ଇମ୍ରାନଙ୍କ ଆଗରେ ମୋଦିଙ୍କ ହୁଙ୍କାର: ଆତଙ୍କବାଦୀଙ୍କୁ ମୂଳପୋଛ କରାଯାଉ
ବିଶକେକ, ୧୪।୬: ସାଂଘାଇ କୋଅପରେଶନ ଅରଗାଇନାଇଜେଶନ(ଏସସିଓ) ସମ୍ମିଳନୀର ଦ୍ୱିତୀୟ ଦିନରେ ଆତଙ୍କବାଦ ମୂଳପୋଛ ପାଇଁ ସବୁ ଦେଶ ମିଶି ଆଗେଇ ଆସିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। କିର୍ଗିଜିସ୍ତାନର ରାଜଧାନୀ ବିଶକେକଠରେ ଆୟୋଜିତ ହେଉଥିବା ଏସସିଓ ସମ୍ମିଳନୀରେ ଯୋଗଦେଇଛନ୍ତି…
ଗୁଜରାଟ ମାଡ ହେବା ପୂର୍ବରୁ ଦିଗ ବଦଳାଇଲା ‘ବାୟୁ’: ମୁଖ୍ୟମନ୍ତ୍ରୀ କହିଲେ, ସବୁ ଭଗବାନ କୃଷ୍ଣଙ୍କ କୃପା
ଅହମ୍ମଦାବାଦ, ୧୪।୬:ସାମୁଦ୍ରିକ ବାତ୍ୟା ‘ବାୟୁ’ ଦିଗ ବଳାଇଛି। ଗୁଜରାଟରେ ମାଡ଼ହେବା ପୂର୍ବରୁ ଏହା ପୁଣି ଆରବ ସାଗର ମୁହାଁ ହୋଇଛି। ଭେରେଭାଲ୍, ପୋର୍ବନ୍ଦର, ଓ ଦ୍ୱାରକା ପାଖଦେଇ ଏହା ଚାଲିଯିବ ବୋଲି ଜଣାପଡ଼ିଛି। ଏନେଇ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ନିଜ ମତ…
ଜାମ୍ମୁ-କଶ୍ମୀରରେ ଏନକାଉଣ୍ଟର: ୨ ଆତଙ୍କବାଦୀ ନିହତ
ଶ୍ରୀନଗର, ୧୪।୬: ଜମ୍ମୁ-କଶ୍ମୀରର ପୁଲଓ୍ବମାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମଧ୍ୟରେ ଲଢେଇ ଜାରି ରହିଛି। ଶୁକ୍ରବାର ସକାଳୁ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହାସହ ହିଜବୁଲ ମୁଜାହିଦ୍ଦିନର ଡେପୁଟୀ ଚିଫ୍ଙ୍କୁ ମଧ୍ୟ ଘେରିବାରେ ସଫଳ ହୋଇଛି ପୋଲିସ। ସୂଚନାଯୋଗ୍ୟ,…
ଜମ୍ମୁ-କଶ୍ମୀରରେ ବ୍ରେକ୍ ଫେଲ୍ ହେବାରୁ ଓଲଟିଲା ବସ୍
ଶ୍ରୀନଗର,୧୪।୬: ଜମ୍ମୁ କଶ୍ମୀର କିସ୍ତଓ୍ବାରରେ ଶୁକ୍ରବାର ସକାଳେ ବସ୍ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ସେହି ସମୟରେ ଭାରତ-ତିବ୍ବତ ସୀମା ପୋଲିସ(ଆଇଟିବିପି) ଯବାନ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଏକ ଘରୋଇ ବସ୍ ମନପ୍ରୀତ୍ ଟ୍ରାଭେଲରେ ୪୨ ଜଣ ଯାତ୍ରୀ ଗଣ୍ଡୋହରୁ…
ଆଫଗାନିସ୍ତାନରେ ଭୟାନକ ବିସ୍ଫୋରଣ: ୧୧ ମୃତ
କାବୁଲ, ୧୪।୬: ଆଫଗାନିସ୍ତାନର ଜଲାଲାବାଦରେ ପୋଲିସ ସୁରକ୍ଷାକର୍ମୀଙ୍କ ଚେକିଂ ପୋଷ୍ଟ ନିକଟରେ ଭୟାନକ ଆତଙ୍କବାଦୀ ବିସ୍ପୋରଣ ଘଟିଛି। ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଇସଲାମିକ ଷ୍ଟେଟ (ଆଇଏସ) ଦ୍ୱାରା କରାଯାଇଛି ବୋଲି…
ଚାଇନା ରାଷ୍ଟ୍ରପତିଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କଲେ ମୋଦି
ବିଶକେକ, ୧୪।୬: କିର୍ଗିଜିସ୍ତାନର ରାଜଧାନୀ ବିଶେକେକରେ ଆୟୋଜିତ ଚାଲିଥିବା ଏସସିଓ ସମ୍ମିଳନୀରେ ଭାଗ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟି ଭାରତ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି। ଚଳିତ ବର୍ଷ ଭାରତ-ଚାଇନା ଦ୍ୱିପାକ୍ଷିକ…
ଛତିଶଗଡ଼ରେ ପୋଲିସ-ମାଓବାଦୀ ମୁହାଁମୁହିଁ
କାଙ୍କେର,୧୪।୬: ଛତିଶଗଡ଼ର କାଙ୍କେର ଜିଲାରେ ଗୁରୁବାର ବିଳମ୍ବିତ ରାତିରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନକାଉଣ୍ଟରରେ ୨ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଟାଡୋକି ଥାନା ଅନ୍ତର୍ଗତ ମୁରନାର ଗଁାରେ ମାଓବାଦୀ ଲୁଚି ରହିଥିବା ଖବରପାଇ ପୋଲିସ…
ପାଠ ପଢ଼ାଇବାକୁ କି ବିବାହ କରାଇବାକୁ ସମ୍ବଳ ନାହିଁ : ଭିନ୍ନକ୍ଷମ ଝିଅକୁ ବିକ୍ରି ପାଇଁ ବାପା ପ୍ରସ୍ତୁତ
କଣ୍ଟାମାଳ, ୧୪।୬ (ଡି.ଏନ.ଏ.) : ବୌଦ୍ଧ ଜିଲାରେ ଯୁବତୀ ଚାଲାଣ ର଼୍ୟାକେଟ ସକ୍ରିୟ ହୋଇ ପଡିଛନ୍ତି। ବିବାହ ନାଁରେ ପ୍ରତିବର୍ଷ ଶହ ଶହ ଯୁବତୀ ମଧ୍ୟପ୍ରଦେଶ, ଛତିଶଗଡ, ଉତ୍ତରପ୍ରଦେଶ ଓ ରାଜସ୍ଥାନ ଅଞ୍ଚଳରେ ବିକ୍ରି ହେଉଛନ୍ତି। ପୂର୍ବରୁ କଣ୍ଟାମାଳ ବ୍ଲକ ସିନ୍ଦୁରପୁର…
ଜାପାନୀ ଜ୍ୱର ନେଲାଣି ୫୪ ଶିଶୁଙ୍କ ଜୀବନ: ଲିଚି ପିଇବାକୁ ନେଇ ସନ୍ଦେହ
ମୁଜାଫରପୁର, ୧୪।୬: ବିହାରର ମୁଜାଫରପୁର ଜିଲା ଓ ଆଖପାଖରେ ଗତ ୧୫ ଦିନ ମଧ୍ୟରେ ଏନ୍ସେଫାଲାଇଟ୍ସ ବା ଜାପାନୀ ଜ୍ୱରରେ ୪୭ ଶିଶୁଙ୍କ ଜୀବନ ଗଲାଣି। ତେବେ ବିହାର ସରକାର ଏହାକୁ ମାନିବାକୁ ନାରାଜ। ଏନ୍ସେଫାଲାଇଟ୍ସ ନୁହେଁ ହାଇପୋଗ୍ଲିସେମିଆ ବା ରକ୍ତଶର୍କରା…
ଏସ୍ଓଜି ଟ୍ରେନିଂ ସେଣ୍ଟରରେ ନିର୍ଯାତନା ଘଟଣା : କମାଣ୍ଡାଣ୍ଟଙ୍କୁ ରିପୋର୍ଟ ତଲବ
ଭୁବନେଶ୍ୱର,୧୪।୬(ବ୍ୟୁରୋ): ଚନ୍ଦକାସ୍ଥିତ ଏସ୍ଓଜି ଟ୍ରେନିଂ ସେଣ୍ଟରରେ ନିର୍ଯାତନା ଦିଆଯାଉଥିବା ନେଇ ବୁଧବାର ଜଣେ ଟ୍ରେନି ଏସ୍ଆଇ ବିଶ୍ୱଜିତ୍ ବେହେରା ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ। ଏଥିସହ ଅନ୍ୟ କେତେଜଣ ମଧ୍ୟ ଗଣମାଧ୍ୟମ ଆଗରେ ଅଭିଯୋଗ ଆଣିଥିଲେ। ତେବେ ଏସ୍ଓଜି କମାଣ୍ଡାଣ୍ଟ୍ ଅନିରୁଦ୍ଧ…
କୋଲକତା ପରେ ଦିଲ୍ଲୀ-ମୁମ୍ବାଇରେ ବି ଡାକ୍ତର ଆନ୍ଦୋଳନ ତେଜିଲା: ରୋଗୀ ହନ୍ତସନ୍ତ
ନୂଆଦିଲ୍ଲୀ, ୧୪।୬: କୋଲକତାରେ ଜୁନିଅର ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ କରିବାକୁ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇ ଦିଲ୍ଲୀ, ମୁମ୍ବାଇ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ଡାକ୍ତରମାନେ ସମର୍ଥନ ଦେଇଛନ୍ତି। ଦିଲ୍ଲୀ ଏମ୍ସର ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ (ଆରଡିଏ)ର ସଦସ୍ୟମାନେ ଆକ୍ରମଣର ଶିକାର ହୋଇଥିବା…
ଗୋଟିଏ କୋଣରେ ବସିରହିଲେ ଇମ୍ରାନ: ମୋଦି ହାତମିଳେଇଲେ ନାହିଁ କି କଥା ବି ହେଲେନି
ବିଶକେକ, ୧୪।୬: କିର୍ଗିଜିସ୍ତାନର ରାଜଧାନୀ ବିଶେକେକରେ ଆୟୋଜିତ ହେଉଥିବା ଏସସିଓ ସମ୍ମିଳନୀରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟି ପାକିସ୍ତାନ ଏବଂ ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ପାକିସ୍ତାନ ଯଦି…

