Home

ଭାଜପାରେ ସାମିଲ ନ ହେବାରୁ ନେତାଙ୍କ ଉପରେ ଚାପ ପକାଯାଉଛି: ଶରଦ ପାଓ୍ବାର

ମୁମ୍ବାଇ,୨୮।୭: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାଓ୍ବାର କେନ୍ଦ୍ରର ଭାଜପା ସରକାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ପାଓ୍ବାର କହିଛନ୍ତି ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଭାଜପା ନିଜ ଶକ୍ତିର ଦୂରୁପଯୋଗ କରୁଛି। ଯେଉଁନେତାମାନେ ଭାଜପାରେ ସାମିଲ ହେବାକୁ ରାଜି ନୁହେଁ…

୩ ଅଯୋଗ୍ୟ ଘୋଷିତ ବିଧାୟକ ଯିବେ ସୁପ୍ରିମ୍‌କୋର୍ଟ: ବାଚସ୍ପତିଙ୍କ ନିଷ୍ପତ୍ତିକୁ କଂଗ୍ରେସ-ଜେଡିଏସ୍‌ କଲେ ସ୍ବାଗତ

ବେଙ୍ଗାଲୁର୍‌,୨୮।୭: କର୍ନାଟକରେ କ୍ଷମତା କନ୍ଦଳ ଡ୍ରାମା ଶେଷ ହେବାର ନାଁ ଧରୁନି। ବାଚସ୍ପତି ଆର୍‌ ରମେଶ କୁମାର ଗୁରୁବାର ୩ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ। ଏହା ପରେ ରବିବାର ୧୪ ବିଧାୟକଙ୍କୁ ମଧ୍ୟ ସମଦଶା ଭୋଗିବାକୁ ପଡ଼ିଛି। ତେବେ ପୂର୍ବରୁ…

କେନ୍ଦ୍ର ସରକାରଙ୍କୁ ମେହବୁବାଙ୍କ ଚେତାବନୀ: ଅନୁଚ୍ଛେଦ ୩୫-ଏ ବାରୁଦ ଗଦା ଭଳି ବିପଦପୂର୍ଣ୍ଣ

ନୂଆଦିଲ୍ଲୀ,୨୮।୭: କେନ୍ଦ୍ର ସରକାରଙ୍କୁ ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଚେତାବନୀ ଦେଇଛନ୍ତି। ରବିବାର ମେହବୁବା କହିଛନ୍ତି ଯେ, କେନ୍ଦ୍ର ସରକାର ଅନୁଚ୍ଛେଦ ୩୫-ଏରେ ପରିବର୍ତ୍ତନ ଆଣିବାର ଯୋଜନା କରୁଛନ୍ତି। ତେବେ ଏଭଳି ଦୁଃସାହସ କରିବା ଭୟଙ୍କର ପରିସ୍ଥିତି ସୃଷ୍ଟି କରିପାରେ।…

ବିଶ୍ୱ କାମଳ ରୋଗ ଦିବସ: ଗଞ୍ଜାମରେ ସଚେତନତା ଶୋଭାଯାତ୍ରା

ବ୍ରହ୍ମପୁର ଅଫିସ୍‌,୨୮।୭: ଗଞ୍ଜାମ ଜିଲାରେ କାମଳ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଲକ୍ଷ୍ୟରେ ରବିବାର ବିଶ୍ୱ କାମଳ ରୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଜିଲା ମୁଖ୍ୟ…

କୋରାପୁଟ ଜିଲାରେ ୩୦୪.୯ ମିଲିମିଟର ବର୍ଷା ରେକର୍ଡ

କୋରାପୁଟ,୨୮।୭(ସ୍ବ.ପ୍ର.) : କୋରାପୁଟ ଜିଲାରେ ରବିବାର ୩୦୪.୯ ମିଲିମିଟର ବର୍ଷା ହୋଇଥିବାବେଳେ କେବଳ ବୈପାରୀଗୁଡା ବ୍ଲକରେ ସର୍ବାଧିକ ୫୮ମିମି ବର୍ଷା ହୋଇଥିବା ଜିଲା ଜରୁରୀ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ସେହିପରି ଜିଲାର କୋଟପାଡ଼ ବ୍ଲକରେ ୧୬ ମିଲିମିଟର ବର୍ଷା ହୋଇଥିବାବେଳେ କୁନ୍ଦ୍ରାରେ…

ସ୍ଥାପତ୍ୟ କହେ କରୁଣ କାହାଣୀ

ମାନବ ଇତିହାସରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଉଛି ଏକ କଳଙ୍କିତ ଅଧ୍ୟାୟ। ଏହା ନେଇଥିଲା ଲକ୍ଷ ଲକ୍ଷ ନିରୀହ ଜୀବନ। ଉଭୟ ନାଜି ଓ ସୋଭିଏଟ ୟୁନିୟନ୍‌ ନିଷ୍ଠୁର ଗଣହତ୍ୟା ଓ ନୃଶଂସକାଣ୍ଡମାନ ଘଟାଇଥିଲେ। ତାହା ମଧ୍ୟରେ ଗୋଟିଏ ଘଟଣା ଥିଲା ଅତ୍ୟନ୍ତ…

ରାସ୍ତାପାର୍ଶ୍ୱକୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌, ୨୫ ଗୁରୁତର

ବଇଣ୍ଡା,୨୮।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ହଣ୍ଡପା ଥାନା ନାକଚିସ୍ଥିତ କଟକ-ସମ୍ବଲପୁର ୫୫ ନଂ. ଜାତୀୟ ରାଜପଥର ଛେଳିଆଢିପ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ୨୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି।…

ଆଫଗାନିସ୍ତାନରେ ପୁଣି ବିସ୍ଫୋରଣ: ୪ ମୃତ

କାବୁଲ,୨୮।୭: ଆଫଗାନିସ୍ତାନରେ ଏକ କାର ବୋମା ବିସ୍ଫୋରଣରେ ରବିବାର ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବି ବନ୍ଦ ପ୍ରଦେଶରେ ସୈନ୍ୟଶିବିର…

ପର୍ଯ୍ୟଟନସ୍ଥଳୀ ‘ଯୋଗ ଜଳପ୍ରପାତ’: କେବେ ଯିବେ, କେମିତି ଯିବେ, କ’ଣ ଦେଖିବେ

କର୍ନାଟକସ୍ଥିତ ଯୋଗ ଜଳପ୍ରପାତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ବେଶ୍‌ ଲୋକପ୍ରିୟ। ସ୍ଥାନୀୟ ଭାଷାରେ ଏହା ଗେରୁସୋପ୍ପେ ଜଳପ୍ରପାତ ନାଁରେ ପରିଚିତ। ପ୍ରାୟ ୨୫୩ ମିଟର ଉଚ୍ଚତା ବିଶିଷ୍ଟ ଏହି ଜଳପ୍ରପାତଟି ସରାବତୀ ନଦୀଧାରରୁ ସୃଷ୍ଟି ହୋଇଛି… କର୍ନାଟକର ସାଗର ନାମକ…

୧୧୮ ଶିଶୁଙ୍କୁ ପୋଷ୍ୟ ଗ୍ରହଣ କରିଥିବା ଲଭ୍‌ ମଦରଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

ବେଜିଂ,୨୮।୭: ଚାଇନାରେ ୧୧୮ ଜଣ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ଜଣେ ମହିଳାଙ୍କୁ ଠକାମି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବାପରେ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ କରାଯାଇଛି। ୫୪ ବର୍ଷ ବୟସ୍କା ମହିଳା ଲି ୟାନଶିୟାଙ୍କୁ ସ୍ଥାନୀୟ ଲୋକେ ଲଭ୍‌…

ମାଓବାଦୀଙ୍କ ଶହୀଦ ସପ୍ତାହ : କୋରାପୁଟ ଜିଲାରେ ହାଇଆର୍ଲଟ, ଗାଡ଼ି ଚଳାଚଳ ବନ୍ଦ

କୋରାପୁଟ,୨୮।୭(ସ୍ବ.ପ୍ର.): ଅବିଭକ୍ତ କୋରାପୁଟ ଜିଲାରେ ମାଓବାଦୀଙ୍କ ପକ୍ଷରୁ ଶହୀଦ ସପ୍ତାହ ଆରମ୍ଭ ହୋଇଥିବାବେଳେ କୋରାପୁଟରେ ଆଂଶିକ ପ୍ରଭାବ ଦେଖାଯାଇଛି। ବିଶେଷକରି ଜିଲାର ପଟ୍ଟାଙ୍ଗି ବ୍ଲକର ଆବଲି, ଏ.ଗୋଲୁର, ତଳ ଗୋଲୁର, ନନ୍ଦପୁର ବ୍ଲକର ପାଡ୍ରୁଆ, ଅତଣ୍ଡା ଅଞ୍ଚଳ, ଲମତାପୁଟ ବ୍ଲକର ଅନକାଡେଲି,…

ଝିଣ୍ଟିକା ଆକ୍ରମଣରେ ବ୍ୟତିବ୍ୟସ୍ତ ଆମେରିକା

ଓ୍ବାଶିଂଟନ,୨୮।୭: ଆମେରିକାର ଲସ୍‌ ଭେଗାସ୍‌ ଉପତ୍ୟକାରେ ଏବେ ଝିଣ୍ଟିକା ଆକ୍ରମଣରେ ଲୋକେ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି। ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଏଠାରେ ବର୍ଷାପାଗଯୋଗୁ ପ୍ରବଳ ମାତ୍ରାରେ ଝିଣ୍ଟିକା ହେଉଛନ୍ତି। ଫଳରେ ଏମାନେ ଲୋକଙ୍କୁ କାମୁଡି ଦେଉଛନ୍ତି। ଯଦିଓ ଏହା କ୍ଷତିକାରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?