Home

ଥାଇଲାଣ୍ଡ୍‌ ଓପନ୍‌: ଆଶିଷଙ୍କୁ ସ୍ବର୍ଣ୍ଣ, ଭାରତକୁ ୮ ପଦକ

ନୂଆଦିଲ୍ଲୀ, ୨୮।୭ (ପି.ଟି.)- ଏସିଆନ୍‌ ଚାମ୍ପିୟନଶିପ୍‌ ରୌପ୍ୟ ପଦକ ବିଜେତା ଆଶିଷ କୁମାର କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌ଠାରେ ଶନିବାର ଶେଷ ହୋଇଥିବା ଥାଇଲାଣ୍ଡ୍‌ ଓପନ୍‌ ଇଣ୍ଟରନ୍ୟାଶନାଲ ବକ୍ସିଂ ଟୁର୍ନାମେଣ୍ଟରେ ଆଶିଷ ଏହି ସଫଳତା…

ଧର୍ମସେନାଙ୍କ ସପକ୍ଷରେ ଆଇସିସି

ନୂଆଦିଲ୍ଲୀ,୨୮ା୭(ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଶେଷରେ ମୁହଁ ଖୋଲିଛି। ଗତ ଆଇସିସି ବିଶ୍ୱକପ୍‌ ଫାଇନାଲରେ ଅମ୍ପାୟର କୁମାର ଧର୍ମସେନାଙ୍କ ବିବାଦୀୟ ନିଷ୍ପତ୍ତିକୁ ଯଥାର୍ଥ ବୋଲି କହିଛି। ଜୁଲାଇ ୧୪ରେ ଇଂଲଣ୍ଡର ଲଡର୍‌ସଠାରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ମଧ୍ୟରେ ଫାଇନାଲ…

ଶ୍ରେଷ୍ଠ-୫୦ ପ୍ରଭାବଶାଳୀ ଭାରତୀୟ ତାଲିକାରେ ଦୂତୀ: କୋହଲି ସପ୍ତମ, ଅମିତାଭ ନବମ, ଦୂତୀ ୪୭ତମ ସ୍ଥାନରେ

ନୂଆଦିଲ୍ଲୀ,୨୮।୭(ପି.ଟି.)- ଦେଶର ଦ୍ରୁତତମ ଧାବିକା ତଥା ଓଡ଼ିଆ ମହିଳା ଆଥଲେଟ୍‌ ଦୂତୀ ଚାନ୍ଦ ଆଉ ଏକ ସମ୍ମାନର ଅଧିକାରୀ ହୋଇଛନ୍ତି। ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଦେଶର ଶ୍ରେଷ୍ଠ ଶକ୍ତିଶାଳୀ ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ନେଇ ପ୍ରକାଶିତ ହୋଇଥିବା ତାଲିକାରେ ସ୍ଥାନ ପାଇଛନ୍ତି।…

‘ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡି’ରେ ଶ୍ରଦ୍ଧା କପୁର

ମୁମ୍ବାଇ: ଅପ୍‌କମିଂ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍‌ସର ୩ଡି’ରେ ଅଭିନୟ କରୁଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର। ସେ ଶୁଟିଂସେଟ୍‌ର ଏକ ଅବିସ୍ମରଣୀୟ ମୁହୂର୍ତ୍ତରେ ବେଶ୍‌ ଖୁସି ପ୍ରକାଶ କରି ପୂରା ଟିମ୍‌କୁ ଲମ୍ବା ଥ୍ୟାଙ୍କ-ୟୁ ଜଣାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।…

ଚିନ୍ତା ହେଉଛି, ତଦାରଖ ନାହିଁ: ପଲିଥିନମୁକ୍ତ ହୋଇପାରିନି ଆନନ୍ଦବଜାର

ପୁରୀ ଅଫିସ, ୨୮।୭: ପ୍ଲାଷ୍ଟିକ ଓ ପଲିଥିନର ବହୁଳ ବ୍ୟବହାର ମଣିଷ ପାଇଁ ମାରାତ୍ମକ ସାବ୍ୟସ୍ତ ହେଲାଣି। ପରିବେଶ ଲାଗି ମଧ୍ୟ ଏହା ଘାତକ ପାଲଟିଛି। ଏଗୁଡ଼ିକର ବହୁଳ ବ୍ୟବହାର ଫଳରେ ମାଟିର ଉର୍ବରତା ହ୍ରାସ, ଗୃହପାଳିତ ପ୍ରାଣୀଙ୍କ ପ୍ରତି ବିପଦ,…

ବାଚସ୍ପତିଙ୍କ ବିରୋଧରେ ଆସିପାରେ ଅନାସ୍ଥା ପ୍ରସ୍ତାବ

ବେଙ୍ଗାଲୁରୁ,୨୮ା୭(ପି.ଟି.): କର୍ନାଟକରେ ଭାଜପା ଗାଦିନସୀନ ହେବା ପରେ ଏବେ ବାଚସ୍ପତି କେ.ଆର୍‌. ରମେଶଙ୍କୁ ହଟାଇବା ଲାଗି ଅଭିଯାନକୁ ଜୋର୍‌ଦାର କରିଛି। ବାଚସ୍ପତି ଯଦି ଇସ୍ତଫା ନ ଦିଅନ୍ତି, ତେବେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଭାଜପା ବିଚାର କରୁଛି। ଏନେଇ…

୧୧ ଡ୍ୟାନ୍ସ ବାର୍‌ରେ ଚଢ଼ାଉ, ରାଜ୍ୟ ବାହାରର ୯୬ ଯୁବତୀ ଉଦ୍ଧାର: କାହିଁକି ତତ୍ପର ହୋଇଉଠିଲା ପୋଲିସ

ଭୁବନେଶ୍ୱର, ୨୮।୭(ବ୍ୟୁରୋ): ରାଜଧାନୀରେ ବେଆଇନ ଭାବେ ଚାଲୁଥିବା ଡ୍ୟାନ୍ସ ବାର୍‌ ଉପରେ ହଠାତ୍‌ ପୋଲିସ ଚଢ଼ାଉ ଆରମ୍ଭ କରିଥିଲା। ଶୁକ୍ରବାର ରାତିରେ କଟକରୋଡ୍‌ରେ ଥିବା ୧୧ ଡ୍ୟାନ୍ସ ବାରରେ ଚଢାଉ କରି ୯୬ ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲା। ତେବେ ସବୁଠାରୁ…

ପାଚେରୀ ନିର୍ମାଣରେ ପେଣ୍ଟାଗନ ପାଣ୍ଠି ବ୍ୟବହାର କରିପାରିବେ ଟ୍ରମ୍ପ୍‌

ଓ୍ବାଶିଂଟନ,୨୮ା୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମେକ୍ସିକୋ ସୀମାରେ ପାଚେରୀ ନିର୍ମାଣ ଲାଗି ପେଣ୍ଟାଗନ ପାଣ୍ଠିରୁ ୨.୫ ବିଲିୟନ ଡଲାର ବ୍ୟୟ କରିପାରିବେ। ଏଥିପାଇଁ ଆମେରିକା ସୁପ୍ରିମକୋର୍ଟ ଅନୁମତି ଦେଇଛି। କୋର୍ଟଙ୍କ ଏହି ନିଷ୍ପତ୍ତି ଫଳରେ ପେଣ୍ଟାଗନ ପାଇଁ କଂଗ୍ରେସ ମଞ୍ଜୁର…

‘କାର୍‌ଗିଲ ବିଜୟ ଭାରତର ଶକ୍ତିର ପ୍ରତୀକ’

ନୂଆଦିଲ୍ଲୀ,୨୮ା୭(ପି.ଟି.): କାର୍‌ଗିଲ ଯୁଦ୍ଧ ବିଜୟ ଭାରତର ଶକ୍ତି, ପ୍ରତିବଦ୍ଧତା ଓ ସାମର୍ଥ୍ୟର ପ୍ରତୀକ ଥିଲା। ଏହାର ସଶସ୍ତ୍ର ବାହିନୀର ତ୍ୟାଗ ଏହାକୁ ଦୁର୍ଜେୟ କରି ରଖିଛି ବୋଲି କାର୍‌ଗିଲ ବିଜୟର ୨୦ ବର୍ଷ ପୂର୍ତ୍ତି ଉତ୍ସବରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ପ୍ରଶ୍ନର ଉତ୍ତର ଦେଇ ନ ପାରିବାରୁ ତାତିଲେ ଶିକ୍ଷୟିତ୍ରୀ: ୭ ପିଲାଙ୍କୁ ନିସ୍ତୁକ ପିଟିଲେ

ନବରଙ୍ଗପୁର/ଉମରକୋଟ,୨୮।୭(ବି.ପ୍ର/ଡି.ଏନ.ଏ): ଶିକ୍ଷୟିତ୍ରୀ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ପାରି ନ ଥିଲେ ୩ୟ ଶ୍ରେଣୀର ଛାତ୍ରୀଛାତ୍ର। ଏଥିରେ ଶିକ୍ଷୟିତ୍ରୀ ରାଗିଯାଇ ଛାତ୍ରୀଛାତ୍ରଙ୍କୁ ନିର୍ଧୂମ ମାଡମାରିଥିଲେ। ଏଥିରେ ଜଣେ ଛାତ୍ରୀ ଓ ୬ ଜଣ ଛାତ୍ର ଆହତ ହୋଇଥିଲେ। ନବରଙ୍ଗପୁର ଜିଲା ଉମରକୋଟ…

ଭାରତକୁ ମିଳିଲା ୪ ଆପାଚେ ଆଟାକ୍‌ ହେଲିକପ୍ଟର

ନୂଆଦିଲ୍ଲୀ,୨୮ା୭(ପି.ଟି.): ଆମେରିକାର ଏରୋସ୍ପେସ୍‌ ମେଜର୍‌ ବୋଇଂ ଶନିବାର ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪ଟି ୨୨ଆପାଚେ ଆଟାକ୍‌ ହେଲିକପ୍ଟର ପ୍ରଦାନ କରିଛି। ଏହା ଭାରତୀୟ ବାୟୁସେନାର ଶକ୍ତିବୃଦ୍ଧି କ୍ଷେତ୍ରରେ ବିଶେଷ ସହାକ ହେବ। ଆଗାମୀ ସପ୍ତାହରେ ପୁଣି ୪ଟି ଏଭଳି ହେଲିକପ୍ଟର ଆମେରିକା…

ଏନ୍‌କାଉଣ୍ଟରରେ ୭ ମାଓବାଦୀ ନିହତ

ମାଲକାନଗିରି,୨୮ା୭ (ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତବର୍ତ୍ତୀ ଛତିଶଗଡରେ ଶନିବାର ପୋଲିସ ଏନ୍‌କାଉଣ୍ଟରରେ ୭ମାଓବାଦୀ ନିହତ ହୋଇଛନ୍ତି। ବସ୍ତର ଜିଲା ପିରିୟମକୋଟ ଜଙ୍ଗଲରେ ମାଓବାଦୀଙ୍କ ବୈଠକ ଚାଲିଥିବା ଏବଂ ଶହୀଦ ସପ୍ତାହ ଆରମ୍ଭ ହେଉଥିବାରୁ ଏନେଇ ଏକ ବଡ ଧରଣର ହିଂସାକାଣ୍ଡ ଘଟାଇବାକୁ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?