Home

ରାହୁଲଙ୍କୁ ପ୍ରଶଂସା କଲେ ଭଉଣୀ ପ୍ରିୟଙ୍କା

ନୂଆଦିଲ୍ଲୀ,୪।୭: ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ କଂଗ୍ରେସ ମହାସଚିବ ତଥା ରାହୁଲଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କୁ ପ୍ରଶଂସା କରି କହିଛନ୍ତି ତାଙ୍କ ଭାଇ ରାହୁଲ ହେଉଛନ୍ତି ସାହସୀ। କାରଣ ଖୁବ୍‌ କମ୍‌ ଲୋକଙ୍କ…

ରଥଯାତ୍ରା: ମୋଦି-ମମତା ଗୋଟିଏ ସ୍ବରରେ କହିଲେ ଜୟ ଜଗନ୍ନାଥ

ନୂଆଦିଲ୍ଲୀ,୪।୭: ଶ୍ରୀଜଗନ୍ନାଥଙ୍କ ପୃଥିବୀ ପ୍ରସିଦ୍ଧ ରଥଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସ୍ବରରେ ଜୟ ଜଗନ୍ନାଥ କହିଛନ୍ତି। ଦୁଇ ପରସ୍ପର ବିରୋଧୀ ନେତାଙ୍କ ଏଭଳି ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମୋଦି…

ଭାଇ ଭଉଣୀଙ୍କ ସହ ନନ୍ଦିଘୋଷରେ ଯାଆନ୍ତି ଜଗନ୍ନାଥ

ଶ୍ରୀଜଗନ୍ନାଥ ସଂସ୍କୃତିରେ ଆଦିବାସୀ ସଂସ୍କୃତିର ରହିଛି ନିବିଡ ସମ୍ପର୍କ । ଆଦିବାସୀ ବହୁଳ କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀଶ୍ରୀ ବଳଦେବଜୀଉଙ୍କ ଘୋଷଯାତ୍ରାରେ ଆଦିବାସୀ ପରମ୍ପରା ଓ ସଂସ୍କୃତିର ଛାପ ପ୍ରତିଫଳିତ ହୋଇଥାଏ । ବିଭିନ୍ନ ସଙ୍ଗଠନ ପକ୍ଷରୁ ବିଶ୍ୱର ସର୍ବୋଚ୍ଚ ରଥ…

୬ ଯାଏ କାଁ ଭାଁ ବର୍ଷା ସମ୍ଭାବନା

ଭୁବନେଶ୍ୱର,୪ା୭(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହୋଇ ଯାଇଛି। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲଗାଣ ବର୍ଷା ହେବାର ସମ୍ଭାବନା ନାହିଁ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ କାଁ ଭାଁ…

ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ପଦ୍ମ ପୁରସ୍କାର ଆବେଦନ

ଭୁବନେଶ୍ୱର,୪ା୭(ବ୍ୟୁରୋ): ପଦ୍ମ ପୁରସ୍କାର-୨୦୨୦ ପାଇଁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଆବେଦନ ଗ୍ରହଣ କରାଯିବ। ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇଁ ଅନ୍‌ଲାଇନ ଆବେଦନ ଗତ ମେ’ ୧ ରୁ ଆରମ୍ଭ ହୋଇଛି। ଏଥିପାଇଁ ରହିଥିବା ସ୍ବତନ୍ତ୍ର ପୋର୍ଟାଲ https://padmaawards.gov.inରେ ଆବେଦନ ଗ୍ରହଣ କରାଯିବ।…

ଯନ୍ତାରେ ପଡ଼ିଲା ଉତ୍ପାତ କରୁଥିବା ହନୁ

ବାରଙ୍ଗ,୪ା୭(ଡି.ଏନ୍‌.ଏ.): ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ଅନ୍ଧାରୁଆ ଜଗନ୍ନାଥପ୍ରସାଦ ଗ୍ରାମରେ ଗତ ୨ମାସ ହେବ ଉତ୍ପାତ ସୃଷ୍ଟିକରୁଥିବା ଏକ ଲାଞ୍ଜଖଣ୍ଡି ହନୁମାଙ୍କଡ ବୁଧବାର ଧରାପଡିଛି। ବିସ୍କୁଟ ଖାଇବାକୁ ଆସି ଯନ୍ତାରେ ପଡିଯାଇଛି। ଗତ ୨ମାସ ମଧ୍ୟରେ ଏହି ହନୁ ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ…

ହାଇକୋର୍ଟରେ ଜଜ୍‌ ଚୟନ ବିବାଦ: ୧୨ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ

କଟକ ଅଫିସ, ୪ା୭: ଜୁନ୍‌ ୧୭ରୁ ହାଇକୋର୍ଟ ବାର୍‌ ଆସୋସିଏଶନ ଆନ୍ଦୋଳନ ଚଳାଇଛି। ଆନ୍ଦୋଳନ ସ୍ବରୂପ ଓକିଲମାନେ ହାଇକୋର୍ଟର ନିର୍ଦ୍ଦିଷ୍ଟ କେତୋଟି କୋର୍ଟଙ୍କୁ ବର୍ଜନ କରି ଆସୁଛନ୍ତି। ଏହି ବର୍ଜନ କାର୍ଯ୍ୟ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଜୁଲାଇ…

‘ଖାନ୍‌ଦାନି ଶାଫାଖାନା’ରେ ସାମାଜିକ ଅଙ୍ଗିକାରବଦ୍ଧତା ରହିଛି: ସୋନାକ୍ଷୀ

ନୂଆଦିଲ୍ଲୀ: ସମାଜରେ ସେକ୍ସ ଏକ ନିଷିଦ୍ଧ ବିଷୟବସ୍ତୁ ହୋଇ ରହିଛି। ସେ ସମ୍ପର୍କରେ ଆଗାମୀ ଫିଲ୍ମ ‘ଖାନ୍‌ଦାନି ଶାଫାଖାନା’ ଲୋକଙ୍କ ମନରେ ପରିବର୍ତ୍ତନ ଆଣିବ ବୋଲି ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ପ୍ରକାଶ କରିଛନ୍ତି। ଶିଳ୍ପୀ ଦାସଗୁପ୍ତାଙ୍କ ନିର୍ଦ୍ଦେଶିତ ଉକ୍ତ ଫିଲ୍ମରେ ଜଣେ…

ଏସ୍‌ସିବିରେ ରୋଗୀଙ୍କୁ ଦିଆଗଲାନି: ୪୨ ପ୍ରକାର ଔଷଧ ହେବ ଏକ୍ସପାଏରି

କଟକ ଅଫିସ, ୪ା୭: ଏସ୍‌ସିବି ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଏକ୍ସପାଏରି ଔଷଧ ଦିଆଯିବାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଗତ ୩ ଦିନ ମଧ୍ୟରେ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ୨ ଜଣ ରୋଗୀଙ୍କୁ ଏକ୍ସପାଏରି ମେଡିସିନ ଦିଆଯାଇଥିବା ଘଟଣା ନଜରକୁ ଆସିଥିଲା।…

ଜନ୍ମବେଦି ଯିବେ ଦାରୁଦିଅଁ

ପୁରୀ ଅଫିସ,୪ା୭: ସିଂହଦ୍ୱାରରେ ତିନିରଥ। ଭକ୍ତମୟ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ରଥ, ପଥ, ଭକ୍ତ ସଭିଏଁ ପ୍ରସ୍ତୁତ। ଅପେକ୍ଷା କେବଳ କେତେବେଳେ ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଦାରୁଦିଅଁ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପାଇବେ ମହାପ୍ରଭୁଙ୍କ ଦୁର୍ଲଭ ଦର୍ଶନ। ଦାରୁବ୍ରହ୍ମଙ୍କ…

ବିଧାୟକ ମହମ୍ମଦ ମୋକିମଙ୍କ ବିରୋଧରେ ହାଇକୋର୍ଟରେ ମାମଲା: ସତ୍ୟପାଠରେ ତଥ୍ୟ ଲୁଚାଇଛନ୍ତି

କଟକ ଅଫିସ, ୪ା୭: ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଗତ ସାଧାରଣ ନିର୍ବାଚନ ସମୟରେ ମୋକିମ ଦାଖଲ କରିଥିବା ସତ୍ୟପାଠରେ ତଥ୍ୟ ଲୁଚାଇଥିବା ଅଭିଯୋଗ କରି ପରାଜିତ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ହାଇକୋର୍ଟଙ୍କ ଦ୍ୱାରସ୍ଥ…

ମଦ ବୋତଲରେ ଗାନ୍ଧିଜୀଙ୍କ ଛବି

ଜେରୁଜେଲମ୍‌,୪ା୭(ପି.ଟି.): ଇସ୍ରାଏଲ୍‌ର ୭୧ତମ ସ୍ବାଧୀନତାର ସ୍ମାରକୀ ସ୍ବରୂପ ସ୍ଥାନୀୟ ଏକ କମ୍ପାନୀ ଏହାର ମଦବୋତଲରେ ମହାତ୍ମା ଗାନ୍ଧୀଙ୍କ ଛବି ରଖି ବିବାଦୀୟ ହୋଇପଡ଼ିଛି। ଏହାଦ୍ୱାରା ଭାରତ ସରକାର ତଥା ଭାରତୀୟଙ୍କ ଭାବାବେଗକୁ ଆଘାତ ଦେଇଥିବାରୁ ସମ୍ପୃକ୍ତ କମ୍ପାନୀ କ୍ଷମାପ୍ରାର୍ଥନା କରିଛି। ରାଜ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri