ ଟଙ୍କା ଜରିମାନା

ସମ୍ବଲପୁର,୨୫ା୯(ପ୍ରମୋଦ ବହିଦାର):ବର୍ଜ୍ୟବସ୍ତୁ ପରିଚାଳନାରେ ତ୍ରୁଟି ପାଇଁ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିସମାର)କୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜରିମାନା କରାଯାଇଛି। ବର୍ଜ୍ୟବସ୍ତୁ ପରିଚାଳନା ଠିକ୍‌ ଭାବେ ନ ହୋଇ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ଉଲ୍ଲଂଘନ…

ଆର୍ମି ମେଜର, ବାନ୍ଧବୀଙ୍କୁ ପିଏସ୍‌ଓ ଯୋଗାଇଲା କମିଶନରେଟ୍‌ ପୋଲିସ

ଭୁବନେଶ୍ୱର,୨୫ା୯(ସତ୍ୟଜିତ୍‌ ରାଉତ):ଭରତପୁର ଥାନାରେ ନିର୍ଯାତନାର ଶିକାର ହୋଇଥିବା ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କ ସୁରକ୍ଷାଙ୍କୁ ସୁରକ୍ଷା ଯୋଗାଇଛି କମିଶନରେଟ୍‌ ପୋଲିସ। ଉଭୟଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସ୍‌ଓ) ନିୟୋଜିତ କରାଯାଇଛି। ମେଜରଙ୍କ ସୁରକ୍ଷା ଦାୟିତ୍ୱରେ ପିଏସ୍‌ଓ ରାଜେନ୍ଦ୍ର ନନ୍ଦନ…

ଏଣିକି ସ୍କୁଲ ଛାତ୍ରୀଛାତ୍ରଙ୍କୁ ମିଳିବ ଏକକ ପରିଚୟ ପତ୍ର

ଭୁବନେଶ୍ୱର,୨୫।୯(ଶର୍ମିଷ୍ଠା ପାଣିଗ୍ରାହୀ):ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ଲାଗୁ ହେବ ଏକକ ପରିଚୟ ପତ୍ର। ସମସ୍ତ ସରକାରୀ ଛାତ୍ରୀଛାତ୍ରଙ୍କ ପାଇଁ ସ୍ବତନ୍ତ୍ର ଆଇଡେଣ୍ଟିଫିକେଶନ ନମ୍ବର ମିଳିବ। ଆଧାର କାର୍ଡ ପରି ଏକ ସ୍ବତନ୍ତ୍ର ଆଇଡି ପ୍ରସ୍ତୁତ କରାଯିବ। ପିଲାଙ୍କ ଶିକ୍ଷାଗତ ଯୋଗ୍ୟତାଠାରୁ ଆରମ୍ଭ କରି…

ଲଘୁଚାପ ସକ୍ରିୟ: ଏହି ୧୮ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୫ା୯(ଅନୁରାଧା ମହାରଣା):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଗାମୀ କିଛି ଦିନ ଯାଏ ରାଜ୍ୟରେ ଅନେକ ସ୍ଥାନରେ ବିଜୁଳି ଘଡ଼ଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ…

ନକଲି ତେଲ, ନାମୀ ବ୍ରାଣ୍ଡ୍‌

ବ୍ରହ୍ମପୁର,୨୫ା୯(ସୁବାସ ଚନ୍ଦ୍ର ପାଢ଼ୀ):ଦକ୍ଷିଣ ଓଡ଼ିଶାର ବାଣିଜି୍ୟକ ପେଣ୍ଠସ୍ଥଳ ବ୍ରହ୍ମପୁରରେ ନକଲି ଖାଦ୍ୟ ସାମଗ୍ରୀ ଚିନ୍ତା ବଢ଼ାଇଛି। ଗୋଟିଏ ପରେ ଗୋଟିଏ ନକଲି କାରଖାନା ଠାବ ହେଉଥିବାରୁ ଯେକୌଣସି ଜିନିଷ କିଣିବା ବେଳେ ଗ୍ରାହକଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି। ସହରରେ ପୂର୍ବରୁ…

ସିଦ୍ଧି ବିନାୟକଙ୍କ ପ୍ରସାଦରେ ମୂଷା

ମୁମ୍ବାଇ, ୨୫ା୯:ତିରୁପତିର ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରରେ ଭକ୍ତଙ୍କୁ ଦିଆଯାଉଥିବା ଲଡ଼ୁରେ ଗୋରୁ ଚର୍ବି ଓ ମାଛ ତେଲ ମିଶିଥିବାକୁ ନେଇ ବିବାଦ ଥମି ନ ଥିବା ବେଳେ ଦେଶର ବହୁ କୋଟି ଗଣେଶ ଭକ୍ତଙ୍କ ଆସ୍ଥା କେନ୍ଦ୍ର ଭାବେ ପରିଚିତ ମୁମ୍ବାଇର…

୬ ବର୍ଷର ବାଳିକାଙ୍କୁ ସ୍କୁଲ୍‌ ପ୍ରିନ୍ସିପାଲଙ୍କ ବଳାତ୍କାର ଉଦ୍ୟମ: ପ୍ରତିରୋଧ କରିବାରୁ…

ଅହମଦାବାଦ,୨୫ା୯:ଦେଶରେ ଗତ କିଛିଦିନ ହେଲା ମହିଳା ବିରୋଧୀ ଯୌନ ଅପରାଧ ବଢ଼ିବାରେ ଲାଗିଛି। ବଳାତ୍କାରର ପ୍ରତିରୋଧ କଲେ ପୀଡ଼ିତାଙ୍କୁ ବୀଭତ୍ସ ହତ୍ୟା କରାଯାଉଛି। ଗୁଜରାଟର ଦାହୋଡ଼ ଜିଲାରେ ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି। ପ୍ରଥମ ଶ୍ରେଣୀରେ ପଢ଼ୁଥିବା ୬ ବର୍ଷର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri