ବୃହତ୍ ରକେଟ ଲଞ୍ଚର ପରୀକ୍ଷା କଲା ଉତ୍ତର କୋରିଆ
ସିଓଲ,୨୬ା୮: ଆମେରିକା ସହ ଅଣୁଅସ୍ତ୍ର କାର୍ଯ୍ୟକ୍ରମ ରୋକିବା ସମ୍ପର୍କରେ ଆଲୋଚନା ପୂର୍ବରୁ ଉତ୍ତର କୋରିଆ ଶନିିବାର ସର୍ବବୃହତ୍ ରକେଟ ଲଞ୍ଚର ପରୀକ୍ଷା କରିଛି। ନୂତନ ଭାବେ ବିକଶିତ ଏହି ଲଞ୍ଚରରୁ ଏକସଙ୍ଗେ ଏକାଧିକ ରକେଟ ଛଡ଼ାଯାଇପାରିବ। ବାସ୍ତବରେ ଏହା ଏକ ବଡ଼…
ଜି-୭ରେ ମୋଦି
ବିଆରିଜ୍,୨୬ା୮(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଫ୍ରାନ୍ସର ବିଆରିଜ୍ରେ ଆୟୋଜିତ ତିନିଦିନିଆ ଜି-୭ ସମ୍ମିଳନୀରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଛନ୍ତି। ସେ ବାହାରିନ୍ରୁ ଫ୍ରାନ୍ସ ଯାଇ ସମ୍ମିଳନୀରେ ବିଶ୍ୱନେତାମାନଙ୍କୁ ଭେଟିଛନ୍ତି। ସମ୍ମିଳନୀରେ ୭ ସଦସ୍ୟ ରାଷ୍ଟ୍ର (ଫ୍ରାନ୍ସ, ଇଟାଲୀ, କାନାଡା, ଆମେରିକା, ଜାପାନ,…
ରାଜ୍ୟ ମନ୍ତ୍ରିମଣ୍ଡଳରେ ୬୨ ପ୍ରତିଶତ ନେତା କୋଟିପତି : ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୬ା୮(ବ୍ୟୁରୋ) : ରାଜ୍ୟ ମନ୍ତ୍ରିମଣ୍ଡଳର ୬୨ପ୍ରତିଶତ ସଦସ୍ୟ କୋଟିପତି ରାଜନେତା। ମୁଖ୍ୟମନ୍ତ୍ରୀଙ୍କ ସମେତ ଏକାଧିକ କୋଟିପତି ରାଜନେତା ମନ୍ତ୍ରୀପରିଷଦରେ ସ୍ଥାନ ପାଇଛନ୍ତି। ୨୦୧୪ ନିର୍ବାଚନ ପରେ ଗଠିତ ହୋଇଥିବା ପ୍ରଥମ କ୍ୟାବିନେଟ୍ରେ ୫୯ ପ୍ରତିଶତ କୋଟିପତି ମନ୍ତ୍ରୀ ରହିଥିଲେ। ମନ୍ତ୍ରୀମାନଙ୍କ ହାରାହାରି…
ବିଳମ୍ବ ହେଉଛି ଓସା ନିର୍ବାଚନ
ଭୁବନେଶ୍ୱର,୨୬ା୮(ବ୍ୟୁରୋ) : ସଚିବାଳୟ ସେବା ସଂଘ(ଓସା) ପକ୍ଷରୁ ପ୍ରତି ଦୁଇବର୍ଷରେ ଥରେ ନିର୍ବାଚନ ହୋଇଥାଏ। ୨୦୧୭ରେ ନିର୍ବାଚିତ ହୋଇଥିବା ପ୍ରତିନିଧିଙ୍କ କାର୍ଯ୍ୟକାଳ ଗତ ଜୁନ୍ରୁ ସମାପ୍ତ ହୋଇଛି। ଇତିମଧ୍ୟରେ ଦୁଇ ମାସ ବିତିଗଲାଣି, ହେଲେ ପରବର୍ତ୍ତୀ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ…
୨୩ରେ ୪ ରାଜ୍ୟରେ ବିଧାନସଭା ଉପନିର୍ବାଚନ
ନୂଆଦିଲ୍ଲୀ,୨୬ା୮(ପି.ଟି.):ଉତ୍ତରପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ କେରଳର ଗୋଟିଏ ଲେଖାଏ ବିଧାନସଭା ଆସନରେ ସେପ୍ଟେମ୍ବର ୨୩ରେ ଉପନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିଶନ ରବିବାର ଏନେଇ ଘୋଷଣା କରିଛନ୍ତି। ସେହି ଆସନଗୁଡ଼ିକ ହେଲା ଛତିଶଗଡ଼ର ଦାନ୍ତଓ୍ବୋଡା, ତ୍ରିପୁରାର ବଧେରଘାଟ, ଉତ୍ତରପ୍ରଦେଶର ହମିରପୁର ଏବଂ…
କଶ୍ମୀର ସଚିବାଳୟରେ ତ୍ରିରଙ୍ଗା
ଶ୍ରୀନଗର,୨୬ା୮(ପି.ଟି.):୩୭୦ ଉଚ୍ଛେଦର ତିନି ସପ୍ତାହ ପରେ ଶ୍ରୀନଗରସ୍ଥିତ ସଚିବାଳୟରୁ ଜମ୍ମୁ-କଶ୍ମୀରର ପତାକା ହଟିଛି। ଏବେ ସେଠାରେ କେବଳ ତ୍ରିରଙ୍ଗା ଉଡ଼ୁଛି। ପୂର୍ବରୁ ସଚିବାଳୟ ଶୀର୍ଷରେ ଜାତୀୟ ପତାକା ସହ ଜମ୍ମୁ-କଶ୍ମୀରର ଲାଲ ପତାକା ଉଡ଼ୁଥିଲା। କାରଣ ସମ୍ବିଧାନର ଅନୁଚ୍ଛେଦ ୩୭୦ ରାଜ୍ୟକୁ…
ନାଗାଲାଣ୍ଡ ପାଇଁ ସ୍ବତନ୍ତ୍ର ପତାକା ଦାବି
ଗୌହାଟୀ,୨୫ା୮:ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ସହ ସେଠାକାର ପତାକା ରଦ୍ଦ ହୋଇଛି। ଅନ୍ୟପକ୍ଷରେ ଏବେ ନାଗାଲାଣ୍ଡ ପାଇଁ ସ୍ବତନ୍ତ୍ର ମାନ୍ୟତା ଓ ପତାକା ଦାବି ଜୋର ଧରିଛି। ସ୍ବତନ୍ତ୍ର ପତାକା ଓ ସ୍ବତନ୍ତ୍ର ସମ୍ବିଧାନ…
ବିବାହ ସରିବା ମାତ୍ରେ ଦୁର୍ଘଟଣା: ନବଦମ୍ପତିଙ୍କ ମୃତ୍ୟୁ
ଅରେଞ୍ଜ (ଟେକ୍ସାସ),୨୬ା୮: ବିବାହର ଖୁସି ମୁହୂର୍ତ୍ତକ ମଧ୍ୟରେ ପାଣିଫୋଟକା ଭଳି ମିଳାଇଗଲା। ବିବାହ ସମ୍ପନ୍ନ ହେବାର କେଇ ମିନିଟ ପରେ ଟ୍ରାକ୍ଟର ବୋଝେଇ ଏକ ଟ୍ରେଲର ଧକ୍କାଦେଲା। ବିବାହ ସ୍ଥଳରେ ଦୁର୍ଘଟଣାରେ ନବଦମ୍ପତିଙ୍କ ଜୀବନ ଗଲା। ପଛରେ ଛିଡ଼ା ହୋଇଥିଲେ ପରିବାର…
ମହାକାଶରେ ଆକାଉଣ୍ଟ ହ୍ୟାକ୍
ଓ୍ବାଶିଂଟନ୍, ୨୬ା୮(ଏଏଫ୍ପି):ମହାକାଶରେ ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍ ଘଟଣାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ସତ୍ୟ। ଏହି ଘଟଣାର ତଦନ୍ତ କରିବାକୁ ଯାଉଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’। ମହାକାଶଚାରୀ ଆନ୍ନେ ମ୍ୟାକ୍କ୍ଲେନଙ୍କ ବିରୋଧରେ ଆସିଛି ଏଭଳି ଅଭିଯୋଗ। ସେ ସ୍ପେସ୍…
ଆମ ଗାଁ ଆମ ବିକାଶ ଯୋଜନା : ସରକାରଙ୍କ ତଥ୍ୟର ତାଳମେଳ ନାହିଁ
ଭୁବନେଶ୍ୱର,୨୬ା୮(ବ୍ୟୁରୋ): ୨୦୧୮ ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ ଗ୍ରାମାଞ୍ଚଳର ବିକାଶ ଲାଗି ଆମ ଗାଁ ଆମ ବିକାଶ ଯୋଜନାର ଘୋଷଣା କରିଥିଲେ। ଏହାଦ୍ୱାରା ପ୍ରତି ପଞ୍ଚାୟତରେ ବିକାଶକାର୍ଯ୍ୟ ତ୍ୱରାନ୍ବିତ ହେବ ବୋଲି…
ଏକତାର ଚିତ୍ର ଆଙ୍କିଲେ ଟ୍ରମ୍ପ୍
ବିଆରିଜ୍,୨୬ା୮:ସାରା ବିଶ୍ୱରେ ଅର୍ଥନୈତିକ ମାନ୍ଦାବସ୍ଥା ଲାଗିରହିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଫ୍ରାନ୍ସର ବିଆରିଜ୍ରେ ଚାଲିଥିବା ଜି-୭ ସମ୍ମିଳନୀରେ ଏକତାର ଚିତ୍ର ଆଙ୍କିଛନ୍ତି। ଏହି ଅବସରରେ ସେ ପାଶ୍ଚାତ୍ୟର ସହଯୋଗୀ ରାଷ୍ଟ୍ର ନେତାମାନଙ୍କ ସହ ବୈଠକ କରି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍…
ଜି-୭ରେ ଇରାନ ବହିର୍ବ୍ୟାପାର ମନ୍ତ୍ରୀ
ବିଆରିଜ୍,୨୬ା୮(ଏଏଫ୍ପି): ଫ୍ରାନ୍ସର ବିଆରିଜ୍ରେ ଚାଲିଥିବା ଜି-୭ ସମ୍ମିଳନୀରେ ଭାଗନେବା ପାଇଁ ରବିବାର ଇରାନର ବହିର୍ବ୍ୟାପାର ମନ୍ତ୍ରୀ ମହମ୍ମଦ ଜାଭେଦ ଜରିଫ୍ ଅତି ନାଟକୀୟ ଭାବେ ପହଞ୍ଚତ୍ଛନ୍ତି। ପରମାଣୁ କାର୍ଯ୍ୟକ୍ରମକୁ ନେଇ ଓ୍ବାଶିଂଟନ ଓ ତେହେରାନ ମଧ୍ୟରେ ଉତ୍ତେଜନା ଲାଗିରହିଥିବାବେଳେ ଫ୍ରାନ୍ସ ରାଷ୍ଟ୍ରପତି…

