ପାର୍ଲାମେଣ୍ଟରେ ହେଲା ନୂଆ ରେକର୍ଡ; ମଧ୍ୟରାତ୍ରି ଯାଏ ଚାଲିଲା ରେଳ ବଜେଟ ଆଲୋଚନା

ନୂଆଦିଲ୍ଲୀ,୧୩।୭: ବଜେଟରେ ରେଲଓ୍ବେକୁ ମିଳିବାକୁ ଥିବା ଅନୁଦାନ ଉପରେ ଗୁରୁବାର ଲୋକ ସଭାରେ ଦୀର୍ଘ ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଆଲୋଚନା ହୋଇଥିଲା। ଏହା ଏକ ନୂଆ ରେକର୍ଡ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ରେଳଓ୍ବେକୁ ମିଳିବାକୁ ଥିବା ଅନୁଦାନ ନେଇ ଆଲୋଚନା ଗୁରୁବାର ରାତ୍ର ୧୧.୫୮ ପର୍ଯ୍ୟନ୍ତ ଚାଲିଥିଲା। ପ୍ରତ୍ୟେକ ସଦସ୍ୟ ଆଲୋଚନାରେ ଅଂଶଗ୍ରହଣ କରିବାକୁ ଚାହୁଁଥିଲେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଶୁକ୍ରବାର କହିଛନ୍ତି। ଦୀର୍ଘ ୧୮ ବର୍ଷ ପରେ ପ୍ରଥମ ଥର ନିମ୍ନ ସଦନରେ ଆଲୋଚନା ଦୀର୍ଘସମୟ ଧରି ଚାଲିଥିଲା। ଏଥିରେ ୧୦୦ରୁ ଊର୍ଦ୍ଧ୍ୱ ସାଂସଦ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ବୋଲି ସେ କହିଛନ୍ତି। ରେଳ ସେବାରେ ଉନ୍ନତି ଆଣିବା ପରିବର୍ତ୍ତେ ସରକାର ଏହାର ସମ୍ପତ୍ତିକୁ ବିକ୍ରି କରିବାକୁ ଉଦ୍ୟମ କରୁଛନ୍ତି ବୋଲି ବିରୋଧୀ ଦଳଗୁଡ଼ିକ ଆଲୋଚନା କାଳରେ ଅଭିଯୋଗ ଆଣିଥିଲେ। ତେବେ ଏନ୍‌ଡିଏ ସରକାର ସମୟରେ ରେଲଓ୍ବେ ଭିତ୍ତିଭୂମି ନିର୍ମାଣ ଏବଂ ସୁରକ୍ଷା ଦୃଷ୍ଟିରୁ ଦୈନିକ ରେକର୍ଡ କରିଚାଲିଛି ବୋଲି ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା। କଂଗ୍ରେସ, ତୃଣମୂଳ କଂଗ୍ରେସ, ଏନ୍‌ସିପି, ଡିଏମ୍‌କେ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ରେଲଓ୍ବେର ଘରୋଇକରଣ କରାଯାଉଥିବା ଅଭିଯୋଗ ଆଣିଥିଲେ। ଏନ୍‌ଡିଏ ସରକାର ଲୋକଙ୍କୁ ବୁଲେଟ ଟ୍ରେନ୍‌ର ସ୍ବପ୍ନ ଦେଖାଉଛନ୍ତି, ଯାହାକି ବାସ୍ତବଯୋଗ୍ୟ ନୁହେଁ। ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଦି ଆଲୋଚନାରେ ହସ୍ତକ୍ଷେପ କରି ସରକାରଙ୍କ ସପକ୍ଷରେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ସମୟରେ ରେଲଓ୍ବେର ସୁରକ୍ଷା, ଭିତ୍ତିଭୂମି ନିର୍ମାଣ ଓ ସ୍ବଚ୍ଛତା ବଢ଼ିଛି। ଭାଜପା ସାଂସଦ ସୁନୀଲ କୁମାର ସିଂ କହିଥିଲେ ଯେ, କଂଗ୍ରେସ ଶାସନ ସମୟଠାରୁ ଏନ୍‌ଡିଏ ସରକାରଙ୍କ ସମୟରେ ଜାତୀୟ ପରିବହନ ଅନେକ ମାଇଲଖୁଣ୍ଟ ହାସଲ କରିଛି। ରେଳ ଦୁର୍ଘଟଣା ୫ ବର୍ଷ ଭିତରେ ୭୩ ପ୍ରତିଶତ ହ୍ରାସ ପାଇଛି।
ରେଲଓ୍ବେରେ ନିବେଶ ଜରୁରୀ: ଗୋୟଲ
ରେଲଓ୍ବେର ଘରୋଇକରଣ କରାଯିବ ନାହିଁ। ଏଥିରେ ସୁବିଧା ବୃଦ୍ଧି, ଉନ୍ନତ ସେବା ଯୋଗାଇବା ଲାଗି ନିବେଶ ଜରୁରୀ ବୋଲି ରେଲମନ୍ତ୍ରୀ ପୀୟୂଷ ଗୋୟଲ ଶୁକ୍ରବାର କହିଛନ୍ତି। ଲୋକ ସଭାରେ ଆର୍ଥିକ ବର୍ଷ ୨୦୧୯-୨୦ ଲାଗି ରେଳ ମନ୍ତ୍ରଣାଳୟର ଅନୁଦାନ ଉପରେ ଆଲୋଚନାର ଉତ୍ତର ଦେଇ ରେଳମନ୍ତ୍ରୀ କହିଛନ୍ତି ଯେ, ରେଳଓ୍ବେର ଘରୋଇକରଣ କରାଯିବ ନାହିଁ ବୋଲି ସେ ବାରମ୍ବାର କହିସାରିଛନ୍ତି। ସୁବିଧା ବଢ଼ାଇବା, ପ୍ରଯୁକ୍ତି ଆଣିବା, ନୂଆ ଷ୍ଟେଶନ ତିଆରି କରିବା, ହାଇସ୍ପିଡ୍‌, ସେମି ହାଇସ୍ପିଡ୍‌ ଟ୍ରେନ ଚଳାଇବା, ଷ୍ଟେଶନରେ ଅଧିକ ସୁବିଧା ପ୍ରଦାନ କରିବା ଆଦି ଲାଗି ନିବେଶ ଆହ୍ବାନ କରିବାକୁ ହେବ। ରେଲଓ୍ବେରେ ସୁବିଧା ବଢ଼ାଇବା, ଗଁାଗଣ୍ଡ ସହ ଦେଶର ସମସ୍ତ ଅଞ୍ଚଳକୁ ରେଳ ସହ ଯୋଡିବା ଲାଗି ଅଧିକ ନିବେଶର ଆବଶ୍ୟକତା ରହିଛି। ଅଧିକ ସୁବିଧା, ସୁରକ୍ଷା, ହାଇସ୍ପିଡ୍‌ ଟ୍ରେନ ପ୍ରଚଳନ ଆଦି ପାଇଁ ପିପିପିି ମୋଡ୍‌କୁ ପ୍ରୋତ୍ସାହିତ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri