Home

ବନ୍ୟଜନ୍ତୁ ଶିକାର ରୋକିବାକୁ ହେଉନି ପାଟ୍ରୋଲିଂ: ରାତିରେ ବିଦ୍ୟୁତ୍‌ କାଟ, ଲୋକେ ହଇରାଣ

ଭଞ୍ଜନଗର,୬।୭(ଡି.ଏନ.ଏ.)-ବନ୍ୟଜନ୍ତୁ ସୁରକ୍ଷା ପାଇଁ ସାଉଥ୍‌କୋ ଏବଂ ଜଙ୍ଗଲ ବିଭାଗ ମଧ୍ୟରେ ବିଭିନ୍ନ ସମୟରେ ସମନ୍ବୟ ବୈଠକ ହେଉଛି। ମିଳିତ ପାଟ୍ରୋଲିଂ କରିବାକୁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଏହା କାଗଜ କଲମରେ ରହିଯାଉଛି । ଯାହାର ଫାଇଦା ନେଉଛନ୍ତି ବନ୍ୟଜନ୍ତୁ ଶିକାରୀ। ସେମାନେ…

ଡାଇମଣ୍ଡ ଲିଗ୍‌: ଅନୁ ରାଣୀଙ୍କୁ ୭ମ ସ୍ଥାନ

ଲାଉସାନେ, ୬।୭ (ପି.ଟି.): ଜାତୀୟ ରେକର୍ଡର ଅଧିକାରିଣୀ ଜାଭେଲିନ ଥ୍ରୋୟର ଅନୁ ରାଣୀ ନିଜର ପ୍ରଥମ ଡାଇମଣ୍ଡ ଲିଗ ପ୍ରତିଯୋଗିତାରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ଏଠାରେ ଅନୁଷ୍ଠିତ ଡାଇମଣ୍ଡ ଲିଗ୍‌ରେ ୭ମ ସ୍ଥାନ ହାସଲ କରିଛନ୍ତି। ମହିଳା ଜାଭେଲିନ୍‌ ଥ୍ରୋ’ର ୩ୟ…

କେଏସ୍‌ଆଇପିଏଲ ଉଦ୍ୟମରେ ଲାଗିଲା ଶତାଧିକ ଚାରା : ‘ଗଛ ଲଗାଅ, ସୁରକ୍ଷା ଦିଅ’

ପରଜଙ୍ଗ, ୬।୭(ଡି.ଏନ.ଏ.): ପରଜଙ୍ଗ ବ୍ଲକ ବାରିହାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ୭୦ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ବନ ବିଭାଗ ଏବଂ ୫୩ନଂ. ଜାତୀୟ ରାଜପଥ ନିର୍ମାଣକାର୍ଯ୍ୟ ନେଇଥିବା କୁନାଲ ଷ୍ଟ୍ରକ୍‌ଚର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ (କେଏସ୍‌ଆଇପିଏଲ୍‌) କମ୍ପାନୀର ମିଳିତ…

କାର୍‌ ଧକ୍କାରେ ପ୍ରାଣ ହରାଇଲେ ବାଇକ୍‌ ଚାଳକ

ପାପଡାହାଣ୍ଡି/ମଇଦଲପୁର, ୬।୭(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ ଡୁମରିପଦର ନିକଟରେ ଶନିବାର ସକାଳୁ ଏକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ମଇଦଲପୁର ଗ୍ରାମର ଖୀତେଶ ପାଞ୍ଜିଆ। ପ୍ରକାଶ ଯେ, ଖୀତିଶ ବାଇକ ଯୋଗେ…

ଫୁଲକୁ ନେଇ କଣ୍ଟା ବିବାଦ

ପୁରୀ ଅଫିସ,୬ା୭: ଆରମ୍ଭରୁ ବିବାଦରେ ଫସିଥିବା ଶ୍ରୀମନ୍ଦିର ଫୁଲସଜାକୁ ନେଇ ପୁଣି ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଫୁଲ ପାଇଁ ଉଠିଛି କଣ୍ଟା ବିବାଦ। ମହାପ୍ରଭୁଙ୍କ ସେବା ପାଇଁ ସୁଦୂର ଦିଲ୍ଲୀରୁ ଆସିଥିବା ଭକ୍ତ କେ.କେ. ଶର୍ମା ଏହି ବିବାଦ…

ଜନ୍ମବେଦୀରେ ଦର୍ଶନ ଦେଲେ ଦାରୁଦିଅଁ : ମିଳିଲା ଆଡ଼ପ ଅବଢା, ରବିବାର ମହାପ୍ରଭୁଙ୍କ ବନକ ଲାଗି

ପୁରୀ ଅଫିସ, ୬ା୭: ଜନ୍ମବେଦୀରେ ଦର୍ଶନ ଦେଲେ ଦାରୁଦିଅଁ। ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଶନିବାର ଲକ୍ଷାଧିକ ଶ୍ରଦ୍ଧାଳୁ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଛନ୍ତି। ବର୍ଷା ଏବଂ କୋହଲା ପାଗ ସତ୍ତ୍ବେ ବିଶ୍ୱନିୟନ୍ତାଙ୍କ ଦର୍ଶନ ଲାଗି ଭକ୍ତଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ…

ରଙ୍ଗୋଲିରେ ଜଗନ୍ନାଥ

ବାଲେଶ୍ୱର ଅଫିସ, ୬।୭: ବାଲେଶ୍ୱର ଜିଲା ରେମୁଣା ବାଲଗୋପାଳପୁର ଶିଳ୍ପାଞ୍ଚଳସ୍ଥିତ ଇମାମୀନଗର ଶ୍ରୀଗୁଣ୍ଡିଚା ମନ୍ଦିର ମେଳାପଡ଼ିଆରେ ରଥ ଉତ୍ସବର ଦ୍ୱିତୀୟ ଦିନରେ ଶନିବାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା। ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିରସ୍ଥିତ…

ଯେଉଁଠି ମୃତ୍ୟୁରେ କାନ୍ଦିବା ପାଇଁ ଭଡ଼ାରେ ଆସନ୍ତି ଲୋକ…

ସାଧାରଣତଃ ଆତ୍ମୀୟ ସ୍ବଜନଙ୍କ ମୃତ୍ୟୁରେ ପ୍ରିୟପରିଜନ ଦୁଃଖରେ କାନ୍ଦିଥାନ୍ତି। ତେବେ ରାଜସ୍ଥାନର ରାଜପୁତ ସମ୍ପ୍ରଦାୟରେ କାହାର ମୃତ୍ୟୁ ହେଲେ କାନ୍ଦିବା ଲାଗି ଭଡ଼ାରେ ଲୋକ ଆସିଥାନ୍ତି। ସେମାନେ ଅତି ବିକଳ ହୋଇ ହାତଗୋଡ଼ ଛାଟି ଛାତିକୁ ବାଡ଼େଇ କାନ୍ଦିଥାନ୍ତି। ଏହା ଅତି…

ଫକୀରମୋହନଙ୍କ ଫଟୋ ଥିବା ଡାକ ଟିକଟ ଉନ୍ମୋଚିତ

ବାଲେଶ୍ୱର ଅଫିସ,୬ା୭: ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ୭୫ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଫକୀରମୋହନଙ୍କ ଫଟୋ ଥିବା ଡାକ ଟିକଟ ଉନ୍ମୋଚିତ କରିଛନ୍ତି। ଶନିବାର ମଧ୍ୟାହ୍ନରେ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବକୁ ମନ୍ତ୍ରୀ ଷଡ଼ଙ୍ଗୀ…

ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ : ୪ ମାଓବାଦୀ ନିହତ

ମାଲକାନଗିରି,୬ା୭(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ ଧମତରି ଜିଲା ଗମେଚକା ଥାନା ଅଞ୍ଚଳରେ ଶନିବାର ସକାଳେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୪ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସୂଚନାନୁଯାୟୀ, ଏସ୍‌ଟିଏଫ୍‌ ଓ ଡିଏଫ୍‌ ଯବାନମାନେ ପ୍ରତିଦିନ…

ନବବିବାହିତାଙ୍କ ଆତ୍ମହତ୍ୟା: ଯୌତୁକ ଯୋଗୁ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ବାପା

ଭବାନୀପାଟଣା, ୬।୭(ଡି.ଏନ୍‌.ଏ.): ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କର୍ଲାସୋଢ଼ା ଗ୍ରାମର ଜନୈକା ନବବିବାହିତା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସାବିତ୍ରୀ ରଣା। ତେବେ ସାବିତ୍ରୀଙ୍କୁ ହତ୍ୟା କରାଯାଇଥିବା ବାପା ଭାଗ୍ୟବାନ ରଣା ସଦର ଥାନାରେ ଲିଖିତ ଅଭିଯୋଗ…

ନ୍ୟାୟ ପାଇଁ ରାଷ୍ଟ୍ରପତିଙ୍କୁ ରକ୍ତରେ ଚିଠି ଲେଖିଲେ ୨ ଯୁବତୀ

ଚଣ୍ଡିଗଡ଼,୬।୭: ନ୍ୟାୟ ପାଇଁ ପଞ୍ଜାବର ୨ ଜଣ ଯୁବତୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ରକ୍ତରେ ଚିଠି ଲେଖିଛନ୍ତି। ସ୍ଥାନୀୟ ମୋଗା ସହରରେ ବାସ କରୁଥିବା ଏହି ଯୁବତୀମାନେ ନ୍ୟାୟ ନ ମିଳିଲେ ତାଙ୍କ ପରିବାର ସଦସ୍ୟଙ୍କୁ ଇଛାମୃତ୍ୟୁ ନିର୍ଦ୍ଦେଶ ଦେବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri