କେବେ ମା’ ହେବେ ଏହାର ନିଷ୍ପତ୍ତି ନେବେ ମହିଳା: କେନ୍ଦ୍ରକୁ ନୋଟିସ୍ ଜାରି କଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୧୫।୭: କେବେ ମା’ ହେବେ ଏନେଇ ନିଷ୍ପତ୍ତି ନେବା ଅଧିକାର ମହିଳାଙ୍କୁ ମିଳିବା ଆବଶ୍ୟକ। ସୁପ୍ରିମ୍କୋର୍ଟରେ ଏଭଳି ଆବେଦନ ହୋଇଥିବା ଏକ ମାମଲାରେ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ୩ଜଣ ମହିଳା ଏନେଇ ଆବେଦନ କରିଥିଲେ। ଆବେଦନରେ…
ବିମାନ ଦୁର୍ଘଟଣାରେ ସ୍ବାମୀ ହୋଇଥିଲେ ଶହୀଦ, ଏବେ ବାୟୁସେନାରେ ସାମିଲ ହେବେ ପତ୍ନୀ
ନୂଆଦିଲ୍ଲୀ,୧୫।୭: ୨୦୧୯ ଫେବୃୟାରୀ ୧ ବିମାନ ଦୁର୍ଘଟଣାରେ ଶହୀଦ ହୋଇଥିବା ସ୍କ୍ବାଡନ ଲିଡର ସମୀର ଅବରୋଲଙ୍କ ପତ୍ନୀ ଗରିମା ଅବରୋଲ ଖୁବ୍ଶୀଘ୍ର ବାୟୁସେନାରେ ସାମିଲ ହେବାକୁ ଯାଉଛନ୍ତି। ୨୦୨୦ ଜାନୁୟାରୀରେ ସେ ବାୟୁସେନାରେ ସାମିଲ ହେବେ ବୋଲି ଜଣାପଡ଼ିଛି। ସ୍ବାମୀ ଶହୀଦ…
ପାଣିରେ ବୁଡ଼ି ଆଶ୍ରମ ବିଦ୍ୟାଳୟ ଛାତ୍ର ମୃତ : କର୍ମଚାରୀଙ୍କ ଅବହେଳା ଅଭିଯୋଗ, ଉତ୍ତେଜନା
କୋରୁକୋଣ୍ଡା,୧୫।୭(ଡି.ଏନ୍.ଏ.) : ମାଲକାନଗିରି ଜିଲା ଗଙ୍ଗଲା ଆବାସିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଛାତ୍ର ଅମିତ କାଲେକୁରା ଶୌଚ ପାଇଁ ବିଦ୍ୟାଳୟ ବାହାରକୁ ଯାଇଥିବାବେଳେ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ତେବେ ହଷ୍ଟେଲରେ ରହୁଥିବା ଛାତ୍ର କିଭଳି ବାହାରକୁ ଗଲେ ସେନେଇ ପ୍ରଶ୍ନ…
ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଲେ ସିଦ୍ଧୁ
ନୂଆଦିଲ୍ଲୀ,୧୫।୭: ପଞ୍ଜାବ କ୍ୟାବିନେଟର ମନ୍ତ୍ରୀ ଥିବା ନବଜୋତ ସିଂ ସିଦ୍ଧୁ ସୋମବାର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ପାଖକୁ ତାଙ୍କ ଇସ୍ତଫା ପତ୍ର ପଠାଇଥିବା ଟୁଇଟ୍ କରି ଜଣାଇଛନ୍ତି। ସୂଚନାଯୋଗ୍ୟ, ଗୋଟିଏ ଦିନ ପୂବରୁ ସିଦ୍ଧୁ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ…
ଟ୍ରଲର ଧକ୍କାରେ ଦମ୍ପତି ଗୁରୁତର
ପାଟଣା,୧୫।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା କେନ୍ଦେଇପଶି ରାସ୍ତାର ପୁଟୁଳିଆ ପେଟ୍ରୋଲ ପମ୍ପ ବାଙ୍କ ନିକଟରେ ସୋମବାର ପୂର୍ବାହ୍ନରେ ଏକ ଟ୍ରଲର ଧକ୍କାରେ ଦମ୍ପତି ଗୁରୁତର ହୋଇ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ କେନ୍ଦୁଝର ଜିଲା…
୪ ମହିଳା ସାଂସଦଙ୍କ ଉପରେ ବର୍ଣ୍ଣବୈଷମ୍ୟ ଟିପ୍ପଣୀ ଦେଲେ ଟ୍ରମ୍ପ୍
ଓ୍ବାଶିଂଟନ,୧୫।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ୪ ଜଣ ଡେମୋକ୍ରାଟିକ୍ ମହିଳା ସାଂସଦଙ୍କ ଉପରେ ବର୍ଣ୍ଣବୈଷମ୍ୟ ଟିପ୍ପଣୀ ଦେଇ ବିବାଦ ଘେରକୁ ଆସିଛନ୍ତି। ଟ୍ରମ୍ପ୍ କହିଛନ୍ତି ଯେ, ଯେଉଁ ଅଞ୍ଚଳରୁ ସେମାନେ ଆସିଛନ୍ତି ସେଠାକୁ ଫେରି ଯାଆନ୍ତୁ। ଟ୍ରମ୍ପ୍ଙ୍କ ଏଭଳି ମନ୍ତବ୍ୟ…
ବୁମରାଙ୍କ ବୋଲିଂଙ୍କୁ ନକଲ କଲେ ବୃଦ୍ଧା
ନୂଆଦିଲ୍ଲୀ,୧୫।୭: ଭାରତୀୟ ଦଳର ବୋଲର ଜସ୍ପ୍ରୀତ୍ ବୁମରା ନିଜର ବୋଲିଂ ପାଇଁ ଚର୍ଚ୍ଚାରେ ରହିଥିବା ବେଳେ ଆଇସିସି ଦିନିକିଆ ର଼୍ୟାକିଂରେ ନମ୍ବର ଓ୍ବାନରେ ରହିଛନ୍ତି। ଭାରତୀୟ କ୍ରିକେଟ ଟିମ୍ ପାଇଁ ୨୦୧୬ରେ ପଦାର୍ପଣ କରିଥିବା ବୁମରାଙ୍କ ସ୍ବତନ୍ତ୍ର ବୋଲିଂ ଷ୍ଟାଇଲ୍କୁ ନେଇ…
ଘରୋଇ କଳହକୁ ନେଇ ମା’ଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକଲେ ପୁଅ
ଚୌଦ୍ୱାର, ୧୫।୭(ଡି.ଏନ୍.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ କଖଡ଼ି ବଜାର ସାହି ପାଖ ଗୋପୀନାଥ ପଡ଼ାରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅର ଟାଙ୍ଗିଆ ଚୋଟରେ ମା’ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ମହିଳା ହେଲେ…
ବ୍ରାଉନସୁଗାର ବ୍ୟବସାୟୀ ଛୋଟାଙ୍କ ବେଆଇନ ଘର ଉଚ୍ଛେଦ: ମାଟିରେ ମିଶିଲା ୧୪ ବଖରା, ପୋତା ହେଲା ସୁଇମିଂ ପୁଲ୍
ଖୋର୍ଦ୍ଧା ଅଫିସ,୧୫।୭: ନିଶା ସୌଦାଗର ସୁଧାଂଶୁ ପରିଡ଼ା ଓରଫ ଛୋଟାଙ୍କ ଜବରଦଖଲରେ ଥିବା ଗୁରୁଜଙ୍ଗ ଜବରଦସ୍ତପୁର ଦ୍ୱାରିକାନଗରର ଘରକୁ ସୋମବାର ଉଚ୍ଛେଦ କରାଯାଉଛି। ତହସିଲଦାର ଶୁଭେନ୍ଦ୍ର ସାମଲଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଛୋଟା ଉକ୍ତ…
ଜେଏନୟୁରେ ୫ ବର୍ଷ ଥିଲେ ସିକ୍ୟୁରିଟି ଗାର୍ଡ, ଏବେ ସେଠି ପାଠ ପଢିବାକୁ ଯୋଗ୍ୟ ବିବେଚିତ ହେଲେ
ନୂଆଦିଲ୍ଲୀ, ୧୫।୭: କଥାରେ ଅଛି ଯଦି ଧୈର୍ଯ୍ୟ, ସାହସ, ପରିଶ୍ରମ ଏବଂ ଇଚ୍ଛାଶକ୍ତି ଅଛି ତେବେ ସଫଳତା ପାଇବା ଆଦୌ କଷ୍ଟକର ନୁହେଁ। ଏହି ୪ ସୁଗୁଣ ସମ୍ପନ୍ନ ଯୁବକ ହେଉଛନ୍ତି ରାମଜଳ ମୀନା। ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ରେ ୫ ବର୍ଷ…
‘କବୀର ସିଂ’କୁ ପଛରେ ପକାଇଲା ହ୍ରିତିକଙ୍କ ‘ସୁପର ୩୦’
ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଅଭିନୀତ ଚଳଚ୍ଚିତ୍ର ‘ସୁପର ୩୦’ ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଛି। ବିହାରର ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରକୁ ଦର୍ଶକ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ମୁକ୍ତିଲାଭର…
ସ୍କୁଲ ଯାତାୟାତରେ ଅସୁବିଧା : ଗେଟ୍ ସମ୍ମୁଖରେ ଧାରଣା ଦେଲେ ଛାତ୍ରୀଛାତ୍ର
କାଳିଆପାଣି,୧୫।୭(ଡି.ଏନ୍.ଏ.): ଯାଜପୁର ଜିଲା କାଳିଆପାଣି ଖଣି ଅଞ୍ଚଳରେ ସ୍କୁଲକୁ ଯାତାୟାତ କରିବାରେ ଅସୁବିଧା ଯୋଗୁ ଛାତ୍ରୀଛାତ୍ର ଇମ୍ଫା କମ୍ପାନୀ ଗେଟ୍ ସମ୍ମୁଖରେ ଧାରଣା ଦେଇଥିବା ଜଣାପଡ଼ିଛି। ସୂଚନା ମୁତାବକ କାଳିଆପାଣି ଖଣି ଅଞ୍ଚଳରେ ବହୁ ନାମିଦାମୀ କମ୍ପାନୀ କାର୍ଯ୍ୟରତ ଥିବାବେଳେ ସ୍ଥାନୀୟ…

