Home

୧୨୦୦ ଟଙ୍କାରେ ବିକ୍ରି ହେଉଛି ଗୋଟିଏ ଆମ୍ବ

ନୂଆଦିଲ୍ଲୀ,୨୪ା୬:ଗୋଟିଏ ଆମ୍ବର ଦାମ ୧୨୦୦ ଟଙ୍କା, ଏହା କେହି କେବେ କଳ୍ପନା ମଧ୍ୟ କରି ନ ଥିବେ। କିନ୍ତୁ ଏହା ନିରାଟ ସତ। ଆମ୍ବର ମହାରାଣୀ କୁହାଯାଉଥିବା ବିଖ୍ୟାତ ‘ନୁରଜାହାଁ’କୁ ଏବେ ୧୨୦୦ ଟଙ୍କାରେ ବିକ୍ରି କରାଯାଉଛି। ଚଳିତବର୍ଷ ମୌସୁମୀ ସହାୟକ…

୯ ଦିନ ପରେ ଘୋଷଯାତ୍ରା; ରଥ ପାଇଁ କାଠ ଅଭାବ

ଢେଙ୍କାନାଳ ଅଫିସ, ୨୪।୬: ଶ୍ରୀ କଳାଠାକୁରଙ୍କ ପ୍ରସିଦ୍ଧ ଘୋଷଯାତ୍ରାକୁ ଆଉମାତ୍ର ୯ ଦିନ। ରଥ ନିର୍ମାଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ବା କଥା। ହେଲେ କାଠ ଅଭାବ ଯୋଗୁ ଢେଙ୍କାନାଳରେ ରଥ ନିର୍ମାଣ ଧିମେଇଛି। ଅନ୍ୟ ଉପାୟ ନ ଥିବାରୁ ରଥ କାମରେ…

କେଜ୍‌ରିଓ୍ବାଲ-ଦିଲ୍ଲୀ ପୋଲିସ ମୁହାଁମୁହିଁ

ନୂଆଦିଲ୍ଲୀ,୨୪ା୬: ରାଜଧାନୀ ଦିଲ୍ଲୀରେ ଅପରାଧ ବଢ଼ିଚାଲିଛି। ବସନ୍ତ ବିହାର ଅଞ୍ଚଳରେ ବୃଦ୍ଧ ଦମ୍ପତି ଓ ସେମାନଙ୍କ ଚାକରଙ୍କୁ ହତ୍ୟା ସମେତ ଗତ ୨୪ ଘଣ୍ଟାରେ ୯ ହତ୍ୟାକାଣ୍ଡ ଘଟିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ କହିଛନ୍ତି। ଦିଲ୍ଲୀବାସୀ ସୁରକ୍ଷା ପାଇଁ କାହା ପାଖକୁ…

କମିଶନି ଫେରାଇବାକୁ କହି ଅଡୁଆରେ ମମତା

କୋଲକାତା,୨୪ା୬: ୨୦୧୧ରୁ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ହିତାଧିକାରୀଙ୍କୁ ଶୋଷଣ କରି ଆଦାୟ କରିଥିବା କମିଶନ ଅର୍ଥ ଫେରାଇଦେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳୀୟ ନେତା ଓ ସବୁ ସ୍ତରର ଲୋକପ୍ରତିନିଧିଙ୍କୁ ନିର୍ଦ୍ଦେଶ ଦେଇ ଦୁର୍ନୀତିର ଭାନୁମତି ପେଡ଼ି ଖୋଲିଦେଇଛନ୍ତି। ଲୋକ…

ଜିଲା ପ୍ରଶାସନ କର୍ମଚାରୀଙ୍କ ବଦଳି ପ୍ରହସନ; ଚୌକି ଛାଡୁନାହାନ୍ତି ପୁରୁଣା ବାବୁ

ଅନୁଗୋଳ ଅଫିସ,୨୪।୬: ଅନୁଗୋଳ ଜିଲା କାର୍ଯ୍ୟାଳୟରେ କାର୍ଯ୍ୟରତ ପୁରୁଣା ବାବୁଙ୍କ ଛାଡୁନି ଚୌକି ନିଶା। ଦୀର୍ଘ ବର୍ଷ ହେଲା ଗୋଟିଏ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଏହି ବାବୁମାନେ ବଦଳି ନିର୍ଦ୍ଦେଶ ମଧ୍ୟ ମାନୁନାହାନ୍ତି। ଆଉ ଏଥିରେ ସେମାନଙ୍କୁ ସହଯୋଗ କରୁଛନ୍ତି କେତେଜଣ…

ନିଖୋଜ ପାକ୍‌ ବୁଡ଼ାଜାହାଜର ତଲାସି ନେଇଥିଲା ଭାରତ

ନୂଆଦିଲ୍ଲୀ,୨୪।୬: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଅଧିକାଂଶ ଆଣବିକ ତଥା ପାରମ୍ପରିକ ବୁଡାଜାହାଜ ପାକିସ୍ତାନ ଜଳସୀମାରେ ମୁତୟନ କରିଥିଲା। ଭାରତର ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖି ପାକିସ୍ତାନ ଆଶଙ୍କା କରିଥିଲା ପ୍ରତିଶୋଧ ନେବା ଲାଗି ନୂୂଆଦିଲ୍ଲୀ ନୌସେନାକୁ ବ୍ୟବହାର କରିପାରେ। ବାଲାକୋଟରେ…

ପାକ୍‌ ସେନାମୁଖ୍ୟଙ୍କ ସଫେଇ: ଆତଙ୍କବାଦ ଦମନ ପାଇଁ ଉଦ୍ୟମ କରୁଛୁ

ଲଣ୍ଡନ,୨୪ା୬: ଆତଙ୍କବାଦ ବିରୋଧରେ ପାକିସ୍ତାନକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ ବୋଲି ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫ୍‌ଏଟିଏଫ୍‌)ର ଚେତାବନୀ ପରେ ଇସ୍‌ଲାମାବାଦ ନରମିଛି। ପାକ୍‌ ମାଟିରୁ ଆତଙ୍କବାଦର ମୂଳୋତ୍ପାଟନ ଲାଗି ଯଥାସାଧ୍ୟ ଉଦ୍ୟମ କରାଯାଉଛି ଓ ସମସ୍ତ ତାକତକୁ ଲଗାଯାଇଛି…

ଇନ୍ଦିରା ଗାନ୍ଧୀଙ୍କୁ ଗିରଫ କରିଥିବା ପୂର୍ବତନ ଡିଜିପିଙ୍କ ପରଲୋକ

ଚେନ୍ନାଇ,୨୪।୬(ପି.ଟି.): ୧୯୭୭ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଏକ ଦୁର୍ନୀତି ମାମଲାରେ ଗିରଫ କରିଥିବା ତାମିଲନାଡୁର ତତ୍କାଳୀନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭି.ଆର୍‌. ଲକ୍ଷ୍ମୀନାରାୟଣନ୍‌ଙ୍କର ରବିବାର ପରଲୋକ ହୋଇଯାଇଛି। ୧୯୫୧ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଫିସର କିଛିଦିନ ହେଲା ଅସୁସ୍ଥ ଥିଲେ।…

ଇଭିଏମ୍‌ ସୁରକ୍ଷାରେ ଗୁରୁତର ତ୍ରୁଟି: ଷ୍ଟୋର ରୁମ୍‌ରୁ ଯନ୍ତ୍ରାଂଶ ଗାଏବ

ଭୋପାଳ,୨୪ା୬(ପି.ଟି.): ମଧ୍ୟପ୍ରଦେଶର କେତେକ ଜିଲାରେ ଥିବା ସୁରକ୍ଷିତ ପ୍ରକୋଷ୍ଠରୁ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌)ର ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ଗାଏବ ହୋଇଯାଇଥିବା ଅନୁଧ୍ୟାନରୁ ଜଣାପଡିଛି। ଇଭିଏମ୍‌ର ମୁଖ୍ୟ ଯନ୍ତ୍ରାଂଶ କୁହାଯାଉଥିବା ବାଲଟ ୟୁନିଟ (ବିୟୁ) ଏବଂ ଡିଟାଚେବଲ୍‌ ମେରୋରି ମଡ୍ୟୁଲ (ଡିଏମ୍‌ଏମ୍‌) ମିଳୁନାହିଁ।…

ଅଶାନ୍ତ ଇଥିଓପିଆ: ସେନାଧ୍ୟକ୍ଷଙ୍କୁ ହତ୍ୟାକଲେ ଅଙ୍ଗରକ୍ଷୀ

ଅଡିସ୍‌ ଅବାବା,୨୪ା୬ (ପି.ଟି./ଏ.ଏଫ୍‌.ପି): ଆଫ୍ରିକୀୟ ରାଷ୍ଟ୍ର ଇଥିଓପିଆରେ ସାମରିକ ବିଦ୍ରୋହ ଦେଖାଦେଇଛି। ଉତ୍ତର ପ୍ରାନ୍ତର ଅମ୍‌ହାରା ରାଜ୍ୟରେ ଚାଲିଥିବା କ୍ଷମତା ଦଖଲ ଉଦ୍ୟମକୁ ପଣ୍ଡ କରିବା ପାଇଁ ସେନା ମୁଖ୍ୟ ସିୟରେ ମେକୋନେନ୍‌ ପ୍ରୟାସ ଚଳାଇଥିବାବେଳେ ତାଙ୍କ ଅଙ୍ଗରକ୍ଷୀ ତାଙ୍କୁ ଗୁଳିକରି…

ଅତ୍ୟଧିକ ଅପିଲ: କୋହଲିଙ୍କୁ ଜରିମାନା

ସାଉଥାମ୍ପଟନ, ୨୪।୬(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଜରିମାନାର ସମ୍ମୁଖୀନ ହୋଇଛନ୍ତି। ଶନିବାର ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସେ ଆକ୍ରମଣାତ୍ମକ ଢଙ୍ଗରେ ଅତ୍ୟଧିକ ଅପିଲ କରିଥିବାରୁ ତାଙ୍କ ଉପରେ ମ୍ୟାଚ୍‌ ପାଉଣାର ୨୫ ପ୍ରତିଶତ ଜରିମାନା ଆକାରରେ ଦେବାକୁ କୁହାଯାଇଛି।…

ଆଇସିସି ବିଶ୍ୱକପ୍‌: ବାଂଲାଦେଶ ପାଇଁ କର ବା ମର ସ୍ଥିତି

ସାଉଥାମ୍ପ୍‌ଟନ,୨୪।୬(ପି.ଟି.)- ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ବିଶ୍ୱକପ୍‌ର ୩୧ତମ ମ୍ୟାଚ୍‌ରେ ସୋମବାର ବାଂଲାଦେଶ ଓ ଆଫଗାନିସ୍ତାନ ପରସ୍ପରକୁ ଭେଟିବେ। ସ୍ଥାନୀୟ ରୋଜ୍‌ ବାଉଲ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ବାଂଲାଦେଶ ତା’ର ସେମିଫାଇନାଲ ଆଶା ଉଜ୍ଜୀବିତ ରଖିବାକୁ ହେଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri