Posted inଖେଳ

କ୍ରିକେଟ୍‌ରେ ନୂଆ ସ୍ମାର୍ଟ ବଲ୍‌

ଓ୍ବେଲିଂଟନ, ୧୩।୮- ଆଧୁନିକ କ୍ରିକେଟ୍‌ରେ ଟେକ୍ନୋଲୋଜି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିସାରିଛି। ଏବେ କ୍ରିକେଟ୍‌ ଖେଳରେ ଆଉ ଏକ ନୂଆ ଟେକ୍ସନୋଲୋଜିର ପ୍ରୟୋଗ ଦେଖିବାକୁ ମିଳିବ। ଏଥର ବଲ୍‌ ଉପରେ ଏହାର ପ୍ରୟୋଗ କରାଯିବାକୁ ଯାଉଛି। ଆଗାମୀ ଦିନରେ ବଲ୍‌ରେ ମାଇକ୍ରୋଚିପ୍‌ ବ୍ୟବହାର କରିବାକୁ ଯୋଜନା ଚାଲିଛି, ଯାହାକୁ ‘ସ୍ମାର୍ଟ ବଲ୍‌’ର ଆଖ୍ୟା ଦିଆଯାଇଛି। ଅଷ୍ଟ୍ରେଲିଆରେ ଚଳିତ ସମରରେ ଖେଳାଯିବାକୁ ଥିବା ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌)ରେ ଏହି ବଲ୍‌ର ବ୍ୟବହାର ହେବାର ମଧ୍ୟ ସମ୍ଭାବନା ରହିଛି ବୋଲି ଖବର ପ୍ରକାଶ ପାଇଛି। ନ୍ୟୁଜିଲାଣ୍ଡର ଏକ ଗଣମାଧ୍ୟମର ଖବର ମୁତାବକ ଅଷ୍ଟ୍ରେଲୀୟ ବଲ୍‌ ପ୍ରସ୍ତୁତକାରୀ କମ୍ପାନୀ ‘କୋକାବୁରା’ ଟେଷ୍ଟ କ୍ରିକେଟ୍‌ରେ ମଧ୍ୟ ଏହି ବଲ୍‌ ବ୍ୟବହାର କରିବାକୁ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି। ଏହି ବଲ୍‌ର ପରୀକ୍ଷଣ ଏବେ ଅନ୍ତିମ ଚରଣରେ ରହିଛି।
ସ୍ମାର୍ଟ ବଲ୍‌ରେ ଗତିର ତୀବ୍ରତା ମାପିବାର କ୍ଷମତା ରହିଛି। ଉଦାହରଣ ସ୍ବରୂପ ବୋଲର ହାତରୁ ବଲ୍‌ ରିଲିଜ ହେଲାପରେ ବଲ୍‌ର ତୀବ୍ରତା କେତେ ରହିଛି ଏବଂ ବାଉନ୍ସ ପୂର୍ବରୁ ଓ ବାଉନ୍ସ ପରେ ଏହା ମଧ୍ୟ ଜଣାପଡ଼ିବ। ନର୍ମାଲ ର଼୍ୟାଡର୍‌ଠାରୁ ଏହି ସ୍ମାର୍ଟ ବଲ୍‌ର ଗତି ଆକଳନ ଆହୁରି ସଠିକ୍‌ ରହିବ। ସ୍ପିନରଙ୍କ କ୍ଷେତ୍ରରେ ଏହା ମଧ୍ୟ ସମାନ କାମ କରିବ। ଏହି ସ୍ମାର୍ଟ ବଲ୍‌ ଅମ୍ପାୟରଙ୍କ ସମେତ ଡିସିସନ ରିଭ୍ୟୁ ସିଷ୍ଟମ (ଡିଆର୍‌ଏସ୍‌) ନିଷ୍ପତ୍ତି ଗ୍ରହଣ କରିବାରେ ମଧ୍ୟ ସହାୟତା କରିବ। ବ୍ୟାଟ୍‌ ସହ ବଲ୍‌ର ସଂଯୋଗ ହୋଇଛି କି ନାହିଁ ଏବଂ କ୍ଲୋଜ କ୍ୟାଚ୍‌ବେଳେ ବଲ୍‌ ଭୂମିରେ ବାଜିଚି କି ନାହିଁ ତାହା ମଧ୍ୟ ସ୍ପଷ୍ଟ ଭାବେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ସାରା ରାଜ୍ୟରେ ଲଘୁଚାପ ବର୍ଷା: ବୁଧବାର ପାଇଁ ୩ ଜିଲାକୁ ୟେଲୋ ଓ୍ବାର୍ନିଂ…

ଭୁବନେଶ୍ୱର, ୧ା୯(ବନ୍ଦନା ସେଠୀ) – ସାରା ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଛି। ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାରେ ଅଧିକ ବର୍ଷା ହୋଇଛି। ଲଘୁଚାପଟି ମଙ୍ଗଳବାର ସକାଳ…

କାଜୁଗଛରେ ଡେରା ଜମାଇଥିଲା ୧୨ ଫୁଟର ଅହିରାଜ, ବନ କର୍ମଚାରୀଙ୍କ କଠିନ ଉଦ୍ୟମ ପରେ…

ପାଟଣା, ୧।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଅଧୀନ କୁମୁଳାବାହାଳି ଗାଁ ନିକଟସ୍ଥ ଏକ କାଜୁଗଛରୁ ମଙ୍ଗଳବାର ପ୍ରାୟ ୧୨…

ଇସ୍ତଫା ଦେଲେ ମିଶ୍‌ବା-ଉଲ-ହକ୍‌, କାହିକି ଜାଣନ୍ତୁ…

କରାଚି,୧ା୯: ଇଂଲଣ୍ଡ ଟୁର୍‌ରେ ପ୍ରଥମ ଦୁଇ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ କ୍ରିକେଟ୍‌ରେ ଆମୂଳଚୂଳ ପରିବର୍ତ୍ତନ ଜାରି ରହିଛି। ଦଳର ୭ ଖେଳାଳିଙ୍କୁ ସ୍ବଦେଶ ପଠାଇ…

ଜେଲରୁ ମୁକୁଳିଲେ ଗଞ୍ଜାମ ଜିଲା ବିଜେଡି ସଭାପତି ବିକ୍ରମ ପଣ୍ଡା: ଶତାଧିକ ସମର୍ଥକଙ୍କ ଗହଣରେ ବିଶାଳ ଶୋଭାଯାତ୍ରା

ବ୍ରହ୍ମପୁର,୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଗଞ୍ଜାମ ଜିଲା ବିଜେଡି ସଭାପତି ତଥା…

ସାହାଣୀ କପ୍‌ ଫୁଟ୍‌ବଲ୍‌: ୩ରେ ହେବ ଖେଳାଳି ଚୟନ, କେମିତି କରିବେ ଆବେଦନ ଜାଣନ୍ତୁ…

କେନ୍ଦୁଝର,୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କ୍ରୀଡ଼ା ସଂସ୍ଥା ଆନୁକୂଲ୍ୟରେ ସାହାଣୀ କପ୍‌ ସିନିଅର ପୁରୁଷ ଆନ୍ତଃ ଜିଲା ଫୁଟ୍‌ବଲ୍‌ ଟୁର୍ନାମେଣ୍ଟ ପାଇଁ ଆସନ୍ତା ଗୁରୁବାର ଷ୍ଟାଡିୟମ୍‌…

ଘୁମୁସର ବନଖଣ୍ଡରେ ୯୪ ହାତୀ: ଧାନ ଫସଲ ନଷ୍ଟ କରୁଛନ୍ତି ହାତୀପଲ, ଚିନ୍ତାରେ ଚାଷୀ

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଘୁମୁସର ଉତ୍ତର ଓ ଘୁମୁସର ଦକ୍ଷିଣ ବନଖଣ୍ଡରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ସୋମବାର ସୁଦ୍ଧା ଦୁଇ ବନଖଣ୍ଡର ବିଭିନ୍ନ…

ଆଶ୍ଚର୍ଯ୍ୟ ହେଲେ ବି ସତ: ଗୋଟିଏ ମ୍ୟାଚ୍‌ରେ ଦୁଇଥର ଭାଙ୍ଗିଲା ଗୋଟିଏ ବିଶ୍ୱରେକର୍ଡ, ଅନ୍ତର୍ଜାତୀୟ T20ରେ ଘଟିଲା…

ନୂଆଦିଲ୍ଲୀ,୧।୯: ୨୦୨୭ ଦିନିକିଆ ବିଶ୍ୱକପର ତିନି ସହ ଆୟୋଜକ ନାମ୍ବିଆ, ଜିମ୍ବାୱେ ଏବଂ ଦକ୍ଷିଣ ଆଫ୍ରିକା। ବର୍ତ୍ତମାନ ପରସ୍ପର ବିପକ୍ଷରେ ଏକ T20 ସିରିଜରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।…

ଚମତ୍କାର ବିଜୟ ସହ ଫାଇନାଲରେ ସିଧା ପହଞ୍ଚିଲା ବୈଭବଙ୍କ ଦଳ, ଦମ୍‌ଦାର ବ୍ୟାଟିଂ ସହିତ ଟିମ୍‌କୁ ଜିତାଇଲେ…

ନୂଆଦିଲ୍ଲୀ,୧।୯: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲରେ ଇଷ୍ଟ ଜୋନ ଚମତ୍କାର ବିଜୟ ହାସଲ କରିଛି। ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ମଧ୍ୟରେ ବିସିସିଆଇ ସେଣ୍ଟର ଅଫ ଏକ୍ସିଲେନ୍ସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri