ମେ’ରେ ଜିଏସ୍ଟି ଆଦାୟ ୧ ଲକ୍ଷ କୋଟି ଟପିଲା
ନୂଆଦିଲ୍ଲୀ,୨-୬: ମେ’ରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍ଟି) ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଛି। ଗତ ବର୍ଷ ଏହି ସମୟରେ ଏହା ୯୪,୦୧୬ କୋଟି ଟଙ୍କା ଥିଲା। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟରୁ ଜଣାପଡିଛି ଯେ, ମେ’ରେ ୧,୦୦,୨୮୯…
ରାଜ୍ୟସ୍ତରୀୟ ଆମ୍ବ ମେଳା ଉଦ୍ଘାଟିତ: ୧୦ରୁ ଊର୍ଦ୍ଧ୍ୱ କିସମର ଆମ୍ବ ପ୍ରଦର୍ଶନ
ଭୁବନେଶ୍ୱର, ୨ା୬(ବ୍ୟୁରୋ)- ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି (ଓର୍ମାସ୍) ତଥା ଓଡ଼ିଶା ଜୀବିକା ମିଶନର ମିଳିତ ଉଦ୍ୟମରେ ଶନିବାର ରାଜ୍ୟସ୍ତରୀୟ ଆମ୍ବ ମେଳା ଉଦ୍ଘାଟିତ ହୋଇଛି। ରାଜ୍ୟ ଗ୍ରାମ୍ୟ ଉନ୍ନୟନ…
୫ରୁ ଝାରସୁଗୁଡ଼ାରୁ ଭୁବନେଶ୍ୱର, ରାୟପୁରକୁ ଉଡ଼ିବ ବିମାନ
ଭୁବନେଶ୍ୱର, ୨ା୬(ବ୍ୟୁରୋ)- ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆସନ୍ତା ୫ ତାରିଖରୁ ଭୁବନେଶ୍ୱର ଓ ଛତିଶଗଡ଼ ରାଜଧାନୀ ରାୟପୁରକୁ ବିମାନ ଉଡ଼ାଣ ଆରମ୍ଭ ହେବ। ଆଲିଆନ୍ସ ଏୟାର ଏହି ସେବା ପ୍ରଦାନ କରିବ। ସକାଳ ୯ଟା ୫ରୁ ଭୁବନେଶ୍ୱର ବିମାନବନ୍ଦରରୁ…
କୋରାପୁଟ ମେଡିକାଲ : ବିଜୁଳି ଗଲେ ଟର୍ଚ୍ଚ ଲାଇଟରେ ଚିକିତ୍ସା
କୋରାପୁଟ,୨ା୬(ସ୍ବ.ପ୍ର.)କୋରାପୁଟ ମେଡିକାଲ ବର୍ତ୍ତମାନ ବିଭିନ୍ନ ସମସ୍ୟା ଘେରରେ ଚାଲିଛି। କେତେବେଳେ ମେଡିକାଲରେ ବିଦ୍ୟୁତ କଟିଗଲେ ମେଡିକାଲ ସେବା ଟର୍ଚ୍ଚ ଲାଇଟରେ କରାଯାଉଛି ତ ପୁଣି କେତେବେଳେ ବିଭିନ୍ନ ବିଭାଗ ଥାଇ ମଧ୍ୟ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ରୋଗୀ ଉପଯୁକ୍ତ ସେବା ପାଇପାରୁ…
ଶିକ୍ଷକ ସ୍ବାମୀକୁ ଲଣ୍ଡା, ଶିକ୍ଷୟିତ୍ରୀ ସ୍ତ୍ରୀଙ୍କୁ ଉଲଗ୍ନ କରି ବୁଲାଇଲେ; ଲଜ୍ଜାରେ ଶିକ୍ଷୟିତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ
ଭୁବନେଶ୍ୱର, ୨ା୬(ବ୍ୟୁରୋ)- ଜଣେ ଶିକ୍ଷକଙ୍କୁ ଲୋକେ ଲଣ୍ଡା କରିବା ସହ ତାଙ୍କ ଶିକ୍ଷୟିତ୍ରୀ ସ୍ତ୍ରୀଙ୍କୁ ଉଲଗ୍ନ କରି ବୁଲାଇଛନ୍ତି। ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଧିରୁକିଟି ବସ୍ତିରେ କିଛିଦିନ ତଳେ ଘଟିଥିବା ଏହି ସ୍ପର୍ଶକାତର ଘଟଣାର ଭିଡିଓ ଏବେ ଭାଇରାଲ ହୋଇଛି।…
୫ ମହିଳାଙ୍କୁ ଚୁମ୍ବନ ଦେଲେ ଡୁଟେର୍ଟେ
ଟୋକିଓ,୨ା୬(ଆଇଏଏନ୍ଏସ୍ ): ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେ ଏକ ବିଚିତ୍ର କାରନାମାକୁ ନେଇ ଏବେ ଚର୍ଚ୍ଚାରେ। ସେ ଜାପାନର ରାଜଧାନୀ ଟୋକିଓରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବାବେଳେ ମଞ୍ଚ ଉପରେ ଲଗାତର ୫ ମହିଳାଙ୍କୁ ଚୁମ୍ବନ ଦେଇଛନ୍ତି। ସେହି ସୁନ୍ଦରୀ ମହିଳାମାନେ…
ବିଭିନ୍ନ ସହରରେ ଅଗ୍ନିଶମ ବିଭାଗର ଚଢ଼ାଉ: କୋଚିଂ ସେଣ୍ଟରଗୁଡ଼ିକରେ ବିପଜ୍ଜନକ ସ୍ଥିତି, ଏଷ୍ଟିଂଗୁଇସର ଝୁଲାରେ ସୀମିତ ରହିଛି ଆଇନ
ଭୁବନେଶ୍ୱର, ୨ା୬(ବ୍ୟୁରୋ)-ଗୁଜରାଟର ସୁରଟରେ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ପରେ ଏବେ ଓଡ଼ିଶା ଅଗ୍ନିଶମ ବିଭାଗ ତତ୍ପର ହୋଇଉଠିଛି। ଗୃହ ବିଭାଗର ନିର୍ଦ୍ଦେଶ ପରେ ରାଜ୍ୟରେ ଥିବା ବିଭିନ୍ନ କୋଚିଂ ସେଣ୍ଟରରେ ଚଢାଉ ଆରମ୍ଭ ହୋଇଛି। ଶନିବାର ରାଉରକେଲାରେ ୧୩ଟି, ବାଲେଶ୍ୱର, ସମ୍ବଲପୁର…
କଂଗ୍ରେସ ପାଇଁ ଆତ୍ମସମୀକ୍ଷାର ବେଳ
ନୂଆଦିଲ୍ଲୀ,୨ା୬: ୨୦୦୪ରୁ ୨୦୧୪ ଉପା ସରକାରର ମଙ୍ଗ ଧରିଥିବା କଂଗ୍ରେସ ଏବେ ବିପର୍ଯ୍ୟସ୍ତ। ଦୀର୍ଘଦିନ କ୍ଷମତାରୁ ଦୂରେଇ ରହି ସତେ ଯେପରି ଏହି ସର୍ବପୁରାତନ ଦଳ ସ୍ଥାଣୁ ପାଲଟିଯାଇଛି। କଂଗ୍ରେସ ପାଖରେ ନା ଅସଲ ପ୍ରସଙ୍ଗ ଅଛି ନା ନିର୍ଣ୍ଣାୟକ ନେତୃତ୍ୱ…
ଆଜି ପହଞ୍ଚିବ କଳ୍ପନାଙ୍କ ମରଶରୀର: କଳିଙ୍ଗ ଷ୍ଟାଡିୟମ୍ରେ ଏକ ଘଣ୍ଟା ରହିବ
ଭୁବନେଶ୍ୱର, ୨ା୬(ବ୍ୟୁରୋ)- ପର୍ବତାରୋହିଣୀ କଳ୍ପନା ଦାସଙ୍କ ମରଶରୀର ରବିବାର ଭୁବନେଶ୍ୱରରେ ପହଞ୍ଚତ୍ବ। ଶୁକ୍ରବାର ସନ୍ଧ୍ୟାରେ ଆସିବାର ଥିଲା, ହେଲେ କାଠମାଣ୍ଡୁରୁ ମରଶରୀର ନେଇ ଆସିଥିବା ବିମାନ ବିଳମ୍ବରେ ଦିଲ୍ଲୀରେ ପହଞ୍ଚତ୍ଥିଲା। ଫଳରେ ଦିଲ୍ଲୀ ବିମାନ ବନ୍ଦରରେ ଅପେକ୍ଷା କରିଥିବା ବିମାନଟି ଭୁବନେଶ୍ୱର…
ଖବରଦାତାଙ୍କୁ ଦୁର୍ବ୍ୟବହାର ମାମଲା: ସୂଚନା ଓ ଲୋକସମ୍ପର୍କ ବିଭାଗର ତଦନ୍ତ
ଢେଙ୍କାନାଳ ଅଫିସ,୨।୬- ଢେଙ୍କାନାଳ ଜିଲାର ଖବରଦାତାଙ୍କୁ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗ ଆସିବା ପରେ ଏହାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଶନିବାର ଉତ୍ତରାଞ୍ଚଳ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ଏସ୍.ସି. ସୁପକାର…
ବହୁ ରୋଗରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…
ଗାଈ କ୍ଷୀର ସହିତ ଡାଳଚିନି ଗୁଣ୍ଡ ମିଶାଇ ପିଇଲେ ବହୁରୋଗରୁ ମୁକ୍ତି ମିଳିଥାଏ। ଏହାଦ୍ୱାରା ଥଣ୍ଡା, କାଶ, ଆଦି ରୋଗ ଭଲ ହେବା ସହିତ କର୍କଟ ମଧ୍ୟ ଭଲ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହା ଶରୀରର ପ୍ରତିଷେଧକ ବ୍ୟବସ୍ଥାକୁ…
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମେଧାବୀ ସମ୍ମାନ ସମାରୋହ : ଅନୁକରଣ ନ ହୋଇ ଦକ୍ଷତା ବିନିଯୋଗ କର
ଛତ୍ରପୁର,୨ା୬(ଡି.ଏନ.ଏ.)-ଛତ୍ରପୁରସ୍ଥିତ ଜିଲା ପରିଷଦ ଭବନରେ ଗଞ୍ଜାମ ଜିଲାସ୍ତରୀୟ ଓଡିଶା ଆଦର୍ଶ ବିଦ୍ୟାଳୟ ମେଧାବୀ ସମ୍ମାନ ସମାରୋହ ଶନିବାର ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ କହିଥିଲେ, ପ୍ରତ୍ୟେକ ମଣିଷର ସ୍ବତନ୍ତ୍ର ଦକ୍ଷତା ଅଛି। ଅନ୍ୟକୁ ଅନୁକରଣ କରି…
Archives


