ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ: ହାଫିଜ୍ ସଇଦ୍ଙ୍କ ବିରୋଧରେ ୨୩ ମାମଲା ଦାଏର କଲା ପାକିସ୍ତାନ
ଇସଲାମାବାଦ୍,୪।୭: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଜମାତ୍-ଉଦ୍-ଦାଓ୍ବା ମୁଖ୍ୟ ହାଫିଜ୍ ସଇଦ୍ଙ୍କ ବିରୋଧରେ ପାକିସ୍ତାନ ସରକାର ୨୩ଟି ମାମଲା ଦାଏର କରିଛନ୍ତି। ଏସବୁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅନ୍ତର୍ଗତ ଦାଏର ହୋଇଥିବା କୁହାଯାଉଛି। ତାଙ୍କ ନିର୍ଦ୍ଦେଶରେ ପରିଚାଳିତ ୫ଟି…
ଦାରୁଦିଅଁଙ୍କ ଘୋଷଯାତ୍ରା: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଧର୍ମେନ୍ଦ୍ର
ଭୁବନେଶ୍ୱର,୪।୭(ବ୍ୟୁରୋ): ପବିତ୍ର ରଥଯାତ୍ରା ଅବସରରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ତଥା ବିଶ୍ୱର ସମସ୍ତ ଜଗନ୍ନାଥପ୍ରେମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନିଜର ଟୁଇଟର ପୃଷ୍ଠାରେ ଏକ ବାର୍ତ୍ତା ଲେଖି ସେ କହିଛନ୍ତି, ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା…
ଅହମ୍ମଦାବାଦ୍ରେ ୧୪୨ତମ ରଥାଯାତ୍ରା: ଶାହ କଲେ ମଙ୍ଗଳ ଆରତି
ଅହମ୍ମଦାବାଦ୍,୪।୭: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ଗୁଜରାଟ ରାଜଧାନୀ ଅହମ୍ମଦାବାଦ୍ ଚଳଚଞ୍ଚଳ ହୋଇଉଠିଛି। ଏଠାରେ ଚଳିତ ବର୍ଷ ୧୪୨ତମ ରଥଯାତ୍ରା ପାଳିତ ହେଉଛି। ଏହି ଅବସରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନିଜ ପରିବାର ସଦସ୍ୟଙ୍କ ସହିତ ଗୁରୁବାର ଭୋର୍ ୪ଟାରେ…
ଆରମ୍ଭ ହେଲା ଘୋଷଯାତ୍ରା: ଭକ୍ତମୟ ପୁରୀ; ପହଣ୍ଡି ବିଜେରେ ଆସିଲେଣି ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା, ପଛରେ ଆସୁଛନ୍ତି କାଳିଆ ସାଆନ୍ତ
ପୁରୀ ଅଫିସ,୪।୭: ରଥ ପ୍ରସ୍ତୁତ। ପଥ ପ୍ରସ୍ତୁତ। ଥିଲା ମହାପ୍ରଭୁଙ୍କୁ ଅପେକ୍ଷା। ଶେଷରେ ଅପେକ୍ଷାର ଅନ୍ତ ଘଟାଇ ଭକ୍ତମାନଙ୍କୁ ଦର୍ଶନ ଦେବାକୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସୁଛନ୍ତି ପ୍ରଭୁ ଜଗନ୍ନାଥ। ଗୁରୁବାର ପହଣ୍ଡି ବିଜେ ନୀତି ଆରମ୍ଭ ହେବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି…
ଛେରା ପହଁରା କରନ୍ତି ଗାଁ ମୁଖିଆ
ଓଡ଼ିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲାଉଥିବା କୋରାପୁଟ ସ୍ଥିତ ଶାବର ଶ୍ରୀକ୍ଷେତ୍ରରେ ପାଳିତ ହେଉଥିବା ରଥଯାତ୍ରାର ସ୍ବତନ୍ତ୍ରତା ରହିଛି । ଏହି ରଥଯାତ୍ରାରେ ଆଦିବାସୀ ସଂସ୍କୃତିର ମହାମିଳନ ଦେଖିବାକୁ ମିଳେ, ଯେଉଁଠି ଗ୍ରାମ ମୁଖିଆ ତଥା ନାୟକଙ୍କୁ ରାଜାର ସମ୍ମାନ ଦିଆଯାଇଥାଏ ।…
ରାହୁଲଙ୍କୁ ପ୍ରଶଂସା କଲେ ଭଉଣୀ ପ୍ରିୟଙ୍କା
ନୂଆଦିଲ୍ଲୀ,୪।୭: ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ କଂଗ୍ରେସ ମହାସଚିବ ତଥା ରାହୁଲଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କୁ ପ୍ରଶଂସା କରି କହିଛନ୍ତି ତାଙ୍କ ଭାଇ ରାହୁଲ ହେଉଛନ୍ତି ସାହସୀ। କାରଣ ଖୁବ୍ କମ୍ ଲୋକଙ୍କ…
ରଥଯାତ୍ରା: ମୋଦି-ମମତା ଗୋଟିଏ ସ୍ବରରେ କହିଲେ ଜୟ ଜଗନ୍ନାଥ
ନୂଆଦିଲ୍ଲୀ,୪।୭: ଶ୍ରୀଜଗନ୍ନାଥଙ୍କ ପୃଥିବୀ ପ୍ରସିଦ୍ଧ ରଥଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସ୍ବରରେ ଜୟ ଜଗନ୍ନାଥ କହିଛନ୍ତି। ଦୁଇ ପରସ୍ପର ବିରୋଧୀ ନେତାଙ୍କ ଏଭଳି ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମୋଦି…
ଭାଇ ଭଉଣୀଙ୍କ ସହ ନନ୍ଦିଘୋଷରେ ଯାଆନ୍ତି ଜଗନ୍ନାଥ
ଶ୍ରୀଜଗନ୍ନାଥ ସଂସ୍କୃତିରେ ଆଦିବାସୀ ସଂସ୍କୃତିର ରହିଛି ନିବିଡ ସମ୍ପର୍କ । ଆଦିବାସୀ ବହୁଳ କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀଶ୍ରୀ ବଳଦେବଜୀଉଙ୍କ ଘୋଷଯାତ୍ରାରେ ଆଦିବାସୀ ପରମ୍ପରା ଓ ସଂସ୍କୃତିର ଛାପ ପ୍ରତିଫଳିତ ହୋଇଥାଏ । ବିଭିନ୍ନ ସଙ୍ଗଠନ ପକ୍ଷରୁ ବିଶ୍ୱର ସର୍ବୋଚ୍ଚ ରଥ…
୬ ଯାଏ କାଁ ଭାଁ ବର୍ଷା ସମ୍ଭାବନା
ଭୁବନେଶ୍ୱର,୪ା୭(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହୋଇ ଯାଇଛି। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲଗାଣ ବର୍ଷା ହେବାର ସମ୍ଭାବନା ନାହିଁ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ କାଁ ଭାଁ…
ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ପଦ୍ମ ପୁରସ୍କାର ଆବେଦନ
ଭୁବନେଶ୍ୱର,୪ା୭(ବ୍ୟୁରୋ): ପଦ୍ମ ପୁରସ୍କାର-୨୦୨୦ ପାଇଁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଆବେଦନ ଗ୍ରହଣ କରାଯିବ। ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇଁ ଅନ୍ଲାଇନ ଆବେଦନ ଗତ ମେ’ ୧ ରୁ ଆରମ୍ଭ ହୋଇଛି। ଏଥିପାଇଁ ରହିଥିବା ସ୍ବତନ୍ତ୍ର ପୋର୍ଟାଲ https://padmaawards.gov.inରେ ଆବେଦନ ଗ୍ରହଣ କରାଯିବ।…
ଯନ୍ତାରେ ପଡ଼ିଲା ଉତ୍ପାତ କରୁଥିବା ହନୁ
ବାରଙ୍ଗ,୪ା୭(ଡି.ଏନ୍.ଏ.): ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ଅନ୍ଧାରୁଆ ଜଗନ୍ନାଥପ୍ରସାଦ ଗ୍ରାମରେ ଗତ ୨ମାସ ହେବ ଉତ୍ପାତ ସୃଷ୍ଟିକରୁଥିବା ଏକ ଲାଞ୍ଜଖଣ୍ଡି ହନୁମାଙ୍କଡ ବୁଧବାର ଧରାପଡିଛି। ବିସ୍କୁଟ ଖାଇବାକୁ ଆସି ଯନ୍ତାରେ ପଡିଯାଇଛି। ଗତ ୨ମାସ ମଧ୍ୟରେ ଏହି ହନୁ ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ…
ହାଇକୋର୍ଟରେ ଜଜ୍ ଚୟନ ବିବାଦ: ୧୨ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ
କଟକ ଅଫିସ, ୪ା୭: ଜୁନ୍ ୧୭ରୁ ହାଇକୋର୍ଟ ବାର୍ ଆସୋସିଏଶନ ଆନ୍ଦୋଳନ ଚଳାଇଛି। ଆନ୍ଦୋଳନ ସ୍ବରୂପ ଓକିଲମାନେ ହାଇକୋର୍ଟର ନିର୍ଦ୍ଦିଷ୍ଟ କେତୋଟି କୋର୍ଟଙ୍କୁ ବର୍ଜନ କରି ଆସୁଛନ୍ତି। ଏହି ବର୍ଜନ କାର୍ଯ୍ୟ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଜୁଲାଇ…

