ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ଜୀବନ ଗଲା
ମୁନିଗୁଡ଼ା,୭।୮(ଡି.ଏନ୍.ଏ.) : ରାୟଗଡ଼ା ଜିଲା ମୁନିଗୁଡ଼ାଠାରେ ବୁଧବାର ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ପ୍ରକାଶ ଯେ, ଥାନା ପଛପଟ ଦେଇ ଯାଇଥିବା ଖମଣ ସାହି ରାସ୍ତାରେ ଥିବା ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ବ୍ୟାରିକେଟ୍ ସଂସ୍ପର୍ଶରେ ଆସି ଖମଣ…
ବରିଷ୍ଠ ଆଇପିଏସ୍ ବି.କେ. ଶର୍ମାଙ୍କୁ ଇନ୍ଚାର୍ଜ ଡିଜିପି ଦାୟିତ୍ୱ
ଭୁବନେଶ୍ୱର, ୭।୮(ବ୍ୟୁରୋ): ୧୯୮୬ ବ୍ୟାଚର ବରିଷ୍ଠ ଆଇପିଏସ୍ ବିଜୟ କୁମାର ଶର୍ମାଙ୍କୁ ବୁଧବାର ଇନ୍ଚାର୍ଜ ଡିଜିପି ଭାବେ ନିଯୁକ୍ତି ଦିଆଯାଇଛି। ତେବେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ନୂତନ ନିଯୁକ୍ତି ଦିଆଯିବା ହେତୁ ବିଜୟଙ୍କୁ ଭାରପ୍ରାପ୍ତ ଅଧିକାରୀ ଭାବେ ଦାୟିତ୍ୱ ମିଳିଛି।…
ସୁଷମାଙ୍କ ଅନ୍ତିମ ଯାତ୍ରା ଆରମ୍ଭ, ରାଜନାଥ-ନଡ୍ଡା ଦେଲେ କାନ୍ଧ
ନୂଆଦିଲ୍ଲୀ, ୭।୮: ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କର ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି। ଭାଜପା କାର୍ଯ୍ୟାଳୟରୁ ତାଙ୍କ ମୃତ୍ୟୁ ଶରୀରକୁ ଅନ୍ତିମ ଯାତ୍ରାରେ ନିଆଯାଇଛି। ତାଙ୍କ ମୃତଦେହକୁ କାନ୍ଧ ଦେଇଛନ୍ତି ଭାଜପା ନେତା ରାଜନାଥ…
ଉନ୍ନାଓ ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ବି ଗମ୍ଭୀର, ଓକିଲ କୋମାରେ
ନୂଆଦିଲ୍ଲୀ,୭।୮: ଦିଲ୍ଲୀ ଏମ୍ସରେ ଜୀବନ ସହ ସଂଘର୍ଷ କରୁଛନ୍ତି ଉନ୍ନାଓ ବଳାତ୍କାର ପୀଡ଼ିତା। ଏବେ ବି ତାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି ବୋଲି ଦିଲ୍ଲୀ ଏମ୍ସ ପକ୍ଷରୁ ଜାରି କରାଯାଇଥିବା ମେଡିକାଲ ବୁଲେଟିନ୍ ଜାରି କରାଯାଇଛି। ପୀଡ଼ିତାଙ୍କ ରକ୍ତଚାପ ମଧ୍ୟ ଅନିୟନ୍ତ୍ରିତ…
ହଂସରାଳି, ୧୦ ଛୁଆ ଉଦ୍ଧାର
ଭୁବନେଶ୍ୱର,୭।୮(ବ୍ୟୁରୋ): କଟକ ଜିଲା ବାଙ୍କୀ ଗଡ଼ର କୃଷ୍ଣଚନ୍ଦ୍ର ବେହେରାଙ୍କ ଘରୁ ଗୋଟିଏ ହଂସରାଳି ମା’ ଏବଂ ୧୦ଟି ଛୁଆକୁ ବୁଧବାର ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଉଦ୍ଧାର କରିଛନ୍ତି। ସେମାନଙ୍କୁ ଅରାଚଣ୍ଡୀ ପାଟରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ମଙ୍ଗଳବାର କୃଷ୍ଣଚନ୍ଦ୍ରଙ୍କ…
ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ କଲଭର୍ଟ, କଳାହାଣ୍ଡି-କନ୍ଧମାଳ ଯୋଗାଯୋଗ ବିଚ୍ଛିନ୍ନ
ବାଲିଗୁଡ଼ା,୭।୮(ଡି.ଏନ୍.ଏ.): ଲଗାଣ ବର୍ଷାରେ କନ୍ଧମାଳ ଜିଲାର ବାଲିଗୁଡ଼ା ଅଞ୍ଚଳ ବେହାଲ ହୋଇପଡ଼ିଛି। ଲଗାଣ ବର୍ଷା ଯୋଗୁ ମଙ୍ଗଳବାରଠାରୁ ବାଲିଗୁଡ଼ା ବ୍ଲକ ବାଟାଗୁଡା ୫୯ ନଂ ଜାତୀୟ ରାଜପଥର ଅସ୍ଥାୟୀ କଲଭର୍ଟ ଉପରେ ପ୍ରବଳ ପାଣି ଚାଲିଛି। ଫଳରେ ଯାତାୟାତରେ ଘୋର ଅସୁବିଧା…
ସୁଷମାଙ୍କୁ ଭାଜପା ଦେଲା ଅନ୍ତିମ ବିଦାୟ: ଦଳୀୟ ପତାକା ଢ଼ାଙ୍କିଲେ ଶାହ
ନୂଆଦିଲ୍ଲୀ,୭।୮: ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ଭାଜପା କାର୍ଯ୍ୟାଳୟରେ ଅନ୍ତିମ ବିଦାୟ ଦିଆଯାଇଛି। ଏହି ଅବସରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୁଷମାଙ୍କ ମରଶରୀର ଉପରେ ଦଳୀୟ ପତାକା ଢ଼ାଙ୍କିଛନ୍ତି। ଉପସ୍ଥିତ ସମସ୍ତ ଦଳୀୟ ସଦସ୍ୟ ସୁଷମାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ…
ହାଫିଜ୍ ସଇଦ୍ ଦୋଷୀ ସାବ୍ୟସ୍ତ: ମାମଲା ଗୁଜରାଟ ଅଦାଲତକୁ ସ୍ଥାନାନ୍ତର
ଲାହୋର, ୭।୮: ଆତଙ୍କବାଦୀ ହାଫିଜ୍ ସଇଦ୍ଙ୍କୁ ପାକିସ୍ତାନର ଏକ ଅଦାଲତ ଦୋଷୀ ସାବସ୍ତ୍ୟ କରିଛି। ତାଙ୍କ ନାମରେ ଏକାଧିକ ମାମଲା ରହିଥିବାବେଳେ ଏକ ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ଅଦାଲତ କହିଛନ୍ତି। ଏହା ସହିତ ହାଫିଜ୍ଙ୍କ ଉପରେ ଚାଲିଥିବା ଏହି ମାମଲାକୁ…
ରାମ ରାଜ୍ୟ ସ୍ବପ୍ନ ଦେଖାଇ ମୋଦି ନିର୍ମାଣ କରୁଛନ୍ତି ରାବଣ ରାଜ୍ୟ: ସିଦ୍ଧାରମେୟା
ବେଙ୍ଗାଲୁରୁ,୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେକ୍ ଇନ୍ ଇଣ୍ଡିଆ ଏବଂ ରାମ ରାଜ୍ୟର ସ୍ବପ୍ନ ଦେଖାଇ ପ୍ରକୃତପକ୍ଷେ ରାବଣ ରାଜ୍ୟର ନିର୍ମାଣ କରୁଛନ୍ତି ବୋଲି କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧାରମେୟା ଅଭିଯୋଗ କରିଛନ୍ତି। ଦେଶରେ ବେକାରିଙ୍କ ସଂଖ୍ୟା ବଢୁଥିବାବେଳେ ଆବଶ୍ୟକ ନିଯୁକ୍ତି…
ମହାରାଷ୍ଟ୍ରରେ ୨୦୪ ଗାଁ ବନ୍ୟା ପ୍ରଭାବିତ: ଫଡ଼ନଭୀସ୍
ମୁମ୍ବାଇ,୭।୮: ମହାରାଷ୍ଟ୍ରର ୨୦୪ ଗାଁ ବନ୍ୟା ପ୍ରଭାବିତ। ଏସବୁ ଗାଁରେ ଅଧିକ କ୍ଷୟକ୍ଷତି ହୋଇଥିବା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭୀସ୍ ବୁଧବାର ସୂଚନା ଦେଇଛନ୍ତି। ଏସବୁ ଗାଁରେ ଅଧିକ କ୍ଷୟକ୍ଷତି ହୋଇଥିବା ସେ କହିଛନ୍ତି। ଏହି ଗାଁ ଗୁଡ଼ିକର ୧୧ ହଜାର ପରିବାରଙ୍କୁ…
ଭାରତୀୟ ଦଳ ପାଇଁ ପୁଣି ଏକାଠି ଖେଳିଲେ ଦୁଇ ଭାଇ
ଗୁୟାନା,୭।୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚରେ ଭାରତ ବିଜୟୀ ହୋଇଛି। ସ୍ଥାନୀୟ ପ୍ରୋଭିଡେନ୍ସ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଭାରତ ୫ଟି ବଲ ବାକି ଥାଇ ୭ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ହରାଇଛି। ଏହି ମ୍ୟାଚରେ ଡେବ୍ୟୁ କରିଥିଲେ…
ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ନାହିଁ, ଘରେ ପଶିଲା ପାଣି
କର୍ଲାମୁଣ୍ଡା,୭।୮(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମଙ୍ଗଳବାର ରାତିରୁ ବୁଧବାର ପର୍ଯ୍ୟନ୍ତ ବର୍ଷା ଲାଗିରହିଛି। ଫଳରେ କର୍ଲାମୁଣ୍ଡା ବ୍ଲକ ସଦର ବ୍ଲକ ନିୟୁ କଲୋନୀ ପଛପଟେ ଥିବା ଘରଗୁଡ଼ିକରେ ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି। ବୁଧବାର ସକାଳ ସୁଦ୍ଧା କର୍ଲାମୁଣ୍ଡାରେ…
Archives


