ମାଉସୀ ମା’ ପୋଡ଼ପିଠାକୁ ଅପେକ୍ଷା
ପୁରୀ ଅଫିସ, ୧୦ା୭: ଶ୍ରୀଜଗନ୍ନାଥ ମହାପ୍ରଭୁ ଭୋଜନପ୍ରିୟ। ସେଥିପାଇଁ ତାଙ୍କ ନିକଟରେ ପ୍ରତିଦିନ ୬୦ ପଉଟି ଭୋଗ ଓ ୫୬ ପ୍ରକାର ବ୍ୟଞ୍ଜନର ବ୍ୟବସ୍ଥା ରହିଛି। ତଥାପି ପିଠା ଖାଇବା ପାଇଁ ତାଙ୍କର ଥାଏ ବିଶେଷ ଅଭିରୁଚି। ପ୍ରତିଦିନ ତାଙ୍କ ପାଖରେ…
ପୁରୀକୁ ସାଂସ୍କୃତିକ ରାଜଧାନୀ କର: ଅନୁଭବ
ନୂଆଦିଲ୍ଲୀ,୧୦ା୭: ପୁରୀକୁ ଦେଶର ସାଂସ୍କୃତିକ ରାଜଧାନୀ କରିବା ପାଇଁ ଭାଜପା ଏହାର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା। ଏହାକୁ ବାସ୍ତବରେ ପରିଣତ କରିବା ପାଇଁ ବିଜେଡି ଏମ୍ପି ଅନୁଭବ ମହାନ୍ତି ସ୍ମରଣ କରାଇ ଦେଇଛନ୍ତି। ଲୋକ ସଭାରେ ମଙ୍ଗଳବାର ସେ କହିଛନ୍ତି,…
ସରବନ୍ତର ଶ୍ରୀପତିତପାବନ ଯାତ୍ରା
ସରବନ୍ତ ଗଁାଟି ଜଗତ୍ସିଂହପୁର ଜିଲାର ଏରସମା ମଣ୍ଡଳରେ ଅଛି। ଜିଲା ସଦର ମହକୁମା ଠାରୁ ବାଲିକୁଦା, ବୋରିକିନା ଓ ଗୋଡ଼ା ବଜାର ଦେଇ ସମୁଦ୍ର କୂଳକୁ ଲମ୍ବିଯାଇଛି ଏହି ପୀଠକୁ ରାସ୍ତା। ମହାପ୍ରଭୁ ବହୁ ପ୍ରାଚୀନ କାଳରୁ ଏଠାରେ ଉପାସିତ ହେଉଛନ୍ତି।…
ତଳ କୋର୍ଟରେ ପଦବୀ ଖାଲି: ଷ୍ଟାଟସ୍ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୦ା୭(ପି.ଟି.): ହାଇକୋର୍ଟଗୁଡ଼ିକରେ କେତେ ସଂଖ୍ୟକ ବିଚାରବିଭାଗୀୟ ଅଧିକାରୀ ପଦବୀ ଖାଲି ପଡ଼ିଛି ସେନେଇ ସୁପ୍ରିମକୋର୍ଟ ମଙ୍ଗଳବାର ରିପୋର୍ଟ ମାଗିଛନ୍ତି। ଏହାସହ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ହାଇକୋର୍ଟ ରେଜିଷ୍ଟ୍ରାର୍ ଓ ଆଇନ ସଚିବମାନଙ୍କୁ ଜୁଲାଇ ୩୧ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ…
ନାକଚଣା ଦ୍ୱାରରେ ଦୁଇରଥ
ପୁରୀ ଅଫିସ, ୧୦ା୭: ହେରାପଞ୍ଚମୀରେ ଶ୍ରୀଦେବୀ (ଲକ୍ଷ୍ମୀ ଠାକୁରାଣୀ) ମହାପ୍ରଭୁଙ୍କୁ ଫେରାଇ ନେବାକୁ ଆସିଥିଲେ। ହେଲେ ଅଭିମାନ କରି ଚାଲିଯିବା ପରେ ଶ୍ରୀମନ୍ଦିରକୁ ଫେରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି ମହାପ୍ରଭୁ। ଆସନ୍ତା ୧୨ତାରିଖରେ ବାହୁଡ଼ା ଯାତ୍ରା। ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିିବେ…
୨ ବର୍ଷରେ ଭାଜପା ପାଇଛି ୯୧୫ କୋଟି
ନୂଆଦିଲ୍ଲୀ,୧୦ା୭ (ପି.ଟି.): ଭାଜପା ୨୦୧୬ରୁ ୨୦୧୮ ମଧ୍ୟରେ ୧୫ ଶହ ଶିଳ୍ପ ଜଗତରୁ ୯୧୫ କୋଟିରୁ ଅଧିକ ଟଙ୍କା ଚାନ୍ଦା ଆକାରରେ ପାଇଛି। ଏହି ସମୟ ମଧ୍ୟରେ କଂଗ୍ରେସକୁ ମିଳିଥିବା ଚାନ୍ଦାଠାରୁ ଏହା ୧୬ଗୁଣରୁ ଅଧିକ ବୋଲି ଜଣାପଡ଼ିଛି। ଏହି ଦୁଇବର୍ଷ…
ଅଦାଲତଙ୍କୁ ଜଣାଇଲେ ଆନ୍ନା ହାଜାରେ: ମୋତେ ହତ୍ୟା କରିବାକୁ ଠିକା ଦିଆଯାଇଥିଲା
ମୁମ୍ବାଇ,୧୦ା୭ (ଆଇଏଏନ୍ଏସ୍): ଦୁର୍ନୀତି ବିରୋଧରେ ମୁହଁଖୋଲୁଥିବା ସାମାଜିକ କର୍ମୀ ଆନ୍ନା ହାଜାରେଙ୍କୁ ମାରିବା ଲାଗି ଠିକା ଦିଆଯାଇଥିଲା। ଏନେଇ ସେ ମଙ୍ଗଳବାର ସ୍ବତନ୍ତ୍ର ସିବିଆଇ କୋର୍ଟରେ ମୁହଁଖୋଲି କହିଛନ୍ତି। ଓସ୍ମାନାବାଦ୍ ତେର୍ନା ଚିନିକଳ ଦୁର୍ନୀତି ସମ୍ପର୍କରେ ମୁହଁ ଖୋଲିଲେ ତାଙ୍କୁ ହତ୍ୟା…
ବଂଶଧାରା ଜଳ ବିବାଦର ଯୁଗ୍ମ ସର୍ଭେକୁ ଓଡ଼ିଶାର ନା: ୩ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କେନ୍ଦ୍ର, ଆନ୍ଧ୍ରକୁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର,୧୦।୭(ବ୍ୟୁରୋ): ଆନ୍ଧ୍ରପ୍ରଦେଶ ଦ୍ୱାରା ବଂଶଧାରା ନଦୀ ଉପରେ ନିର୍ମାଣ ହେଉଥିବା ନେରାଡି ବ୍ୟାରେଜର ମିଳିତ ସର୍ଭେ ନ କରିବାକୁ ଓଡ଼ିଶା ସରକାର କରିଥିବା ଆବେଦନର ଶୁଣାଣି କରିଛନ୍ତି ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ୍। ମଙ୍ଗଳବାର ଜଷ୍ଟିସ ଏମ.କେ ଶର୍ମା, ଜଷ୍ଟିସ ବି.ଏନ…
ଅଯୋଧ୍ୟା ବିବାଦର ତ୍ୱରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟରେ ପିଟିଶନ: ମଧ୍ୟସ୍ଥ ନିଯୁକ୍ତି ସତ୍ତ୍ୱେ ଅଗ୍ରଗତି ନାହିଁ
ନୂଆଦିଲ୍ଲୀ,୧୦ା୭ (ପି.ଟି.): ଅଯୋଧ୍ୟା ଜମି ବିବାଦର ସମାଧାନ ଲାଗି ସୁପ୍ରିମକୋର୍ଟ ପକ୍ଷରୁ ମଧ୍ୟସ୍ଥ ନିଯୁକ୍ତ କରାଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଏହାର ଫଇସଲା ହୋଇପାରି ନାହିଁ। ଏନେଇ ରାମ ଜନ୍ମଭୂମି-ବାବ୍ରୀ ମସ୍ଜିଦ ଜମି ବିବାଦ ମାମଲାର ଏକ ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ…
ପାର୍ଲାମେଣ୍ଟରେ ବଢ଼ିଲା କର୍ନାଟକ ତାତି
ନଆଦିଲ୍ଲୀ,୧୦ା୭(ପି.ଟି.): କର୍ନାଟକର ମୋଟ ୧୭ ବିଧାୟକ ଅଦ୍ୟାବଧି ଇସ୍ତଫା ଦେଇଥିବାବେଳେ ଏଚ୍.ଡି. କୁମାରସ୍ବାମୀଙ୍କ ନେତୃତ୍ୱାଧୀନ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ଅଡ଼ୁଆରେ ପଡ଼ିଛନ୍ତି। ଏହି ତାତିର ଉଷ୍ମତା ମଙ୍ଗଳବାର ପାର୍ଲାମେଣ୍ଟରେ ଅନୁଭୂତ ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକ ସଭାରେ ଏନେଇ…
ବିଦ୍ରୋହୀଙ୍କୁ ଅଯୋଗ୍ୟ ଘୋଷଣା କର: କଂଗ୍ରେସ
ବେଙ୍ଗାଲୁରୁ,୧୦ା୭(ପି.ଟି.): କର୍ନାଟକରେ ଶାସକ ମେଣ୍ଟ ସରକାରକୁ ବଞ୍ଚାଇବା ପାଇଁ କଂଗ୍ରେସ ମଙ୍ଗଳବାର ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡ଼ିଛି। ବିଦ୍ରୋହୀ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଦଳ ଦାବି କରିବା ସହ ଭାଜପା ପ୍ରଲୋଭନ ଦେଖାଇବା ଲାଗି ଅର୍ଥବଳ ବ୍ୟବହାର କରୁଛି ବୋଲି କଂଗ୍ରେସ…
ସୂତାଖିଅରେ ସରକାର
ବେଙ୍ଗାଲୁରୁ,୧୦ା୭(ପି.ଟି.): କର୍ନାଟକର ଶାସକ କଂଗ୍ରେସ ଓ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍) ବିଧାୟକମାନେ ଇସ୍ତଫା ଦେବା ପରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ୧୩ ବିଧାୟକଙ୍କ ମଧ୍ୟରୁ ୮ ଜଣଙ୍କର ଇସ୍ତଫାପତ୍ର ଗ୍ରହଣଯୋଗ୍ୟ ହୋଇ ନ ଥିବା ଦର୍ଶାଇ…
Archives


