Posted inଖେଳ

ୟୁଏସ୍‌ ଓପନ ଟେନିସ

ଶ୍ରେଷ୍ଠ ସିଡ୍‌ ମାନ୍ୟତା ପାଇଥିବା ନୋଭାକ ଜୋକୋଭିଚ୍‌ ଓ ନାଓମି ଓସାକା ଏଥର ମଧ୍ୟ ୟୁଏସ୍‌ ଓପନ ଟାଇଟଲ ବଜାୟ ରଖିବେ ବୋଲି ଆଶା କରାଯାଉଛି। ହାର୍ଡ କୋର୍ଟ ଉପରେ ଖେଳାଯାଉଥିବା ବର୍ଷର ଏହି ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୨୬ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୮ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ରାଫାଲ ନାଡାଲ, ରୋଜର ଫେଡେରର, ସିମୋନ ହାଲେପ, କାରୋଲିନା ପ୍ଲିସ୍କୋଭାଙ୍କ ପ୍ରଦର୍ଶନ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି..

ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନ ଟେନିସ ଏଥର ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୮ ତାରିଖରେ ଶେଷ ହେବ। ଟୁର୍ନାମେଣ୍ଟର ଏହି ୧୩୯ତମ ସଂସ୍କରଣ ସବୁଥର ଭଳି ଏଥର ମଧ୍ୟ ସଫଳ ହେବା ସହ ଲୋକପ୍ରିୟ ହେବ ବୋଲି ଆଶା କରାଯାଉଛି। ହାର୍ଡ କୋର୍ଟ ଉପରେ ଖେଳାଯାଉଥିବା ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟର ମୋଟ ପୁରସ୍କାର ରାଶି ୫୭,୨୩୮,୭୦୦ ଆମେରିକୀୟ ଡଲାର ରଖାଯାଇଛି। ଆମେରିକାର ନ୍ୟୁୟର୍କ ସିଟିର ୟୁଏସ୍‌ଟିଏ ବିଲି ଜିନ୍‌ କିଙ୍ଗ ନ୍ୟାଶନାଲ ଟେନିସ ସେଣ୍ଟରର ୧୪ଟି ଡୋକୋ ଟର୍ଫ ହାର୍ଡ କୋର୍ଟରେ ଟୁର୍ନାମେଣ୍ଟ ବିଭିନ୍ନ ବର୍ଗର ମ୍ୟାଚ୍‌ଗୁଡିକ ଖେଳାଯିବ। ଅନ୍ତର୍ଜାତୀୟ ଟେନିସ ଫେଡେରେଶନ (ଆଇଟିଏଫ୍‌) ଦ୍ୱାରା ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାରେ ଗତଥର ସର୍ବିୟାର ନୋଭାକ ଜୋକୋଭିଚ୍‌ ଓ ଜାପାନର ନାଓମି ଓସାକା ଯଥାକ୍ରମେ ପୁରୁଷ ଓ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଥିଲେ। ସେହିପରି ପୁରୁଷ ଡବଲ୍ସରେ ଆମେରିକୀୟ ଯୋଡି ମାଇକ ବ୍ରାଏନ ଓ ଜ୍ୟାକ ସକ ଟାଇଟଲ ଜିତିଥିଲେ। ମହିଳା ଡବଲ୍ସରେ ଅଷ୍ଟ୍ରିଆ-ଆମେରିକା ଯୋଡି ଆଶଲେ ବାର୍ଟି ଓ କୋକୋ ଭାଣ୍ଡେଓ୍ବେଘ୍‌ ବାଜି ମାରିଥିଲେ। ମିକ୍ସଡ ଡବଲ୍ସରେ ଆମେରିକାର ବେଥାନି ମାଟେକ ସାଣ୍ଡ୍ସ ଓ ବ୍ରିଟେନର ଜେମି ମୁରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲେ।
ପୁରୁଷ ଓ ମହିଳା ବିଭାଗରେ ସିଙ୍ଗଲ୍ସ, ଡବଲ୍ସ ସହ ମିକ୍ସଡ ଡବଲ୍ସ ଇଭେଣ୍ଟରେ ପ୍ରତିଯୋଗିତା ଆୟୋଜନ ହୋଇଥାଏ। ଏଥି ସହିତ ବାଳକ, ବାଳିକା, ହ୍ବିଲ ଚେୟାର ପୁରୁଷ ଓ ମହିଳା ବର୍ଗରେ ମଧ୍ୟ ସିଙ୍ଗଲ୍ସ, ଡବଲ୍ସ ଓ ମିକ୍ସଡ ଡବଲ୍ସ ଟୁର୍ନାମେଣ୍ଟ ମଧ୍ୟ ଆୟୋଜିତ ହୋଇଥାଏ। ୟୁଏସ୍‌ ଓପନ୍‌ ବର୍ଷର ଅନ୍ତିମ ସର୍ବବୃହତ୍‌ ଟୁର୍ନାମେଣ୍ଟ ହୋଇଥିବାରୁ ସବୁଥର ଭଳି ଏଥର ମଧ୍ୟ ବିଶ୍ୱର ଶ୍ରେଷ୍ଠ ଖେଳାଳିମାନେ ଏଥିରେ ଅଂଶଗ୍ରହଣ କରିବେ।
ସିଙ୍ଗଲ୍ସରେ ଜୋକୋଭିଚ୍‌ ଶ୍ରେଷ୍ଠ ସିଡ ମାନ୍ୟତା ପାଇଥିବା ବେଳେ ସ୍ପେନର ରାଫାଲ ନାଡାଲ ଦ୍ୱିତୀୟ, ସୁଇଜରଲାଣ୍ଡର ରୋଜର ଫେଡେରର ତୃତୀୟ, ଅଷ୍ଟ୍ରିଆର ଡୋମିନିକ୍‌ ଥିମ ଚତୁର୍ଥ, ରୁଷିଆର ଡାନିଲି ମେଡଭେଡେଭ ପଞ୍ଚମ ସିଡ ମାନ୍ୟତା ପାଇଛନ୍ତି। ସେହିପରି ମହିଳା ସିଙ୍ଗଲ୍ସରେ ଓସାକା ଶ୍ରେଷ୍ଠ ସିଡ ମାନ୍ୟତା ପାଇଛନ୍ତି। ସେହିପରି ଅଷ୍ଟ୍ରିଆର ଆଶଲେ ବାର୍ଟି ଦ୍ୱିତୀୟ, ଚେକ୍‌ ଗଣରାଜ୍ୟର କାରୋଲିନା ପ୍ଲିସ୍କୋଭା ତୃତୀୟ, ରୋମାନିଆ ସିମୋନା ହାଲେପ ଚତୁର୍ଥ, ୟୁକ୍ରେନର ଏଲିନା ଭିଟୋଲିନା ପଞ୍ଚମ ସିଡ ମାନ୍ୟତା ପାଇଛନ୍ତି। ପୁରୁଷ ଡବଲ୍ସରେ କଲମ୍ବିଆ ଯୋଡି ଜୁଆନ ସେବାଷ୍ଟିଆନ କାବାଲ ଓ ରୋବର୍ଟ ଫରହା, ମହିଳା ଡବଲ୍ସରେ ହଙ୍ଗେରୀ ଓ ଫ୍ରେଞ୍ଚ୍‌ ଯୋଡି ତିମିଆ ବାବୋସ ଓ କ୍ରିଷ୍ଟିନା ମ୍ଲାଡେନୋଭିକ ଶ୍ରେଷ୍ଠ ସିଡ ଯୋଡିର ମାନ୍ୟତା ପାଇଛନ୍ତି।
ଓପନରେ ଏଥର ଭାରତୀୟଙ୍କ ମରୁଡି ଦେଖିବାକୁ ମିଳିବ। ଅବଶ୍ୟ କେତେକ ଖେଳାଳି ବିଭିନ୍ନ କାରଣରୁ ଟୁର୍ନାମେଣ୍ଟରୁ ଓହରିଯାଇଛନ୍ତି। ତେବେ ଏହା ସତ୍ତ୍ୱେ ଟୁର୍ନାମେଣ୍ଟ ଲୋକପ୍ରିୟତା ଉପରେ କୌଣସି ପ୍ରଭାବ ପଡିବନି। ଆର୍ଜେଣ୍ଟିନାର ଜୁଆନ ମାର୍ଟିନ ଡେଲପୋଟ୍ରୋ ଓ ଆମେରିକାର ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓହରିଯାଇଛନ୍ତି। ସେହିପରି ମହିଳା ସିଙ୍ଗଲ୍ସରୁ ଅମେରିକାର ଅମଣ୍ଡା ଆନିସିମୋଭା, କାଥେରାଇନ୍‌ ବେଲିସ୍‌, ସ୍ଲୋଭାକିଆର ଡୋମିନିକା ସିବୁଲକୋଭା, ବ୍ରାଜିଲର ବିଆଟ୍ରିଜ୍‌ ମାଲା, ସ୍ଲୋଭାକିଆର ଆନ୍ନା କାରୋଲିନା ସିମିଏଡୋଲଭା ଓହରିଯାଇଛନ୍ତି। ଓ୍ବାଇଲ୍ଡ କାର୍ଡ ମାଧ୍ୟମରେ ମଧ୍ୟ କେତେକ ଯୁବ ଖେଳାଳି ୟୁଏସ୍‌ ଓପନ୍‌ ଖେଳିବାର ସୁଯୋଗ ହାସଲ କରିଛନ୍ତି।
ସିଙ୍ଗଲ୍ସରେ ଏଥର ଜୋକୋଭିଚ୍‌, ନାଡ଼ାଲ ଓ ଫେଡେରେର ଟାଇଟଲ ଦୌଡ଼ରେ ରହିଛନ୍ତି ଓ ଫେଭରାଇଟ୍‌ ମନେହେଉଛନ୍ତି। ଏହି ୩ ଖେଳାଳି ଅଭିଜ୍ଞତା ବଳରେ କମାଲ କରିବେ ବୋଲି ଆଶା କରାଯାଉଛି। ତେବେ ଫିଟ୍‌ନେସ ସମସ୍ୟା ଏମାନଙ୍କ ପାଇଁ ବାଧକ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ମହିଳା ସିଙ୍ଗଲ୍ସରେ ଓସାକାଙ୍କ ସମେତେ ହାଲେପ, ବାର୍ଟି, ପ୍ଲିସ୍କୋଭା ଫେଭରାଇଟ୍‌ ମନେହେଉଛନ୍ତି। ମହିଳା ସିଙ୍ଗଲ୍ସ ପ୍ରତିଯୋଗିତାରେ ଅଭିଜ୍ଞ ଖେଳାଳିଙ୍କୁ ଯୁବ ଖେଳାଳିମାନେ ପଛରେ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଜୋକୋଭିଚ୍‌ ଓ ଓସାକା ଏଥର ମଧ୍ୟ ବାଜିମାରି ଟାଇଟଲ ବଜାୟ ଲକ୍ଷ୍ୟରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?