ପାର୍ଲାମେଣ୍ଟରେ ହେଲା ନୂଆ ରେକର୍ଡ; ମଧ୍ୟରାତ୍ରି ଯାଏ ଚାଲିଲା ରେଳ ବଜେଟ ଆଲୋଚନା

ନୂଆଦିଲ୍ଲୀ,୧୩।୭: ବଜେଟରେ ରେଲଓ୍ବେକୁ ମିଳିବାକୁ ଥିବା ଅନୁଦାନ ଉପରେ ଗୁରୁବାର ଲୋକ ସଭାରେ ଦୀର୍ଘ ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଆଲୋଚନା ହୋଇଥିଲା। ଏହା ଏକ ନୂଆ ରେକର୍ଡ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ରେଳଓ୍ବେକୁ ମିଳିବାକୁ ଥିବା ଅନୁଦାନ ନେଇ ଆଲୋଚନା ଗୁରୁବାର ରାତ୍ର ୧୧.୫୮ ପର୍ଯ୍ୟନ୍ତ ଚାଲିଥିଲା। ପ୍ରତ୍ୟେକ ସଦସ୍ୟ ଆଲୋଚନାରେ ଅଂଶଗ୍ରହଣ କରିବାକୁ ଚାହୁଁଥିଲେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଶୁକ୍ରବାର କହିଛନ୍ତି। ଦୀର୍ଘ ୧୮ ବର୍ଷ ପରେ ପ୍ରଥମ ଥର ନିମ୍ନ ସଦନରେ ଆଲୋଚନା ଦୀର୍ଘସମୟ ଧରି ଚାଲିଥିଲା। ଏଥିରେ ୧୦୦ରୁ ଊର୍ଦ୍ଧ୍ୱ ସାଂସଦ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ବୋଲି ସେ କହିଛନ୍ତି। ରେଳ ସେବାରେ ଉନ୍ନତି ଆଣିବା ପରିବର୍ତ୍ତେ ସରକାର ଏହାର ସମ୍ପତ୍ତିକୁ ବିକ୍ରି କରିବାକୁ ଉଦ୍ୟମ କରୁଛନ୍ତି ବୋଲି ବିରୋଧୀ ଦଳଗୁଡ଼ିକ ଆଲୋଚନା କାଳରେ ଅଭିଯୋଗ ଆଣିଥିଲେ। ତେବେ ଏନ୍‌ଡିଏ ସରକାର ସମୟରେ ରେଲଓ୍ବେ ଭିତ୍ତିଭୂମି ନିର୍ମାଣ ଏବଂ ସୁରକ୍ଷା ଦୃଷ୍ଟିରୁ ଦୈନିକ ରେକର୍ଡ କରିଚାଲିଛି ବୋଲି ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା। କଂଗ୍ରେସ, ତୃଣମୂଳ କଂଗ୍ରେସ, ଏନ୍‌ସିପି, ଡିଏମ୍‌କେ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ରେଲଓ୍ବେର ଘରୋଇକରଣ କରାଯାଉଥିବା ଅଭିଯୋଗ ଆଣିଥିଲେ। ଏନ୍‌ଡିଏ ସରକାର ଲୋକଙ୍କୁ ବୁଲେଟ ଟ୍ରେନ୍‌ର ସ୍ବପ୍ନ ଦେଖାଉଛନ୍ତି, ଯାହାକି ବାସ୍ତବଯୋଗ୍ୟ ନୁହେଁ। ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଦି ଆଲୋଚନାରେ ହସ୍ତକ୍ଷେପ କରି ସରକାରଙ୍କ ସପକ୍ଷରେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ସମୟରେ ରେଲଓ୍ବେର ସୁରକ୍ଷା, ଭିତ୍ତିଭୂମି ନିର୍ମାଣ ଓ ସ୍ବଚ୍ଛତା ବଢ଼ିଛି। ଭାଜପା ସାଂସଦ ସୁନୀଲ କୁମାର ସିଂ କହିଥିଲେ ଯେ, କଂଗ୍ରେସ ଶାସନ ସମୟଠାରୁ ଏନ୍‌ଡିଏ ସରକାରଙ୍କ ସମୟରେ ଜାତୀୟ ପରିବହନ ଅନେକ ମାଇଲଖୁଣ୍ଟ ହାସଲ କରିଛି। ରେଳ ଦୁର୍ଘଟଣା ୫ ବର୍ଷ ଭିତରେ ୭୩ ପ୍ରତିଶତ ହ୍ରାସ ପାଇଛି।
ରେଲଓ୍ବେରେ ନିବେଶ ଜରୁରୀ: ଗୋୟଲ
ରେଲଓ୍ବେର ଘରୋଇକରଣ କରାଯିବ ନାହିଁ। ଏଥିରେ ସୁବିଧା ବୃଦ୍ଧି, ଉନ୍ନତ ସେବା ଯୋଗାଇବା ଲାଗି ନିବେଶ ଜରୁରୀ ବୋଲି ରେଲମନ୍ତ୍ରୀ ପୀୟୂଷ ଗୋୟଲ ଶୁକ୍ରବାର କହିଛନ୍ତି। ଲୋକ ସଭାରେ ଆର୍ଥିକ ବର୍ଷ ୨୦୧୯-୨୦ ଲାଗି ରେଳ ମନ୍ତ୍ରଣାଳୟର ଅନୁଦାନ ଉପରେ ଆଲୋଚନାର ଉତ୍ତର ଦେଇ ରେଳମନ୍ତ୍ରୀ କହିଛନ୍ତି ଯେ, ରେଳଓ୍ବେର ଘରୋଇକରଣ କରାଯିବ ନାହିଁ ବୋଲି ସେ ବାରମ୍ବାର କହିସାରିଛନ୍ତି। ସୁବିଧା ବଢ଼ାଇବା, ପ୍ରଯୁକ୍ତି ଆଣିବା, ନୂଆ ଷ୍ଟେଶନ ତିଆରି କରିବା, ହାଇସ୍ପିଡ୍‌, ସେମି ହାଇସ୍ପିଡ୍‌ ଟ୍ରେନ ଚଳାଇବା, ଷ୍ଟେଶନରେ ଅଧିକ ସୁବିଧା ପ୍ରଦାନ କରିବା ଆଦି ଲାଗି ନିବେଶ ଆହ୍ବାନ କରିବାକୁ ହେବ। ରେଲଓ୍ବେରେ ସୁବିଧା ବଢ଼ାଇବା, ଗଁାଗଣ୍ଡ ସହ ଦେଶର ସମସ୍ତ ଅଞ୍ଚଳକୁ ରେଳ ସହ ଯୋଡିବା ଲାଗି ଅଧିକ ନିବେଶର ଆବଶ୍ୟକତା ରହିଛି। ଅଧିକ ସୁବିଧା, ସୁରକ୍ଷା, ହାଇସ୍ପିଡ୍‌ ଟ୍ରେନ ପ୍ରଚଳନ ଆଦି ପାଇଁ ପିପିପିି ମୋଡ୍‌କୁ ପ୍ରୋତ୍ସାହିତ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡସ୍ତରରେ ସୁନା ଦର: ଏବେ ୧୦ ଗ୍ରାମକୁ ଗଣିବେ…

ଭୁବନେଶ୍ୱର,୧୬।୪: ପୁଣି ବଢ଼ିଲା ସୁନା ଦର। ପ୍ରଥମ ଥର ପାଇଁ ସୁନା ସର୍ବକାଳୀନ ନୂଆ ରେକର୍ଡ ସହ ୭୪ ହଜାର ଟଙ୍କା ପାର କରିଛି। ୨୪...

ସଙ୍ଗୀତା ଏଏସ୍‌ଆଇସିର ନୂଆ ଅଧ୍ୟକ୍ଷା

ଭୁବନେଶ୍ୱର,୧୬।୪: ଏସିଆ ସୋସାଇଟି ଇଣ୍ଡିଆ ସେଣ୍ଟର (ଏଏସ୍‌ଆଇସି)ର ନୂତନ ଅଧ୍ୟକ୍ଷା ଭାବେ ଶିଳ୍ପପତି ସଙ୍ଗୀତା ଜିନ୍ଦଲ ନିକଟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଏସ୍‌ଆଇସି ବୋର୍ଡ ପକ୍ଷରୁ...

ଏଚ୍‌ସିଆଇଏଲର ନୂତନ ଓ୍ବେୟାରହାଉସ କାର୍ଯ୍ୟର ଶୁଭାରମ୍ଭ

ଭୁବନେଶ୍ୱର,୧୬।୪: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ (ଏଚ୍‌ସିଆଇଏଲ୍‌)ର ନୂତନ ପ୍ରକଳ୍ପ ‘ନ୍ୟୁ ସ୍ପେୟାର ପାର୍ଟସ ଓ୍ବେୟାରହାଉସ ଫାସିଲିଟି (ନୂତନ ଓ୍ବେୟାରହାଉସ) କାର୍ଯ୍ୟର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷକରି...

ମଉଳୁଛି ଶସ୍ତା ଇଏମ୍‌ଆଇ ଆଶା

ଭୁବନେଶ୍ୱର,୧୬।୪(ଅନୁରାଧା ମହାରଣା): ମହଙ୍ଗା ଇଏମ୍‌ଆଇରୁ ରକ୍ଷା ପାଇବାକୁ ଆଶା ବାନ୍ଧିଥିବା ଲୋକମାନେ ଚଳିତବର୍ଷର ଦ୍ୱିତୀୟାର୍ଦ୍ଧରେ ଏଥିରୁ ମୁକ୍ତି ପାଇବାକୁ ଆଶା କରୁଥିଲେ। ମାତ୍ର ମାର୍ଚ୍ଚ ମାସରେ...

ସୁନା ଦର ୭୩ ହଜାର ପାର

ଭୁବନେଶ୍ୱର,୧୬।୪: କ୍ରମାଗତ ଭାବେ ଘରୋଇ ବଜାରରେ ସୁନା ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଗତ ଦୁଇ ସପ୍ତାହ ମଧ୍ୟରେ ଭୁବନେଶ୍ୱରରେ ସୁନା ଦର ୨୨କ୍ୟାରେଟ ଉପରେ...

ଇଶା-ଦୀପିକାଙ୍କ ମଧ୍ୟରେ ବ୍ୟବସାୟିକ ସହଭାଗିତା

ଭୁବନେଶ୍ୱର,୧୬।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପର ପ୍ରମୁଖ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ (ଆର୍‌ଆର୍‌ଭିଏଲ୍‌)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଇଶା ଏମ୍‌ ଅମ୍ବାନୀ...

ମାର୍ଚ୍ଚ ମାସରେ ବୃଦ୍ଧି ପାଇଲା ହୋଲସେଲ୍ ମହଙ୍ଗା ହାର

ଚେନ୍ନାଇ,୧୫।୪: ମାର୍ଚ୍ଚ ମାସରେ ହୋଲସେଲ ମହଙ୍ଗା(ମୁଦ୍ରାସ୍ଫୀତି) ହାର ବୃଦ୍ଧି ପାଇ ୦.୫ ପ୍ରତିଶତରେ ପହଞ୍ଚିଛି। ଫେବୃଆରୀ ମାସରେ ଏହା ୦.୨ ପ୍ରତିଶତ ଥିଲା। ଏହି ରିପୋର୍ଟ...

ଆପଲ୍ କୁ ପଛରେ ପକାଇ ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ହେଲା ସାମସଙ୍ଗ, ହ୍ରାସ ପାଇଲା ଆଇଫୋନ୍ ବିକ୍ରି

ମୁମ୍ବାଇ,୧୫।୪: ଆଇଡିସିର ରିପୋର୍ଟ ଅନୁଯାୟୀ ବିଶ୍ୱର ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ମାନ୍ୟତା ପାଇଛି ସାମସଙ୍ଗ। ଏଥିସହିତ ବିଶ୍ୱର ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ଭାବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri